ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବାଲେଶ୍ବରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବିନ୍ଦ୍ର ଜେନା। ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡିଲି। ହେଲେ ଏହାପଛରେ ଉଦ୍ଦେଶ୍ୟ ଭିନ୍ନ ରହିଥିବାର ଜଣାପଡିଛି।
ବିଶେଷ ସୁତ୍ର ଅନୁସାରେ ରବିନ୍ଦ ଜେନା ବିଜେଡି ଛାଡି ଖୁବ ଶିଘ୍ର ବିଜେପିରେ ସାମିଲ ହେବେ। ଏ ନେଇ ଦିଲ୍ଲୀରେ ଉଚ୍ଚ ନେତୃତ୍ବ ସହିତ ଆଲୋଚନା କରିଥିବାର ଜଣାପଡିଛି। ଏକଦା ବିଜେଡିର ଜଣେ ବରିଷ୍ଠ ନେତା ଥିଲେ ରବିନ୍ଦ୍ର। ତାଙ୍କର ବାଲେଶ୍ବର ଜିଲ୍ଲାରେ ବେଶ ଦବଦବା ରହିଛି।ହେଲେ ଗତ ନିର୍ବାଚନ ପରେ ରବିନ୍ଦ୍ର ଦଳୀୟ କାର୍ଯ୍ୟରେ ଆଉ ସେମିତି ସକ୍ରିୟ ନ ଥିଲେ। ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ ସୁବାସିନୀ ଜେନା ବସ୍ତାର ବିଜେଡି ବିଧାୟିକା ଅଛନ୍ତି।


