Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ
ବିଶେଷ ଖବର

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026No Comments5 Mins Read
Share Facebook Twitter LinkedIn Email WhatsApp Copy Link
୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ
୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

ଭୁବନେଶ୍ବର: ଆଜି ଏକ ଦିବସୀୟ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ। ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଛନ୍ତି ଶ୍ରୀ ଶାହ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ କଳା ଓ ସଂସ୍କୃତିର ମାଟି। ସେ ଏହା ମଧ୍ୟ କହିଛନ୍ତି, ଆମ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ନିକଟ ଅତୀତରେ କୃତ୍ରିମ ବୁଦ୍ଧିମତା ସମ୍ମିଳନୀର ଆୟୋଜନ କରାଯାଇଛି ଯେଉଁଥିରେ ବିଭିନ୍ନ ଦେଶର ନେତୃତ୍ୱ ନେଉଥିବା ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେଇଛନ୍ତି। ଆଗାମୀ ଦିନରେ ଆମ ଦେଶ ଭାରତକୁ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ମଧ୍ୟ ନୂତନ ସରକାର ଗଠନ ହେବା ପରେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି। ଧାନ ଚାଷୀମାନଙ୍କୁ ୩୧୦୦ ଟଙ୍କାର ଏମ୍ଏସପି ପ୍ରଦାନ କରିବା ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି। ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ପ୍ରତି ବର୍ଗର ପ୍ରତିଟି ବ୍ୟକ୍ତିଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି ବୋଲି ମତ ପ୍ରକାଶ କରିଛନ୍ତି ଶ୍ରୀ ଶାହ।

ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ନୂତନ ଫର୍ଦ୍ଦ। ଆଜି ଗୋଟିଏ ଦିନରେ ୩୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାସହିତ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଏହାମାଧ୍ୟମରେ ଓଡ଼ିଶାର ଚାଷୀ ସମୃଦ୍ଧ ହେବ, ଓଡ଼ିଶାର ଯୁବକ ସମୃଦ୍ଧ ହେବେ, ଓଡ଼ିଶାର ମା’ମାନେ ସମୃଦ୍ଧ ହେବେ ଏବଂ ସାରା ଓଡ଼ିଶା ସମୃଦ୍ଧ ହେବ ବୋଲି କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପୋଲିସକୁ ଶକ୍ତିଶାଳୀ, ପ୍ରଭାବଶାଳୀ ଏବଂ ବୃତ୍ତିଗତ କରିବାରେ ଶ୍ରୀ ଶାହଙ୍କ ଅବଦାନ ଅତୁଳନୀୟ। ଏହାଦ୍ବାରା ୨୦୨୫ ର ପ୍ରଥମ ଛଅ ମାସରେ, ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ହାର ୪୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୩ ରେ ମାତ୍ର ୬.୭ ପ୍ରତିଶତ ଥିଲା। ପୋଲିସ ସଂସ୍କାର ସହିତ, ‘ସହକାରୀତା ସେ ସମୃଦ୍ଧି’ ଆମ ସମୃଦ୍ଧ ଓଡ଼ିଶାର ଦୃଷ୍ଟିକୋଣ ସହିତ ମେଳ ଖାଉଛି। କାରଣ, ସମବାୟ ମାଧ୍ୟମରେ, ସମାଜର ପଛୁଆ ବର୍ଗର ଲୋକମାନେ ଆର୍ଥିକ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଯେତେବେଳେ ରାଜ୍ୟର କୋଟି କୋଟି ଲୋକ ଆର୍ଥିକ ଭାବରେ ସଶକ୍ତ ହେବେ, ସେତେବେଳେ ଓଡ଼ିଶା ସମୃଦ୍ଧ ହେବ ଏବଂ ଭାରତ ବିକଶିତ ହେବ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଦିଗ୍‌ଦର୍ଶନ ସହିତ, ଓଡ଼ିଶାରେ ପରିବର୍ତ୍ତନର ସ୍ୱପ୍ନ ଦେଖି ଆପଣମାନେ ଯେଉଁ ସରକାର ଗଠନ କରିଛନ୍ତି, ସେ ସ୍ୱପ୍ନ ନିଶ୍ଚୟ ସାର୍ଥକ ହେବ।

ସୂଚନାଯୋଗ୍ୟ, ଶ୍ବେତ କ୍ରାନ୍ତି ୨.o ଅନ୍ତର୍ଗତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି -୨୦୨୬ କାର୍ଯ୍ୟକାରିତାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ଏହି ନୂଆ ନୀତି କେନ୍ଦ୍ର ସରକାରଙ୍କ ଜାତୀୟ ନୀତିର ଦୃଷ୍ଟିକୋଣକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ‘ସହକାରୀତା ସେ ସମୃଦ୍ଧି’ର ଦୂରଦୃଷ୍ଟିକୁ ନେଇ ସମୃଦ୍ଧ ଓଡ଼ିଶା-୨୦୩୬ର ପରିକଳ୍ପନା ମଧ୍ୟ ଏଥିରେ ରହିଛି । ଏହାସହିତ ୧୫୬୬ ପାକ୍ସର କମନ୍‌ ସର୍ଭିସ୍ ସେଣ୍ଟର ଲୋକାର୍ପଣ ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ସ୍କୁଲ ଅଫ୍ ତ୍ରିଭୂବନ ସହକାରୀ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ୍ ସ୍ଥାପନ ପାଇଁ ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି ।

ବଡମ୍ୱା ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି । ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର ପାଇଁ ଇଣ୍ଡିଆନ୍ ପଟାସ୍ ଲିମିଟେଡ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି । ସମବାୟ କ୍ଷେତ୍ରରେ ଓଡ଼ିଶା ମିଲ୍‌କ ଫେଡେରେସନ୍ ବା ଓମ୍‌ଫେଡ୍‌ ହେଉଛି ଓଡ଼ିଶାର କାମଧେନୁ । ଦିନକୁ ୫ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ କରି ଚାଷୀଙ୍କୁ ରୋଜଗାର ଦେବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ମାସକୁ ୩୦ ଟନ୍ ସୁଦ୍ଧ ଘିଅ ଯୋଗାଇ ଦେଇ ଆମ ଆଧ୍ୟାତ୍ମିକ ଜୀବନଧାରାରେ ଶୁଦ୍ଧତାକୁ ବଜାୟ ରଖିବାରେ ସହାୟକ ହୋଇପାରିଛି । ଆଜି ଖୋର୍ଦ୍ଧା ଟାଙ୍ଗୀରେ ଏକ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍‌ଘାଟନ ମଧ୍ୟ କରାଯାଇଛି। ଏଥିରେ ଦିନକୁ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯାଇ ଲୋକଙ୍କ ପାଇଁ ଉପଲବ୍‌ଧ ହେବ।

ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାବେଶରେ ଯୋଗ ଦେବା ଅବସରରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଶାହ ପ୍ରଥମେ ନାଗରିକ କୈନ୍ଦ୍ରିକ ନୂତନ ନ୍ୟାୟ ସଂହିତାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି l ଓଡ଼ିଶା ପୋଲିସ ସହ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି, ଭୁବନେଶ୍ବର ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଆମ ପୋଲିସକୁ ଆଧୁନିକ ତାଲିମ ମଧ୍ୟ ପ୍ରଦାନ କରିବ । ଏଥିସହ ରାଜ୍ୟର ୨୦ ଜିଲ୍ଲାରେ ୨୦ ଟି ନୂତନ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଥାନାର ଲୋକାର୍ପଣ ଆଭାସୀ ମାଧ୍ୟମରେ କରିଛନ୍ତି । ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରିବା ପାଇଁ ୨୪ ଟି ନୂତନ ଥାନାର ଲୋକାର୍ପଣ ମଧ୍ୟ କରିଛନ୍ତି ।

ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଆଜି କଟକ ଜିଲ୍ଲା ମୁଣ୍ଡଳୀ ଠାରେ ଥିବା ସିଆଇଏସଏଫ୍ ର ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ ଏବଂ ପରେ ପରେ ପାରାଦ୍ବୀପଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଇଫକୋର ପାରାଦୀପ ପ୍ଲାଣ୍ଟରେ ସ୍ଥାପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ (ଏସଏପି-ଥ୍ରୀ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହା ସହିତ, କାର୍ଯ୍ୟକ୍ରମରେ ୧୪୧ଟି ପ୍ୟାକ୍ସ ପାଇଁ ଆବଶ୍ୟକତା-ଭିତ୍ତିକ ଭିତ୍ତିଭୂମିର ଆଭାସୀ ଉଦଘାଟନ, ସମବାୟ ନିବନ୍ଧକ (ଆରସିଏସ) ଅଫିସ୍ ପୋର୍ଟାଲ୍ ଆରମ୍ଭ, ନ୍ୟାସନାଲ୍ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍ ର ଡାଇରେକ୍ଟ-ଟୁ-କଞ୍ଜ୍ୟୁମର୍ (ଡିଟୁସି) ପୋର୍ଟାଲ୍ ଆରମ୍ଭ, ଏବଂ ନେସନାଲ୍ କୋଅପରେଟିଭ୍ ଏକ୍ସପୋର୍ଟ୍ସ ଲିମିଟେଡ୍ ଦ୍ୱାରା ବିକଶିତ ‘କୁପ୍ ମାର୍କ’ ଏବଂ ଏକ ଏଆଇ ଆଧାରିତ ବହୁଭାଷୀ ଡିଜିଟାଲ୍ ଶିକ୍ଷଣ ପ୍ଲାଟଫର୍ମ ‘ସାବିଦ୍ୟା’ର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓମଫେଡ୍‌ ସହ ଜଡିତ ପଦକ୍ଷେପଗୁଡ଼ିକ ମଧ୍ୟ ଶୁଭାରମ୍ଭ କରାଯାଇଛି । ଦୁଇଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତିକୁ ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ହିତାଧିକାରୀ ଚାଷୀ ମାନଙ୍କୁ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି ଏବଂ ଏକ ତାଲିମ ଓ ପ୍ରଦର୍ଶନ କେନ୍ଦ୍ରର ଉନ୍ନତିକରଣ ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ, ବିଭିନ୍ନ ବିଭାଗ ସହ ଜଡିତ ପ୍ରକଳ୍ପଗୁଡ଼ିକର ଏକ ଭିଡିଓଚିତ୍ର ଉପସ୍ଥାପନା କରାଯାଇଥିଲା ଏବଂ ୧୧୫୯.୦୩ କୋଟି ଟଙ୍କାର ମୋଟ ୬୯ଟି ପ୍ରକଳ୍ପର ଉଦଘାଟନ କରାଯାଇଛି। ସେହିପରି ୨୧୧୬.୦୬ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି ।

ଅମିତ ଶାହ ବଡମ୍ବା ଚିନିକଳ ଭିତ୍ତିପ୍ରସ୍ତର ସ୍ଥାପନ ଶୁଭ ଉଦଘାଟନ
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚରେ SRHକୁ ପରାସ୍ତ କରି ବିଜୟ ଅଭିଯାନ କଲା RCB

March 28, 2026

ବିନା ଲକ୍ଷଣରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଯକ୍ଷ୍ମା ରୋଗରେ ପୀଡ଼ିତ

March 28, 2026

ପାଣିନୀଙ୍କ ଠାରୁ ଏଆଇ ଷ୍ଟାକ୍ ପର୍ଯ୍ୟନ୍ତ: ଦିଲ୍ଲୀର ଏଆଇ ମଞ୍ଚରେ ଜାତୀୟ କ୍ଷମତାର ନୂତନ ପରିଭାଷା

March 28, 2026

ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

March 28, 2026

ରେଳବାଇରେ ଆପତ୍ତିଜନ ବିଜ୍ଞାପନ ପ୍ରଦର୍ଶନ ନିଷିଦ୍ଧ: ଅଶ୍ୱିନୀ ବୈଷ୍ଣବ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.