Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?
ବିଶେଷ ଖବର

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଲପିଜି
ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

ଭୁବନେଶ୍ୱର: ସାମ୍ପ୍ରତିକ ଭୂରାଜନୈତିକ ଘଟଣାକ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଛି ଏବଂ ଘରୋଇ ଏଲପିଜି ଉପଭୋକ୍ତାମାନଙ୍କୁ ସ୍ୱାଭାବିକ ଗ୍ୟାସ ବିତରଣ କରିବା ଲାଗି ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ଘରୋଇ ଏଲପିଜିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

ଓଡ଼ିଶାରେ ବାଧାମୁକ୍ତ ଘରୋଇ ଏଲପିଜି ଯୋଗାଣକୁ ବଜାୟ ରଖିବା ଲାଗି ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ଲଗାତାର ପଦକ୍ଷେପ ନେଉଛି। ଦୈନିକ ପାଖାପାଖି ୪୫ ହଜାର ସିଲିଣ୍ଡର ବିତରଣ କରାଯାଉଛି। ଏହା ସଂକଟ ପୂର୍ବ ଅବଧିରେ ହେଉଥିବା ସ୍ୱାଭାବିକ ବିତରଣ ସହ ପ୍ରାୟ ସମାନ।

ସିଲିଣ୍ଡର ରିଫିଲ୍‌ ବୁକିଂ ଲାଗି ଉପଭୋକ୍ତାମାନଙ୍କୁ ଏସଏମଏସ ଓ ଆଇଭିଆରଏସ ଭଳି ଡିଜିଟାଲ ପଦ୍ଧତି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନ ପାଖାପାଖି ୮୬% ବୁକିଂ ଡିଜିଟାଲ ମାଧ୍ୟମରେ ହସ୍ତଗତ ହେଉଛି। ସିଲିଣ୍ଡରଗୁଡ଼ିକ ଡେଲିଭରି ପ୍ରମାଣୀକରଣ କୋଡ ବା ଡିଏସି ଓଟିପି ଆଧାରରେ କରାଯାଉଛି ଯାହାଫଳରେ ଅସଲି ଉପଭୋକ୍ତାଙ୍କ ନିକଟରେ ସିଲିଣ୍ଡର ପହଞ୍ଚି ପାରିବ।

ବର୍ତ୍ତମାନର ସଂକଟକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଅଭିଯୋଗ ଆସିଛି ଏବଂ ପ୍ରକୃତ ସମସ୍ୟାର ସମାଧାନ ଲାଗି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଉପଭୋକ୍ତାଙ୍କ ଲାଭ ପାଇଁ ପ୍ରାସଙ୍ଗିକ ଏବଂ ସଦ୍ୟତମ ସୂଚନା ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲଗୁଡ଼ିକରେ ଶେୟାର କରାଯାଉଛି।

ଏହା ସହିତ, କିଛି ଏଲପିଜି ବିତରକ ଅନିୟମିତତା କରୁଥିବାର ଅଭିଯୋଗ ସୋସିଆଲ ମିଡିଆ ମାଧ୍ୟମରେ ଏବଂ ଗ୍ରାହକଙ୍କ ଅଭିଯୋଗକ୍ରମେ ହସ୍ତଗତ ହୋଇଛି। କଳାବଜାର ଏବଂ ବେଆଇନ ମହଜୁଦକୁ ରୋକିବା ପାଇଁ ଏକାଧିକ ପ୍ରବର୍ତ୍ତନ ଦଳ ଗଠନ କରାଯାଇଛି ଯେଉଁମାନେ ସାରା ଓଡିଶାରେ ଏଲପିଜି ବିତରକମାନଙ୍କ ଠିକଣାରେ ଅଚାନକ ଯାଞ୍ଚ କରୁଛନ୍ତି। ଅନିୟମିତତା କରୁଥିବା ଏଲପିଜି ବିତରକଙ୍କ ବିରୁଦ୍ଧରେ ମଧ୍ୟ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏତଦ୍‌ ବ୍ୟତୀତ, ଏଲପିଜି ବିତରକମାନଙ୍କର ବିଭିନ୍ନ କାର୍ଯ୍ୟଦକ୍ଷତା ପାରାମିଟରଗୁଡ଼ିକର ତଥ୍ୟ ବିଶ୍ଳେଷଣ କରାଯାଉଛି ଏହାକୁ ଆଧାର କରି ବିତରକମାନଙ୍କ ଠିକଣାରେ ଅଚାନକ ଯାଞ୍ଚ ମଧ୍ୟ କରାଯାଉଛି।

ଯେକୌଣସି ଅନିୟମିତତାକୁ ନିୟନ୍ତ୍ରଣ କରିବା ଏବଂ ବେଆଇନ ମହଜୁଦକୁ ରୋକିବା ପାଇଁ ଇଣ୍ଡିଆନ ଅଏଲ ଓଡ଼ିଶା ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ରାଜ୍ୟବ୍ୟାପୀ ଅନେକ ଚଢାଉ କରାଯାଇଛି।

ଆତଙ୍କିତ ବୁକିଂ କିମ୍ବା ଅଯଥାରେ ଗଚ୍ଛିତ କରିବା, ଗୁଜବକୁ ବିଶ୍ୱାସ ନ କରିବା ତଥା କେବଳ ସରକାରୀ ସୂଚନା ଉତ୍ସକୁ ଅନୁସରଣ କରିବାକୁ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଉଛି।

ଏଲପିଜି ଯୋଗାଣ ଓଡିଶା ଘରୋଇ ଏଲପିଜି ବିଶ୍ୱ ଇନ୍ଧନ ବଜାର
Share. Facebook Twitter LinkedIn Email WhatsApp Copy Link

Related Posts

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026
Latest News

ଯୁଦ୍ଧ ଯୋଗୁଁ ବିଶ୍ୱ ଇନ୍ଧନ ବଜାର ପ୍ରଭାବିତ: କିପରି ରହିଛି ଓଡିଶାରେ ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥା?

April 13, 2026

ଗୋଦାବରୀଶ ମହାବିଦ୍ୟାଳୟ ରୋଭର ଓ ରେଞ୍ଜର ମାନଙ୍କ ଜଳ ବଣ୍ଟନ କାର୍ଯ୍ୟକ୍ରମ

April 13, 2026

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.