Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ
ଜାତୀୟ ଖବର

ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

November 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିରେ ପୁଣି କମ୍ପନ
ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଆଜି ପୁଣି ଥରେ ବିଜେଡିକୁ ଏକ ଧକ୍କା। କାରଣ ହେଲା ଆଜି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ସେ ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ବୋଲି କହିଛନ୍ତି। ବିଜେଡି ତାଙ୍କୁ ବରିଷ୍ଠ ନାଗରିକ ସେଲର ଉପସଭାପତି ରାଙ୍କର ପଦବୀ ଦେଇଥିଲା। ହେଲେ ଏହି ପଦବୀ କଣ ବୋଲି ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରି ନାହିଁ ସେଥିପାଇଁଏହି ପଦବୀରୁ ଇସ୍ତଫା ଦେଲି ବୋଲି ଦେବାଶିଷ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷ କହିଛନ୍ତି ଯେ, ସେ ବିଜେଡିରେ ରହିବେ। ଏହି ଦଳ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ହେଉଥିବ ସେ ପର୍ଯ୍ୟନ୍ତ ସେ ବିଜେଡିରେ ରହିବେ। ତେବେ ତାଙ୍କର ଅସନ୍ତୋଷ ନେଇ ସେ କହିଛନ୍ତି ଯେ, ମୋତେ ଏକ ପଦବୀ ଦିଆଗଲା ଯାହା ଉପସଭାପତି ରାଙ୍କ, ଅର୍ଥାତ ମୁଁ ଉପସଭାପତି ନୁହେଁ। ତେଣୁ ଏହି ପଦପଦବୀ କଣ ମୁଁ ଏ ପର୍ଯ୍ୟନ୍ତ ବୁଝିପାରିଲି ନାହିଁ।

ସେ କହିଛନ୍ତି ଯେ, ଦଳ ବର୍ତ୍ତମାନ ଯେପରି ପରିଚାଳିତ ହେଉଛି ମୋତେ କାହିଁକି ଭଲ ଲାଗୁ ନାହିଁ। ନୂଆପଡା ଉପନିର୍ବାଚନର ବିଫଳତା ପରେ ଦଳ ଏ ନେଇ ଗୁରୁତର ସହ ଚିନ୍ତା କରିବାର ଆବଶ୍ୟକତା ଥିଲା। ଦଳକୁ ପୁନଃଗଠନ କରିବାର ଆବଶ୍ୟକତା ଥିଲା। ହେଲେ ତାହା କରାଗଲା ନାହିଁ। ସେଠାରେ ଯାହାକୁ ପ୍ରାର୍ଥୀ କରାଗଲା ତାହା କିଏ ନିଷ୍ପତି କଲା ବୁଝିହେଉ ନାହିଁ। ହେଲେ ମୋର ଦୃଢ ଧାରଣା ଯେ, ଏହା କେବେ ନବୀନ ବାବୁଙ୍କ ନିଷ୍ପତି ହୋଇ ନ ଥିବ ବୋଲି ଦେବାଶିଷ କହିଛନ୍ତି।

ସେ ପୁଣି କହିଛନ୍ତି ଯେ, ଦଳର ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଛି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ ପ୍ରମୁଖ ଅଛନ୍ତି। ଏମାନେ ପୂର୍ବରୁ ଉପସଭାପତି ଥିଲେ। ହେଲେ ଦଳର ପୁନଃଗଠନ ପରେ ଏମାନଙ୍କୁ ଉପସଭାପତି ପଦବୀରୁ ହଟାଇ ଦିଆଗଲା। ସେମାନଙ୍କୁ ଉପସଭାପତି ରାଙ୍କର ଏକ ପଦବୀ ଦିଆଗଲା। ଏହାର ଅର୍ଥ ସେମାନେ ଉପସଭାପତି ନୁହଁନ୍ତି। ଏପରି ପଦପଦବୀ ଦେଇ ସେମାନଙ୍କୁ ଅପମାନିତ କରାଯାଉଛି ବୋଲି ଦେବାଶିଷ କହିଛନ୍ତି।

ଅନ୍ୟପକ୍ଷରେ ଦେବାଶିଷ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ପାଇଁ ନବୀନ ନିବାସକୁ ବାରମ୍ବାର ଚେଷ୍ଠା କରୁଥିଲେ ମଧ୍ୟ ତାଙ୍କୁ ଦେଖା କରାଇଦିଆଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୀର୍ଘ ମାସ ଧରି ମୁଁ ନବୀନବାବୁଙ୍କୁ ଦେଖା କରିବି ବୋଲି ବାରମ୍ବାର ଅନୁରୋଧ କଲି। ହେଲେ ତା ମଝିରେ କିଏ ରହି ମୋତେ ଦେଖା କରାଇଦେଲା ନାହିଁ ବୋଲି ଦେବାଶିଷ କହିଛନ୍ତି।

ଦେବାଶିଷ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ହେଲେ ସେ ବିଭିନ୍ନ ସମୟରେ ଦଳ ସଂପର୍କରେ ବିବୃତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ସେ ୱାକଫ ବିଲ ଭୋଟ ବେଲେ ଅନୁପସ୍ଥିତ ରହିବା ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ସ୍ପଷ୍ଟ ଜଣାପଡିଲା ଯେ, ବିଜେଡି ସହିତ ସାଂସଦ ଦେବାଶିଷଙ୍କ ଭଲ ପଟୁ ନାହିଁ। ତେବେ ଦେବାଶିଷଙ୍କର ଆଜିର ଏହି ପଦକ୍ଷେପ ପରେ ଦଳ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

debasis samantray ପଦରୁ ଇସ୍ତଫା ଦେଲେ ଦେବାଶିଷ ସାଂସଦ ଦେବାଶିଷ ସାମନ୍ତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025

Sri Ram Janmbhoomi: ରାମ ଜନ୍ମଭୂମି ମନ୍ଦିରରେ ଆଜି ଗେରୁଆ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ 

November 25, 2025

Mobile Customer: ମୋବାଇଲ ଗ୍ରାହକମାନଙ୍କୁ ସରକାର କଲେ ସଚେତନ, ବ୍ୟବହାର ନ କରିବାକୁ ପରାମର୍ଶ

November 25, 2025

ରାଜ୍ୟର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟ ରେ ଛାତ୍ର ଧର୍ମଘଟ ଆରମ୍ଭ, କଲେଜ ବନ୍ଦ 

November 25, 2025
Latest News

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025

ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

November 25, 2025

Sri Ram Janmbhoomi: ରାମ ଜନ୍ମଭୂମି ମନ୍ଦିରରେ ଆଜି ଗେରୁଆ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ 

November 25, 2025

Mobile Customer: ମୋବାଇଲ ଗ୍ରାହକମାନଙ୍କୁ ସରକାର କଲେ ସଚେତନ, ବ୍ୟବହାର ନ କରିବାକୁ ପରାମର୍ଶ

November 25, 2025

ରାଜ୍ୟର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟ ରେ ଛାତ୍ର ଧର୍ମଘଟ ଆରମ୍ଭ, କଲେଜ ବନ୍ଦ 

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.