ଭୁବନେଶ୍ଵର: ନୂଆ ବର୍ଷ ପୂର୍ବରୁ ଓଡିଶାବାସୀଙ୍କ ପାଇଁ ଏକ ବଡ ଖବର ଆସିଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ଵ ସମ୍ଭାଳିବେ। ସେ ଓଡିଶା ଇତିହାସର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ। ବର୍ତ୍ତମାନର ମୂଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟ କାଳ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ତେଣୁ ନୂଆ ବର୍ଷରେ ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ଵ ନେବେ।
ଅନୁ ଗର୍ଗ ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍। ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ ରୁ ଶିକ୍ଷା ଲାଭ କରିଛନ୍ତି।
ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଥିବା ବେଳେ ତାଙ୍କ ଅଧିନରେ ଜଳ ସମ୍ପଦ, ଯୋଜନା ଓ ସମନ୍ଵୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ ରହିଛି।


