Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା
ବିଶେଷ ଖବର

ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା

February 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଉଦ୍‌ଘାଟିତ ହେଲା
ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ୧୭ଟି ଜିଲ୍ଲାର ୫୬ଟି ତହସିଲ୍‌ରେ ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହାଦ୍ବାରା ଆଜିଠାରୁ ରାଜ୍ୟର ସମସ୍ତ ୩୧୭ଟି ତହସିଲ୍‌ରେ ସବ୍‌-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲା। ଏଥିରେ କଟକ ତହସିଲ୍‌ ଅଧିନରେ ଏକ ଅତିରିକ୍ତ ସବ୍‌ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ମଧ୍ୟ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଜମିଜମା ସଂକ୍ରାନ୍ତୀୟ କାମ ପାଇଁ ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ପଡୁଥିଲା। ଏଥିପାଇଁ ଆମେ ସଂକଳ୍ପ ନେଇଥିଲୁ, ସରକାରଙ୍କ ପାଖକୁ ଲୋକେ ଆସିବେ ନାହିଁ, ସରକାର ଯିବେ ଲୋକଙ୍କ ପାଖକୁ। ତେଣୁ, ସମସ୍ତ ତହସିଲ୍‌ରେ ସବ୍‌-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରି ଆମେ ଏ କ୍ଷେତ୍ରରେ ଏକ ମାଇଲଷ୍ଟୋନ୍ ହାସଲ କରିଛୁ। ଉଭୟ ତହସିଲ୍ ଓ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଉତ୍ତମ ସମନ୍ବୟ ରଖି କାର୍ଯ୍ୟକରି ପାରିବେ ଏବଂ ରେଜିଷ୍ଟ୍ରେସନ ପରେ ମ୍ୟୁଟେସନ ପଟ୍ଟା ସହଜରେ ହେବା ସହିତ, ରେଜିଷ୍ଟ୍ରେସନ୍ କ୍ଷେତ୍ରରେ ପାରଦର୍ଶିତା ବଢିବ ଓ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ଆଉ ରହିବ ନାହିଁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜସ୍ବ ସେବା ପ୍ରଦାନ ପାଇଁ କାର୍ଯ୍ୟକ୍ଷମ ଥିବା WhatsApp Chatbot ରେ ଆଉ ୧୧ଟି ପ୍ରମୁଖ ରାଜସ୍ବ ସେବାକୁ ସାମିଲ୍ କରିଥିଲେ। ଏଣିକି ଜନସାଧାରଣ WhatsApp ନଂ-୯୪୩୭୨୯୨୦୦୦ ନମ୍ବର ଜରିଆରେ ମ୍ୟୁଟେସନ କେସ୍, କୃଷି ଜମି କିସମ ପରିବର୍ତ୍ତନ, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ଜନଜାତି ପ୍ରମାଣ ପତ୍ର, ଓବିସି ପ୍ରମାଣପତ୍ର, ଏସ୍‌ଇବିସି ପ୍ରମାଣପତ୍ର, ଲିଗାଲ୍‌ହେୟାର ପ୍ରମାଣପତ୍ର, ଇନ୍‌କମ୍‌ ଆଣ୍ଡ ଆସେଟ୍ ପ୍ରମାଣପତ୍ର, ଗାଡିଆନ୍‌ସିପ୍ ପ୍ରମାଣପତ୍ର ଭଳି ୧୧ଟି ଗୁରୁତ୍ବପୂର୍ଣ୍ଣ ସେବାକୁ ତହସିଲ୍ କାର୍ଯ୍ୟାଳୟକୁ ନଯାଇ WhatsApp ମାଧ୍ୟମରେ ଦରଖାସ୍ତ କରି WhatsApp ନମ୍ବରରେ ପାଇପାରିବେ।

ରାଜସ୍ବ ପ୍ରଶାସନ ସେବା କ୍ଷେତ୍ରରେ ସଂସ୍କାର ଆଣି ଏହାକୁ ସରଳ ଓ ବ୍ୟବସ୍ଥିତ କରିଥିବାରୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସମେତ ବିଭାଗକୁ ଧନ୍ୟବାଦ୍ ଦେଇ ଆଗାମୀ ଦିନରେ ଭାଗଚାଷୀ ମାନଙ୍କ ପାଇଁ ପ୍ରଚଳିତ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଗୁରୁତ୍ବ ଦେଇଥିଲେ। ଭାଗଚାଷୀଙ୍କ ଆଇନଗତ ଅଧିକାର ନଥିବାରୁ ସେମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଭାଗଚାଷୀ ଓ ଜମି ମାଲିକଙ୍କୁ ଆଇନଗତ ସୁରକ୍ଷା ଦିଆଯିବା ସହିତ ଯେପରି ଉଭୟଙ୍କ ସ୍ବାର୍ଥ ରକ୍ଷା ହେବ, ସେ ଦିଗରେ ଆଇନ୍ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ବ ବିଭାଗରେ ନିଆଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଆମ ସରକାର ଲୋକଙ୍କ ସରକାର। ନୀତିଗତ ଭାବେ ସମସ୍ତ ତହସିଲ୍‌ରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ ଥିଲା। ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟର ୧୩ଟି ଜିଲ୍ଲାର ୪୪ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲାଯାଇଥିଲା, ଆଜି ଅବଶିଷ୍ଟ ୧୭ଟି ଜିଲ୍ଲାର ୫୬ଟି ତହସିଲରେ ୫୭ଟି ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରାଗଲା।

ଏହାଦ୍ବାରା ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ କରିବାର ଅସୁବିଧା ଓ ଖର୍ଚ୍ଚାନ୍ତରୁ ମୁକ୍ତି ପାଇବେ, ଜମି ଓ ସମ୍ପତ୍ତି ସମ୍ପର୍କିତ ସମସ୍ତ ଦସ୍ତାବିଜ୍ ଶୀଘ୍ର ଓ ସମୟୋପଯୁକ୍ତ ଭାବେ ରେଜିଷ୍ଟ୍ରେସନ ହେବ ଏବଂ ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ମଧ୍ୟସ୍ଥଙ୍କ ହସ୍ତକ୍ଷେପ ହ୍ରାସ ପାଇବ। ଆଗାମୀ ଦିନରେ ସେବା ପାଇବାରେ ବିଳମ୍ବ ଘଟିଲେ, ଅଭିଯୋଗ ଗୁଡିକ ସିଧାସଳଖ WhatsApp ମାଧ୍ୟମରେ ପଠାଯିବାର ବ୍ୟବସ୍ଥା କରାଯାଉଛି।

ଆଭାସୀ ମାଧ୍ୟମରେ ଆୟୋଜନ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ବ୍ଲକ୍ ହେଡ୍ କ୍ବାଟରରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ସରକାରୀ ପଦାଧିକାରୀ ମାନେ ଯୋଗଦେଇଥିଲେ।

ଉନ୍ନୟନ କମିଶନର ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ଇନ୍‌ସପେକ୍ଟର ଜେନେରାଲ୍ ରେଜିଷ୍ଟ୍ରେସନ୍‌ ପି. ଅନ୍ବେଷା ରେଡୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Mohan Majhi ଆମ ସାଥୀ ମୋହନ ମାଝୀ ରାଜସ୍ବ ବିଭାଗ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍ ସୁରେଶ ପୂଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ

February 5, 2026

ଲାଇନଚ୍ୟୁତ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସର କୋଚ୍‌ଗୁଡ଼ିକ ପୁନଃସ୍ଥାପନ, ଟ୍ରେନ୍ ଚଳାଚଳ ସ୍ୱାଭାବିକ

February 5, 2026

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026
Latest News

ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା

February 5, 2026

ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ

February 5, 2026

ଲାଇନଚ୍ୟୁତ ଚେନ୍ନାଇ-ନିୟୁ ଜଲପାଈଗୁଡ଼ି ଏକ୍ସପ୍ରେସର କୋଚ୍‌ଗୁଡ଼ିକ ପୁନଃସ୍ଥାପନ, ଟ୍ରେନ୍ ଚଳାଚଳ ସ୍ୱାଭାବିକ

February 5, 2026

ପୂର୍ବତଟ ରେଳପଥ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷର

February 5, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍କଟ ନିରାକରଣ ଅଭିଯାନ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.