Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶ୍ରୀ ଜଗନ୍ନାଥ କଣ ଶ୍ରୀମନ୍ଦିର ସେବାୟତଙ୍କ କଣ୍ଢେଇ ମାତ୍ର!!
ବିଶେଷ ଖବର

ଶ୍ରୀ ଜଗନ୍ନାଥ କଣ ଶ୍ରୀମନ୍ଦିର ସେବାୟତଙ୍କ କଣ୍ଢେଇ ମାତ୍ର!!

December 28, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link
Hearing of Srimandir postponed till 5th March
Hearing of Srimandir postponed till 5th March

ସମୀକ୍ଷା ବ୍ୟୁରୋ-

ଦିନ ଗୋଟାଏ ପଇଁତିରିଶ ହେଲାଣି, ଅଥଚ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ଵାରା ଫିଟା କିମ୍ବା ମଙ୍ଗଳ ଆଳତି ହୋଇନାହିଁ। ଏହାକୁ ନେଇ ଟେଲିଭିଜନ ପରଦାରେ ବହୁ ନାଟକବାଜି ଚାଲିଛି। ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ଭିତରେ ବୈଠକ ଚାଲିଛି-ଭାଙ୍ଗୁଛି। ହେଲେ ସମୁଦାୟ ଘଟଣାକ୍ରମଟି ଦେଖି ଲାଗୁଛି, ସତେକି ଜଗନ୍ନାଥ ମନ୍ଦିର ଏକ ସରକାରୀ ଅଫିସ ଓ ଏଠି ଇଚ୍ଛା କାଲେ ଧର୍ମଘଟ ହୋଇପାରିବ। ସେବାୟତ ପୋଲିସ ଝଗଡା କରି ମନ୍ଦିରକୁ ନିଜ ଇଚ୍ଛା ରେ ବନ୍ଦ କରିଦେଇପାରିବେ। ପୃଥିବୀରେ ଏମିତି କୌଣସି ଧାର୍ମିକ ଅନୁଷ୍ଠାନ ନଥିବ, ଯେଉଁଠି ଏ ପ୍ରକାର ପାଗଳାମୀକୁ ସଂସ୍କୃତି ବୋଲି କୁହା ଯାଉଥିବ।ଟେଲିଭିଜନ ଆଗରେ ମନ୍ଦିର ସେବାୟତ ମାନେ ଏମିତି ମନ୍ତବ୍ୟ ଦେଉଛନ୍ତି, ସତେ ଯେମିତି ଠାକୁର ହେଉଛନ୍ତି ତାଙ୍କର କଣ୍ଢେଇ। ମନ୍ଦିର ପ୍ରଶାସନ ଏକପ୍ରକାର ଅସହାୟ ଓ ସ୍ଥାଣୁ ହୋଇ ବସିଛି। ବାହାରେ ଭକ୍ତମାନେ କଣ କରିବେ ବୁଝିନପାରି ଠେଲାପେଲା ହେଉଛନ୍ତି। ଏହା ଯଦି ମହାନ ଜଗନ୍ନାଥ ସଂସ୍କୃତିର ଅଂଶ ବିଶେଷ ବୋଲି କେହି ଭାବୁଥାନ୍ତି, ତାହେଲେ ଆମ ସଂସ୍କୃତି ଅତ୍ୟନ୍ତ ନିନ୍ଦନୀୟ ସ୍ତରକୁ ଖସିଆସିଛି ବୋଲି ଭାବିବାକୁ ପଡିବ।

ମନ୍ଦିର ଭିତରେ ଠେଲାପେଲା ହୋଇ ସେବାୟତ ଓ ପୋଲିସଙ୍କ ଭିତରେ ଗଣ୍ଡଗୋଳ ହେଲା। ତାହାର ତଦନ୍ତ ହୋଇ ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯିବା କଥା। କିନ୍ତୁ ତାକୁ ଆଳ କରି ମନ୍ଦିର ବନ୍ଦ କରିଦେବା, କି ପ୍ରକାର ମାନସିକତା। ଟିକେ ଟିକେ କଥାରେ ମନ୍ଦିର ସେବାୟତ ମାନେ ମନ୍ଦିରର ନୀତିକାନ୍ତି ବନ୍ଦ କରିଦେଉଛନ୍ତି। ସାରା ଦେଶରେ ଏହି କାରଣ ଯୋଗୁଁ ସେବାୟତଙ୍କ ପ୍ରତି ଘୃଣାର ଭାବନା ବଢି ଚାଲିଛି। ମନ୍ଦିର ପ୍ରଶାସନ ସହ ସେବାୟତଙ୍କ ସହମତି ବା ଅସହମତି ଉପରେ ଜଗନ୍ନାଥଙ୍କ ନୀତିକାନ୍ତି ନିର୍ଭରଶୀଳ କି? ଶ୍ରୀ ଜଗନ୍ନାଥ କଣ କେବଳ ସେବାୟତଙ୍କ ଇଚ୍ଛା ର କଣ୍ଢେଇ? ମନ୍ଦିର ସେବାୟତ ଯେତେବେଳେ ଇଚ୍ଛା ହେଲା ମନ୍ଦିର ଖୋଳିବେ, ଯେତେବେଳେ ଇଚ୍ଛା ହେବ ବନ୍ଦ କରି ଚାଲିଯିବେ, ଏହା ସେବକ କୁଳର ପରମ୍ପରା କି?

ହଜାର ସମସ୍ୟା ଆସିଲେ ମଧ୍ୟ, ସେବକଙ୍କର ପ୍ରଥମ ଦାୟିତ୍ଵ ହେଉଛି, ନୀତିକାନ୍ତିକୁ ଯଥାରୀତି ନିର୍ବାହ କରିବା। ଏହା ନକରି ସେମାନେ ଯଦି ଧର୍ମଘଟ କରୁଛନ୍ତି, ତାହେଲେ ସେମାନେ ପ୍ରଥମେ ଅପରାଧୀ। ବର୍ତ୍ତମାନ ସମୟ ଆସିଛି, ମନ୍ଦିର ଭିତରେ ବଂଶାନୁକ୍ରମିକ ସେବାର ଉଚ୍ଛେଦ କରି ନୂଆ ସେବାୟତ କୋଡ ଲାଗୁ କରିବା। ଜଗନ୍ନାଥଙ୍କୁ କଣ୍ଢେଇ ଭାବରେ ବ୍ୟବହାର କରୁଥିବା ସେବାୟତ ମାନେ କେବଳ ନିୟମର ଅବମାନନା କରୁନାହାନ୍ତି,  ସେମାନେ ଲୋକଙ୍କ ଧାର୍ମିକ ଆବେଗ ସହିତ ଖେଳ ଖେଳୁଛନ୍ତି। ଦିନ ର ଅଧା ସମୟ ମନ୍ଦିର ବନ୍ଦ ରଖିବାର ଦୁଃସାହସ କରୁଥିବା ସେବାୟତଙ୍କ ପ୍ରତି ପ୍ରଶାସନ କୋହଳ ମନୋଭାବ ପୋଷଣ କରିବା ଉଚିତ ନୁହେଁ।

ସବୁଠୁ ଦୁର୍ଭାଗ୍ୟଜନକ ବ୍ୟାପାର ହେଉଛି, ଏ ପ୍ରସଙ୍ଗରେ ଆମର ସାମ୍ବାଦିକ ଓ ରାଜନେତାଙ୍କ ଭୂମିକା। ସେମାନେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଦେଖି ଆସୁଛନ୍ତି। ଯେତେବେଳେ ରାଜନୀତିରେ ଅନ୍ୟ କିଛି ପ୍ରସଙ୍ଗ ନଥାଏ ସେତେବେଳେ ଶ୍ରୀଜଗନ୍ନାଥ ଆମ ରାଜନୀତିର ମୁଖ୍ୟ ପ୍ରସଙ୍ଗ ହୋଇ ଆସନ୍ତି। ସରକାରକୁ ଗାଳି କରିବା ପାଇଁ ଜଗନ୍ନାଥ ଏକ ମାଧ୍ୟମ ପାଲଟି ଯାନ୍ତି। ସେଥିରେ ଗଣମାଧ୍ୟମ ଘିଅ ଢାଳେ। ତେବେ ଏହା ଏକ ରାଜନୈତିକ ପ୍ରସଙ୍ଗ କି? ଜଗନ୍ନାଥଙ୍କ ନୀତିକାନ୍ତି ସଠିକ ସମୟରେ କରାଇନଦେବାରେ ଯେଉଁମାନେ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନେ ରାଜନୈତିକ ସମର୍ଥନ ପାଇବା ଆଦୌ ଗ୍ରହଣୀୟ ନୁହେଁ ।

ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଆଜି ପର୍ୟନ୍ତ ସେବାୟତଙ୍କ ପ୍ରତି ଅତ୍ୟନ୍ତ କୋହଳ ଓ ଉଦାର ମନୋଭାବ ପୋଷଣ କରି ଆସୁଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରି ବିଭ୍ରାନ୍ତି ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ଯଦି କଠୋର କାର୍ୟାନୁଷ୍ଠାନ ନିଆ ନଯାଏ, ତାହେଲେ ମନ୍ଦିର ରାଜନୀତି ଅଧିକ କଦର୍ୟ ଅବସ୍ଥାକୁ ଚାଲିଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.