Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅପରାଜିତାଙ୍କ ହେଡମାଷ୍ଟରାଣୀ ଅବତାର ; କାହାକୁ ଛାଟ, କାହାକୁ ଡ଼ର!
ବିଶେଷ ଖବର

ଅପରାଜିତାଙ୍କ ହେଡମାଷ୍ଟରାଣୀ ଅବତାର ; କାହାକୁ ଛାଟ, କାହାକୁ ଡ଼ର!

December 20, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

 

-ବାରମ୍ବାର ଆମେ ହାରିଯାଉଛୁ, ଏଟା ଲଜ୍ଜା ଲାଗୁନି।

-ଦଳ ପାଇଁ ଯଦି କାମ କରୁନାହାନ୍ତି, ତାହେଲେ ଆପଣ ଦଳ ଛାଡି ଚାଲିଯାଆନ୍ତୁ ।

– ମୁଁ ଅନୁରୋଧ କରିବି ଯେଉଁମାନେ ୟାଙ୍କ କି ତାଙ୍କ ସାଙ୍ଗରେ ଅଛନ୍ତି, ସେମାନେ ପାର୍ଟି ଛାଡି ଦିଅନ୍ତୁ।

– ମୁଁ ବିଜେପି ଭିତରେ କୌଣସି ଗ୍ରୁପ ର ଲୋକ ନୁହେଁ।

ବିଜେପି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲାବେଳେ, ନିକଟରେ ଯୋଗଦେଇଥିବା ପୂର୍ବତନ ଆଇଏଏସସ ଅଧିକାରୀ ଅପରାଜିତା ଷଡଙ୍ଗୀ ଏମିତି କିଛି ବକ୍ତବ୍ୟ ରଖିଛନ୍ତି। ତାଙ୍କ ବକ୍ତବ୍ୟ ପଛରେ ଦଳକୁ ନିଜ ନିୟନ୍ତ୍ରଣରେ ରଖିବାର ଏକ ଆତ୍ମବିଶ୍ଵାସ ଦୃଶ୍ୟମାନ ହେଉଛି। ଦଳର ସଭାପତି କିମ୍ବା କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ କର୍ମକର୍ତ୍ତାଙ୍କ ଆଗରେ ଏତିକି ସାହସ କରି କହିବାର ଉଦାହରଣ ବିଜେପିରେ ମିଳିବ ନାହିଁ। ଦଳ ଛାଡି କି ଚାଲିଯାଅ ବୋଲି କୌଣସି ରାଜନୈତିକ ନେତା କେବେହେଲେ କୌଣସି ପରିସ୍ଥିତିରେ ମଧ୍ୟ କହନ୍ତି ନାହିଁ। ଭାରତୀୟ ରାଜନୀତିରେ ନେତା ଓ କର୍ମୀମାନେ ପରସ୍ପରକୁ ଟେକାଟେକି ହୋଇ ଚଳନ୍ତି। ପାନରୁ ଚୂନ ଖସିଗଲେ ସେଠି ଅସୁବିଧା। ଏମିତି ଅବସ୍ଥାରେ ଶ୍ରୀମତୀ ଷଡଙ୍ଗୀ ଯେତେବେଳେ ନାଲି ଆଖି ଦେଖାଇ କର୍ମକର୍ତ୍ତାଙ୍କୁ ଅନୁଶାସନର ପାଠ ପଢାଉଛନ୍ତି, ସେଠି ଆମେ ଭାବିବାକୁ ବାଧ୍ୟ ଯେ ତାଙ୍କ ମୁଣ୍ଡ ଉପରେ ଦଳର ସର୍ବୋଚ୍ଚ ନେତାଙ୍କ ଆଶୀର୍ବାଦ ରହିଛି। ଏକଥା ସେ ନିଜ ଭାଷଣରେ ପରୋକ୍ଷରେ କହିସାରିଛନ୍ତି। ସେ ମୋଦୀଙ୍କ ପାଇଁ ହିଁ ବିଜେପିକୁ ଆସିଛନ୍ତି ଓ ତାଙ୍କର କୌଣସି ଗ୍ରୁପ ନାହିଁ ବୋଲି କହିବାର ଅର୍ଥ କଣ ଏୟା ଯେ, ତାଙ୍କୁ ଦଳର ମଙ୍ଗ ସମ୍ଭାଳିବାକୁ ସବୁଜ ସଙ୍କେତ ମିଳିଯାଇଛି?

ଗତକାଲି ଆମେ ଏ ପ୍ରସଙ୍ଗରେ ଆଲୋଚନା କରିଛୁ। ସଂଘ ସରଚାଳକ ମୋହନ ଭାଗବତଙ୍କ ସହ ସାକ୍ଷାତକାର ପରେ ଶ୍ରୀମତୀ ଷଡଙ୍ଗୀଙ୍କ ଆତ୍ମା ବିଶ୍ଵାସ ବୋଧେ ବଢିଯାଇଛି! ସଂଘ ଭିତରେ ମହିଳାଙ୍କ ପ୍ରବେଶ ଆଜି ମଧ୍ୟ ନିଷିଦ୍ଧ, ତା ସତ୍ତ୍ୱେ ବି ଜଣେ ଉଚ୍ଚ ଶିକ୍ଷିତା ମହିଳା ସଂଘ ର ଶରଣାପନ୍ନ ହେବା ଆଶ୍ଚର୍ୟର କଥା। ତେବେ କ୍ଷମତା ଅଭିଳାଷ ଯୋଗୁଁ ଆମ ରାଜନୀତିରେ ବହୁ ଲୋକ ଅନୈତିକ ବୁଝାମଣା କରିଥାନ୍ତି। ତେଣୁ ସଂଘ ବିଚାର ସହ ଶ୍ରୀମତୀ ଷଡଙ୍ଗୀଙ୍କର କେତେ ସଂପୃକ୍ତି ରହିଛି, ସେକଥା ସ୍ପଷ୍ଟ ଜଣାପଡୁନଥିଲେ ମଧ୍ୟ, ସଂଘ ଯେ ତାଙ୍କୁ ଓଡିଶା ବିଜେପିର ବିକଳ୍ପ ନେତୃତ୍ୱ ବୋଲି ଗ୍ରହଣ କରୁଛି, ସେକଥା କ୍ରମଶଃ ସ୍ପଷ୍ଟ ହୋଇଯାଉଛି।

ମୋହନ ଭାଗବତ ଓଡିଶା ବିଜେପିର ଜଣେ ତୁଙ୍ଗ ନେତା ତଥା ପୁରୁଣା ସଂଘ ପ୍ରଚାରକଙ୍କୁ ଭେଟିବା ପାଇଁ ସମୟ ଦେଇ ନଥିବା ବେଳେ ଅପରାଜିତାଙ୍କୁ ବେଶ ଗୁରୁତ୍ଵ ଦେଇ ଦେଖା କରିବା, ରାଜ୍ୟ ବିଜେପି ଭିତରେ ଚାପା ଅସନ୍ତୋଷ ସୃଷ୍ଟି କରିଛି। ଦଳ ଭିତରେ ପୁରୁଖା କର୍ମୀମାନେ ଏହାକୁ ନେଇ ବଡ ଦ୍ଵିଧାରେ ଅଛନ୍ତି। ମାତ୍ର ଦୁଇ ସପ୍ତାହତଳେ ବିଜେପିରେ ଯୋଗଦାନ କରି ଜଣେ ନେତ୍ରୀ ବରିଷ୍ଠ ନେତା ମାନଙ୍କୁ ଏପ୍ରକାର ବ୍ୟବହାର ପ୍ରଦର୍ଶନ କରିବା ଉଚିତ ହେଲା ନାହିଁ ବୋଲି ବହୁ ପୁରୁଖା ବିଜେପି ନେତା କହୁଛନ୍ତି। ହେଲେ ଖୋଲାଖୋଲି କହିବାକୁ କାହାର ସାହସ କୁଳାଉ ନାହିଁ।

୨୦୧୯ ନିର୍ବାଚନରେ ଅପରାଜିତା ବିଜେପିର ସେନାପତି ହେବେ ନା ସୈନିକ ହୋଇ ଲଢିବେ, ସେକଥା ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ, ଦଳ ଭିତରେ ସେ ଯେ ଅନ୍ୟ ରାଜ୍ୟ ନେତାଙ୍କ ତୁଳନାରେ ସେ ଅଧିକ ପ୍ରଭାବଶାଳୀ, ଏକଥା ଏବେ ପ୍ରମାଣିତ ହୋଇସାରିଛି। ଅପରାଜିତାଙ୍କୁ ନେଇ ରାଜ୍ୟ ଗଣମାଧ୍ୟମର ଆଗ୍ରହ ମଧ୍ୟ ଢେର ଅଧିକ। ଏହା ଅନେକାଂଶରେ ଅନ୍ୟତମ ମୁଖ୍ୟମନ୍ତ୍ରୀ ଆଶାୟୀ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ବିଚଳିତ କରୁଛି। ତେଣୁ ଦଳ ଭିତରେ ଅପରାଜିତାଙ୍କୁ ଏବେ ସମାଲୋଚନା କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅପରାଜିତାଙ୍କ ଉପସ୍ଥିତି ଓଡିଶା ବିଜେପିରେ ବାକି ସବୁ ନେତାଙ୍କୁ ବାମନ କରିଦେଇଛି।

ତେବେ ଅପରାଜିତାଙ୍କ ଆଜିର ଭିଡିଓ ଭାଇରାଲ ହେବାପରେ ଜଣେ ସଙ୍ଘକର୍ମୀ କହିଥିଲେ, ଆମେ ଓଡିଶାରେ ଆଉଜଣେ ବସୁନ୍ଧରା ରାଜେ ସିନ୍ଧିଆ ତିଆରି କରିବାକୁ ଯାଉନାହୁଁ। ତାଙ୍କ ଇସାରା ଅତ୍ୟନ୍ତ ସ୍ପଷ୍ଟ। ଅପରାଜିତାଙ୍କ କଥା କହିବାରେ ଶୈଳୀରେ ଆଇଏଏସ ଠାଣିଟି ଯାଇନାହିଁ। ଗୋଟେ ଦକ୍ଷିଣପନ୍ଥୀ ରକ୍ଷଣଶୀଳ ଦଳରେ ଜଣେ ସ୍ଵାଧୀନଚେତା ପୂର୍ବତନ ପ୍ରଶାସିକା, କେତେଦୂର ମୁଣ୍ଡ ନୂଆଇ ଚାଲିପାରିବେ, ସେ କୋଟିଏ ଟଙ୍କାର ପ୍ରଶ୍ନ। ତେବେ ମାତ୍ର ଗୋଟିଏ ନିର୍ବାଚନରେ ତାଙ୍କୁ ମୁଖା ଭାବରେ ବ୍ୟବହାର କରି, ସଠିକ ସମୟରେ ତାଙ୍କୁ କୋଣଠେସା  କରିହେବ ବୋଲି କେହି କେହି କହୁଛନ୍ତି।

ଗୋଟେ ସମୟରେ ଅପରାଜିତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଥିବାବେଳେ ଯେଉଁ ବିଜେପି ନେତାମାନେ ଉଲ୍ଲସିତ ହେଉଥିଲେ, ଏବେ ସେମାନଙ୍କ ମୁହଁ ଶୁଖିଯାଉଛି। ମାତ୍ର କେଇ ସପ୍ତାହ ଭିତରେ ସବୁ ବରିଷ୍ଠ ଓ ପୁରୁଖା ନେତା ଏବେ ଅପରାଜିତାଙ୍କ ଆଗରେ ଫିକା ଲାଗୁଛନ୍ତି। ବାସ୍ତବରେ ତାହାହିଁ ଅପରାଜିତାଙ୍କ ପାଇଁ ସବୁଠୁ ବଡ ସମସ୍ୟା।

Share. Facebook Twitter LinkedIn Email WhatsApp Copy Link

Related Posts

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଆସାମରେ ୬୯୫୦ କୋଟିର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପର ଭୂମିପୂଜା କଲେ ପ୍ରଧାନମନ୍ତ୍ରୀ

January 19, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026
Latest News

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026

ଗାଜାରେ ‘ଶାନ୍ତି ଦୁତ’ ହେବ ଭାରତ!: ମୋଦିଙ୍କୁ ଶାନ୍ତି ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କଲେ ଟ୍ରମ୍ପ

January 19, 2026

ଶ୍ରୀ ସତ୍ୟ ସାଇ ସେବା ସଂଗଠନର ୫୦ତମ ରାଜ୍ୟ ସମ୍ମିଳନୀ ଓ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.