Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ସରକାରରେ ବ୍ୟାଙ୍କ ଘୋଟାଲା ଭ୍ରଷ୍ଟାଚାର ନୁହେଁ, ସବୁ ଠିକ ଚାଲିଛି!!
ବିଶେଷ ଖବର

ମୋଦୀ ସରକାରରେ ବ୍ୟାଙ୍କ ଘୋଟାଲା ଭ୍ରଷ୍ଟାଚାର ନୁହେଁ, ସବୁ ଠିକ ଚାଲିଛି!!

October 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ହଜାର ହଜାର ଗ୍ରାହକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନିଜେ ଜମା କରିଥିବା ଟଙ୍କା ଉଠାଇବାକୁ ତାଙ୍କୁ ବାରଣ କରାଯାଇଛି। ସାଧାରଣ କୃଷକ, ଶ୍ରମିକ, ଗୃହିଣୀ ଓ ଛୋଟ ବ୍ୟବସାୟୀ( ଏମାନେ ହିଁ ସମବାୟ ବ୍ୟାଙ୍କ ରେ ସର୍ବାଧିକ ଜମା କରିଥାନ୍ତି) ଏବେ ଜାଣନ୍ତି ନାହିଁ ତାଙ୍କ ଟଙ୍କାର ଭବିଷ୍ୟତ କଣ? ଏହି ବ୍ୟାଙ୍କରେ ଜମାଖାତା ଥିବା ଗ୍ରାହକମାନେ ଅତି ବେଶୀରେ ମାତ୍ର ହଜାରେ ଟଙ୍କା ଉଠାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି। ପରେ ତାହାକୁ ଦଶ ହଜାର ଓ ପଚିଶ ହଜାରକୁ ବଢା ଯାଇଛି। ମାତ୍ର ୧୦ ଲକ୍ଷ ଟଙ୍କାର ପୁଞ୍ଜି ନେଇ ୧୯୮୪ରେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କରେ ଆଜି ସବୁଠୁ ବଡ ଘୋଟାଲା ସମ୍ଭବ ହୋଇଛି। ୨୧ ହଜାର ଜାଲ ଜମାଖାତା ଖୋଲି ରାକେଶ ୱାଧାବନ ଓ ଦେୱାନ ପରିବାରକୁ ସର୍ବାଧିକ ଋଣ ପ୍ରଦାନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ନେସନାଲ ରେଜିଷ୍ଟ୍ରାର ଓଫ କୋ ଅପରେଟିଭ,ମହାରାଷ୍ଟ୍ର ଓ ପଞ୍ଜାବ ରାଜ୍ୟ ସରକାର ଏହି ବ୍ୟାଙ୍କର ନିୟମିତ ସମୀକ୍ଷା କରୁଥିବା ସତ୍ତ୍ୱେ ଏହା ଏକ ନିର୍ଦ୍ଦିଷ୍ଟ କମ୍ପାନୀର ବ୍ୟକ୍ତିଗତ ସମ୍ପତ୍ତି ପାଲଟିଗଲା କେମିତି? ଗତ ପାଞ୍ଚ ବର୍ଷ ଧରି ମହାରାଷ୍ଟ୍ରରେ ବିଜେପି ସରକାର ରହିଥିବା ବେଳେ ଆଜି ପର୍ୟନ୍ତ ଏକଥା ଛପିକି ରହିଥିଲା କେମିତି? ତେବେ କେବଳ ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ନୁହଁ, ଏବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଛି। ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୫ ହଜାରରୁ ଅଧିକ କୋଟି ଟଙ୍କା ଗାୟବ କରି ନୀରବ ମୋଦୀ ଫେରାର ହୋଇଯାଇଥିବା କଥା ସମସ୍ତେ ଜାଣନ୍ତି।

ବ୍ୟାଙ୍କ ଗୁଡିକର ଋଣ ତଥା ଫେରି ପାରୁନଥିବା ପୁଞ୍ଜିର ପରିମାଣ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି। ଏ ସମ୍ପର୍କରେ କୌଣସି ବାସ୍ତବ ତଥ୍ୟ ଲୋକଙ୍କୁ ଜଣା ଯାଉନାହିଁ। ରିଜର୍ଭ ବ୍ୟାଙ୍କର ନିଜ ତଥ୍ୟ କହୁଛି ଗତ ବର୍ଷେ ଭିତରେ ବ୍ୟାଙ୍କରେ ଘୋଟାଲା ସଂଖ୍ୟା ଦେଢ ଗୁଣ ବଢିଛି। ଆଜି ନିଜେ ନିଜ ପଇସା ଉଠାଇବାକୁ ସାଧାରଣ ଲୋକ ପାଖରେ ଅଧିକାର ନାଇଁ। ଅଥଚ ଲୋକପ୍ରିୟତାରେ ମୋଦୀ ସରକାର ଆଜି ମଧ୍ୟ ଏକ ନମ୍ବର। କୁହାଯାଉଛି, ମହାରାଷ୍ଟ୍ରରେ ବିଜେପି ସରକାର ପୁଣିଥରେ ନିଶ୍ଚୟ ଜିତିବ।ବାସ୍ତବରେ ଏ ଗଣିତ ବୁଝା ପଡୁନାହିଁ। ସାଧାରଣ ଲୋକ ମୋଦୀ ସରକାରର ଆର୍ଥିକ ପରିଚାଳନାରେ ରହିଥିବା ତ୍ରୁଟି କାରଣରୁ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ, ବାରମ୍ବାର ମୋଦୀଙ୍କ ନାମରେ ଭୋଟ ଦେଉଛନ୍ତି କେମିତି?

ଏହାର ଗୋଟେ ସରଳ ଉତ୍ତର ଏୟା ହୋଇପାରେ ଯେ, ଭ୍ରଷ୍ଟାଚାର ଏହି ସମୟରେ ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇଯାଇଛି। ଲକ୍ଷାଧିକ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲା ପରେ ମଧ୍ୟ ଦେଶରେ ଦୁର୍ନୀତି ବିରୋଧୀ କୌଣସି ଆନ୍ଦୋଳନ ଉଧେଇ ପାରୁନାହିଁ। ଏହାର ଏକମାତ୍ର କାରଣ ହେଉଛି, ରାଷ୍ଟ୍ରୀୟ ସୁରକ୍ଷା ଆଳରେ ଭ୍ରଷ୍ଟାଚାର ଏକ ସାଧାରଣ ଗ୍ରହଣୀୟ ବ୍ୟବସ୍ଥା ବୋଲି ଆମ ଲୋକ ଧରି ନେଇଛନ୍ତି।

ବର୍ତ୍ତମାନ ସମୟରେ ଯାହା ବ୍ୟାଙ୍କ ଘୋଟାଲା ହେଉଛି ହେଉ, ଦେଶରେ ସବୁ ଠିକ ଚାଲିଛି ବୋଲି ଆମେ ବିଶ୍ଵାସ କରିବାକୁ ବାଧ୍ୟ!!

Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Latest News

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ରାଜ୍ୟସଭା ନିର୍ବାଚନ: ହରିୟାଣା, ବିହାର ଏବଂ ଓଡିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

March 9, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

IPL 2026 Update: ଆଜି ଏହି ସମୟରେ ଘୋଷଣା ହୋଇପାରେ ଆଇପିଏଲ କାର୍ଯ୍ୟସୂଚୀ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.