Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୦୧୮, ଓଡିଶା ରାଜନୀତିର ଚେହେରା, ଚରିତ୍ର ଓ ଚମକ
ବିଶେଷ ଖବର

୨୦୧୮, ଓଡିଶା ରାଜନୀତିର ଚେହେରା, ଚରିତ୍ର ଓ ଚମକ

December 30, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଓଡିଶା ରାଜନୀତିର ବିଶ୍ଳେଷଣ ଯେବେବି କରିବାକୁ ମୁଁ ଚେଷ୍ଟା କରେ ମୋତେ ହାତୀ ପଥର କଥା ମନେପଡେ। ଆମ ସୋନପୁର ମହାନଦୀ ଭିତରେ ଗୋଟେ ହାତୀ ପଥର ଅଛି। ଦୂରରୁ ଦେଖିଲେ ଲାଗେ, ନଦୀ ଭିତରେ ଗୋଟେ ବିରାଟକାୟ ହାତୀ ଶୋଇଛି। ପଥର କିନ୍ତୁ ହାତୀ ନୁହଁ। ଓଡିଶା ରାଜନୀତି ଅବସ୍ଥା ମଧ୍ୟ ସେୟା। ୨୦୦୪ ମସିହାରୁ ପ୍ରତି ବର୍ଷ ଆମେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବିଷୟରେ ଲେଖି ଆସୁଛୁ। ପ୍ରତି ବର୍ଷ ଲାଗୁଛି, ଇଏ କିମ୍ବା ସିଏ ନବୀନ ବାବୁଙ୍କ ବିକଳ୍ପ ହେବେ, ହେଲେ ସବୁ ସେଇ ହାତୀ ପରି ଦିଶୁଥିବା ପଥର ମାତ୍ର। ନୂଆ ହାତୀ ମିଳୁନାହିଁ, ପୁରୁଣା ହାତୀ ଅତି ଆନନ୍ଦରେ ରାଜୁତି କରୁଛନ୍ତି। ଓଡିଶା ରାଜନୀତିର ମୋଟାମୋଟି କାହାଣୀ ଏଇଆ। ନବୀନ ବାବୁ ୧୯ ବର୍ଷ ଶାସନ କଲା ପରେ ବି ସେମିତି ଅଜେୟ ହୋଇ ବସିଛନ୍ତି। ତାଙ୍କର ସବୁଠୁ ବଡ ଶତ୍ରୁ ମଧ୍ୟ ମାନିବ ଯେ ୨୦୧୯ ନିର୍ବାଚନରେ ନବୀନଙ୍କର ପରାଜୟର କୌଣସି ବିଶେଷ କାରଣ ଦେଖା ଯାଉନାହିଁ। ଯଦିଓ ରାଜନୀତିରେ ଚା କପ ଓ ଓଠ ଭିତରର ଦୂରତା କିଛି କମ ନୁହେଁ!

୨୦୧୮ ରେ ବହୁ ନବୀନ ବିରୋଧୀ ବିକଳ୍ପର ସମ୍ଭାବନା ତିଆରି ହୋଇଛି। ତେବେ ସବୁ ସମ୍ଭାବନାର ଆୟୁଷ ବୁଦବୁଦ ପରିକା। ଉଠିକି ମିଳେଇଯିବାରେ ଇ ସେ ସବୁ ସମ୍ଭାବନା ସୀମିତ। ପ୍ରଥମେ ନବୀନଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ବହିଷ୍କୃତ ହେବାପରେ, ସେ ନବୀନଙ୍କ ଲାଗି ଗୋଟେ ବଡ ଆହ୍ଵାନ ହେବେ ବୋଲି କୁହାଗଲା। ବୈଜୟନ୍ତଙ୍କ ପାଖରେ ବହୁ ସମ୍ଭାବନା ଥିବାର କଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଲା। ହେଲେ ଓଡିଶା ରାଜନୀତିରେ ସେ କେବଳ ଟୁଇଟର ଟାଇଗର ହୋଇ ରହିଗଲେ। ତାଙ୍କର ହେଲିକପ୍ଟର, ଟୁଇଟର ଓ ଇଂରାଜୀ ସ୍ତମ୍ଭ ରଚନାର ବିଶେଷ ଗରାଖ ଓଡିଶା ରାଜନୀତିରେ ନାହାନ୍ତି। ତେଣୁ ସମୟ ସହିତ ତାଙ୍କର ସମ୍ଭାବନା ମଉଳି ଗଲା।

ତାପରେ ଆସିଲେ, ନବୀନଙ୍କ ମନ୍ତ୍ରୀ ମଣ୍ଡଳର ସବୁଠୁ କୁହାଳିଆ ମନ୍ତ୍ରୀ ଦାମୋଦର ରାଉତ। ଦାମ ବାବୁ ମନ୍ତ୍ରୀମଣ୍ଡଳରେ ରହି ନବୀନଙ୍କୁ ଖୋଲାଖୋଲି ସମାଲୋଚନା କରୁଥିଲେ। ତାଙ୍କୁ ହଠାତ ମନ୍ତ୍ରୀ ମଣ୍ଡଳରୁ ବିଦା କରି ଦିଆଗଲା ଓ ପରେ ପରେ ଦଳରୁ ମଧ୍ୟ ବିଦା କରାଗଲା। ଦଳରୁ ବିଦା ହେବା ପରେ ଦାମ ବାବୁ ହଠାତ ଓଡିଶାରେ ଚର୍ଚ୍ଚିତ ହୋଇପଡିଲେ। ତାଙ୍କୁ ନେଇ ସବୁ ଟିଭି ଚାନେଲ ଓ ଖବର କାଗଜର କାଟତି ବଢିଗଲା। ଦାମ ବାବୁ ଗୋଟେ ନୂଆ ଦଳ ମଧ୍ୟ ଗଢିଲେ। ହେଲେ ସେ ଦଳ ଜନ୍ମରୁ ମୃତ ଶିଶୁ। ଏବେ ଦାମୋଦର ରାଉତଙ୍କ ଶିବିର ମଧ୍ୟ ଖାଁ ଖାଁ।

ନବୀନଙ୍କୁ ୨୦୧୭ ପଞ୍ଚାୟତ ପରଠୁ ଭାରତୀୟ ଜନତା ପାର୍ଟି କଡା ଟକ୍କର ଦେବା ବୋଲି ଆଶା କରାଯାଉଥିଲା। କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ର ପ୍ରଧାନ ନିଜକୁ ନବୀନଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରି ଆସୁଥିଲେ। ତେବେ ବିଜେପି ଓ ଧର୍ମେନ୍ଦ୍ରଙ୍କ ଅଭିଳାଷ ଉପରେ ବିଜେପୁର ବିଧାନସଭା ଉପ ନିର୍ବାଚନ ଫଳାଫଳ ପାଣି ଢାଳି ଦେଲା। ଧର୍ମେନ୍ଦ୍ର ନିଜେ ବିଜେପୁରରେ ରହି ନିର୍ବାଚନ ପରିଚାଳନା କରିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ସେଠି ବହୁ ଭୋଟରେ ହାରିଲେ। ବିଜେପୁର ଉପ ନିର୍ବାଚନକୁ ୨୦୧୯ ବିଧାନସଭା ନିର୍ବାଚନର ସେମି ଫାଇନାଲ ବୋଲି କହି ବିଜେପି ନିଜ ଜାଲରେ ନିଜେ ଫସିଗଲା। ୨୦୧୮ ରେ ବିଜେପିରୁ ବହୁ ଟାଣୁଆ ନେତା ବିଦା ହେଲେ। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡିବା ସହିତ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ପିଲାଳିଆ ବୋଲି ପ୍ରମାଣିତ କରିଦେଲେ। ସେହି ପରିପ୍ରେକ୍ଷୀରେ ଏବେ ବିଜେପି ଭିତରେ ବିକଳ୍ପ ଖୋଜା ଚାଲିଛି। ଅପରାଜିତା ଷଡଙ୍ଗୀ ଆସିବା ପରେ ତାଙ୍କର ଲୋକସମ୍ପର୍କ କାର୍ଯକ୍ରମ ଧର୍ମେନ୍ଦ୍ରଙ୍କ ଛବି କୁ ମଳିନ କରି ଚାଲିଛି।

ପୁରୁଣା ବିରୋଧୀ କଂଗ୍ରେସ ବହୁ ବର୍ଷର ନିଦ ଭାଙ୍ଗି ଉଠିଲା ବେଳକୁ, ରାଜ୍ୟରେ ଦଳର ସଂଗଠନ ଉଜୁଡି ଗଲାଣି। ପୁରୁଖା ନେତା ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ କଂଗ୍ରେସ ହୁଏତ ଟିକେ ଗଜା ମେଲିବ ବୋଲି ଆଶା କରାଯାଉଥିଲା। ହେଲେ ନିରଞ୍ଜନ ବନାମ ଶ୍ରୀକାନ୍ତ ଜେନା କଳିରେ କଂଗ୍ରେସ ଅବସ୍ଥା ଆହୁରି ଘାଏଲା। ନବୀନଙ୍କ ସହ ନ ଲଢି ଏବେ କଂଗ୍ରେସ ନିଜ ନିଜ ଭିତରେ ଲଢାଲଢି ହେଉଛନ୍ତି।

ତେବେ ୨୦୧୮ ରେ ରାଜନୀତି ଦୃଷ୍ଟିରୁ ବହୁ ସୁଯୋଗ ଆସିଥିଲା, ଯେଉଁଥିରେ ସରକାରକୁ ବିରୋଧୀ ଘେରିପାରିଥାନ୍ତେ। କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା, ପିପିଲି ଘଟଣାରେ ନ୍ୟାୟ ନମିଳିବା, ଜଗନ୍ନାଥ ମନ୍ଦିରର ସେବା ପୂଜାରେ ବାରମ୍ବାର ବିଭ୍ରାଟ ଉପୁକିବା, ରତ୍ନଭଣ୍ଡାର ଚାବି ହଜିଯିବା ଭଳି ଅନେକ ଘଟନା ସରକାରକୁ ଅସୁବିଧାରେ ପକେଇଥିଲା। କିନ୍ତୁ ସବୁ ଅସୁବିଧାକୁ ନବୀନ ସରକାର ନିଜ ସୁବିଧାରେ ରୂପାନ୍ତରିତ କରିବାର କଳା ଶିଖି ଯାଇଛନ୍ତି। ଅପର ପକ୍ଷରେ ଏସିଆନ ଆଥଲେଟିକ ମିଟ, ପୁରୁଷ ବିଶ୍ଵ କପ ହକି ଓ ମେକ ଇନ ଓଡିଶା କନକ୍ଳେଭ ଆଯୋଜନର ସଫଳତାରୁ ନବୀନଙ୍କୁ ପ୍ରଚୁର ପ୍ରଚାର ଲାଭ ମିଳିଛି। କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସଫଳତାର ପ୍ରମାଣପତ୍ର ରାଜ୍ୟ ସରକାରକୁ ଦେଇଚାଲିଛନ୍ତି।

ଗୋଟିଏ ପକ୍ଷରେ ରାଜ୍ୟ ବିଜେପି ନବୀନ ସରକାର ଅପାରଗ ବୋଲି କହୁଥିବା ବେଳେ ଅପର ପକ୍ଷରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ତରଫରୁ ସାବାସି ଦିଆ ଚାଲିଛି। ତେଣୁ ନବୀନଙ୍କ ପ୍ରତି ଏବେ କୌଣସି ବିପଦ ଅନ୍ତତଃ କେନ୍ଦ୍ରରୁ ନାହିଁ। ବରଂ ଜାତୀୟ ରାଜନୀତିରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଓ ମୋଦୀ ବିରୋଧୀ ଜନମତ କାରଣରୁ ନବୀନ ୨୦୧୯ ରେ କେନ୍ଦ୍ର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ଉଜ୍ଜଳ।

୨୦୧୮ ବର୍ଷ ପାଇଁ ଓଡିଶା ରାଜନୀତିରେ ସେଇ ସ୍ଥିତାବସ୍ଥା ହିଁ ଏକମାତ୍ର ସତ୍ୟ।

Share. Facebook Twitter LinkedIn Email WhatsApp Copy Link

Related Posts

Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

November 19, 2025

ଶ୍ରୀ ସତ୍ୟସାଇ ବାବା ସେବାକୁ ମାନବ ଜୀବନର ହୃଦୟରେ ରଖିଥିଲେ: ପ୍ରଧାନମନ୍ତ୍ରୀ

November 19, 2025

PM Kisan Nidhi: ୨୧ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ଓଡିଶାରୁ ମୁଖ୍ୟମନ୍ତ୍ରୀ ସାମିଲ

November 19, 2025

Ticketless Travel: ଗୋଟିଏ ମାସରେ 58,731 ଟି ମାମଲା ଚିହ୍ନଟ କଲା ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ

November 19, 2025
Latest News

Collectors & SPs Conference: ୮ଟି ବିଷୟରେ ଧ୍ୟାନ ଦେବାକୁ ଏସପି ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

November 19, 2025

All India Railways Bridge Championship: ଦକ୍ଷିଣ ପୂର୍ବ  ଏବଂ ପୂର୍ବ ରେଳପଥ ଶ୍ରେଷ୍ଠ ଦଳ

November 19, 2025

NITI Aayog & CFA Institute: ଅର୍ଥନୀତି ପ୍ରଶାସନକୁ ସୁଦୃଢ କରିବା ପାଇଁ କଲେ ବୁଝାମଣା

November 19, 2025

ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ

November 19, 2025

2030 ସୁଦ୍ଧା ରାଉରକେଲା ଇସ୍ପାତ କାରଖାନାର କ୍ଷମତା ଦ୍ୱିଗୁଣିତ କରିବା ପାଇଁ ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.