Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 
ବିଶେଷ ଖବର

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Makar Sankranti
Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

Makar Sankranti: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଇବାର ପୁରୁଣା ଲୋକପରମ୍ପରା, ଆନନ୍ଦ ଓ ଉତ୍ସବର ମାହୋଲକୁ ନୂଆ ପିଢ଼ି ସହ ଯୋଡ଼ିବା ଉଦ୍ଦେଶ୍ୟରେ ଓରମାସ ଓ ସୁଭଦ୍ରା ଶକ୍ତି ପକ୍ଷରୁ ‘ଶିଶିର ସରସ-୨୦୨୬’ ମେଳା ପରିସରରେ ବୁଧବାର ଏକ ବିଶେଷ ‘କାଇଟ୍‌ ଶୋ’ର ଆୟୋଜନ କରାଯିବ।

ଏହି ‘କାଇଟ୍‌ ଶୋ’ ସନ୍ଧ୍ୟା ୪ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ, ଯେଉଁଠାରେ ପାରମ୍ପରିକ ଓ ଆଧୁନିକ ଡିଜାଇନର ବିଭିନ୍ନ ପ୍ରକାର ଗୁଡ଼ିରେ ଆକାଶ ରଙ୍ଗୀନ ହେବ। ଏହା ସହ ପଶୁପକ୍ଷୀ ଆକୃତିର ବେଲୁନ୍‌ ଗୁଡ଼ି ବିଶେଷକରି ପିଲାମାନଙ୍କ ମନ ମୋହିବ। ଚଳିତ ବର୍ଷ ସମସ୍ତ ପରିଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କୌଣସି ମାଞ୍ଜା ବ୍ୟବହାର କରାଯିବ ନାହିଁ, ଯାହା ମେଳାକୁ ଏକ ସୁରକ୍ଷିତ ଉତ୍ସବର ରୂପ ଦେବ।

ଏହା ସହ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଗୁଡ଼ି ତିଆରି କଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏକ ବିଶେଷ କର୍ମଶାଳା ମଧ୍ୟ ଆୟୋଜିତ ହେବ, ଯେଉଁଠାରେ ଶିଶୁ ଓ ଯୁବପିଢ଼ି ପାରମ୍ପରିକ ଓ ସୃଜନାତ୍ମକ ଗୁଡ଼ି ତିଆରିର ପ୍ରାୟୋଗିକ ଜ୍ଞାନ ଅର୍ଜନ କରି, ନିଜେ ତିଆରି କରିଥିବା ଗୁଡ଼ି ଉଡ଼ାଇ ମକର ପର୍ବର ଆନନ୍ଦ ଉଠାଇବେ। ଏମାନଙ୍କ ମଧ୍ୟରୁ ଦକ୍ଷ ଗୁଡ଼ି ଉଡାଳିଙ୍କୁ ନେଇ ଗୁରୁବାର ଦିନ ଏକ ପ୍ରତିଯୋଗିତା ଆୟୋଜିତ ହେବ।

ଓଡ଼ିଶା ସରକାର ସବୁ ସମୟରେ ରାଜ୍ୟର ସାଂସ୍କୃତିକ ପରମ୍ପରାର ସୁରକ୍ଷା ଓ ପ୍ରଚାର-ପ୍ରସାର ପାଇଁ ପ୍ରୟାସରତ ଥିବା ବେଳେ, ଓରମାସର ଏହି ଉଦ୍ୟମକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ସ୍ୱାଗତ କରିଛନ୍ତି। ରାଜଧାନୀବାସୀଙ୍କୁ ମେଳାରେ ଯୋଗଦେଇ ମକର ସଂକ୍ରାନ୍ତିକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିବାକୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ, ମେଳାରେ ଭିଡ଼ ଜମିଲେ ଗ୍ରାମୀଣ ଉତ୍ପାଦର ବିକ୍ରୟ ବୃଦ୍ଧି ପାଇବା ସହ ମକର ପର୍ବର ଖୁସି ଗାଁ-ଗାଁକୁ ପହଞ୍ଚିବ।

ଉଲ୍ଲେଖନୀୟ ଯେ, ‘ମିନି ଇଣ୍ଡିଆ ଫେୟାର’ ଭାବେ ପରିଚିତ ଏହି ମେଳାରେ କେବଳ ଓଡ଼ିଆ ସଂସ୍କୃତି ନୁହେଁ, ଦେଶର ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଆପଣାଇବାର ପ୍ରୟାସ କରାଯାଉଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଆସାମର ବିହୁ ଲୋକନୃତ୍ୟ ମେଳା ପରିସରରେ ପରିବେଷଣ ହେବ।

ଅପରପକ୍ଷେ, ମେଳା ପରିସରରେ ଫୁଡ୍‌ ଷ୍ଟଲ୍‌, ହସ୍ତଶିଳ୍ପ ଓ ହସ୍ତତନ୍ତ ଷ୍ଟଲ୍‌ଗୁଡ଼ିକରେ ଲୋକଗହଳି ସହ, ଲାଇଭ୍‌ କାଉଣ୍ଟର ପରିସରରେ ସମ୍ବଲପୁରୀ ଗହଣା, ଲାଖ ଚୁଡ଼ି ଓ ସବାଇ ଘାସରେ ପସନ୍ଦର ଜିନିଷ ତିଆରି କରିବା ପାଇଁ ଯୁବପିଢ଼ିଙ୍କ ଭିଡ଼ ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ, ମେଳାର ପ୍ରଥମ ତିନି ଦିନରେ ବିକ୍ରୟ ରାଶି ୩.୬ କୋଟି ଟଙ୍କା ପାର ହୋଇଥିବା ବେଳେ, ଆଗାମୀ ଦିନଗୁଡ଼ିକରେ ଏହା ଆହୁରି ବଢ଼ିବାର ଆଶା କରାଯାଉଛି।

Makar Sankranti କାଇଟ୍‌ ଶୋ ଗୁଡ଼ି ଉଡ଼ା ମକର ସଂକ୍ରାନ୍ତି ମିନି ଇଣ୍ଡିଆ ଫେୟାର ଶିଶିର ସରସ ସୁଭଦ୍ରା ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026
Latest News

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.