Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ବିଶେଷ ଖବର

Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

November 19, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
Collector & SP Conference
Collector & SP Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Collectors & SPs Conference: ଆପଣମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ ଓ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଅବସରରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଗତକାଲି ଠାରୁ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଆରମ୍ଭ ହୋଇଥିଲା । ଆଜି ଏହା ଉଦ୍‌ଯାପନ ହୋଇଛି ।

ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ହେଲା-

  1. ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ କରିବା ଏବଂ ଆବଶ୍ୟକ ସ୍ଥଳେ Investigation and Prosecution wing ସ୍ଥାପନ କରିବାକୁ ବିଚାର କରିବା
  2. ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
  3. ଆରକ୍ଷୀ ଅଧୀକ୍ଷକମାନଙ୍କ ଦ୍ୱାରା ନିୟମିତ ଥାନା ଗସ୍ତ
  4. ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବରେ କାମ କରିବା
  5. ଦୁର୍ନିତୀ ବିରୁଦ୍ଧରେ ଜିରୋ ଟଲେରେନ୍ସ ଏବଂ ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା
  6. କୌଣସି ନିରୀହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା
  7. ଥାନସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୀନିୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ
  8. ଅପରାଧୀଙ୍କ ଜ୍ଞାନ କୌଶଳ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୋଲିସ ଅଧିକାରୀମାନେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବା

ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀରେ ସନ୍ତୋଷବ୍ୟକ୍ତ କରି କହିଥିଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଆମ ସରକାର ଆସିବା ପରଠାରୁ ରାଜ୍ୟ ପୋଲିସର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ବଳରେ ସମସ୍ତ ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରାଧ ଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ଓଡ଼ିଶା ପୋଲିସ ରାଜ୍ୟ ପାଇଁ ସୁନାମ ଆଣିଛି । ପୋଲିସ ବ୍ୟବସ୍ଥାର ସୁଦୃଢୀକରଣ, ଆଧୁନିକୀକରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୋଲିସର ମୁଖ୍ୟକାର୍ଯ୍ୟ ହେବା ଆବଶ୍ୟକ।

ସେ ପୁଣି କହିଥିଲେ ଯେ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ପୁଞ୍ଜୀନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ । ଛୋଟ ଛୋଟ ସମସ୍ୟା ଯୋଗୁଁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା, ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ନଜର ରଖି ନିୟମିତ ଚେକିଙ୍ଗ୍ ଓ ପାଟ୍ରୋଲିଙ୍ଗ କରିବା, ଦ୍ରୁତ ଗତି ଗାଡି ଚାଳନା ଓ ମଦ୍ୟପାନ କରି ଗାଡ଼ିଚାଳନା ଉପରେ ଫୋକସ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟ ପୋଲିସରେ ବ୍ୟାପକ ଆଧୁନିକୀକରଣ କରାଯାଇଛି । ପୋଲିସ ପ୍ରଶାସନରେ ମାନବସମ୍ୱଳ ବୃଦ୍ଧି, ଆବଶ୍ୟକ ଉପକରଣ ଓ ସଂସ୍ଥାଗତ ସୁଦୃଢୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି, ଯାହା ଫଳରେ ରାଜ୍ୟରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୋଲିସ ସଫଳତାର ସହ କାମ କରୁଛି ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥଲେ ଯେ, ଓଡ଼ିଶା ପୋଲିସକୁ ସୁଦୃଢ଼ କରିବା ପାଇଁ ଗୃହବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯାହା ବି ପ୍ରସ୍ତାବ ଦିଆଯାଉଛି ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ ମଞ୍ଜୁର କରୁଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଓ ସରକାରଙ୍କ ଆଖି ଓ କାନ । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ସବୁବେଳେ ରହିବା ଦରକାର ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ନିଜ ସ୍ୱାଗତ ଭାଷଣରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ଅପରାଧ ନିୟନ୍ତ୍ରଣ ଓ ତଥ୍ୟ-ପ୍ରଯୁକ୍ତି ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସମ୍ମିଳିତ ପ୍ରୟାସ, ତଥ୍ୟ ଆଦାନ-ପ୍ରଦାନ ଓ ଗ୍ରାଉଣ୍ଡ-ଲେଭେଲ ମନିଟରିଂ ଆଗାମୀ ଦିନରେ ଆଇନ-ଶୃଙ୍ଖଳାକୁ ଅଧିକ ସୁନିଶ୍ଚିତ କରିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Collector & SP Conference: Collectors & SPs Conference Mohan Majhi ଏସପି ସମ୍ମିଳନୀ ଜିଲ୍ଲାପାଳ ସମ୍ମିଳନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ

November 19, 2025

କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଶକ୍ତିକରଣ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

November 19, 2025

ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖିଥିଲେ: ପ୍ରଧାନମନ୍ତ୍ରୀ

November 19, 2025

PM Kisan Nidhi: ୨୧ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରୁ ମୁଖ୍ୟମନ୍ତ୍ରୀ ସାମିଲ

November 19, 2025
Latest News

Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

November 19, 2025

All India Railways Bridge Championship: ଦକ୍ଷିଣ ପୂର୍ବ  ଏବଂ ପୂର୍ବ ରେଳପଥ ଶ୍ରେଷ୍ଠ ଦଳ

November 19, 2025

NITI Aayog & CFA Institute: ଅର୍ଥନୀତି ପ୍ରଶାସନକୁ ସୁଦୃଢ କରିବା ପାଇଁ କଲେ ବୁଝାମଣା

November 19, 2025

ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ

November 19, 2025

2030 ସୁଦ୍ଧା ରାଉରକେଲା ଇସ୍ପାତ କାରଖାନାର କ୍ଷମତା ଦ୍ୱିଗୁଣିତ କରିବା ପାଇଁ ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.