Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ
ବିଶେଷ ଖବର

Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

December 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Byanjana Dwadashi
Byanjana Dwadashi: ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

Byanjana Dwadashi: ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିକୁ କୁହାଯାଏ ବ୍ୟଞ୍ଜନ ଦ୍ଵାଦଶୀ। ହିନ୍ଦୁ ଶାସ୍ତ୍ରରେ ଏହି ଦିନର ସ୍ବତନ୍ତ୍ର ମହିମା ରହିଥିବା ବେଳେ ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ। ଏହି ଦିନ ଠାକୁରଙ୍କୁ ସର୍ବାଧିକ ଭୋଗ ବଢାଯାଇ ପୂଜା କରାଯାଇଥାଏ। ଏହିପରି ଭାବେ ପୁରୀର ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କୁ ୮୭୫ ପ୍ରକାରର ଭୋଗରେ ପୂଜା କରାଯାଇଛି। ଗତକାଲି ବ୍ୟଞ୍ଜନ ଦ୍ବାଦଶୀ ଉପଲକ୍ଷେ ଆଶ୍ରମରେ ବିଭିନ୍ନ ପ୍ରକାରର ପିଠା ମିଠା, ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଆଦି ସୁସ୍ୱାଦୁ ଭୋଗ ପୂଜା କରାଯାଇଛି।

ପୁରୀରେ ଅବସ୍ଥିତ ଗୌଡିୟ ସମ୍ପ୍ରଦାୟର ଗୌର ବିହାର ଆଶ୍ରମରେ ମଙ୍ଗଳବାର ଦିନ ମାର୍ଗଶୀର ଶୁକ୍ଲ ଦ୍ଵାଦଶୀର ପବିତ୍ର ତିଥିରେ କୃଷ୍ଣ  ସମର୍ପିତ ନାନାଦି ବ୍ୟଞ୍ଜନ କୁ ସେବନ କରିବାକୁ ଭିଡ ଲାଗିଥିଲା । ପୂର୍ବଦିନ ଠାରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ମହିଳା ପ୍ରସାଦ ପ୍ରସ୍ତୁତିରେ ସାମିଲ ହୋଇଥିଲେ। ପ୍ରତ୍ୟେକ ବର୍ଷ ଏହି ଦିନ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ଥର ମଧ୍ୟ 875 ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ ପ୍ରଭୃ। ଏହାପରେ ସ୍ୱତନ୍ତ୍ର ଖଲିପତ୍ରରେ ବ୍ୟଞ୍ଜନ ସବୁକୁ ଭକ୍ତମାନଙ୍କୁ ପରସା ଯାଇଥିଲା।  ଭକ୍ତମାନେ ଏତେପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ ।

ପୁରାଣରେ ଅଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା । ନଖାଇ ନପିଇ ପୁଅର ସ୍ବାସ୍ଥ୍ୟ ଏମିତି ହୋଇଥିବା ଅନୁମାନ କରିଥିଲେ ମା। ତେଣୁ ସେଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ। ଯଶୋମତି ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥି ।

ସେହିପରି ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ  ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା, ଯାହାକୁ ଦିବ୍ୟ ଚକ୍ଷୁରେ ଦେଖି ପାରିଥିଲେ ରାଧାରାଣୀ ଓ ପରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ। ତେଣୁ ଏଭଳି ଏକ ସ୍ମୃତିକୁ ଆଜି ବି ଅନେକ ଗୌଡିୟ ସମ୍ପ୍ରଦାୟ ଅନୁଗମନ କରି ଆସିଛନ୍ତି ଓ ପୁରୀ ଗୌରବିହାର ଆଶ୍ରମ ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ।

Byanjana Dwadashi ବ୍ୟଞ୍ଜନ ଦ୍ଵାଦଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026
Latest News

ରୋହିତ ଶେଟ୍ଟୀଙ୍କ ଘରେ ଗୁଳି ଚଳାଇବା ମାମଲା: ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କଲା ମୁମ୍ବାଇ ପୋଲିସ

February 16, 2026

“ଆରଏସଏସ ହେଉଛି ଶୈତାନ, ବିଜେପି ଏହାର ଛାଇ…”: ସଂଘ ଉପରେ ବର୍ଷିଲେ କଂଗ୍ରେସ ନେତା

February 16, 2026

ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଶାହିଦ ଆଫ୍ରିଦି କ୍ଷୁବ୍ଧ: ଜ୍ୱାଇଁ ଶାହିନଙ୍କୁ କଲେ ଭର୍ତ୍ସନା

February 16, 2026

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.