Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରରେ ବ୍ୟାଙ୍କ ଘୋଟାଲା ଭ୍ରଷ୍ଟାଚାର ନୁହେଁ, ସବୁ ଠିକ ଚାଲିଛି!!
ବିଶେଷ ଖବର

ମୋଦୀ ସରକାରରେ ବ୍ୟାଙ୍କ ଘୋଟାଲା ଭ୍ରଷ୍ଟାଚାର ନୁହେଁ, ସବୁ ଠିକ ଚାଲିଛି!!

October 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ହଜାର ହଜାର ଗ୍ରାହକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନିଜେ ଜମା କରିଥିବା ଟଙ୍କା ଉଠାଇବାକୁ ତାଙ୍କୁ ବାରଣ କରାଯାଇଛି। ସାଧାରଣ କୃଷକ, ଶ୍ରମିକ, ଗୃହିଣୀ ଓ ଛୋଟ ବ୍ୟବସାୟୀ( ଏମାନେ ହିଁ ସମବାୟ ବ୍ୟାଙ୍କ ରେ ସର୍ବାଧିକ ଜମା କରିଥାନ୍ତି) ଏବେ ଜାଣନ୍ତି ନାହିଁ ତାଙ୍କ ଟଙ୍କାର ଭବିଷ୍ୟତ କଣ? ଏହି ବ୍ୟାଙ୍କରେ ଜମାଖାତା ଥିବା ଗ୍ରାହକମାନେ ଅତି ବେଶୀରେ ମାତ୍ର ହଜାରେ ଟଙ୍କା ଉଠାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି। ପରେ ତାହାକୁ ଦଶ ହଜାର ଓ ପଚିଶ ହଜାରକୁ ବଢା ଯାଇଛି। ମାତ୍ର ୧୦ ଲକ୍ଷ ଟଙ୍କାର ପୁଞ୍ଜି ନେଇ ୧୯୮୪ରେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କରେ ଆଜି ସବୁଠୁ ବଡ ଘୋଟାଲା ସମ୍ଭବ ହୋଇଛି। ୨୧ ହଜାର ଜାଲ ଜମାଖାତା ଖୋଲି ରାକେଶ ୱାଧାବନ ଓ ଦେୱାନ ପରିବାରକୁ ସର୍ବାଧିକ ଋଣ ପ୍ରଦାନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ନେସନାଲ ରେଜିଷ୍ଟ୍ରାର ଓଫ କୋ ଅପରେଟିଭ,ମହାରାଷ୍ଟ୍ର ଓ ପଞ୍ଜାବ ରାଜ୍ୟ ସରକାର ଏହି ବ୍ୟାଙ୍କର ନିୟମିତ ସମୀକ୍ଷା କରୁଥିବା ସତ୍ତ୍ୱେ ଏହା ଏକ ନିର୍ଦ୍ଦିଷ୍ଟ କମ୍ପାନୀର ବ୍ୟକ୍ତିଗତ ସମ୍ପତ୍ତି ପାଲଟିଗଲା କେମିତି? ଗତ ପାଞ୍ଚ ବର୍ଷ ଧରି ମହାରାଷ୍ଟ୍ରରେ ବିଜେପି ସରକାର ରହିଥିବା ବେଳେ ଆଜି ପର୍ୟନ୍ତ ଏକଥା ଛପିକି ରହିଥିଲା କେମିତି? ତେବେ କେବଳ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ନୁହଁ, ଏବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଛି। ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୫ ହଜାରରୁ ଅଧିକ କୋଟି ଟଙ୍କା ଗାୟବ କରି ନୀରବ ମୋଦୀ ଫେରାର ହୋଇଯାଇଥିବା କଥା ସମସ୍ତେ ଜାଣନ୍ତି।

ବ୍ୟାଙ୍କ ଗୁଡିକର ଋଣ ତଥା ଫେରି ପାରୁନଥିବା ପୁଞ୍ଜିର ପରିମାଣ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ଏ ସମ୍ପର୍କରେ କୌଣସି ବାସ୍ତବ ତଥ୍ୟ ଲୋକଙ୍କୁ ଜଣା ଯାଉନାହିଁ। ରିଜର୍ଭ ବ୍ୟାଙ୍କର ନିଜ ତଥ୍ୟ କହୁଛି ଗତ ବର୍ଷେ ଭିତରେ ବ୍ୟାଙ୍କରେ ଘୋଟାଲା ସଂଖ୍ୟା ଦେଢ ଗୁଣ ବଢିଛି। ଆଜି ନିଜେ ନିଜ ପଇସା ଉଠାଇବାକୁ ସାଧାରଣ ଲୋକ ପାଖରେ ଅଧିକାର ନାଇଁ। ଅଥଚ ଲୋକପ୍ରିୟତାରେ ମୋଦୀ ସରକାର ଆଜି ମଧ୍ୟ ଏକ ନମ୍ବର। କୁହାଯାଉଛି, ମହାରାଷ୍ଟ୍ରରେ ବିଜେପି ସରକାର ପୁଣିଥରେ ନିଶ୍ଚୟ ଜିତିବ।ବାସ୍ତବରେ ଏ ଗଣିତ ବୁଝା ପଡୁନାହିଁ। ସାଧାରଣ ଲୋକ ମୋଦୀ ସରକାରର ଆର୍ଥିକ ପରିଚାଳନାରେ ରହିଥିବା ତ୍ରୁଟି କାରଣରୁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ, ବାରମ୍ବାର ମୋଦୀଙ୍କ ନାମରେ ଭୋଟ ଦେଉଛନ୍ତି କେମିତି?

ଏହାର ଗୋଟେ ସରଳ ଉତ୍ତର ଏୟା ହୋଇପାରେ ଯେ, ଭ୍ରଷ୍ଟାଚାର ଏହି ସମୟରେ ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇଯାଇଛି। ଲକ୍ଷାଧିକ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ପରେ ମଧ୍ୟ ଦେଶରେ ଦୁର୍ନୀତି ବିରୋଧୀ କୌଣସି ଆନ୍ଦୋଳନ ଉଧେଇ ପାରୁନାହିଁ। ଏହାର ଏକମାତ୍ର କାରଣ ହେଉଛି, ରାଷ୍ଟ୍ରୀୟ ସୁରକ୍ଷା ଆଳରେ ଭ୍ରଷ୍ଟାଚାର ଏକ ସାଧାରଣ ଗ୍ରହଣୀୟ ବ୍ୟବସ୍ଥା ବୋଲି ଆମ ଲୋକ ଧରି ନେଇଛନ୍ତି।

ବର୍ତ୍ତମାନ ସମୟରେ ଯାହା ବ୍ୟାଙ୍କ ଘୋଟାଲା ହେଉଛି ହେଉ, ଦେଶରେ ସବୁ ଠିକ ଚାଲିଛି ବୋଲି ଆମେ ବିଶ୍ଵାସ କରିବାକୁ ବାଧ୍ୟ!!

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚୂଡ଼ାନ୍ତ ହେବ ଭାରତର ଟି-୨୦ ବିଶ୍ୱକପ୍ ଦଳ: ଏହି ପାଞ୍ଚଟି ପ୍ରମୁଖ ପ୍ରସଙ୍ଗ ଉପରେ ରହିବ ନଜର

December 20, 2025

ଭୁବନେଶ୍ୱରଠାରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ଆର୍ଥିକ ଅନୁଦାନ ଦେବେ କେନ୍ଦ୍ର ସରକାର: କେନ୍ଦ୍ର ମନ୍ତ୍ରୀ

December 20, 2025

କଂଗ୍ରେସ ତରଫରୁ ଭୁବନେଶ୍ବରରେ କରାଗଲା ମଶାଲ ଶୋଭାଯାତ୍ରା, ଜାଣନ୍ତୁ କାରଣ

December 19, 2025

ତାମିଲନାଡୁରେ SIRର ପ୍ରଥମ ପର୍ଯ୍ୟାୟ ଡ୍ରାଫ୍ଟ ତାଲିକା ପ୍ରକାଶିତ: ବାଦ୍ ପଡ଼ିଲେ ପ୍ରାୟ ୧ କୋଟି ଭୋଟର

December 19, 2025
Latest News

ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜରେ ଖେଳିବେ ନାହିଁ ହାର୍ଦ୍ଦିକ ଏବଂ ବୁମରାହ: ଜାଣନ୍ତୁ କାରଣ

December 20, 2025

ଇମ୍ରାନ ଖାନ ଏବଂ ବୁଶରା ବିବିଙ୍କୁ ୧୭ ବର୍ଷ ଲେଖାଏଁ ଜେଲଦଣ୍ଡ, ପାକିସ୍ତାନ କୋର୍ଟଙ୍କ ରାୟ ଘୋଷଣା

December 20, 2025

ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର

December 20, 2025

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କୁ ଆକ୍ରମଣ ଅଭିଯୋଗ: ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

December 20, 2025

ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.