Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକୋଇଶ ବର୍ଷରେ ବିଜେଡି, ତଥାପି ଲକ୍ଷ୍ୟ ରେ ପହଞ୍ଚିବାକୁ ରାସ୍ତା ଅନେକ ବାକି !
ବିଶେଷ ଖବର

ଏକୋଇଶ ବର୍ଷରେ ବିଜେଡି, ତଥାପି ଲକ୍ଷ୍ୟ ରେ ପହଞ୍ଚିବାକୁ ରାସ୍ତା ଅନେକ ବାକି !

December 26, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଜୁ ଜନତା ଦଳ ଗଠନର ଏକୋଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି।ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେକୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି ରହିଛି। ଅନେକ ଲୋକାଭିମୁଖୀ ଯୋଜନା ରାଜ୍ୟରେ କାର୍ଯକାରୀ ହୋଇଛି। ଏକ ରାଜନୈତିକ ଦଳ ପାଇଁ ଏହା ନିଶ୍ଚିତ ଭାବରେ ସଫଳତାର କଥା।  କିନ୍ତୁ ବିଜେଡି ଗଠନର ୨୧ ବର୍ଷ ପରେ ଓ ବିଶେଷ କରି ଓଡିଶାର ନିରଙ୍କୁଶ କ୍ଷମତା ୧୯ ବର୍ଷ ଧରି ଭୋଗି ସାରିଲା ପରେ, ବିଜେଡି କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ।

ରାଜ୍ୟର ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ବିଜେଡି ନେତୃତ୍ବକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ। ଶିକ୍ଷା କ୍ଷେତ୍ରରେ ଦିଲ୍ଲୀସରକାର ଏକ ଆଦର୍ଶ ଦେଶ ଆଗରେ ଥୋଇଛନ୍ତି। ଓଡିଶାରେ ସେମିତି ଶିକ୍ଷା ଓ ସ୍ଵାସ୍ଥ୍ୟର ଭିତ୍ତିଭୂମି ନିର୍ମାଣ କରାଯାଇପାରିବ ନାହିଁ କାହିଁକି? ଯଦିଓ ଦିଲ୍ଲୀ ତୁଳନାରେ ଓଡିଶାର ଭୌଗୋଳିକ ଇଲାକା ବିସ୍ତୃତ ଓ ଏହାର ଜନସଂଖ୍ୟା ର ବିବିଧତା ରହିଛି, ତଥାପି ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଓଡିଶା ସରକାର ଯାହା କରିଛନ୍ତି, ତାହା ରାଜ୍ୟର ଆବଶ୍ୟକତା ତୁଳନାରେ ଯଥେଷ୍ଟ ନୁହେଁ।

ସରକାରୀ ଯୋଜନା ଅପେକ୍ଷା ଓଡିଶାର ରାଜନୀତିରେ ବିଜଡି କୌଣସି ମୌଳିକ ପାର୍ଥକ୍ୟ ଆଣି ପାରିଛି କି?ଆଜି ବିଜେଡି ପ୍ରତିଷ୍ଠା ଦିବସରେ ଏ ପ୍ରଶ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଗତ ଦୁଇ ଦଶନ୍ଧି ଧରି ଓଡିଶାର ରାଜନୀତି ବିଜେଡି କୈନ୍ଦ୍ରିକ ରହିଆସିଛି ଓ ବିରୋଧୀ ଭୂମିକା ତୁଲାଉଥିବା ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି, ବିଜେଡ଼ିର ଦୂର୍ଗଭେଦ କରିବାରେ ସଫଳ ହୋଇନାହାନ୍ତି। ଆଞ୍ଚଳିକ ଅସ୍ମିତା ଓ ଓଡିଆ ଜାତୀୟତାକୁ ପ୍ରସଙ୍ଗ କରି ବିଜେଡି ରାଜନୀତି କରୁଥିଲେ ମଧ୍ୟ ଦଳ ଭିତରେ ଏହାକୁ ନେଇ ଏବେବି ଅସ୍ପଷ୍ଟତା ରହିଛି।

ଆଜିର ପରିସ୍ଥିତିରେ ବିଜେଡି ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ଵ ଦେଉଛି। କିନ୍ତୁ ବିଜେଡି ଭିତରେ ଓ ବିଜେଡି ସରକାରରେ ମହିଳାଙ୍କ ଅଂଶୀଦାରିତା ଉତ୍ସାହଜନକ ନୁହେଁ। ଦଳରେ ଦଳିତ, ଆଦିବାସୀ, ପଛୁଆ ବର୍ଗ ଓ ସଙ୍ଖ୍ୟାଲଘୁଙ୍କ ସଂପୃକ୍ତି ବିଷୟ କୁହାଯାଉଥିଲେ ମଧ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଭୂମିକା ଆଜି ମଧ୍ୟ ସୀମିତ। ତେଣୁ ମହିଳା ସଂରକ୍ଷଣ ପାଇଁ କହିବା ପୂର୍ବରୁ ଦଳ ଭିତରେ ବିଜେଡ଼ିକୁ ଉଦାହରଣ ସୃଷ୍ଟି କରିବାକୁ ପଡିବ।

ରାଜନୈତିକ ସ୍ତରରେ ବିଜେଡ଼ି ନିଜର ଦ୍ଵିତୀୟ ଧାଡିର ନେତୃତ୍ୱ ଉପରେ ଅଧିକ ଆସ୍ଥାବାନ ହେବାର ସମ୍ଭାବନା ଆଉ ନାହିଁ। ଦ୍ଵିତୀୟ ଧାଡିର ନେତୃତ୍ୱ ଏବେ ପ୍ରାୟ କ୍ଳାନ୍ତ ଓ ପୁରୁଣା। ଏବେ ବିଜେଡ଼ି ଭିତରେ ତୃତୀୟ ପ୍ରଜନ୍ମର ନେତୃତ୍ୱ କୁ ଅଧିକ ଗୁରୁତ୍ଵ ଦେବାର ସମୟ ଆସିଛି। ସଫଳତାର ରାସ୍ତା ଯେତେ ଲମ୍ବା ହୁଏ ଅହଙ୍କାରର ସମ୍ଭାବନା ମଧ୍ୟ ସେତେ ଦୀର୍ଘ ହୋଇଯାଏ। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ପର୍ଯନ୍ତ ମୁହାଁମୁହିଁ ରାଜନୀତିକୁ ପସନ୍ଦ କରୁନାହାନ୍ତି। ବିରୋଧୀଙ୍କ ଆକ୍ରମଣକୁ ସ୍ଥିର ଓ ଶାନ୍ତ ଭାବରେ ସାମ୍ନା କରିବାର କୌଶଳ ଯଦିଓ ନବୀନଙ୍କ ପାଖରେ ରହିଛି, ଏହାର ପ୍ରତିଫଳନ ଦଳର ତଳ ସ୍ତରରେ ଦେଖା ଯାଉନାହିଁ। ଦଳର ବିଧାୟକ ଓ ନେତାଙ୍କ ଭିତରେ କ୍ଷମତାର ଅହଂକାର ବଢୁଛି ଓ ସେ ଅହଂକାର ବିଜେଡି ଲାଗି କ୍ଷତିର କାରଣ ହୋଇପାରେ।

୨୧ ବର୍ଷର ରାଜନୀତିରେ ବିଜେଡି ଓଡିଶା ଲୋକଙ୍କଠାରୁ ଯେତିକି ସମର୍ଥନ ପାଇଛି ତାକୁ ଶ୍ରଦ୍ଧାର ସହ ରଖିପାରିଲେ ବିଜେଡି ଆଗକୁ ମଧ୍ୟ ସଫଳ ହେବ, ହେଲେ ଏହି ସମର୍ଥନ କୁ ଯଦି ଅହଂକାର ଗ୍ରାସ କରିଯାଏ , ଲୋକ ପରିବର୍ତ୍ତନ ପାଇଁ କୌଣସି ମୁହୂର୍ତ୍ତରେ ମଧ୍ୟ ସିଦ୍ଧାନ୍ତ ନେଇପାରନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

ନିଷ୍ପତ୍ତି ବଦଳାଇପାରେ ପିସିବି: ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ବଡ଼ ଅପଡେଟ୍

February 8, 2026
Latest News

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.