Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା
ବିଶେଷ ଖବର

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନଦୀ ଗର୍ଭରୁ ମିଳିଲା
ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

ଭୁବନେଶ୍ବର: ଗତକାଲି କଟକ ଜଗତପୁରରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଯୁବକଙ୍କୁ ଆଜି ସକାଳେ ଠାବ କରାଯାଇଛି। ତାଙ୍କ ନାମ ହେଲା ଉଦିତ ନାରାୟଣ ସାହୁ, ଘର ଭୁବନେଶ୍ବର ଲିଙ୍ଗିପୁର ଏବଂ ତାଙ୍କର ବୟସ 22 ବର୍ଷ ହେବ। ଗତକାଲି ଅପରାହ୍ନରେ ତାଙ୍କର ଇଭି ଗାଡି ବିରୂପା ନଦୀ ଗର୍ଭକୁ ଖସିପଡିଥିଲା। ଫଳରେ କାରଟି ପାଣି ଭିତରେ ବହୁ ଦୂରକୁ ଭାସି ଯାଇଥିଲା। ସେହି କାରରେ ଥିବା ତାଙ୍କର ସାଙ୍ଗ ସେହି ଲିଙ୍ଗିପୁରର ଅଂଶୁମାନ ପଣ୍ଡାଙ୍କୁ ସ୍ଥାନୀୟ ଲୋକମାନେ ନଦୀରୁ ଉଦ୍ଧାର କରିଥିଲେ। ଅଂଶୁମାନଙ୍କ ଅବସ୍ଥା ଗୁରୁତର ରହିଛି. ତାଙ୍କୁ କଟକ ଏସସିବିରେ ଚିକିତ୍ସିତ କରାଯାଉଛି।

ଘଟଣାରୁ ଜଣାପଡିଛି ଯେ, ଉଦିତ ଏବଂ ତାଙ୍କର ଆଉ ଚାରିଜଣ ସାଙ୍ଗ କଟକ ଚାଉଳିଆଗଂଜ ରେ ଏକ ରେଷ୍ଟୁରାଣ୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ସେମାନେ ସେଥିରେ ଯୋଗଦେବା ପରେ ସଂଧ୍ୟା 6 ଟାରେ ଜଗତପୁର ବିରୂପା ନଦୀକୂଳରେ ପହଞ୍ଚିଥିଲେ। ସେଠାରେ ତିନିଜଣ ସାଙ୍ଗ ଓହ୍ଲାଇ ପଡିଥିବା ବେଳେ ଉଦିତ ଏବଂ ଅଂଶୁମାନ ନାରାୟଣବିହାର ଯାଇଥିଲେ। ସେଠାରୁ ପୁଣି ତାଙ୍କ ସାଙ୍ଗଙ୍କ ପାଖକୁ ଆସିବା ବେଳେ କାରଟି ଭାରସାମ୍ୟ ହରାଇ ନଦୀ ଭିତରକୁ ପଶି ଯାଇଥିଲା।

ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ କାରଟି ହଠାତ ନଦୀ ଭିତରେ ଭାସିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ନଦୀରେ ଭାସୁଥିବା ଅଂଶୁମାନଙ୍କୁ ଲୋକେ ଉଦ୍ଧାର କରିଥିଲେଷ ହେଲେ କାରଟିର କୈଣସି ପତ୍ତା ମିଳି ନ ଥିଲା କି ଉଦିତ କେଉଁଠି ତାହା ଜଣାପଡି ନ ଥିଲା। ଏହାପରେ ଅଗ୍ନିଶମ, ଓଡ୍ରାଫ ଟିମ ଏବଂ ସ୍କୁବା ଡ୍ରାଇଭର ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ମଧ୍ୟ ବହୁ ସମୟ ଧରି କାରଟି ପତ୍ତା ପାଇ ନ ଥିଲେ।

ରାତି ପ୍ରାୟ 10 ଟା ବେଳେ କାରର ପତ୍ତା ମିଳିଥିଲା ଏବଂ ଦଉଡିରେ ବାନ୍ଧି କାରକୁ କୂଳକୁ ଅଣାଯାଇଥିଲା। ହେଲେ କାର ଭିତରେ ଉଦିତ ନ ଥିବାର ଦେଖିବାକୁ ମିଳିଥିଲା। ଏହାପରେ ପୁଣି ସମସ୍ତେ ଖୋଜାଖୋଜି କରିଥିଲେ ମଧ୍ୟ ଉଦିତର କୌଣସି ପତ୍ତା ମିଳି ନ ଥିଲା। ଆଜି ଉଦିତର ମରଶରୀର ଉଦ୍ଧାର କରାଯାଇଥିଲା। ଏହା ଘଟଣା ପରେ ଲିଙ୍ଗିପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଂଶୁମାନ ପଣ୍ଡା ଉଦିତ ନାରାୟଣ ସାହୁ ଉଦିତ ସାହୁ କାର ଦୁର୍ଘଟଣା ନଦୀ ଗର୍ଭରୁ ମିଳିଲା ନଦୀରେ ପଶିଲା କାର ବିରୂପା ନବୀ
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026
Latest News

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.