Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇ ହଜାର ଟଙ୍କିଆ ନୋଟ ଆସନ୍ତା ନୂଆ ବର୍ଷରୁ ଅଚଳ ହୋଇଯିବ କି?
ବିଶେଷ ଖବର

ଦୁଇ ହଜାର ଟଙ୍କିଆ ନୋଟ ଆସନ୍ତା ନୂଆ ବର୍ଷରୁ ଅଚଳ ହୋଇଯିବ କି?

October 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

“ଆସନ୍ତା ୧ ଜାନୁଆରୀ ୨୦୨୦ ରୁ ଭାରତ ସରକାର ନୂଆ ଡିଜାଇନର ୧୦୦୦ ଟଙ୍କିଆ ନୋଟ ବଜାରକୁ ଛାଡିବେ। ତା ପୂର୍ବରୁ ବିମୁଦ୍ରାକରଣ ସମୟରେ ପ୍ରଚଳିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ କୁ ପ୍ରତ୍ୟାହାର କରିନିଆଯିବ। ଆସନ୍ତା ଅକ୍ଟୋବର ୧୦ ତାରିଖ ସୁଦ୍ଧା ଯାହା ପାଖରେ ୨୦୦୦ ଟଙ୍କିଆ ନୋଟ ଗଚ୍ଛିତ ଅଛି, ସେମାନେ ତୁରନ୍ତ ତାକୁ ବ୍ୟାଙ୍କରେ ଜମା କରନ୍ତୁ”-ଏମିତି ଏକ ବାର୍ତ୍ତା ଏବେ ୱାଟ୍ସଅପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହା ପୁଣିଥରେ ଲୋକଙ୍କ ମନରେ ଭୟ, ଆଶଙ୍କା ଓ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। ଏ ସମ୍ପର୍କରେ ଦେଶର ରିଜର୍ଭ ବ୍ୟାଙ୍କ କହିଛି ଯେ, ସେମିତି କିଛି ନିଷ୍ପତ୍ତି ନିଆଯାଇନାହିଁ। ଅକ୍ଟୋବର ୧୦ ତାରିଖ ସୁଦ୍ଧା ବୋଲି ଯାହା କୁହାଯାଇଛି, ତାହା ମଧ୍ୟ ଗୁଜବ। ଏବେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ବୈଧ ଅଛି ଓ ଏହା ନିକଟ ଭବିଷ୍ୟତରେ ବନ୍ଦ ହେବାର ସଙ୍କେତ ରିଜର୍ଭ ବ୍ୟାଙ୍କ ଦେଇନାହିଁ।

ହେଲେ ରିଜର୍ଭ ବ୍ୟାଙ୍କ ଯାହା କହୁଛି, ତା ଉପରେ ଲୋକଙ୍କର ଭରସା ରହିଛି ତ! ବିମୂଦ୍ରାକରଣ ସମୟରେ ରିଜର୍ଭ ବ୍ୟାଙ୍କ ନିଜର ସ୍ଵାୟତ୍ତତାକୁ ସରକାରଙ୍କ ପାଖରେ ବନ୍ଧା ପକାଇ ଦେଇଥିଲା। ତେଣୁ ୨୦୦୦ ଟଙ୍କିଆ ନୋଟ ବିଷୟରେ ରିଜର୍ଭ ବ୍ୟାଙ୍କର ୱେବ ସାଇଟରେ କୌଣସି ସଙ୍କେତ ବା ସୂଚନା ନଥିଲେ ମଧ୍ୟ, ଏ ପ୍ରକାର ଗୁଜବର ସଂପୂର୍ଣ୍ଣ ନିରାଧାର ବୋଲି ମଧ୍ୟ କୁହା ଯାଇପାରିବ ନାହିଁ। ୨୦୧୭ ମସିହାରୁ ୨୦୦୦ ଟଙ୍କିଆ ନୋଟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ଲାଗି ରହିଛି। ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଖବର ବାହାରିଲା ଯେ ଆଉ ୨୦୦୦ ଟଙ୍କିଆ ନୋଟ ଛପା ଯାଉନାହିଁ। ନାସିକରେ ରହିଥିବା ଭାରତୀୟ ଟଙ୍କା ମୂଦ୍ରଣାଳୟ ସୂତ୍ରରୁ ଜଣା ପଡିଲା ଯେ ଆଗାମୀ ଦିନରେ ୨୦୦୦ ଟଙ୍କିଆ ନୋଟ ଛାପିବାକୁ କୌଣସି ନିର୍ଦ୍ଦେଶ ମିଳିନାଇଁ। ସରକାରଙ୍କ ତରଫରୁ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଟୁଇଟରରେ ସ୍ପଷ୍ଟୀକରଣ ଦେଇ ସେଇ ଜାନୁଆରୀ ଦ୍ଵିତୀୟ ସପ୍ତାହରେ କହିଥିଲେ  ଯେ ଆବଶ୍ୟକ ପରିମାଣରେ ୨୦୦୦ ଟଙ୍କିଆ ମହଜୁଦ ଥିବାରୁ, ଆଉ ଅଧିକ ନୋଟ ଛାପିବାର ଆବଶ୍ୟକତା ନାହିଁ।

ବିଭିନ୍ନ ଅର୍ଥନୈତିକ ଖବର କାଗଜର ସୂତ୍ରରୁ ଜଣା ପଡୁଛି ଯେ ୨୦୦୦ ଟଙ୍କିଆ ନୋଟ ଏବେ ବଜାରରୁ ଉଭେଇ ଯିବା ଆରମ୍ଭ କରିଛି। ସରକାରୀ ସୂତ୍ର ଅନୁଯାୟୀ ଯଦିଓ ବଜାରରେ ରହିଥିବା ମୋଟ ମୂଦ୍ରାରୁ ୨୦୦୦ ଟଙ୍କିଆ ମୂଦ୍ରା ୩୫ ପ୍ରତିଶତ ରହିଛି, ତଥାପି ବଜାରରେ ଏହା କାଁ ଭାଁ ଦେଖା ଯାଉଛି। ତେଣୁ ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ବିମୂଦ୍ରାକରଣ ପରେ ଦେଶର ଅର୍ଥନୀତିରେ ଯେଉଁ କମ୍ପନ ସୃଷ୍ଟି ହୋଇଥିଲା, ତାହାର ପ୍ରଭାବରେ ଏବେବି ଅର୍ଥନୀତିର ଗତି ଶିଥିଳ ହୋଇ ପଡିଛି। ସେହି ସମୟରେ ଆଉ ଏକ ବିମୁଦ୍ରାକରଣର ଭୟ ବଜାରକୁ ପ୍ରଭାବିତ କରିବା ସ୍ଵାଭାବିକ।

ଯେଉଁମାନଙ୍କ ପକେଟରେ ଦୁଇ ହଜାର ଟଙ୍କିଆ ନୋଟ ରହିଛି, ସେମାନେ ଏବେ ରାତିରେ ଶୋଇପାରିବେ ନାହିଁ। ଟଙ୍କାକୁ ନେଇ ଏ ପ୍ରକାର ସନ୍ଦେହ, ଅସ୍ଥିରତା ଓ ଆଶଙ୍କା, ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ସୋସିଆଲ ମିଡିଆରେ ବ୍ୟାପକ ଭାବରେ ପ୍ରସାରିତ ଏ ଗୁଜବ କୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ତୁରନ୍ତ ସ୍ପଷ୍ଟୀକରଣ ଦେବା ଉଚିତ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026
Latest News

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧି କଲେ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି  

March 9, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଅସ୍ଥାୟୀ ଭାବେ ବାତିଲ

March 9, 2026

ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.