Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ସତରେ ରହିଛି କି?
ବିଶେଷ ଖବର

ଦାମୋଦର ରାଉତଙ୍କୁ ଓଡିଶା ବିଜେପି ଗୁରୁତ୍ଵ ଦେବାର କୌଣସି ରାଜନୈତିକ ଆବଶ୍ୟକତା ସତରେ ରହିଛି କି?

August 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଅଭିମାନ ଏକ ସୁନ୍ଦର ଓଡିଆ ଶବ୍ଦ। ଏହାର ପ୍ରତିଶବ୍ଦ ବା ପ୍ରତିଭାବ ଅନ୍ୟ ଭାଷାରେ ସହଜରେ ମିଳିବ ନାହିଁ। ବ୍ୟକ୍ତିଗତ ସମ୍ପର୍କରେ ବା ସାହିତ୍ୟିକ ବର୍ଣ୍ଣନାରେ ଅଭିମାନର ବିଶେଷ ଗୁରୁତ୍ଵ ରହିଛି। ହେଲେ ରାଜନୀତିର କୃର ବାସ୍ତବତା ଭିତରେ ଅଭିମାନର କୌଣସି ମୂଲ୍ୟ ନାହିଁ। କୌଣସି ନେତାଙ୍କୁ ତାଙ୍କର ଯୋଗ୍ୟତା ବା ପ୍ରତିଭା ବଳରେ ରାଜନୀତିର ବଡ ଚୌକି ମିଳେନାହିଁ । ସେଠି ସବୁକିଛି ଦେବା ଓ ନେବାର ଖେଳ। ଏକଥା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବୁଝାଇବାକୁ ପଡିବା ଉଚିତ ନୁହେଁ। ଦାମ ବାବୁ ପୁରୁଣା ଖେଳୁଆଡ। ସେ ରାଜନୀତିର ମଇଦାନ ଓ ତାର ପାଣିପାଗ ବିଷୟରେ ବେଶ ଅବଗତ। ତଥାପି ଓଡିଶା ବିଜେପି ତାଙ୍କୁ ଗୁରୁତ୍ଵ ଦେଉନାହିଁ ଓ ନିର୍ବାଚନ ପରଠୁ ସେ ବିଜେପିରେ ଅନାବଶ୍ୟକ ହୋଇପଡୁଛନ୍ତି ବୋଲି ଅଭିମାନଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି। ଏକଦା ପୁରୁଖା ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ମଧ୍ୟ ସମାନ ଅଭିଯୋଗ କରି ଦଳ ଛାଡିଥିଲେ। ବିଜେପି ଭିତରେ ସେମାନେ “ପୁରୁଣା ଆସବାବ” ପରି ପଡି ରହିଛନ୍ତି ବୋଲି ସେମାନେ ଲେଖିଥିଲେ। ବାସ୍ତବରେ ଦାମ ବାବୁ ବା ତାଙ୍କ ପରି ଯେଉଁ ବିଜେଡି ନେତାମାନେ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ସେମାନଙ୍କ ଅବସ୍ଥା ସେଇ “ପୁରୁଣା ଆସବାବ” ହେବା ସୁନିଶ୍ଚିତ ବୋଲି ସେମାନେ ଜାଣି ନଥିଲେ କି?

ନିର୍ବାଚନରେ ଦାମୋଦର ରାଉତଙ୍କର ବିଶେଷ କିଛି ପ୍ରଭାବ ପଡିବ ବୋଲି ବିଜେପି ଆଶା କରି ତାଙ୍କୁ ଆପଣାର କରିଥିଲା। ଦାମଙ୍କ ପଛରେ ଓଡିଶା ଗଣମାଧ୍ୟମର କ୍ୟାମେରା ଘୂରିବ ଓ ତାଙ୍କ ବୟାନରେ ବିଜେଡି ଅପଦସ୍ତ ହେବ ବୋଲି ନିର୍ବାଚନ ପୂର୍ବରୁ ବିଜେପି ଭାବୁଥିଲା। କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକ ଓ ଗଣମାଧ୍ୟମ ଦାମଙ୍କ ପ୍ରଭାବକୁ ବଢେଇ ଚଢେଇ ଉପସ୍ଥାପିତ କରୁଥିଲେ। କେବଳ ଟିଭି ବାଇଟ ଓ ବାକ୍ୟ ବାଣ ବ୍ୟତୀତ ଦାମଙ୍କର ଅଧିକ କିଛି ଶକ୍ତି ନଥିଲା। ନିର୍ବାଚନରେ ସେ ଶୋଚନୀୟ ଭାବରେ ହାରିଲେ। କେବଳ ହାରିଲେ ନୁହଁ, ସେ ତୃତୀୟ ସ୍ଥାନରେ ରହିଲେ। ତେଣୁ ନିର୍ବାଚନୀ ରାଜନୀତିର ଲୋକପ୍ରିୟତାରେ ତାଙ୍କର କୌଣସି ପ୍ରଭାବ ନାହିଁ ବୋଲି ବିଜେପି ବୁଝିଗଲା। ନିର୍ବାଚନ ପରବର୍ତ୍ତୀ ରାଜନୀତିରେ ବିଜେଡି ସହିତ ଭିତିରି ବୁଝାମଣାର ରାଜନୀତିକୁ ବିଜେପି ଆପଣାର କଲାପରେ, ଦାମୋଦର ରାଉତ ଆଉ ଦଳ ପାଇଁ କୌଣସି କାମରେ ଲାଗିପାରିବେ ନାହିଁ ବୋଲି ବିଜେପି ବୁଝିସାରିଛି। ତେଣୁ କୌଣସି ଦଳୀୟ ଫୋରମ ବା କାର୍ୟକ୍ରମରେ ଦାମଙ୍କୁ ଆଉ ସମ୍ପୃକ୍ତ କରା ଯାଉନାହିଁ ।

ବିଜେପି ସବୁବେଳେ ଅନ୍ୟଦଳରୁ ଆସୁଥିବା ନେତା ଓ କର୍ମୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଏ। ବିଜେପିରେ ଆଜି ମଧ୍ୟ ସଂଘ ପରିବାରର ପ୍ରଭାବ ସବୁଠୁ ମୂଳ। ସଂଘର ପୃଷ୍ଠଭୂମି  ନଥିଲେ, ଯେତେ ବଡ ନେତା ହେଲେ ମଧ୍ୟ ସେ ବିଜେପିର କ୍ଷମତା କେନ୍ଦ୍ର ହେବା ସମ୍ଭବ ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କୁ ଗତ ତିନି ବର୍ଷ ଭିତରେ ବିଜେପି ରେ କି ଭୂମିକା ଦିଆ ଯାଉଛି, ସେ କଥା ଦାମ ବାବୁଙ୍କ ଭଳି ଅଭିଜ୍ଞ ନେତା ଜାଣିଥିବେ ନିଶ୍ଚୟ। ବିଜେପିରେ ମୁଖ୍ୟ କ୍ଷମତା କେନ୍ଦ୍ର ହେବାକୁ ହେଲେ ନାଗପୁର ଶକ୍ତିକେନ୍ଦ୍ର ସହିତ ଯୋଗାଯୋଗ ରହିବା ନିହାତି ଜରୁରୀ। ଦାମଙ୍କ ପୂର୍ବରୁ ବିଜେପିକୁ ଆସିଥିବା ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ସେଥିଲାଗି ସଂଘ ମୁଖିଆଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦାମ ବାବୁ ସେ କଥା କରି ନାହାନ୍ତି। ତେଣୁ ଦଳରେ ତାଙ୍କର ପତିଆରା ନ ରହିବା ସ୍ଵାଭାବିକ।

ଦାମ ବାବୁଙ୍କର ଏକମାତ୍ର ଶକ୍ତି ହେଉଛି, ତାଙ୍କର ନବୀନ ବିରୋଧୀ ବକ୍ତବ୍ୟ। ଏବେ ବିଜେପିରେ ନବୀନ ବିରୋଧୀ ଆଭିମୁଖ୍ୟ ଶିଥିଳ ପଡିଯାଇଛି। ପରୋକ୍ଷରେ ବିଜେପି ଏବେ ବିଜେଡ଼ିର ସହଯୋଗୀ ଅବତାରରେ କାମ କରୁଛି। ସେହି ପୃଷ୍ଠଭୂମିରେ ଦାମଙ୍କ ଆବଶ୍ୟକତା ଆହୁରି କମି ଯାଇଛି। ଦାମ ବାବୁଙ୍କ ପରିବାରରୁ ତାଙ୍କ ପୁଅ ବିଜେଡି ବିଧାୟକ ରହିଥିବାରୁ, ସ୍ଵାଭାବିକ ଭାବରେ ବିଜେପି ଦାମଙ୍କୁ ସହଜରେ ବିଶ୍ବାସକୁ ନେଇପାରିବ ନାହିଁ। ବିଜେଡି ଛାଡିଲା ପରେ ନିଜକୁ ନବୀନ ବିରୋଧୀ ଶକ୍ତିର ମୁଖିଆ ଭାବରେ ଉପସ୍ଥାପନ କରିବା ପ୍ରକ୍ରିୟାରେ ଦାମଙ୍କ ପ୍ରତି ଗଣମାଧ୍ୟମର ବିଶେଷ ସମର୍ଥନ ରହିଥିଲା। ଆଜି ସେ ସମର୍ଥନ ଆଉ ନାହିଁ। ବିଜେପିରେ ଯୋଗଦେଇ ଦାମୋଦର ରାଉତ ଏକ ପ୍ରକାର ରାଜନୈତିକ ଅନ୍ଧତ୍ଵ କୁ ବରଣ କରିଛନ୍ତି। ଆଜି ସେ ନା ବିଜେପିରେ ରହି ପାରୁଛନ୍ତି,ନା ବିଜେଡି ଫେରିବା ଲାଗି କୌଣସି ବାଟ ଖୋଲା ଅଛି!!

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Latest News

ଆଜି ଦିଲ୍ଲୀରେ ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

March 7, 2026

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

March 7, 2026

କଳିଙ୍ଗ ଆର୍ଟ ଗ୍ୟାଲେରୀ ଠାରେ ୨ ଦିନିଆ “ଜାତୀୟ କଳା ସମ୍ମିଳନୀ-କ୍ୟାନଭାସ ଉଦଘାଟିତ

March 7, 2026

ମହିଳା ଆୟୋଗଙ୍କ ଦ୍ଵାରା ଜନ ଶୁଣାଣି କାର୍ଯ୍ୟକ୍ରମ

March 7, 2026

ପ୍ରତିଯୋଗିତା ନୁହେଁ, ସହଭାଗିତା ହିଁ ସନ୍ତୁଳିତ ସମାଜ ଗଠନର ଆଧାର: ଅଖିଳ କୁମାର ମିଶ୍ର

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.