Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶର ଅଭିବୃଦ୍ଧି ହାର ହ୍ରାସ ପାଉଛି ତ ପାଉ, ତିରିଶ ଲକ୍ଷ ଚାକିରି ଯିବ ତ ଯାଉ, ଆମର ସରକାର ପ୍ରତି ଭକ୍ତି କିନ୍ତୁ ଯେମିତି କି ସେମିତି ରହିବ!!
ବିଶେଷ ଖବର

ଦେଶର ଅଭିବୃଦ୍ଧି ହାର ହ୍ରାସ ପାଉଛି ତ ପାଉ, ତିରିଶ ଲକ୍ଷ ଚାକିରି ଯିବ ତ ଯାଉ, ଆମର ସରକାର ପ୍ରତି ଭକ୍ତି କିନ୍ତୁ ଯେମିତି କି ସେମିତି ରହିବ!!

August 31, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Union Finance Minister Nirmala Sitharaman with MoS Anurag Thakur and Finance Secretary Rajiv Kumar addressing a press conference, in New Delhi on Friday.
Union Finance Minister Nirmala Sitharaman with MoS Anurag Thakur and Finance Secretary Rajiv Kumar addressing a press conference,

କେଦାର ମିଶ୍ର

ଦେଶର ଜିଡିପି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରେ ମାତ୍ର ୫% ରହିଛି, ତ କଣ ହୋଇଗଲା ସେଇଠୁ। ଦେଶର ରାଜନୀତି ଭଲ ଅଛି। ପ୍ରଧାନମନ୍ତ୍ରୀ ବଢିଆ ଭାଷଣ ଦେଉଛନ୍ତି। ପାକିସ୍ତାନକୁ ଆମେ ସବୁଠି ପାନେ ଲେଖା ଦେଉଛୁ। ଅର୍ଥନୀତିରେ କ୍ଷତି ହେଲେ ଆମର କିଛି ଯାଏ ଆସେ ନାହିଁ। ସେ ଜିଡିପି କମ ହେଲେ ବା ବଢିଲେ ଆମର କଣ ଯାଏ ଆସେ। ଆଜିର ରାଜନୀତିରେ ଦେଶର ଭାବନା ବୋଧେ ଠିକ ଏଇଆ। ଜିଡିପି ଗତ ୬ ମାସ ହେଲା ୬% ଭିତରେ ରହିବାର ଅର୍ଥ ହେଉଛି ଆମେ ଏକ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଆଡକୁ ଗତି କରୁଛୁ। ଏହାର ପରିଣତି ସ୍ଵରୂପ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଉଛନ୍ତି ଓ ଆଗାମୀ ଦିନରେ ପାଖାପାଖି ୩୦ ଲକ୍ଷ ଲୋକ ନିଜର ରୋଜଗାର ହରାଇବେ ବୋଲି ଆଶଙ୍କା ଦେଖା ଦେଇଛି। କର୍ଣ୍ଣାଟକ ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ଯୋଗୀ ସଂଘ ତଥା ଦେଶର କପଡା ଉଦ୍ୟୋଗ ଆକଳନ କରୁଛନ୍ତି ଯେ ଆସନ୍ତା ୬ ମାସ ଭିତରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବାକୁ ବାଧ୍ୟ।

ଗତକାଲି ଜିଡିପି ସମ୍ପର୍କରେ ଯେଉଁ ତଥ୍ୟ ଆସିଛି, ତାହା ଅତ୍ୟନ୍ତ ଉଦବେଗଜନକ। ଦେଶର ଏମିତି କୌଣସି ଅର୍ଥନୈତିକ କ୍ଷେତ୍ର ନାହିଁ, ଯେଉଁଥିରେ ଆଶାଜନକ ଅଭିବୃଦ୍ଧି ଘଟୁଛି। ଜିଡିପି ଡାଟା ଅନୁସାରେ ଉତ୍ପାଦନ, ଖାଉଟି ବଜାର, ବିନିବେଶ ତଥା କିଣାବିକା କ୍ଷେତ୍ରରେ କୌଣସି ପ୍ରକାର ଅଭିବୃଦ୍ଧି ଦେଖିବାକୁ ମିଳୁନାହିଁ। ଶିଳ୍ପ ଉତ୍ପାଦନ ର ଜିଭିଏ ହାର ବର୍ଷେ ଭିତରେ ୧୨.୧% ରୁ ୦.୬% ଖସି ଆସିଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ୫.୧% ରୁ ୨% ଖସି ଆସିଛି। କେବଳ ଖଣି ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଯାହା କିଛି ସାମାନ୍ୟ ଅଭିବୃଦ୍ଧି ଦେଖା ଦେଇଛି।

ଅଭିବୃଦ୍ଧି କମିବାର ସରଳ ଅର୍ଥ ହେଉଛି, ଏହା ଦ୍ଵାରା ମୁଣ୍ଡ ପିଛା ଆୟ କମିଯିବ। ଆୟ କମିଲେ ଖର୍ଚ୍ଚ କରିବାର ଆଗ୍ରହ କମିଯିବ। ଖର୍ଚ୍ଚ କମିଲେ ବଜାରର ଉନ୍ନତି ବାଧା ପ୍ରାପ୍ତ ହେବ। ଜଣେ ସାଧାରଣ ଲୋକ ପାଇଁ ଅର୍ଥନୀତିରେ ମାନ୍ଦାବସ୍ଥାର ଏକମାତ୍ର ପ୍ରଭାବ ହେଉଛି ଦାରିଦ୍ର୍ୟ ଓ ବେକାରୀରେ ଭୟଙ୍କର ଅବସ୍ଥା। ଗତ ୪୫ ବର୍ଷ ଭିତରେ ଦେଶର ବେକାରି ହାର ସର୍ବାଧିକ ରହିଛି। ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଏବେ ଯେଉଁ ବିଶାଳ ସଂଖ୍ୟକ ଛଟେଇ ହେବ, ତାହାର ସିଧାସଳଖ କୁପ୍ରଭାବ ଆମର ସାମାଜିକ ଜୀବନ ଉପରେ ପଡିବ।

ଜିଡିପି ଡାଟା ସହିତ ଆଉ ଦୁଇଟି ତଥ୍ୟ ମଧ୍ୟ ଲୋକଙ୍କ ସାମନାକୁ ଆସିଛି। ରିଜର୍ଭ ବ୍ୟାଙ୍କର ନିଜ ତଥ୍ୟ କହୁଛି ୨୦୧୮-୧୯ ରେ ଦେଶରେ ବ୍ୟାଙ୍କ ଜାଲିଆତି ବଢିଛି। ଗତ ବର୍ଷ ଏହା ୪୧,୫୪୨ କୋଟି ଟଙ୍କା ରହିଥିବା ବେଳେ ଏ ବର୍ଷ  ଏହା ୭୧,୫୪୨ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଜାଲ ନୋଟ ଛପା କ୍ଷେତ୍ରରେ ମଧ୍ୟ ଭାରତୀୟ ବଜାର ପଛରେ ପଡିନାହିଁ। ଅର୍ଥ ବଜାରରେ ବର୍ଷେ ଭିତରେ ଜାଲ ୫୦୦ ଟଙ୍କିଆ ନୋଟ ୧୨୧% ବଢିଥିବା ବେଳେ ୨୦୦୦ ଟଙ୍କିଆ ନୋଟ ରେ ୨୧.୮୫% ଜାଲ ନୋଟ ବଢିଛି। ଏଠି କୁହାଯାଇପାରେ ଯେ, ବିମୂଦ୍ରାକରଣ ପରେ ଜାଲ ନୋଟ ଉପରେ ପୂରା ଅଙ୍କୁଶ ଲାଗିପାରିବ ବୋଲି ମୋଦୀ ସରକାର ପ୍ରତିଶ୍ରୁତି ଦେଇଥିଲେ।

ଅର୍ଥନୀତିରେ ଏ ଯେଉଁ ବିପଜ୍ଜନକ ଅବସ୍ଥା ଆସିଛି ଏହାକୁ ଏହାକୁ ଏକପ୍ରକାର ଅର୍ଥନୈତିକ ଜରୁରୀ କାଳୀନ ପରିସ୍ଥିତି ବୋଲି କୁହାଯାଇ ପାରିବ ବୋଲି ବିଶିଷ୍ଟ ଶିଲ୍ପପତି କିରଣ ମଜୁମଦାର ଶ କହିଛନ୍ତି। ହେଲେ ଅର୍ଥନୈତିକ ଦୁର୍ଗତିକୁ ନେଇ ଦେଶର ସାଧାରଣ ଜନତା ଚିନ୍ତିତ କି? ଲୋକେ ଏବେବି ଭାବୁଛନ୍ତି, ଦେଶରେ କିଛି ଗୋଟେ ଭଲ ହେଉଛି। ସେ “ଭଲ” ଟି ହେଉଛି, ପାକିସ୍ତାନ ବିରୋଧରେ ଆମର ଛାୟା ଯୁଦ୍ଧ। ଆମକୁ ଗୋଟେ ଯୁଦ୍ଧଖୋର ଓ ଘୃଣାରେ ପରିପୂର୍ଣ୍ଣ ସମାଜ ଭାବରେ ଗଢିବା ଲାଗି ସବୁ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଜାତୀୟ ସୁରକ୍ଷା ଓ ଜାତୀୟତାର ଦ୍ଵାହି ଦେଇ ଅର୍ଥନୈତିକ ଶୋଷଣ ଓ ଅର୍ଥନୈତିକ ବିଫଳତାକୁ ଢାଙ୍କିବାରେ ମୋଦୀ ସରକାର ବେଶ ସଫଳ ହୋଇଛନ୍ତି। ଆମର ଅର୍ଥନୀତି ଏବେ ଭୟଙ୍କର ସ୍ଥିତିରେ ରହିଥିବା ବେଳେ ଆମର ରାଜନୀତି କିନ୍ତୁ ବେଶ ଉତ୍ସାହ ନେଇ ମାଡି ଚାଲିଛି। ତେଣୁ ଜିଡିପି ହାର କମିଲେ ବା ତିରିଶ ଲକ୍ଷ ଲୋକ ବେକାର ହେଲେ ଆମର ସରକାର ପ୍ରତି ରହିଥିବା ଭକ୍ତିରେ ଆଞ୍ଚ ଆସିବାର କୌଣସି ସମ୍ଭାବନା ନାହିଁ।

BJP econonygrowth gdp
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.