Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….
ବିଶେଷ ଖବର

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ରାଜ୍ୟ ମହିଳା ଆୟୋଗ
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ....

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ।

ଏହି ଅବସରରେ ପରିବାର କଲ୍ୟାଣ, ସ୍ୱାସ୍ଥ୍ୟ ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଓ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ, ଏବଂ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ (Passport to Women Empowerment),ଏବଂ ନୂତନ ୱେବସାଇଟ୍ ଉନ୍ମୋଚିତ ହୋଇଥିଲା। ଏହା ସହିତ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ହିଂସା, ଅପରାଧ ଏବଂ ଲିଙ୍ଗଗତ ବୈଷମ୍ୟକୁ ସମ୍ପୂର୍ଣ୍ଣ ରୂପେ ଦୂର କରି ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତୱାରୋପ କରିଥିଲେ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷ ମାନଙ୍କୁ ପ୍ରତିଷ୍ଠା ଦିବସ ଅବସରରେ ଫୁଲତୋଡ଼ା ବଦଳରେ ଫଳ ଚାଙ୍ଗୁଡ଼ି ବ୍ୟବହାର କରିବାର ଚିନ୍ତାଧାରାକୁ ଉପମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଏକ ସୃଜନଶୀଳ ପଦକ୍ଷେପ ବୋଲି କହିଥିଲେ।
ତୃଣମୂଳ ସ୍ତରରେ ଅପପୁଷ୍ଟି ବିରୋଧରେ ଲଢ଼େଇ କରିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ବଣ୍ଟନ କରିବାକୁ ସେ କରିଥିବା ଆହ୍ୱାନକୁ ମନେ ପକାଇଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ସଠିକ୍ ପୋଷଣ ଏକ ସାମୂହିକ ଦାୟିତ୍ୱ।

ଓଡ଼ିଶା ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକୁ ପ୍ରଶଂସା କରି ସେ ମହିଳାମାନଙ୍କୁ ନିଜ ଆଖିରୁ ଲୁହ ପୋଛି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ। ସେ ଆଶ୍ୱାସନା ଦେଇଥିଲେ ଯେ ରାଜ୍ୟ ସରକାର ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରାହେଉଛି ।

ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏକ ସୁସ୍ଥ ରାଷ୍ଟ୍ରର ଗଠନ ଏକ ସୁସ୍ଥ ରାଜ୍ୟରୁ ହିଁ ଆରମ୍ଭ ହୋଇଥାଏ ଏବଂ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ, ବିଶେଷ କରି ‘ଖୁସି’ ଯୋଜନା ଅଧୀନରେ କିଶୋରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ।ଏଥିସହ କୃମି ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯାଉଛି। ଏହି ଅବସରରେ ରାଜ୍ୟ ମହିଳା କମିଶନର ସଦସ୍ୟମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ର ରେ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ଥରରେ ଆମ ରାଜ୍ୟର ଛାତ୍ରୀ ମାନେ ଦକ୍ଷତା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବକ୍ତବ୍ୟ ରଖିଥିଲେ । ଏହା ସହ ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସରେ ସୁସ୍ଥ, ସୁରକ୍ଷିତ ଏବଂ ସଶକ୍ତ ସମାଜ ଗଠନରେ ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ ।

ସମାବେଶକୁ ସମ୍ବୋଧନ କରି ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସା ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ସମାଧାନରେ ଆୟୋଗର ଉଲ୍ଲେଖନୀୟ ସଫଳତା ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆୟୋଗ ଗୃହ ହିଂସା, ବିବାହ ସମ୍ବନ୍ଧୀୟ ବିବାଦ, ଯୌତୁକ ସମସ୍ୟା ଓ ଯୌତୁକ ଜନିତ ମୃତ୍ୟୁ , ଆତ୍ମହତ୍ୟା ଓ ବ୍ୟକ୍ତିଗତ ଓ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ଘଟଣା ସମ୍ପର୍କିତ ମାମଲାଗୁଡ଼ିକୁ ଏକ ସୁସଂଗଠିତ ଓ ନିୟମିତ ଅଭିଯୋଗ ନିରାକରଣ ପ୍ରଣାଳୀ ମାଧ୍ୟମରେ ସମାଧାନ କରୁଛି ବୋଲି ମତପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୪–୨୫ ଆର୍ଥିକ ବର୍ଷରେ, ଆୟୋଗ ନିକଟରେ ହୋଇଥିବା ଅଭିଯୋଗ ଦାଖଲ ମଧ୍ୟରୁ ୧,୮୭୯ଟି ମାମଲା ଶୁଣାଣି ମାଧ୍ୟମରେ ସମାଧାନ କରାଯାଇଥିଲା, ଯାହା ମହିଳାଙ୍କ ଅଧିକାର ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଆୟୋଗର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପୀଡ଼ିତାମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ସେମାନଙ୍କ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ କରିବା ପାଇଁ ଆୟୋଗ ଜିଲ୍ଲା ପ୍ରଶାସନର ସହାୟତାରେ ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜନ ହୋଇଛି।

୨୦୨୪–୨୫ ଆର୍ଥିକ ବର୍ଷରେ ଆୟୋଗ ବଲାଙ୍ଗୀର ଏବଂ ଗଜପତି ଜିଲ୍ଲାରେ ଦୁଇଟି ଜିଲ୍ଲା ସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜନ କରିଥିଲା, ଯେଉଁଠାରେ ପ୍ରତ୍ୟେକ ଜିଲ୍ଲାରେ ୭ଟି ଲେଖାଏଁ ମୋଟ ୧୪ଟି ମାମଲାର ସମାଧାନ କରାଯାଇଥିଲା। ଏହା ବ୍ୟତୀତ ମହିଳାମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଗ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ପ୍ରୟାସକୁ ଅଧିକ ମଜବୁତ କରିବା ପାଇଁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି।

ଏଥିରେ କର୍ମଜୀବୀ ମହିଳା, ଆଇସିଡିଏସ କର୍ମୀ, ଆଶା ଓ ଏଏନଏମ କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଆଇନଜୀବୀ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ନାଗରିକ ସମାଜର ପ୍ରତିନିଧି ଏବଂ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନଙ୍କୁ ସାମିଲ କରାଯାଇ ତୃଣମୂଳ ସ୍ତରରେ ସଚେତନତା ପ୍ରସାର କରାଯାଉଛି ।

୨୦୨୪–୨୫ ବର୍ଷରେ ଆୟୋଗ ୨୬ଟି ଜିଲ୍ଲାରେ ୮୫ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଆୟୋଗର ଅଧିକାରୀମାନେ ନିୟମିତ ଭାବେ ସୁଧାର ଗୃହ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିବା ସହ ମହିଳା ଅନ୍ତେବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରୁଛନ୍ତି।

ଆଜିର ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥି, ଶ୍ରୀମତୀ ଉର୍ମିଳା ମହାପାତ୍ର, ଶ୍ରୀମତୀ କଳ୍ପନା ମଲ୍ଲିକ, ଶ୍ରୀମତୀ ମୁକ୍ତା ସାହୁ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ କର୍ମୀ, ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ, ନାଗରିକ ସମାଜର ପ୍ରତିନିଧି, SHG ମହିଳା ଙ୍କ ସମେତ ଆଇନ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

Women Empowerment ଓଡିଶା ରାଜ୍ୟ ମହିଳା ଆୟୋଗ ପ୍ରଭାତୀ ପରିଡା ରାଜ୍ୟ ମହିଳା କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.