Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା
ବିଶେଷ ଖବର

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନଦୀ ଗର୍ଭରୁ ମିଳିଲା
ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

ଭୁବନେଶ୍ବର: ଗତକାଲି କଟକ ଜଗତପୁରରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଯୁବକଙ୍କୁ ଆଜି ସକାଳେ ଠାବ କରାଯାଇଛି। ତାଙ୍କ ନାମ ହେଲା ଉଦିତ ନାରାୟଣ ସାହୁ, ଘର ଭୁବନେଶ୍ବର ଲିଙ୍ଗିପୁର ଏବଂ ତାଙ୍କର ବୟସ 22 ବର୍ଷ ହେବ। ଗତକାଲି ଅପରାହ୍ନରେ ତାଙ୍କର ଇଭି ଗାଡି ବିରୂପା ନଦୀ ଗର୍ଭକୁ ଖସିପଡିଥିଲା। ଫଳରେ କାରଟି ପାଣି ଭିତରେ ବହୁ ଦୂରକୁ ଭାସି ଯାଇଥିଲା। ସେହି କାରରେ ଥିବା ତାଙ୍କର ସାଙ୍ଗ ସେହି ଲିଙ୍ଗିପୁରର ଅଂଶୁମାନ ପଣ୍ଡାଙ୍କୁ ସ୍ଥାନୀୟ ଲୋକମାନେ ନଦୀରୁ ଉଦ୍ଧାର କରିଥିଲେ। ଅଂଶୁମାନଙ୍କ ଅବସ୍ଥା ଗୁରୁତର ରହିଛି. ତାଙ୍କୁ କଟକ ଏସସିବିରେ ଚିକିତ୍ସିତ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଉଦିତ ଏବଂ ତାଙ୍କର ଆଉ ଚାରିଜଣ ସାଙ୍ଗ କଟକ ଚାଉଳିଆଗଂଜ ରେ ଏକ ରେଷ୍ଟୁରାଣ୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେମାନେ ସେଥିରେ ଯୋଗଦେବା ପରେ ସଂଧ୍ୟା 6 ଟାରେ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ। ସେଠାରେ ତିନିଜଣ ସାଙ୍ଗ ଓହ୍ଲାଇ ପଡିଥିବା ବେଳେ ଉଦିତ ଏବଂ ଅଂଶୁମାନ ନାରାୟଣବିହାର ଯାଇଥିଲେ। ସେଠାରୁ ପୁଣି ତାଙ୍କ ସାଙ୍ଗଙ୍କ ପାଖକୁ ଆସିବା ବେଳେ କାରଟି ଭାରସାମ୍ୟ ହରାଇ ନଦୀ ଭିତରକୁ ପଶି ଯାଇଥିଲା।

ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ କାରଟି ହଠାତ ନଦୀ ଭିତରେ ଭାସିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ନଦୀରେ ଭାସୁଥିବା ଅଂଶୁମାନଙ୍କୁ ଲୋକେ ଉଦ୍ଧାର କରିଥିଲେଷ ହେଲେ କାରଟିର କୈଣସି ପତ୍ତା ମିଳି ନ ଥିଲା କି ଉଦିତ କେଉଁଠି ତାହା ଜଣାପଡି ନ ଥିଲା। ଏହାପରେ ଅଗ୍ନିଶମ, ଓଡ୍ରାଫ ଟିମ ଏବଂ ସ୍କୁବା ଡ୍ରାଇଭର ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ମଧ୍ୟ ବହୁ ସମୟ ଧରି କାରଟି ପତ୍ତା ପାଇ ନ ଥିଲେ।

ରାତି ପ୍ରାୟ 10 ଟା ବେଳେ କାରର ପତ୍ତା ମିଳିଥିଲା ଏବଂ ଦଉଡିରେ ବାନ୍ଧି କାରକୁ କୂଳକୁ ଅଣାଯାଇଥିଲା। ହେଲେ କାର ଭିତରେ ଉଦିତ ନ ଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୁଣି ସମସ୍ତେ ଖୋଜାଖୋଜି କରିଥିଲେ ମଧ୍ୟ ଉଦିତର କୌଣସି ପତ୍ତା ମିଳି ନ ଥିଲା। ଆଜି ଉଦିତର ମରଶରୀର ଉଦ୍ଧାର କରାଯାଇଥିଲା। ଏହା ଘଟଣା ପରେ ଲିଙ୍ଗିପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଂଶୁମାନ ପଣ୍ଡା ଉଦିତ ନାରାୟଣ ସାହୁ ଉଦିତ ସାହୁ କାର ଦୁର୍ଘଟଣା ନଦୀ ଗର୍ଭରୁ ମିଳିଲା ନଦୀରେ ପଶିଲା କାର ବିରୂପା ନବୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

ନାରୀ ଅଦାଲତରେ ନ୍ୟାୟସଖୀ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ: ଆଇନ ମନ୍ତ୍ରୀ

January 18, 2026

ସୁମିତ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ: ୪୮ ଘଣ୍ଟା ଦୌଡ଼ି ଅତିକ୍ରମ କରିଥିଲେ ୨୦୨ କିମି ଦୂରତା

January 18, 2026

୨୦୨୭ ରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସମୀକ୍ଷା ବୈଠକ

January 18, 2026
Latest News

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.