ଭୁବନେଶ୍ବର: ଓଡିଆ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଆସୁ ନାହିଁ। ତାଙ୍କର ବହୁ ଅଙ୍ଗ ଫେଲ ହୋଇପଡିଥିବାରୁ ତାହା ସୁଧାରିବାରେ ସମୟ ଲାଗୁଛି। ଫଳରେ ସେ ପୂର୍ବପରି କୋମା ଅବସ୍ଥାରେ ଅଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ସେ ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି।
ଗାୟକ ହ୍ୟୁମାନ ସାଗର ଗୁରୁତର ଅସୁସ୍ଥ ହୋଇ କଟକର ଏକଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବରୁ ତାଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁ ରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ଅନ୍ୟତମ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି।


