Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ
ବିଶେଷ ଖବର

ନୂଆପଡା ଉପନିର୍ବାଚନକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

November 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନର ଭୋଟ ଗ୍ରହଣକୁ ନେଇ ବିସ୍ପୋରକ କଥା କହିଲେ କଂଗ୍ରେସ ସଭାପତି ଭକ୍ତ ଦାସ

ଭୁବନେଶ୍ୱର: ଅର୍ଥବଳ ଓ ଭୋଟ୍ ଚାେରିର ସୁନାମି ସତ୍ତ୍ବେ ୪୦ ହଜାରରୁ ଅଧିକ ଲୋକ ଆମକୁ ଭୋଟ୍ ଦେଇଛନ୍ତି। ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ ବିଜେଡିର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ଜନତା। ବିଧାନସଭା ହେଉ ବା ନାରୀ ନିର୍ଯାତନା ପ୍ରସଙ୍ଗ ହେଉ ବା ଅନାସ୍ଥା ପ୍ରସ୍ତାବ ହେଉ, ଏଣିକି କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି।

ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଆସି ଅଧିଆ ପଡ଼ିଲେ। ଏ ଥର ଯେଭଳି ବ୍ୟାପକ ଅନିୟମିତତା ଓ ପଇସାର ଖେଳ ହୋଇଛି, ଏପରି ଚାଲିଲେ ଆଉ ନିର୍ବାଚନ ଲଢ଼ିହେବ କି ନା ସନ୍ଦେହ। ଆମେ ଭୋଟ୍‌ ଚୋରି କଥା ଉଠେଇଲୁ, ସେମାନେ ଭୋଟ୍ ଲୁଟ୍ କରିକି ଦେଖେଇଦେଲେ। ୪୧ ଗୋଟି ବୁଥ୍‌ରେ ୯୦ରୁ ଅଧିକ ପ୍ରତିଶତ ଭୋଟ୍ ପଡ଼ିଛି। ଏପରି ଉଦାହରଣ ବିରଳ।

ସେ କହିଥିଲେ, ବିଜୟୀ ପ୍ରାର୍ଥୀ କାହିଁକି ହିମାଂଶୁଲାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ? କ’ଣ ତାଙ୍କ ବିଜୟର ପଥ ସୁଗମ କରିଥିବାରୁ? ଏଇଟା କ’ଣ ଗଣତନ୍ତ୍ର? ବିଜେଡି ସରକାରରେ ଜନପ୍ରତିନିଧିମାନେ ଅମଲାତନ୍ତ୍ରୀମାନଙ୍କ ଆଗରେ ମୁଣ୍ଡ ନୁଆଁଉଥିଲେ। ଏମାନେ ବି କିଛି କମ୍ ନୁହନ୍ତି। ବିଜେଡି କାହିଁକି ବିଜେପିର ଛୋଟଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଛି? ଆମେ ମାସେ କାଳ ଅକ୍ଳାନ୍ତ ପରିଶ୍ରମ କରିଛୁ। ତେଣୁ କିଛି ଭୁଲଭଟକା ଥାଇପାରେ; କିନ୍ତୁ ଏପରି ଏକପାଖିଆ ଫଳ ଅସମ୍ଭବ।

ପିସିସି ସଭାପତି ଆହୁରି କହିଥିଲେ, ରାଜ୍ୟ କଂଗ୍ରେସର ମୁଖିଆ ଭାବରେ ନିର୍ବାଚନ ପରିଚାଳନାର ତଥ୍ୟ ରାଜ୍ୟବାସୀଙ୍କ ଆଗରେ ପ୍ରକାଶ କରିବା ମୋର କର୍ତ୍ତବ୍ୟ। ରାଜ୍ୟବାସୀ ନୂଆପଡ଼ା ବାସୀଙ୍କ ତରଫରୁ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସକୁ ମୁଖ୍ୟ ବିରୋଧୀଦଳ ଭାବେ ଉପସ୍ଥାପିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ତା ସହିତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ ଗଣ, ପଦାଧିକାରୀ ଏବଂ କର୍ମୀଙ୍କୁ ଅଶେଷ ଧନ୍ୟବାଦ୍। ଏବଂ ଅକୁଣ୍ଠ ଚିତ୍ତରେ ପ୍ରଚାରରେ ସହଯୋଗ କରିଥିବାରୁ ଗଣମାଧ୍ୟମକୁ ମୋର ପ୍ରଣାମ। ନିର୍ବାଚନ ବିଜେତା ପ୍ରାର୍ଥୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଶା ସେ ଲୋକଙ୍କ ସେବା କରିବେ।

ବିଜେତାଙ୍କୁ ସମ୍ମାନ ଜଣାଇବା କଂଗ୍ରେସର ସଂସ୍କାର। କିନ୍ତୁ ସେ କିଭଳି ନିର୍ବାଚନ ଜିତିଛନ୍ତି ତାହା ଉପରେ ନିର୍ବାଚନ କମିଶନ, ସରକାର ଏବଂ ପ୍ରତିପକ୍ଷ ଦଳଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଅଛି। ସେମାନେ କିଭଳି ନିର୍ବାଚନ ଜିତିଲେ ଆମେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଶ୍ଚୟ ପ୍ରକାଶ କରିବୁ। ଠିକ୍ ନିର୍ବାଚନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅବ୍ୟାହତି ଦେଇ ଉତ୍ତରାଞ୍ଚଳ ଆଇଜି ସରକାରୀ ଦଳର ଚାଟୁକାର ଭାବେ ଜଣାଶୁଣା ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା। କରିତକର୍ମା ପୋଲିସ ଅଧିକାରୀ ହିମାଂଶୁ ଲାଲ ସିଧାସଳଖ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ। ଯାହା ବିଜୟୀ ପ୍ରାର୍ଥୀଙ୍କ ହିମାଂଶୁ ଲାଲଙ୍କୁ ମୁଣ୍ଡିଆ ମାରିବା ସୂଚାଇ ଦେଉଛି ପୋଲିସ ବଳ ଦ୍ଵାରା ନିର୍ବାଚନ ଜିତାଯାଇଛି।

ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ସମସ୍ତ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି । କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନିର୍ବାଚନକୁ ପ୍ରଭାବିତ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

BhaktaDas Odisha Congress ନୂଆପଡା ଉପନିର୍ବାଚନ ଭକ୍ତ ଦାସ ହିମାଂଶୁଲାଲ
Share. Facebook Twitter LinkedIn Email WhatsApp Copy Link

Related Posts

କୃମି ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

February 16, 2026

ସାରା ବିଶ୍ୱରେ ହ୍ରାସ ପାଉଛି ଏହି ଧର୍ମର ଜନସଂଖ୍ୟା: ହିନ୍ଦୁମାନଙ୍କର ସ୍ଥିତି କ’ଣ?

February 16, 2026

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026
Latest News

କୃମି ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

February 16, 2026

ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ‌ଙ୍କୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 16, 2026

ସାରା ବିଶ୍ୱରେ ହ୍ରାସ ପାଉଛି ଏହି ଧର୍ମର ଜନସଂଖ୍ୟା: ହିନ୍ଦୁମାନଙ୍କର ସ୍ଥିତି କ’ଣ?

February 16, 2026

କିଛି ଘଣ୍ଟା ପରେ ଇସ୍ତଫା ପ୍ରତ୍ୟାହାର କଲେ ଆସାମ କଂଗ୍ରେସର ପୂର୍ବତନ ସଭାପତି: କାହିଁକି ବଦଳାଇଲେ ନିଷ୍ପତ୍ତି?

February 16, 2026

ଆସନ୍ତାକାଲି ବିଧାନସଭା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.