ଭୁବନେଶ୍ବର: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ 67 ବର୍ଷ ବୟସରେ ପରଲୋକ ଘଟିଛି। ସେ ଆଜି ସକାଳେ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସଞ୍ଚିତା 2004 ରୁ 2009 ପର୍ଯ୍ୟନ୍ତ କୋରେଇରୁ ବିଜେପି ବିଧାୟିକା ଥିଲେ। ଏହାପରେ ସେ 2009 ମସିହାରେ ପୁଣିଥରେ ସେହି କୋରେଇରୁ ଲଢିଥିଲେ। ହେଲେ ସେ ବହୁ ଭୋଟରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ସେହି ସମୟରେ ପ୍ରୀତିରଂଜନ ଘଡାଇ ନିର୍ବାଚିତ ହୋଇ କୋରେଇ ଅକ୍ତିୟାର କରିଥିଲେ। ସେ ପୁଣି 2014 ମସିହାରେ ସେହି କୋରେଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ମଧ୍ୟ ହାରି ଯାଇଥିଲେ। ବିଜେଡିରୁ ଆକାଶଦାସ ନାୟକ ନିର୍ବାଚିତ ହୋଇଥିଲେ।


