Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ
ବିଶେଷ ଖବର

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନର ଭୋଟ ଗ୍ରହଣକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

ଭୁବନେଶ୍ୱର: ଅର୍ଥବଳ ଓ ଭୋଟ୍ ଚାେରିର ସୁନାମି ସତ୍ତ୍ବେ ୪୦ ହଜାରରୁ ଅଧିକ ଲୋକ ଆମକୁ ଭୋଟ୍ ଦେଇଛନ୍ତି। ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ ବିଜେଡିର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ଜନତା। ବିଧାନସଭା ହେଉ ବା ନାରୀ ନିର୍ଯାତନା ପ୍ରସଙ୍ଗ ହେଉ ବା ଅନାସ୍ଥା ପ୍ରସ୍ତାବ ହେଉ, ଏଣିକି କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି।

ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଆସି ଅଧିଆ ପଡ଼ିଲେ। ଏ ଥର ଯେଭଳି ବ୍ୟାପକ ଅନିୟମିତତା ଓ ପଇସାର ଖେଳ ହୋଇଛି, ଏପରି ଚାଲିଲେ ଆଉ ନିର୍ବାଚନ ଲଢ଼ିହେବ କି ନା ସନ୍ଦେହ। ଆମେ ଭୋଟ୍‌ ଚୋରି କଥା ଉଠେଇଲୁ, ସେମାନେ ଭୋଟ୍ ଲୁଟ୍ କରିକି ଦେଖେଇଦେଲେ। ୪୧ ଗୋଟି ବୁଥ୍‌ରେ ୯୦ରୁ ଅଧିକ ପ୍ରତିଶତ ଭୋଟ୍ ପଡ଼ିଛି। ଏପରି ଉଦାହରଣ ବିରଳ।

ସେ କହିଥିଲେ, ବିଜୟୀ ପ୍ରାର୍ଥୀ କାହିଁକି ହିମାଂଶୁଲାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ? କ’ଣ ତାଙ୍କ ବିଜୟର ପଥ ସୁଗମ କରିଥିବାରୁ? ଏଇଟା କ’ଣ ଗଣତନ୍ତ୍ର? ବିଜେଡି ସରକାରରେ ଜନପ୍ରତିନିଧିମାନେ ଅମଲାତନ୍ତ୍ରୀମାନଙ୍କ ଆଗରେ ମୁଣ୍ଡ ନୁଆଁଉଥିଲେ। ଏମାନେ ବି କିଛି କମ୍ ନୁହନ୍ତି। ବିଜେଡି କାହିଁକି ବିଜେପିର ଛୋଟଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଛି? ଆମେ ମାସେ କାଳ ଅକ୍ଳାନ୍ତ ପରିଶ୍ରମ କରିଛୁ। ତେଣୁ କିଛି ଭୁଲଭଟକା ଥାଇପାରେ; କିନ୍ତୁ ଏପରି ଏକପାଖିଆ ଫଳ ଅସମ୍ଭବ।

ପିସିସି ସଭାପତି ଆହୁରି କହିଥିଲେ, ରାଜ୍ୟ କଂଗ୍ରେସର ମୁଖିଆ ଭାବରେ ନିର୍ବାଚନ ପରିଚାଳନାର ତଥ୍ୟ ରାଜ୍ୟବାସୀଙ୍କ ଆଗରେ ପ୍ରକାଶ କରିବା ମୋର କର୍ତ୍ତବ୍ୟ। ରାଜ୍ୟବାସୀ ନୂଆପଡ଼ା ବାସୀଙ୍କ ତରଫରୁ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସକୁ ମୁଖ୍ୟ ବିରୋଧୀଦଳ ଭାବେ ଉପସ୍ଥାପିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ତା ସହିତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ ଗଣ, ପଦାଧିକାରୀ ଏବଂ କର୍ମୀଙ୍କୁ ଅଶେଷ ଧନ୍ୟବାଦ୍। ଏବଂ ଅକୁଣ୍ଠ ଚିତ୍ତରେ ପ୍ରଚାରରେ ସହଯୋଗ କରିଥିବାରୁ ଗଣମାଧ୍ୟମକୁ ମୋର ପ୍ରଣାମ। ନିର୍ବାଚନ ବିଜେତା ପ୍ରାର୍ଥୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଶା ସେ ଲୋକଙ୍କ ସେବା କରିବେ।

ବିଜେତାଙ୍କୁ ସମ୍ମାନ ଜଣାଇବା କଂଗ୍ରେସର ସଂସ୍କାର। କିନ୍ତୁ ସେ କିଭଳି ନିର୍ବାଚନ ଜିତିଛନ୍ତି ତାହା ଉପରେ ନିର୍ବାଚନ କମିଶନ, ସରକାର ଏବଂ ପ୍ରତିପକ୍ଷ ଦଳଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଅଛି। ସେମାନେ କିଭଳି ନିର୍ବାଚନ ଜିତିଲେ ଆମେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଶ୍ଚୟ ପ୍ରକାଶ କରିବୁ। ଠିକ୍ ନିର୍ବାଚନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅବ୍ୟାହତି ଦେଇ ଉତ୍ତରାଞ୍ଚଳ ଆଇଜି ସରକାରୀ ଦଳର ଚାଟୁକାର ଭାବେ ଜଣାଶୁଣା ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା। କରିତକର୍ମା ପୋଲିସ ଅଧିକାରୀ ହିମାଂଶୁ ଲାଲ ସିଧାସଳଖ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ। ଯାହା ବିଜୟୀ ପ୍ରାର୍ଥୀଙ୍କ ହିମାଂଶୁ ଲାଲଙ୍କୁ ମୁଣ୍ଡିଆ ମାରିବା ସୂଚାଇ ଦେଉଛି ପୋଲିସ ବଳ ଦ୍ଵାରା ନିର୍ବାଚନ ଜିତାଯାଇଛି।

ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ସମସ୍ତ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି । କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନିର୍ବାଚନକୁ ପ୍ରଭାବିତ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

BhaktaDas Odisha Congress ନୂଆପଡା ଉପନିର୍ବାଚନ ଭକ୍ତ ଦାସ ହିମାଂଶୁଲାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ରୋହିଙ୍ଗ୍ୟା ଏବଂ ଅନୁପ୍ରବେଶକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ?: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ପଷ୍ଟ ବୟାନ

December 8, 2025

ଭୁବନେଶ୍ୱରର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

December 8, 2025
Latest News

ବାଣପୁର: ପୂର୍ବତନ ସରପଞ୍ଚ ସ୍ବର୍ଗତ ସଦାନନ୍ଦ ପାଟ୍ଟଶାଣୀଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଶୀତଦିନେ ଅଦାର ଆବଶ୍ୟକତା ଉପରେ ସଚେତନ କଲେ ଡାକ୍ତର

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025

ନକ୍ସଲ ମୁକ୍ତ ହେଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଜୋନ୍!, ଆତ୍ମସମର୍ପଣ କଲେ ୧୨ ନକ୍ସଲ

December 8, 2025

“ଚାକିରୀ ବଦଳରେ ଜମି” ମାମଲା: ଆଜି ରାୟ ଶୁଣାଇବେ କୋର୍ଟ!

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.