Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମିଙ୍କୁ 5 ଓ୍ବିକେଟ୍‌ ସଫଳତା : ପ୍ରଥମ ଟେଷ୍ଟକୁ 203 ରନ୍‌ରେ ଜିତିଲା ଭାରତ
ବିଶେଷ ଖବର

ସାମିଙ୍କୁ 5 ଓ୍ବିକେଟ୍‌ ସଫଳତା : ପ୍ରଥମ ଟେଷ୍ଟକୁ 203 ରନ୍‌ରେ ଜିତିଲା ଭାରତ

October 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ରେ ଭାରତ ବିଜୟୀ ହୋଇଛି । ଚତୁର୍ଥ ଇନିଂସରେ ମହମ୍ମଦ ସାମି 35 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର 191 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଭାରତ 203 ରନ୍‌ରେ ବିଜୟୀ ହୋଇଥିଲା ।

ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ (215) ଏବଂ ରୋହିତ ଶର୍ମାଙ୍କ (176) ରନ୍‌ ବଳରେ ଭାରତ 502 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଡିନ୍‌ ଏଲଗାରଙ୍କ 160 ଏବଂ ଡିକକ୍‌ଙ୍କ 111 ରନ୍‌ ସତ୍ତ୍ବେ ଦ. ଆଫ୍ରିକା 71 ରନ୍‌ ପଛରେ ରହିଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ୍‌ 7ଓ୍ବିକେଟ ସଫଳତା ହାସଲ କରିଥିଲେ । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଆକ୍ରମଣାତ୍ମକ ବ୍ୟାଟିଂର ନିଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ବିସ୍ଫୋରକ 127 ରନ୍‌ ସଂଗ୍ରହ କରିଥିବା ବେଳେ ପୂଜାରା 84 ରନ୍‌ ସଂଗ୍ରହ କରିଥିଲେ । ଭାରତ 323/4ରେ ପାଳି ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାକୁ 394 ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଜବାବରେ ଦ. ଆଫ୍ରିକା ମାତ୍ର 191 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍‌ ପିଟ୍‌ ସର୍ବାଧିକ 56 ରନ୍‌ ସଂଗ୍ରହ କରିଥିବା ବେଳେ ସନୁରାନ୍‌ ମୁଥୁସ୍ବାମୀ 49 ରନ୍‌ରେ ଅପରାଜିତ ରହିଥିଲେ । ତୃତୀୟ ସର୍ବାଧିକ ଭାବରେ ଆଡେନ୍‌ ମକ୍ରମ୍‌ 39 ରନ୍‌ ସଂଗ୍ରହ କରିଥିଲେ । ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଥେନସ୍‌ ଡି ବ୍ରୁଇନ୍‌ଙ୍କୁ ଅଶ୍ବିନ୍‌ ଆଉଟ୍‌ କରିବା ପରେ ସାମି ଦ. ଆଫ୍ରିକା ମଧ୍ୟକ୍ରମକୁ ଧ୍ବସ୍ତ କରି ଦେଇଥିଲେ । ଭାରତ ପକ୍ଷରୁ ସାମି 5 ଓ୍ବିକେଟ୍‌ ସଫଳତା ହାସଲ କରିଥିବା ବେଳେ ଜାଡେଜା 4ଟି ଏବଂ ଅଶ୍ବିନ୍‌ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ଏହି ଟେଷ୍ଟ ମ୍ୟାଚ୍‌ରେ ଅନେକ ରେକର୍ଡ ଦେଖିବାକୁ ମିଳିଥିଲା । ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ୍‌ରେ 160 ପଏଣ୍ଟ ସହିତ ଭାରତ ଏକ ନମ୍ବର ସ୍ଥାନରେ ରହିଥିଲା । ଅଧିନାୟକ ଭାବରେ ସର୍ବାଧିକ ବିଜୟ ହାସଲରେ ଷ୍ଟିଫେନ୍‌ ଫ୍ଳେମିଂଙ୍କୁ ଅତିକ୍ରମ କଲେ ବିରାଟ କୋହଲି । କୋହଲି 49 ଟେଷ୍ଟରୁ 29 ତମ ବିଜୟ ହାସଲ କରିଛନ୍ତି । 350 ଓ୍ବିକେଟ୍‌ ହାସଲ କ୍ଲବ୍‌ରେ ମୁଥେୟା ମୁରଲୀଧରନଙ୍କମ ରେକର୍ଡର ସମକକ୍ଷ ହୋଇଛନ୍ତି ରବି ଅଶ୍ବିନ୍‌ । ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କାରେ 23 ବର୍ଷର ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା । ଏହି ମ୍ୟାଚ୍‌ରେ ରୋହିତ ଏକାକୀ 13 ଛକ୍କା ମାରିଥିଲେ । ସ୍ପିନର ରବୀନ୍ଦ୍ର ଜାଡେଜା ନିଜର 44 ତମ ମ୍ୟାଚ୍‌ରେ 200 ଓ୍ବିକେଟ୍‌ କ୍ଲବ୍‌ରେ ପାଦ ଥାପିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

September 23, 2025

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତରେ ହେଲା ଏକ ବଡ ପରିବର୍ତ୍ତନ, ବ୍ରହ୍ମପୁର ନୁହେଁ, ଆସିବେ….

September 23, 2025

ଭାରତକୁ ମିଳିପାରିବ କି ସ୍ଥାୟୀ ସଦସ୍ୟତା?: ପ୍ରଶଂସା କଲେ ଜାତିସଂଘ ମୁଖପାତ୍ର

September 23, 2025
Latest News

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.