Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମିଙ୍କୁ 5 ଓ୍ବିକେଟ୍‌ ସଫଳତା : ପ୍ରଥମ ଟେଷ୍ଟକୁ 203 ରନ୍‌ରେ ଜିତିଲା ଭାରତ
ବିଶେଷ ଖବର

ସାମିଙ୍କୁ 5 ଓ୍ବିକେଟ୍‌ ସଫଳତା : ପ୍ରଥମ ଟେଷ୍ଟକୁ 203 ରନ୍‌ରେ ଜିତିଲା ଭାରତ

October 6, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ରେ ଭାରତ ବିଜୟୀ ହୋଇଛି । ଚତୁର୍ଥ ଇନିଂସରେ ମହମ୍ମଦ ସାମି 35 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର 191 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ବେଳେ ଭାରତ 203 ରନ୍‌ରେ ବିଜୟୀ ହୋଇଥିଲା ।

ଏହି ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ (215) ଏବଂ ରୋହିତ ଶର୍ମାଙ୍କ (176) ରନ୍‌ ବଳରେ ଭାରତ 502 ରନ୍‌ ସଂଗ୍ରହ କରିଥିଲା । ଜବାବରେ ଡିନ୍‌ ଏଲଗାରଙ୍କ 160 ଏବଂ ଡିକକ୍‌ଙ୍କ 111 ରନ୍‌ ସତ୍ତ୍ବେ ଦ. ଆଫ୍ରିକା 71 ରନ୍‌ ପଛରେ ରହିଥିଲା । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ୍‌ 7ଓ୍ବିକେଟ ସଫଳତା ହାସଲ କରିଥିଲେ । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ଆକ୍ରମଣାତ୍ମକ ବ୍ୟାଟିଂର ନିଦର୍ଶନ ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ବିସ୍ଫୋରକ 127 ରନ୍‌ ସଂଗ୍ରହ କରିଥିବା ବେଳେ ପୂଜାରା 84 ରନ୍‌ ସଂଗ୍ରହ କରିଥିଲେ । ଭାରତ 323/4ରେ ପାଳି ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକାକୁ 394 ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ଜବାବରେ ଦ. ଆଫ୍ରିକା ମାତ୍ର 191 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍‌ ପିଟ୍‌ ସର୍ବାଧିକ 56 ରନ୍‌ ସଂଗ୍ରହ କରିଥିବା ବେଳେ ସନୁରାନ୍‌ ମୁଥୁସ୍ବାମୀ 49 ରନ୍‌ରେ ଅପରାଜିତ ରହିଥିଲେ । ତୃତୀୟ ସର୍ବାଧିକ ଭାବରେ ଆଡେନ୍‌ ମକ୍ରମ୍‌ 39 ରନ୍‌ ସଂଗ୍ରହ କରିଥିଲେ । ଗତକାଲିର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଥେନସ୍‌ ଡି ବ୍ରୁଇନ୍‌ଙ୍କୁ ଅଶ୍ବିନ୍‌ ଆଉଟ୍‌ କରିବା ପରେ ସାମି ଦ. ଆଫ୍ରିକା ମଧ୍ୟକ୍ରମକୁ ଧ୍ବସ୍ତ କରି ଦେଇଥିଲେ । ଭାରତ ପକ୍ଷରୁ ସାମି 5 ଓ୍ବିକେଟ୍‌ ସଫଳତା ହାସଲ କରିଥିବା ବେଳେ ଜାଡେଜା 4ଟି ଏବଂ ଅଶ୍ବିନ୍‌ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରୋହିତ ଶର୍ମାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

ଏହି ଟେଷ୍ଟ ମ୍ୟାଚ୍‌ରେ ଅନେକ ରେକର୍ଡ ଦେଖିବାକୁ ମିଳିଥିଲା । ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପଏଣ୍ଟ ଟେବୁଲ୍‌ରେ 160 ପଏଣ୍ଟ ସହିତ ଭାରତ ଏକ ନମ୍ବର ସ୍ଥାନରେ ରହିଥିଲା । ଅଧିନାୟକ ଭାବରେ ସର୍ବାଧିକ ବିଜୟ ହାସଲରେ ଷ୍ଟିଫେନ୍‌ ଫ୍ଳେମିଂଙ୍କୁ ଅତିକ୍ରମ କଲେ ବିରାଟ କୋହଲି । କୋହଲି 49 ଟେଷ୍ଟରୁ 29 ତମ ବିଜୟ ହାସଲ କରିଛନ୍ତି । 350 ଓ୍ବିକେଟ୍‌ ହାସଲ କ୍ଲବ୍‌ରେ ମୁଥେୟା ମୁରଲୀଧରନଙ୍କମ ରେକର୍ଡର ସମକକ୍ଷ ହୋଇଛନ୍ତି ରବି ଅଶ୍ବିନ୍‌ । ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କାରେ 23 ବର୍ଷର ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା । ଏହି ମ୍ୟାଚ୍‌ରେ ରୋହିତ ଏକାକୀ 13 ଛକ୍କା ମାରିଥିଲେ । ସ୍ପିନର ରବୀନ୍ଦ୍ର ଜାଡେଜା ନିଜର 44 ତମ ମ୍ୟାଚ୍‌ରେ 200 ଓ୍ବିକେଟ୍‌ କ୍ଲବ୍‌ରେ ପାଦ ଥାପିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.