Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ
ବିଶେଷ ଖବର

ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

December 30, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ନିଯୁକ୍ତି ମେଳା-୨୦୨୫
ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

ଓଡିଶା ନିଯୁକ୍ତି ମେଳା-୨୦୨୫: ଆମର ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟ ଗଠନର ସଂକଳ୍ପକୁ ସାକାର କରିବାରେ ଏହି ନିଯୁକ୍ତି ମେଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆମ ସରକାର ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ କ୍ରମାଗତ ଭାବେ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ୧୪ତମ ନିଯୁକ୍ତିମେଳା କାର୍ଯ୍ୟକ୍ରମ ଅବସରରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି ।

ଆଜି ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ନିଯୁକ୍ତି ମେଳା ଅବସରରେ ୧୧ଟି ବିଭାଗର ସମୁଦାୟ ୧୫43 ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୮୧ଜଣ ଶାରୀରିକ କ୍ରୀଡା ପ୍ରଶିକ୍ଷକ, ୭୪ଜଣ ସ୍ନାତକୋତ୍ତର ଶିକ୍ଷକ, କୃଷି ଓ କୃଷି ସଶକ୍ତିକରଣ ବିଭାଗର ୭୭ ଜଣ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଏବଂ ୩୧୫ ଜଣ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୮୬ ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀ ଏବଂ ୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ, ଅର୍ଥ ବିଭାଗର ୬୫ ଜଣ ଓଡିଶା ଟିକସ ଓ ହିସାବ ସେବା ଅଧିକାରୀ ଏବଂ ୫୬ ଜଣ ଓଡିଶା ଅର୍ଥସେବା ଅଧିକାରୀ ନିଯୁକ୍ତି ପାଇଲେ।

ସେହିପରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୦୫ ଜଣ ଓଡିଶା ଶ୍ରମସେବା ଅଧିକାରୀ ଏବଂ ଜଣେ ପରିସଂଖ୍ୟାନ ସହାୟକ, ସମବାୟ ବିଭାଗର ୧୨ ଜଣ ଓଡିଶା ସମବାୟ ସେବା ଅଧିକାରୀ ଏବଂ ୩ ଜଣ ଓଡିଶା ସମବାୟ ସମୀକ୍ଷା ସେବା ଅଧିକାରୀ, ପର୍ଯ୍ୟଟନ ବିଭାଗର ୧୮ ଜଣ ଓଡିଶା ପର୍ଯ୍ୟଟନ ସେବା ଅଧିକାରୀ, ଗୃହ ବିଭାଗର ୬ ଜଣ ଓଡିଶା ପୋଲିସ ସେବା ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୫ ଜଣ ମାର୍କେଟ ଇଣ୍ଟେଲିଜେନ୍‍ସ ଅଫିସର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଜଣେ ଓଡିଶା କର୍ମ ନିୟୋଜନ ସେବା ଅଧିକାରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ୮ଜଣ ସହକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପତ୍ର ପାଇଛନ୍ତି।

ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ କଠିନ ପରିଶ୍ରମ, ଘାତ ପ୍ରତିଘାତ ଦେଇ ଏଠାରେ ପହଞ୍ଚିଛନ୍ତି। ଏହି ନିଯୁକ୍ତି ପତ୍ର ହେଇଛି ଆପଣଙ୍କ ବିଶ୍ୱାସ ଓ ସଫଳତାର ପ୍ରତୀକ। ସେ ଆହୁରି କହିଥିଲେ ଆମ ସରକାର ଆସିବାର ମାତ୍ର ୧୮ ମାସ ହୋଇଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ସରକାରୀ ସ୍ତରରେ ଆମେ ୩୯,୪୫୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ।

ସେ ପୁଣି କହିଥିଲେ ଆଜି ଠାରୁ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଆପଣଙ୍କ କର୍ମମୟ ଜୀବନର ମୂଳ ଲକ୍ଷ୍ୟ ହେବ। ଏଥିପାଇଁ ଆପଣମାନେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱବୋଧତା ଓ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେବେ। ନିଜେ ଦୁର୍ନୀତିମୁକ୍ତ ରହିବା ସହିତ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବା ପାଇଁ ସବୁବେଳେ ପ୍ରତିବଦ୍ଧ ରହି ରାଜ୍ୟବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରିବେ। ଜନସାଧାରଣଙ୍କ ପ୍ରତି ଆପଣଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱକୁ କେବେହେଲେ ଭୁଲିବେ ନାହିଁ। ନିଷ୍ଠା ଓ ସହାନଭୂତି ମନୋଭାବ ନେଇ ଜନସେବା ଜାରି ରଖିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାଲକାନଗିରି ଜିଲ୍ଲାର ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାସଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ୨୦୩୬ ସୁଦ୍ଧା ଓଡିଶାରୁ ଅତି କମ୍ ରେ ୧୦ଜଣ ଅଲମ୍ପିଆଡ୍ ସୃଷ୍ଟି କରିବା ପାଇଁ ନବନିଯୁକ୍ତ କ୍ରୀଡା ପ୍ରଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ।

ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଥିଲେ ଯେ, ୨୦୩୬ ପାଇଁ ଆପଣମାନେ ସ୍ୱପ୍ନ ଠାରୁ ସଂକଳ୍ପ ବଡ ରଖନ୍ତୁ। ନବ ନିଯୁକ୍ତଙ୍କ ଜରିଆରେ ରାଜ୍ୟବାସୀ ନୂଆ ଧରଣର ସେବା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ କହିଥିଲେ ଯେ, ଆଜି ଠାରୁ ଆପଣଙ୍କ ପରୀକ୍ଷକ ହେବେ ସାଧାରଣ ଜନତା। ସାଧାରଣ ଜନତାଙ୍କ ସ୍ୱୀକୃତି ଅନ୍ୟ ସମସ୍ତ ସାର୍ଟିଫିକେଟ୍ ଠାରୁ ବହୁ ଉର୍ଦ୍ଧ୍ୱରେ ବୋଲି ସେ ନବନିଯୁକ୍ତଙ୍କୁ ପ୍ରେରଣା ଦେଇଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନବ ନିଯୁକ୍ତଙ୍କୁ ସତ୍ୟ, ନିଷ୍ଠା ଓ କର୍ତ୍ତବ୍ୟପରାଣୟତାର ସହ ଦାୟିତ୍ୱ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଅତିଥିମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।

ନବ ନିଯୁକ୍ତଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ଧ୍ରୁପଦ କୁମାର ବେହେରା, କଟକ ଜିଲ୍ଲାର ଭାଗ୍ୟଶ୍ରୀ ସ୍ୱାଇଁ, ଯାଜପୁର ଜିଲ୍ଲାର ଦେବମୃତ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ମନିଷା ନାୟକ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପଦ୍ଧତି ଯୋଗୁ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍.ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Mohan Majhi ଓଡିଶା ନିଯୁକ୍ତି ମେଳା-୨୦୨୫ ନିଯୁକ୍ତି ମେଳା-୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.