Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିରେ କ୍ଷମତା କେନ୍ଦ୍ରର ନୂଆ ଗଣିତ ; ମୋଦୀ ଏବେ କେବଳ ମୁଖା ମାତ୍ର, ବାସ୍ତବ ମୁହଁ ଅମିତ ଶାହା
ବିଶେଷ ଖବର

ବିଜେପିରେ କ୍ଷମତା କେନ୍ଦ୍ରର ନୂଆ ଗଣିତ ; ମୋଦୀ ଏବେ କେବଳ ମୁଖା ମାତ୍ର, ବାସ୍ତବ ମୁହଁ ଅମିତ ଶାହା

August 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ- ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଏ କଥା କହିଛନ୍ତି। ତାଙ୍କର ସିଧା ସଳଖ ଈଷାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଆଡକୁ। ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ ସିଂଙ୍କୁ ମୋଦୀ ସରକାର ନିଜ କ୍ୟାବିନେଟରେ ରଖିବାକୁ ବାଧ୍ୟ ହୋଇଥିଲେ। ଦଳର ବରିଷ୍ଠତା ଦୃଷ୍ଟିରୁ ଏମାନଙ୍କୁ ଅଣଦେଖା କରି ଶାସନ ଚଳାଇବା ମୋଦୀ-ଶାହାଙ୍କ ପକ୍ଷରେ ସମ୍ଭବ ନଥିଲା।

୨୦୧୯ ନିର୍ବାଚନ ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ସୁଷମା ସ୍ଵରାଜଙ୍କ ପରଲୋକ ଘଟିଛି ଓ ଅରୁଣ ଜେଟଲି ଜୀବନ ମରଣର ସଂଘର୍ଷ କରୁଛନ୍ତି। ରାଜନାଥ ସିଂ ଯଦିଓ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି, ତଥାପି ଦଳ ଓ ସରକାର ଭିତରେ ତାଙ୍କର ବିଶେଷ କିଛି ପ୍ରଭାବ ନାହିଁ। ରାଜନାଥ ସିଂଙ୍କୁ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ କମିଟିମାନଙ୍କରୁ ବାଦ ଦେଇ ମୋଦୀ-ଶାହା ସ୍ପଷ୍ଟ କରିଦେଇଥିଲେ ଯେ, ଏବେ ଶାସନ ଉପରେ ଆଉ କାହାର ପ୍ରଭାବକୁ ବରଦାସ୍ତ କରାଯିବ ନାହିଁ। ପରବର୍ତ୍ତୀ ସମୟରେ ଆରଏସଏସ ର ହସ୍ତକ୍ଷେପ ପରେ ଯଦିଓ ରାଜନାଥଙ୍କୁ ବିଭିନ୍ନ କମିଟିରେ ନିଆଗଲା, କିନ୍ତୁ ତାରି ଭିତରେ ବାର୍ତ୍ତା ସ୍ପଷ୍ଟ ହୋଇ ସାରିଥିଲା।
କେବଳ ଦଳ ନୁହେଁ, ସରକାର ଚଳାଇବାରେ ମଧ୍ୟ ଅମିତ ଶାହା ଏବେ ଏକ ନମ୍ବର ଭୂମିକା ନେବା ଆରମ୍ଭ କରିଛନ୍ତି। ମୁଖ୍ୟଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏବେ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଅମିତ ଶାହାଙ୍କ ଉପସ୍ଥିତି ଢେର ଅଧିକ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହେଉ ବା ଚିଦମ୍ବରମଙ୍କ ଗିରଫଦାରୀ, ସବୁଥିରେ ଅମିତ ଶାହାଙ୍କୁ ସର୍ବାଧିକ “ମାଇଲେଜ” ମିଳୁଛି। ଅନ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସ ଠିକ ୭୫ ବର୍ଷ ହେଉଥିବ, ଅର୍ଥାତ ବିଜେପିର ନିର୍ଦ୍ଧାରିତ ଅବସର ବୟସ। ତେଣୁ ୨୦୨୪ ବେଳକୁ ଅମିତ ଶାହାଙ୍କ ନେତୃତ୍ବକୁ ଏକ ବିକଳ୍ପ ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରିବାର ସବୁ ଉଦ୍ୟମ ଏବଠୁ ଆରମ୍ଭ ହୋଇ ଯାଇଛି।

ବିଜେପି ଭିତରେ ନିଜର ପତିଆରା ପ୍ରତିଷ୍ଠା ସହିତ ଅମିତ ଶାହା ଏବଠୁ ବିଭିନ୍ନ ଆଞ୍ଚଳିକ କ୍ଷମତା କେନ୍ଦ୍ର ସହିତ ନିଜର ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଛନ୍ତି। ଗୋଟେ ପକ୍ଷରେ ଆନ୍ଧ୍ରର ଜଗନ୍ମୋହନ ରେଡ୍ଡୀ, ଓଡିଶାର ନବୀନ ପଟ୍ଟନାୟକ, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ପ୍ରମୁଖଙ୍କୁ ନିଜର ଘନିଷ୍ଠ ହେବାର ସୁଯୋଗ ଦେଇ ସେମାନଙ୍କର ସହଯୋଗ ନିଆ ଯାଉଛି। ଅପର ପକ୍ଷରେ ସୁଯୋଗ ଦେଖି ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଇତ୍ୟାଦି ଦଳକୁ ବିଜେପି ଅକ୍ତିଆର କରିନେବା ଭଳି ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ଭିତରେ ବିଲୟ କରିବା ର ଲକ୍ଷ୍ୟରେ ଓଡିଶାର ବିଜେଡି ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହା ଯାଇପାରେ।

ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ “ମୁହଁ ଓ ମୁଖା’ କୁ ନେଇ ବେଶ ରୋଚକ ଆଲୋଚନା ଚାଲିଥିଲା। ସେତେବେଳେ ବାଜପାୟୀଙ୍କୁ ମୁଖା ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅସଲ ମୁହଁ ବୋଲି କୁହା ଯାଉଥିଲା।ଏ ପ୍ରସଙ୍ଗରେ ଅନେକଥର ବାଜପାୟୀ ସଂସଦରେ ନିଜର ସ୍ବଭାବସୁଲଭ ଢଙ୍ଗରେ ରୋଚକ ବକ୍ତବ୍ୟ ମଧ୍ୟ ରଖିଥିଲେ। ତେବେ ସେତେବେଳେ ବିଜେପି ଓ ସରକାର ଉଭୟ ଉପରେ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ତୁଳନାରେ ଆଡଭାନୀଙ୍କ ପ୍ରଚ୍ଛନ୍ନ ପ୍ରଭାବ ରହିଥିଲା। ବର୍ତ୍ତମାନ ସମୟରେ ଠିକ ସେହି ସମାନ ସ୍ଥିତି ବିଜେପି ସରକାରରେ ଆସିଛି। ଏବେ ମୋଦୀ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଅମିତ ଶାହା। ଆସନ୍ତା ୪ ବର୍ଷ ଭିତରେ ମୋଦୀଙ୍କ ନେତୃତ୍ଵ କେବଳ ଆଳଙ୍କାରିକ ହୋଇ ରହିବ ଓ ବାସ୍ତବ କ୍ଷମତା ବଳୟ ଅମିତ ଶାହାଙ୍କ ପାଖରେ ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ

February 13, 2026

ଟି-୨୦ ବିଶ୍ଵକପର ବଡ ବିପର୍ଯ୍ୟୟ: ଜିମ୍ବାୱେ ଠାରୁ ଅଷ୍ଟ୍ରେଲିଆ ପରାସ୍ତ

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.