Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବିଶେଷ ଖବର

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଗୋନାସିକା କେନ୍ଦୁଝର ମହୋତ୍ସବ
ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: ଆଜିଠୁ କେନ୍ଦୁଝରଠାରେ ଗୋନାସିକା-କେନ୍ଦୁଝର ମହୋତ୍ସବ ଆରମ୍ଭ ହୋଇଛି। ସଂନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଓଡ଼ିଶାକୁ ସମୃଦ୍ଧ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ୧୦ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ ସୁଦ୍ଧା ଓଡିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶବିଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ ଅଭିଭାଷଣରେ ସେ କହିଛନ୍ତି ଯେ, ଆଜି ଓଡିଶାର ନୂତନ ନିର୍ମାଣର ଯଜ୍ଞ ଆରମ୍ଭ ହୋଇଛି। ଏଥିପାଇଁ ଆମ ସରକାର ରେକର୍ଡ ୬୫ ହଜାର କୋଟି ଟଙ୍କାରୁ ବି ଅଧିକ ବ୍ୟବସ୍ଥା କରାଯାଇଛି। ଆଜି ଓଡିଶାର ପ୍ରତ୍ୟେକ ଜିଲ୍ଲାକୁ ରେଳ ସଂଯୋଗ, ଉତ୍ତମ ରାସ୍ତା ସଂଯୋଗ ପାଇଁ କାର୍ଯ୍ୟ ଚାଲୁଅଛି। ଆମ ସରକାର ୨୦୨୭ ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମକୁ ସବୁଦିନିଆ ରାସ୍ତା, ସବୁ ଗାଁକୁ ବିଜୁଳି ଏବଂ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ‘ମିଶନ ପାୱାର ର ଗଠନ କରିଛନ୍ତି।

୨୦୩୬ ସୁଦ୍ଧା ଓଡିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶବିଶେଷ ହେବ। ଏଥିପାଇଁ ଆମେ ରାଜ୍ୟରେ ଏକ ନୂତନ ଶିଳ୍ପ ବିପ୍ଲବ ଆରମ୍ଭ କରିଦେଇଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାସନ କ୍ଷମତାକୁ ଆସିବାର ମାତ୍ର ସାତ ମାସ ମଧ୍ୟରେ ଆମ ରାଜ୍ୟ ବିଭିନ୍ନ ପ୍ରକଳ୍ପ ପାଇଁ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିଲା, ଉତ୍କର୍ଷ ଓଡିଶା ମାଧ୍ୟମରେ ଯାହା ଫଳରେ ୧୩ ଲକ୍ଷରୁ ଅଧିକ ରୋଜଗାର ସୃଜନ ହେବ। ଉତ୍କର୍ଷ ଓଡିଶାର ମାତ୍ର ୧୧ ମାସ ମଧ୍ୟରେ ଆଜି ରାଜ୍ୟରେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇ ସାରିଛି ଏବଂ ଆଗାମୀ ଦିନରେ ଏଥିରୁ ଦେଢ ଲକ୍ଷ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ସମୃଦ୍ଧ ଓଡ଼ିଶାର ଉଦାହରଣ ଦେଇସେ କହିଥିଲେ ଯେ, ଏହାର ନିଚ୍ଛକ ପ୍ରମାଣ ହେଉଛି କେନ୍ଦୁଝର ଠାରେ ପ୍ରତିଷ୍ଠିତ ହେବାକୁ ଥିବା ମେଗାଷ୍ଟିଲ ପ୍ଲାଣ୍ଟ । ଏହାର ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ଖୁବ୍ ଶୀଘ୍ର ଏହାର ଶିଳାନ୍ୟାସ ହେବ । ରାଉରକେଲା, ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି ।

କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶ କରାଯାଉଛି । ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବାକି କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି । ସେଗୁଡ଼ିକ ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ। ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବ ନାହିଁ, ଏହା ସାରା ଓଡ଼ିଶା ପାଇଁ ହେବ ଏକ ବାସ୍ତବତା ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀ ଦେଶର ଶାସନ ଦାୟିତ୍ଵ ଗ୍ରହଣ କରିବା ପରେ ଦେଶରେ ସାଂସ୍କୃତିକ ରାଷ୍ଟ୍ରବାଦର ଏକ ନୂତନ ସ୍ୱରୂପ ସୃଷ୍ଟି ହୋଇଛି। ପୂର୍ବରୁ ଭାରତୀୟ ସଂସ୍କୃତି, ପରମ୍ପରାକୁ ସର୍ବସାଧାରଣରେ ଗର୍ବର ସହିତ ପରିପ୍ରକାଶ କରିବା ଏକ ପ୍ରକାର କୁଣ୍ଠାଭାବ ସହିତ ଦେଖାଯାଉଥିଲା। କିନ୍ତୁ, ଆଜି ସମଗ୍ର ଦେଶବାସୀ ଗର୍ବର ସହିତ କହୁଛନ୍ତି, ଯେ ସେମାନେ ହେଉଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାର ଅଂଶବିଶେଷ।

ସେ କହିଥିଲେ, ଆମ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନକୁ ସମୃଦ୍ଧ କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ମହୋତ୍ସବ ଏକ ପ୍ରଶଂସନୀୟ ଉଦ୍ୟମ । ପ୍ରତି ବର୍ଷ ଏହି ମହୋତ୍ସବ ମାଧ୍ୟମରେ ପୂର୍ବସୂରୀଙ୍କ ସ୍ମୃତିଚାରଣ ସହିତ ଆଗାମୀ ପିଢିଙ୍କୁ ସଂସ୍କୃତିମନସ୍କ ହେବା ପାଇଁ ପ୍ରୋତ୍ସାହନ ମଧ୍ୟ ମିଳେ। କେନ୍ଦୁଝରର ସଂସ୍କୃତି ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଠ ମଞ୍ଚ ଭାବେ ସାବ୍ୟସ୍ତ ହୋଇଛି। ଲୋକଙ୍କ ସହିତ ମିଶିବାର ଏକ ପ୍ରକୃଷ୍ଟ ମାଧ୍ୟମ ଓ ଲୋକଙ୍କ ଗହଣରେ କିଛି ମୂହୁର୍ତ୍ତ ବିତେଇବା ପାଇଁ ଏହି ମଞ୍ଚ ସୁଯୋଗ ଦେଇଥାଏ। ଆମ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ହେଉଛି ‘ବିବିଧତା ଭିତରେ ଏକତା’।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ଆମ ସରକାର ଆସିବା ଦିନରୁ ହିଁ ଓଡିଆ ଅସ୍ମିତାକୁ ପ୍ରଥମିକତା ଦେଇ ଆସିଛି। ସରକାରୀ କାର୍ଯ୍ୟ ସବୁ , ଲୋକେ ବୁଝୁଥିବା ଭାଷାରେ ହେବା ଉଚିତ୍। ଓଡ଼ିଶାର ଅଧିକାଂଶ ଲୋକ କେବଳ ଓଡ଼ିଆ ଭାଷାକୁ ହିଁ ବୁଝନ୍ତି ଓ ସେଥିରେ କଥାବାର୍ତ୍ତା ହୁଅନ୍ତି। ତେଣୁ ବ୍ୟକ୍ତିଗତ ଓ ସାମୁହିକ ସମସ୍ତ ସୂଚନା ଓଡ଼ିଆ ଭାଷାରେ ହେବା ବିଧେୟ। ଆଜି ସଚିବାଳୟରେ ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ହେଉଛି।

ଯେତେବେଳେ ବି ଓଡିଆ ସଂସ୍କୃତି ଓ ପରମ୍ପରାର କଥା ଆଲୋଚନା ହେବ, ଆଦିବାସୀ ସଂସ୍କୃତି ଓ ପରମ୍ପରା ବିନା ତାହା ଅସମ୍ପୂର୍ଣ୍ଣ ହୋଇ ରହିବ। କାରଣ, ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ରାଜ୍ୟରେ ୬୨ ବର୍ଗର ଜନଜାତି ବସବାସ କରନ୍ତି। ସମସ୍ତଙ୍କର ନିଜର ପରମ୍ପରା ଅଛି, ଐତିହ ଅଛି, ଲୋକକଳା ଅଛି। ଏହି ସବୁ ଜନଜାତି ଲୋକକଳାରେ ଓଡିଶାର ସଂସ୍କୃତି ଋଦ୍ଧିମନ୍ତ। ଆଜି ସେମନଙ୍କ ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ଲୋକେ ଝୁମିବେ ଏବଂ ଜୀବନର ସବୁ ଅବଶାଦ ଭୁଲି ନିଜ ସଂସ୍କୃତି ଓ ସଭ୍ୟତାକୁ ପୁନର୍ବାର ଚରଣ କରିବେ। ଏହା ହିଁ ହେଉଛି, ଆଜିର କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଶ୍ରୀ ଅନନ୍ତ ଚରଣ ନାୟକ, ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ବିଧାୟକ ଡକ୍ଟର ଫକୀର ମୋହନ ନାୟକ, ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ଡିଆଇଜି ଶ୍ରୀ ବ୍ରିଜେସ ରାଏ, ଏସପି ଶ୍ରୀ ନୀତିନ କୁଶଲକର ଉପସ୍ଥିତ ଥିଲେ l

Mohan Majhi ଗୋନାସିକା କେନ୍ଦୁଝର ମହୋତ୍ସବ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ମମତା ସରକାରଙ୍କୁ ବଡ଼ ଝଟକା: ED ଅଧିକାରୀଙ୍କ ବିରୁଦ୍ଧରେ FIR ଉପରେ ରୋକ ​​ଲଗାଇଲେ ସୁପ୍ରିମକୋର୍ଟ

January 15, 2026
Latest News

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026

ଆଜି ଜାନୁୟାରୀ 16 ତାରିଖ ଶୁକ୍ରବାରରେ ଏହି ରାଶିର ଭାଗ୍ୟଚକ୍ର ରହିଛି ସମୃଦ୍ଧ

January 16, 2026

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.