Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋହନ ଭାଗବତ କହିବେ କି, ଭିଡ ହିଂସା ଯଦି ଭାରତୀୟ ପରମ୍ପରା ନୁହେଁ, ଗୁଜରାଟ ଓ କନ୍ଧମାଳ ଦଙ୍ଗା କେଉଁ ଦେଶରେ ହୋଇଥିଲା? 
ବିଶେଷ ଖବର

ମୋହନ ଭାଗବତ କହିବେ କି, ଭିଡ ହିଂସା ଯଦି ଭାରତୀୟ ପରମ୍ପରା ନୁହେଁ, ଗୁଜରାଟ ଓ କନ୍ଧମାଳ ଦଙ୍ଗା କେଉଁ ଦେଶରେ ହୋଇଥିଲା? 

October 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମୋହନ ଭାଗବତ
"ମୁସଲମାନମାନେ କ'ଣ ଆରଏସଏସ ରେ ଯୋଗ ଦେଇପାରିବେ?": ଉତ୍ତର ଦେଲେ ମୋହନ ଭାଗବତ

କେଦାର ମିଶ୍ର 

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ ଆଜିକାଲି ଟେଲିଭିଜନ ପର୍ଦ୍ଦାରେ ଛାଇ ହୋଇ ରହୁଛି। ଆଗରୁ ନାଗପୁରରେ ଆୟୋଜିତ ହେଉଥିବା ଏହି ଉତ୍ସବ ବିଷୟରେ ସେମିତି କିଛି ଖବର ବାହାରୁ ନଥିଲା। ଏବେ କିନ୍ତୁ ଏହା ସବୁ ଟେଲିଭିଜନ ଚାନେଲରେ ଲାଇଭ ଦେଖା ଯାଉଛି। ଚଳିତ ବର୍ଷ ତାର ବ୍ୟତିକ୍ରମ ନଥିଲା। ଏକ ପ୍ରକାର ଅର୍ଦ୍ଧ ସାମରିକ ଉତ୍ସବ ଭଳି ଏହାକୁ ପାଳନ କରିବାର ଉତ୍ସାହ ସଂଘ ଭିତରେ ରହି ଆସିଛି। ଭାରତରେ ନିର୍ବାଚିତ ସରକାର ବା ଲୋକ ପ୍ରତିନିଧିଙ୍କ ଉପରେ ମଧ୍ୟ ସଂଘର ପତିଆରା ରହିଛି, ଏକଥା ଏ ବର୍ଷ ବିଜୟା ଦଶମୀରେ ପୁଣିଥରେ ପ୍ରମାଣିତ ହୋଇଛି। ଗୈରିକ ପତାକା ଉତ୍ତୋଳନ, ହିନ୍ଦୁ ରାଷ୍ଟ୍ରର ବନ୍ଦନା ଓ ଶସ୍ତ୍ର ପୂଜା- ଏଥିରୁ କୌଣସି ଗୋଟିଏ ମଧ୍ୟ ଗଣତାନ୍ତ୍ରିକ ପରମ୍ପରା ନୁହେଁ। ନିଜକୁ ଏକ ସାଂସ୍କୃତିକ ସଂଗଠନ ବୋଲି କହୁଥିବା ଅନୁଷ୍ଠାନ ଖଣ୍ଡା, ତରୁଆଲ ବନ୍ଧୁକ ପୂଜା କରିବ କାହିଁକି? ପରେ ଖବର ଆସିଲା ଅନ୍ୟ କେଉଁ ଶାଖାରେ ଉତ୍ସାହୀ ସଂଘ କର୍ମୀ ହାୱାରେ ଗୁଳି ଚଳେଇ ବିଜୟା ଦଶମୀ ଉତ୍ସବ ପାଳନ କଲେ।

ଏହା ସ୍ପଷ୍ଟ ଭାବରେ ସଂଘର ସାଂସ୍କୃତିକ ଚରିତ୍ରକୁ ପ୍ରତିଫଳିତ କରୁଛି। ହିନ୍ଦୁ ରାଷ୍ଟ୍ରର ବନ୍ଦନା ଚାଲିଥିବା ବେଳେ ତଳେ ଧାଡିରେ ଠିଆ ହୋଇ ଭାରତର ଗଣତାନ୍ତ୍ରିକ ସମ୍ବିଧାନକୁ ଛୁଇଁ ଶପଥ ନେଇଥିବା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାବଧାନ ମୂଦ୍ରାରେ ଠିଆ ହୋଇଥିଲେ। ସବୁଠୁ ରୋଚକ ଦୃଶ୍ୟ ଥିଲା, ସାମ୍ନାରେ ହିନ୍ଦୁ ରାଷ୍ଟ୍ରର ବନ୍ଦନା କରୁଥିବା ଲୋକଙ୍କ ଭିତରେ ରହିଥିଲେ ଜେନେରାଲ ଭି.କେ. ସିଂ, ଦେଶର ପରିବହନ ରାଷ୍ଟ୍ରମନ୍ତ୍ରୀ ଓ ପୂର୍ବତନ ସେନାବାହିନୀର ମୁଖ୍ୟ। କୌଣସି ଏକ ସଂଗଠନ ଯିଏ ଧର୍ମ ଆଧାରିତ ରାଷ୍ଟ୍ରର କଥା କହୁଛି, ତାରି ମୁଖିଆଙ୍କ ଆଗରେ ଦେଶର ପୂର୍ବତନ ସେନାଧ୍ୟକ୍ଷ ସଲାମ କରୁଥିବାର ଦୃଶ୍ୟ, ଅତ୍ୟନ୍ତ ମର୍ମନ୍ତୁଦ। ଗୋଟେ ସମୟରେ ପାକିସ୍ତାନରେ ଏ ଭଳି ଦୃଶ୍ୟ ଦେଖି ଆମେ ନାକ ଟେକୁଥିଲୁ।

ତେବେ ବିଜୟା ଦଶମୀ ଉତ୍ସବର ସବୁଠୁ ବଡ ଆକର୍ଷଣ ଥାଏ, ସରସଙ୍ଘ ଚାଳକ ବା ସଂଘ ମୁଖିଆଙ୍କ ଭାଷଣ। ଏଥର ସଂଘ ମୁଖିଆ ମୋହନ ଭାଗବତ ପ୍ରାୟ ଘଣ୍ଟାଏ ରୁ ଅଧିକ କାଳ ଭାଷଣ ଦେଲେ। ତାଙ୍କ ଭାଷଣରେ ଅନେକ କଥା ଥିଲା, ଯାହାକି ପରଷ୍ପର ବିରୋଧୀ। ଗଣତନ୍ତ୍ର, ସମ୍ବିଧାନ ଓ ଆଇନକୁ ସମ୍ମାନ ଦେବା କଥା କହୁଥିବା ଭାଗବତ, ରାମ ମନ୍ଦିର ଆନ୍ଦୋଳନ କଥା ବୋଧେ ଭୁଲିଯାଇଥିଲେ। ସୁପ୍ରିମ କୋର୍ଟରେ ଲିଖିତ ପ୍ରତିଶୃତି ଦେଇ ମଧ୍ୟ ବେଆଇନ ଭାବରେ କିପରି ବାବରୀ ମସଜିଦ ଭଙ୍ଗା ଗଲା, ସେକଥା ଅବଶ୍ୟ ତାଙ୍କର ମାନେ ନଥିବ।ତେବେ ତାଙ୍କ ଭାଷଣର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା- ଭିଡ ହିଂସାକୁ ନେଇ ତାଙ୍କର ଆକଳନ। ତାଙ୍କ ମତରେ ଏହା ଅତି ସାମାନ୍ୟ ଛୋଟମୋଟ ଘଟଣା ଓ ଏହାକୁ ଅଯଥା ଗୁରୁତ୍ଵ ଦିଆଯାଉଛି। ଇତି ମଧ୍ୟରେ ଶତାଧିକ ଲୋକଙ୍କୁ ଭିଡ ହିଂସା ମାରି ସାରିଲାଣି, ଅଥଚ ତାହା ହେଉଛି ସଂଘ ପାଇଁ ଛୋଟମୋଟ କଥା।

ତେବେ ଭିଡ ହିଂସା ବା “ଲିଞ୍ଚିଙ୍ଗ” ଭାରତର ପରମ୍ପରା ନୁହଁ ବୋଲି କହି ସେ ଏହାକୁ ଖ୍ରୀଷ୍ଟିୟାନ ଧର୍ମ ପରମ୍ପରାରେ ରହିଥିଲା ବୋଲି କହିଛନ୍ତି। ଏହାର ଉଦାହରଣ ଭାବରେ ସେ କିନ୍ତୁ ଏକ ଦେଶୀ ଉଦାହରଣ ବ୍ୟବହାର କରିଛନ୍ତି। ୧୯୭୪ରେ ନିର୍ମିତ ମନମୋହନ ଦେସାଇଙ୍କ ସିନେମା “ରୋଟି” ର ସେଇ ପ୍ରସିଦ୍ଧ ଗୀତ “ୟାର ହମାରି ବାତ ଶୁନୋ, ଏକ ଐସା ଇନ୍ସାନ ଚୁନୋ, ଜିସନେ ପାପ ନା କିଆ ହୋ, ଜୋ ପାପୀ ନା ହୋ” କୁ ଉଦ୍ଧାର କରି ଏହା ପାଶ୍ଚାତ୍ୟ ଭିଡ ହିଂସାର ଉଦାହରଣ ବୋଲି ଭାଗବତ କହିଛନ୍ତି।ବାଇବେଲର ଏକ କାହାଣୀ ଆଧାରରେ ରଚିତ ଏ ଗୀତର ଲେଖକ ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଓ ଗାୟକ କିଶୋର କୁମାର। ଏମାନେ ସମସ୍ତେ ଭାରତୀୟ ଓ ଏ ପ୍ରକାର ଧାର୍ମିକ ଉନ୍ମାଦନା ବିରୋଧରେ ଇଶା ମସିହାଙ୍କର କରୁଣା ହିଁ ଏ ଗୀତର ସବୁଠୁ ବଡ ବାର୍ତ୍ତା। ହେଲେ ଭାଗବତଙ୍କୁ ଏ ଗୀତରେ ପାଶ୍ଚାତ୍ୟ ଭିଡ ହିଂସା ଦିଶିଲା।

ଧର୍ମ, ଗୋରକ୍ଷା, ହିନ୍ଦୁ ସ୍ଵାଭିମାନ ନାମରେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଥିବାର ଜଘନ୍ୟ ମାନସିକତା ବିରୋଧରେ କହିବା ତ ଦୂରେ ଥାଉ, ଓଲଟି ଯେଉଁମାନେ ଏ ପ୍ରସଙ୍ଗ ଉଠାଉଛନ୍ତି ସେମାନଙ୍କୁ ବିଦେଶୀ ଷଡଯନ୍ତ୍ରକାରୀ ବୋଲି କହି ସଂଘ ପୁଣିଥରେ ନିଜର ଅସଲ ଚେହେରାକୁ ଲୋକଙ୍କ ଆଗରେ ଦେଖାଇଛି। ଘୃଣା ଓ ବହୁ ସଂଖ୍ୟକ ବାଦରୁ ସଂଘ କେବେହେଲେ ନିଜକୁ ମୁକ୍ତ ରଖିପାରିବ ନାହିଁ। ଭିଡ ହିଂସାର ପରମ୍ପରା ଯଦି ଭାରତର ନୁହଁ ତାହେଲେ ସଂଖ୍ୟାଧିକ ଦଙ୍ଗା ଭାରତରେ କିଏ କରିଛି? ୨୦୦୨ ର ଗୁଜରାଟ ଦଙ୍ଗା, ୨୦୦୭- ୦୮ ର କନ୍ଧମାଳ ଦଙ୍ଗା ଓ ୨୦୧୩ ରେ ମୁଜାଫର ଦଙ୍ଗାର ଭୟାନକ ଚିତ୍ର ଆମ ଦେଶରେ ଭିଡ ହିଂସାର ସବୁଠୁ ବଡ ଉଦାହରଣ। ସେହିପରି ଡିସେମ୍ବର ୧୯୯୨ରେ  ସଂଘ ନେତୃତ୍ବରେ ବାବରୀ ମସଜିଦ ଭାଙ୍ଗିବା ଲାଗି ଯେଉଁ ପ୍ରକାର ଭିଡ ହିଂସାର ପ୍ରୟୋଗ ହୋଇଥିଲା, ତାହା ବୁଦ୍ଧ ଓ ଗାନ୍ଧୀଙ୍କ ଦେଶରେ ଏକ କଳଙ୍କ ହୋଇ ରହିଛି। ବୁଦ୍ଧ, ଗାନ୍ଧୀ ଓ ଆମ୍ବେଦକରଙ୍କ ନାଁ ନେଇ ଭିଡ ହିଂସାକୁ ପରୋକ୍ଷ ସମର୍ଥନ ଦେବା, ସଂଘ ପରିବାରର ପୁରୁଣା ଅଭ୍ୟାସ।

ସଙ୍ଘଠାରୁ ଏହାଠୁ ଅଧିକ କିଛି ଅବଶ୍ୟ କେହି ଆଶା କରନ୍ତି ନାହିଁ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026
Latest News

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧି କଲେ ଏଲପିଜି ସିଲିଣ୍ଡର ପାଇଁ ବୁକିଂ ଅବଧି  

March 9, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହେତୁ କିଛି ଟ୍ରେନ୍ ଅସ୍ଥାୟୀ ଭାବେ ବାତିଲ

March 9, 2026

ସ୍ଥାୟିତ୍ୱ ଓ ନୂତନ ଉଦ୍‌ଭାବନକୁ ନେଇ ଆଇବିସିଏସ୍ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ଭାରତର ଐତିହାସିକ ଟି-୨୦ ବିଶ୍ୱକପ୍ ବିଜେତା ଦଳକୁ ନୀତା ଅମ୍ବାନୀଙ୍କ ଅଭିନନ୍ଦନ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.