Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଦ ବିବାଦ ମଧ୍ୟରେ ଶେଷ ହେଲା 2018 ମସିହା, ଏବେ ପ୍ରଶ୍ନ ଉଠିଛି 2019 ମସିହା ନେତାଙ୍କ ଆଖିରୁ ନିଦ ହଜାଇ ଦେବ କି ?
ବିଶେଷ ଖବର

ବାଦ ବିବାଦ ମଧ୍ୟରେ ଶେଷ ହେଲା 2018 ମସିହା, ଏବେ ପ୍ରଶ୍ନ ଉଠିଛି 2019 ମସିହା ନେତାଙ୍କ ଆଖିରୁ ନିଦ ହଜାଇ ଦେବ କି ?

December 31, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବୌଦ୍ଧାୟନ ଆଚାର୍ଯ୍ୟ
ଚାଲିଯିବ ୨୦୧୮  । ଦେଇଯିବ କିଛି ଅଧୁରା ଟାସ୍କ  । ୨୦୧୯ ର ନିର୍ବାଚନ ବର୍ଷରେ ନେତାଙ୍କ ପାଇଁ କସରତର ସମୟ ପାଲଟିବ  । ଓଡିଶା କଥା ବିଚାରକୁ ନେଲେ କଂଗ୍ରେସ, ବିଜେପି,ବିଜେଡିର ମୁଖିଆମାନେ ନେଇପାରନ୍ତି କିଛି ଏଭଳି ସବୁ ସଙ୍କଳ୍ପ  । ବିଜେଡି ପାଇଁ ହୁଏତ ସଙ୍କଳ୍ପ ରହିପାରେ, କିଭଳି ୨୦୧୯ ନିର୍ବାଚନ ମଇଦାନରେ ବିଜୟ ବାନା ଉଡାଇ ହେବ । ଆଉ ୧୧୯ ଆସନକୁ କିଭଳି ବୃଦ୍ଧି କରିହେବ  । କାରଣ ବିଜେଡି ମୁଖିଆ ବୁଝିଛନ୍ତି ଏବେ ବି ଲୋକଙ୍କ ସମର୍ଥନ ରହିଛି  ।କେବଳ ଲୋକଙ୍କ ସମର୍ଥନ ନାହିଁ ବରଂ ଅନ୍ୟ ଦଳର ନେତାଙ୍କର ମଧ୍ୟ ନିଜ ଦଳ ଅପେକ୍ଷା ଅଧିକ ଭରସା ରହୁଛି  । ତା ପରେ ବି ୨୦୧୮ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ସଫଳ ହକି ବିଶ୍ୱକପ ଆୟୋଜନ ଓଡିଶାକୁ ଏକ ନୂଆ ପରିଚୟ ଦେଇଥିଲା  । ଆଉ ଏହାକୁ ଭୋଟର ନିଶ୍ଚିତ ମନେ ରଖିବେ  । କାରଣ କେନ୍ଦ୍ରର ଆୟୁଷ୍ମାନ ଯୋଜନା ସହ ଟକ୍କର ଦେଇ ଆରମ୍ଭ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା  । ଏହାକୁ ଓଡ଼ିଶାବାସୀ ବି ଗ୍ରହଣ କରିଥିବାର ଦେଖିବାକୁ ମିଳିଛି ।
ଆଉ ବିଜେପି କଥା କହିବାକୁ ଗଲେ ୧୨୦ ମିଶନ ପାଇଁ ଦଳ ଏବେ ଚିନ୍ତାରେ  । କାରଣ ବିଜେପୁର ହେଉ କି ହିନ୍ଦୀ ହାର୍ଟଲାଣ୍ଡରେ ଦଳ ଚକମା ଖାଇଛି  । ୨୦୧୯ ରେ ଓଡ଼ିଶାରେ ବିଜେପି ବିଜୟ ହେବାର ସ୍ୱପ୍ନ ଦେଖାଇ ଜାତୀୟ ନେତୃବର୍ଗଙ୍କ ସାହାଯ୍ୟରେ ୨ କେନ୍ଦ୍ର ମନ୍ତ୍ରୀ ପଦବୀ ମିଳିଛି  । ତାହା ପୂରଣ ହେବ ତ ! କାରଣ ଜଣେ ସାଂସଦ ଥିଲେ ବି ୨୦୧୯ରେ ବିଜେପି କାଳେ ପାଇଯିବ ଭାବି କେନ୍ଦ୍ରମନ୍ତ୍ରୀ ଭାବେ ୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଦଳରୁ ବାହାରିଯିବା ବୁମେରାଙ୍ଗ ଭାବେ କାମ କରିବନି ତ ! ଆଉ ଓଡ଼ିଆ ଭୋଟରଙ୍କୁ କିଭଳି ପଦ୍ମ ପ୍ରତି ଆକୃଷ୍ଟ କରିହେବ ସେଥିପାଇଁ ଦିନରାତି ଏକ କରିବାକୁ ପଡିବ  । କାରଣ ବିଜେପି ବି ବୁଝିସାରିଲାଣି କେବଳ ପୋଷ୍ଟର ବୟଙ୍କୁ ପ୍ରମୋସନ କଲେ ହେବ ନାହିଁ  । ବରଂ ଲୋକଙ୍କ ପାଖକୁ ଯିବାକୁ ହେବ  । ଏବେ ସେଥିପାଇଁ ବିଜେପିର ନୂଆ ନେତ୍ରୀ ଅପରାଜିତା ଷଢଙ୍ଗୀ ବି କ୍ୟାମେରାରେ ମୁହଁ ଦେଖାଇବା ଅପେକ୍ଷା ଲୋକଙ୍କ ପାଖକୁ ଯାଉଛନ୍ତି ।  ଆଉ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେବଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗର ତାଲିକା କହୁଥିବା ନେତ୍ରୀମାନେ ହୁଏତ ସେତିକି ଲୋକପ୍ରିୟ ନ ହୋଇପାରନ୍ତି  । କାରଣ ଭୋଟର ବୁଝନ୍ତି କିଏ ଆସି ପାଖରେ ଠିଆ ହେଉଛି ଆଉ କିଏ କେବଳ ମୁହଁ ଦେଖାଉଛି ।
ବଡ ଟେନସନରେ ବୋଧେ ରହିଛି କଂଗ୍ରେସ କାରଣ ଦଳକୁ ନିର୍ବାଚନରେ ଜିତିବା ଚିନ୍ତା ଯେତିକି ନାହିଁ ଦଳୀୟ କନ୍ଦଳକୁ ନେଇ ଚିନ୍ତା  । ବିଶେଷ କରି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଦଳର ୩ରୁ ୪ ବିଧାୟକ ଅନ୍ୟ ଦଳକୁ ଯିବାକୁ କୁଆଡେ ଗୋଡ କାଢି ବସିଛନ୍ତି । ଏଭଳି ସ୍ଥିତି ହେଲେ ବିରୋଧୀ ଦଳ ନେତା ଯେଭଳି ୨୦୧୪ ମସିହାରେ ହଠାତ ଦଳ ଛାଡିଦେଲେ ଆଉ ଲୋକଙ୍କ ଇମ୍ପ୍ରେସନରେ ଦଳ ଆହୁରି ତଳକୁ ଚାଲିଗଲା ତାହା ଏବେ ପିସିସି ସଭାପତିଙ୍କୁ ନିହାତି ଘାଣ୍ଟୁଥିବ  । କାରଣ ପରିବର୍ତନର ସ୍ୱରରେ ତାଳ ମିଶାଇ ରାହୁଲଙ୍କୁ କହି ପିସିସିରେ ସିନା ପରିବର୍ତ୍ତନ ହୋଇଗଲା, କିନ୍ତୁ ରାହୁଲଙ୍କୁ ପୁଣି ତ ରେଜଲ୍ଟ ଦେଖାଇବାକୁ ପଡିବ  । ଆଉ ପ୍ରସଙ୍ଗକୁ ଆଧାର କରିବା ଅପେକ୍ଷା ନିଜ ଦଳର ବିବାଦକୁ ପ୍ରସଙ୍ଗ କରି ପରିବେଷଣ ପିସିସି ସଭାପତିଙ୍କୁ କଲବଲ କରିଦେଉଥିବ  । ତେବେ ସିଏ ଯାହା ହେଉନା କାହିଁକି ନିଦ ଲାଗୁ ବା ନ ଲାଗୁ, କିନ୍ତୁ ମନେ ରଖିବାକୁ ହେବ ଏ ଜୀବନ ଏକ ରଙ୍ଗମଞ୍ଚ  । ହୋଇପାରେ ୨୦୧୯ ବଦଳାଇପାରେ ରାଜନୀତିର ରଙ୍ଗ ଓ ଢଙ୍ଗ । କାରଣ ୨୦୧୯ରେ ହେବାକୁ ଥିବା ନିର୍ବାଚନରେ ଲୋକଙ୍କ ଅସନ୍ତୋଷ ଓ ନେତୃତ୍ୱ ପ୍ରତି ବିଶ୍ୱାସ ହିଁ କାମ ଦେବ । ଇଭିଏମରେ ଲୋକ ପରଖିବେ କାମ ଓ ଭାଷଣ ଭିତରର ଫରକ ।
Share. Facebook Twitter LinkedIn Email WhatsApp Copy Link

Related Posts

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026

ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର?

January 18, 2026
Latest News

ଜାନୁୟାରୀ ୧୯ ତାରିଖ ସୋମବାରରେ ଆଠଟି ରାଶି ଉପରେ ମହାଦେବଙ୍କର ରହିଛି ଶୁଭ ଦୃଷ୍ଟି

January 19, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.