ଭୁବନେଶ୍ବର: ମଝିରେ ମଝିରେ ଶ୍ରୀମୟୀ ମିଶ୍ର ଯେପରି ବାଣ ମାରୁଛନ୍ତି ଏଥିରେ ବିଜେଡି ଘାଇଲା ହେବାରେ ଲାଗିଛି। ଏପରିକି ତାଙ୍କର ନେତାମାନେ ଭିତରେ ଭିତରେ ବେଶ ଆଲୋଚନା କରିବାରେ ଲାଗିଛନ୍ତି। ହେଲେ କେହି ପଦାରେ କିଛି କହୁ ନାହାଁନ୍ତି। କେତେବେଳେ ଭି କେ ପାଣ୍ଡିଆନଙ୍କୁ, କେତେବେଳେ ସୁଜାତା ରାଉତଙ୍କୁ ତ କେତେବେଳେ ଅନ୍ୟ କୌଣସି ନେତାଙ୍କୁ। ହେଲେ ଏଥର ସେ ସିଧା ଟାର୍ଗେଟ କରିଛନ୍ତି ସନ୍ତୃପ୍ତ ମିଶ୍ରଙ୍କୁ।
ଆଜି ତାଙ୍କର ସାମାଜିକ ଗଣମାଧ୍ୟମରେ ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ଭାବେ ସମାଲୋଚନା କରିଛନ୍ତି। କାରଣ ହେଲା ସେ ନୂଆପଡାରେ ନବୀନଙ୍କ ରୋଡ ସୋରେ ସେ ବସ କେଉଁଠି ରହିବ ତାହା ନିୟନ୍ତ୍ରଣ କରୁଥିଲେ। ଏ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଲା। ଏହାକୁ ଲକ୍ଷ୍ୟ ରଖି ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ବୋଲି କହିଛନ୍ତି।
ସେ ଯାହା ଲେଖିଛନ୍ତି ତାହା ହେଲା…….
Cyber Safety for Elders: Silver Age Foundation holds Masterclass for Senior Citizens (Click Here)


