Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା, ଏଣିକି ସେ ନିଜେ ଏବଂ ମନ୍ତ୍ରୀମାନେ ଫୋନ କରି ଲୋକଙ୍କ କଥା ବୁଝିବେ
ବିଶେଷ ଖବର

ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା, ଏଣିକି ସେ ନିଜେ ଏବଂ ମନ୍ତ୍ରୀମାନେ ଫୋନ କରି ଲୋକଙ୍କ କଥା ବୁଝିବେ

August 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆପଣଙ୍କ ସରକାର ଆପଣଙ୍କ ପାଖରେ ପହଁଚିବ। ଆପଣଙ୍କର ସମସ୍ୟା ସଂପର୍କରେ ଅଫିସରମାନେ ଫୋନ କରି ପଚାରିବେ। ରାଜ୍ୟରେ ଖୁବ୍ ଶିଘ୍ର ଆରମ୍ଭ ହେବ “ମୋ ସରକାର ଯୋଜନା”। ସ୍ବାଧିନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟ ପତାକା ଉତ୍ତୋଳନ ପରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଏ ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ଦ୍ବାରା ଏ ସରକାର ହୋଇଛି। ତେଣୁ ସେହି ଲେକଙ୍କ କଥା ବୁଝିବାକୁ ସରକାରଙ୍କ ପାଖକୁ ଆଉ ଲୋକେ ଆସିବେ ନାହିଁ। ସେମାନଙ୍କ କଥା ବୁଝିବାକୁ ଅଫିସରମାନେ ଫୋନ କରି ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଥାନାରୁ ଏହି ଯୋଜନା ଆରମ୍ଭ ହେବ। ପୋଲିସ ଅଧିକାରୀ ଲୋକଙ୍କୁ ଫୋନ କରି କେମିତି ଅଛନ୍ତି କିପରି ଅଛନ୍ତି ବୁଝିବେ। ଏହାପରେ ଅକ୍ଟୋବର 2 ଗାନ୍ଧୀ ଜୟନ୍ତରୁ ରାଜ୍ୟର ସମସ୍ତ ଡାକ୍ତରଖାନାକୁ ସଂପୃକ୍ତ କରାଯିବ। ଏହାପରେ ଗୋଟିଏ ପରେ ଗୋଟିଏ ବିଭାଗ ଲୋକଙ୍କୁ ଫୋନ କରି ସେମାନଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତା 2020 ମାର୍ଚ୍ଚ 5 ତାରିଖ ସୁଦ୍ଧା ସବୁ ବିଭାଗ ଯେପରି ଫୋନ କରି ଲୋକଙ୍କ ସହିତ ଯୋଡି ହେବେ ସେ ନେଇ ପଦକ୍ଷେପ ନେବେ।

ସେତେକି ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଫୋନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରକୃତରେ ପୋଲିସ ଅଫିସରଙ୍କଠାରୁ ଆରମ୍ଭ କରି ଜିଲ୍ଲା ଅଧିକାରୀମାନେ ଫୋନ କରି ସମସ୍ୟା ସମାଧାନ କରିଛନ୍ତି କି ନାହିଁ ତାହା ତଦାରଖ କରିବେ ବୋଲି ନବୀନ କହିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ମନ୍ତ୍ରୀମାନେ ମଧ୍ୟ ଆପଣମାନଙ୍କୁ ଫୋନ କରି ଆପଣଙ୍କ କଥା ବୁଝିବେ। ଆପଣ୍ଙ୍କ ଅଞ୍ଚଳର ଅଧିକାରୀମାନେ ଠିକ୍ ଭାବେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାର ତଦାରଖ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜମାଇଛନ୍ତି।ଏହି ମୋ ସରକାର ଯୋଜନା 5T କୁ ନେଇ କାର୍ଯ୍ୟକାରୀ ହେବ ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସମସ୍ତ ବରପୁତ୍ର ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବି ଆର ଆମ୍ବେଦକର, ଗୋପବନ୍ଧୁ ଦାଶ, ମଧୁସୁଦନ ଦାଶ, ମାଳତୀ ଦେବୀ ଆଦିଙ୍କୁ ସ୍ମରଣ କରିଥିଲେ। ଏହା ସହ ସେ କହିଥିଲେ ଯେ ଗାନ୍ଧିଙ୍କ ବିଚାର ଓ ଆଦର୍ଶ ଆମକୁ ସୁଦ୍ରୁଢ କରିଛି। ଅହିଂସାକୁ ଆମ ସମ୍ବିଧାନରେ ସ୍ଥାନ ଦେବା ପାଇଁ ଦାବି ହୋଇ ଆସୁଛି। ସାଧାରଣ ଜନତାଙ୍କୁ ତାହାର ହକ ଦେବା ପାଇଁ ଅନେକ କାର୍ଯ୍ୟ ହୋଇଛି। ଲୋକଙ୍କ ସେବା ପାଇଁ ଏହି ସରକାର ଅଛି। ଲୋକଙ୍କ ଟଙ୍କାରେ ଏହି ସରକାର ଚାଲିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗାନ୍ଧୀ ସ୍ମୃତି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026

ବିହାର ରାଜନୀତିରେ ରୋଚକ ସ୍ଥିତି, ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

March 5, 2026
Latest News

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସକୁ ବ୍ୟାପକ ସଫଳତା ମିଳିଛି: ପୋଲିସ ମହାନିର୍ଦ୍ଦେଶକ

March 6, 2026

ଆଜି ମାର୍ଚ୍ଚ ୬ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

March 6, 2026

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.