PMO Name Changed: ରାଜଭବନ ନାମ ବଦଳି ଲୋକଭବନ ହେବା ପରେ ପୁଣି କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆନାମ ହେଲା ସେବାତୀର୍ଥ। ଏହା ପୁରୁଣା ନାମକୁ ପରିବର୍ତ୍ତନ କରି ଲୋକଙ୍କ ସେବା କାର୍ଯ୍ୟରେ ଏହି କାର୍ଯ୍ୟାଳୟ ନିୟୋଜିତ ହେଉଥିବାରୁ ଏପରି କରାଯାଇଛି।
ଗତକାଲି ସେହିପରି ରାଜଭବନ ର ନାମ କରଣକୁ ପରିବର୍ତ୍ତନ କରି ଲୋକଭବନ କରାଯାଇଛି। ଏହା ପୁରୁଣା ରାଜରାଜୁଡା ସମୟରୁ ନାମ ପ୍ରଚଳିତ ଥିଲା। ସେଥିପାଇଁ ଏହାର ନାମ କରଣ ଏପରି ପରିବର୍ତ୍ତନ କରାଯାଇଛି।


