Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୈଜୟନ୍ତ ପଣ୍ଡାଙ୍କ ରାଜନୀତି ଓଡିଶାରେ ସବୁବେଳେ ବିଫଳ ହେବ, କାହିଁକି ଓ କାହା ପାଇଁ !!
ବିଶେଷ ଖବର

ବୈଜୟନ୍ତ ପଣ୍ଡାଙ୍କ ରାଜନୀତି ଓଡିଶାରେ ସବୁବେଳେ ବିଫଳ ହେବ, କାହିଁକି ଓ କାହା ପାଇଁ !!

January 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ବୈଜୟନ୍ତ ପଣ୍ଡା, ରାଜନେତା ଭାବରେ ତାଙ୍କର ଭଲ ପ୍ରଭାବ ରହିଛି, ଏକଥା ଦିଲ୍ଲୀର ପ୍ରତ୍ୟେକ ପ୍ରଭାବଶାଳୀ ଲୋକ ଜାଣନ୍ତି। ନୂଆଦିଲ୍ଲୀର କ୍ଷମତା ଗଳିରେ ତାଙ୍କର ଅବାଧ ପ୍ରବେଶ ଅଛି। ଇଂରାଜୀ ଭାଷାର ଗଣମାଧ୍ୟମ ତାଙ୍କୁ ଜଣେ  ଆଗଧାଡିର ନେତା ବୋଲି ମାନ୍ୟତା ଦିଏ। ନିଜେ ବୈଜୟନ୍ତ ମଧ୍ୟ ନିଜକୁ “ଦିଲ୍ଲୀ ମାଭେରିକ” ବୋଲି କହନ୍ତି। ଏଇ ସପ୍ତାହରେ ତାଙ୍କର ବହି ପ୍ରକାଶ ପାଇଛି, ଯାହାର ଶୀର୍ଷକ ହେଉଛି, “ଲୁଟ୍ୟେନ’ସ ମାଭେରିକ”। ତାଙ୍କର ଶିଲ୍ପପତି ପରିବାର ଓ କ୍ଷମତା କେନ୍ଦ୍ର ସହ ଯୋଗାଯୋଗ କାରଣରୁ ସେ ବେଶ ପ୍ରଭାବଶାଳୀ ଓ ପ୍ରତିଷ୍ଠିତ । ତେବେ ଓଡିଶା ରାଜନୀତିରେ ସେ ଦିଲ୍ଲୀ ପରି ପ୍ରଭାବ ବିସ୍ତାର କରିବାରେ ସମର୍ଥ କି? ଓଡିଶା ରାଜନୀତି ସହ ପରିଚିତ ଯେ କୌଣସି ବ୍ୟକ୍ତି କୁ ପଚାରିଲେ ସେ କହିବ, ବୈଜୟନ୍ତ ବାବୁଙ୍କ ରାଜନୀତି ସବୁବେଳେ ସମ୍ଭ୍ରାନ୍ତ ଓ ତାଙ୍କ ହେଲିକପ୍ଟର ପରି ତାଙ୍କ ରାଜନୀତି ମଧ୍ୟ ଆକାଶରେ ଉଡୁଥାଏ। ଲୋକଙ୍କ ସହ ମିଶି ଲୋକଙ୍କ ରାଜନୀତି କରିବା ବୈଜୟନ୍ତଙ୍କ ଦ୍ଵାରା କେବେବି ସମ୍ଭବ ହୋଇନାହିଁ।

ସେ ହେଲିକପ୍ଟର ଚଳାଇ ଜାଣନ୍ତି। ଆକାଶରେ ଦୀର୍ଘ ସମୟ ଉଡିବାର ଅନୁଭୂତି ତାଙ୍କର ରହିଛି। ହେଲେ ରାଜନୀତି ଆକାଶର କଥା ନୁହେଁ। ଏଠି ମାଟିରେ ଚାଲିବାକୁ ପଡେ। ବୈଜୟନ୍ତ ବାବୁଙ୍କ ପାଇଁ ଏଇ ହେଲିକପ୍ଟର ଉଡାଇବାର ପ୍ରେରଣାଦାତା ମଧ୍ୟ “ବିଜୁ ଅଙ୍କଲ’। (ବିଜେଡିରେ ଥିଲା ବେଳେ ବୈଜୟନ୍ତ ବିଜୁ ପଟ୍ଟନାୟକଙ୍କୁ ବିଜୁ ବାବୁ କହୁଥିଲେ, ଏବେ ବିଜେଡ଼ି ଛାଡିବା ପରେ ସେ ବିଜୁ ଅଙ୍କଲ ବୋଲି କହୁଛନ୍ତି) ତେବେ ବିଜୁ ବାବୁ ପାଇଲଟ ହେବାର ନିଶାରେ ଅନେକବାର ହାରିଥିଲେ। ଗୋଟେ ସମୟ ଆସିଲା, ବିଜୁ ବାବୁ ଓଡିଶାର ପ୍ରତ୍ୟେକ ଗାଁ କୁ ଚାଲି ଚାଲି ଯାଇଥିଲେ। ତେଣୁ ଲୋକଙ୍କ ରାଜନୀତି କରିବାକୁ ହେଲେ ଲୋକଙ୍କ ସାଙ୍ଗରେ ଚାଲିବାକୁ ପଡେ। ସେ ପ୍ରକାର ରାଜନୀତି ବୈଜୟନ୍ତ ବାବୁ ଏଯାଏ କରି ନାହାନ୍ତି।

ବିଜେଡି ଛାଡିବା ପରେ ମୁଁ ନିଜ ଇଚ୍ଛା ରେ ଅନ୍ୟ କୌଣସି ଦଳକୁ ଯାଇନାହିଁ ବୋଲି ଏବେ ବୈଜୟନ୍ତ କହୁଛନ୍ତି। ହେଲେ ଅସଲ ସତ୍ୟ ହେଉଛି, ଅନ୍ୟ କୌଣସି ଦଳରେ ତାଙ୍କୁ ସ୍ଵାଗତ କରାଯାଇନାହିଁ। ଏକଦା ବିଜେପିରେ ମିଶିବା ଲାଗି ତାଙ୍କର ସବୁ ପ୍ରକାର ନିଷ୍ପତ୍ତି ସାରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେପି ନେତୃତ୍ୱ ତାଙ୍କୁ ଧରାଛୁଆଁ ଦେଲେନାହିଁ। ସେହି କାରଣରୁ ଏବେ ବୈଜୟନ୍ତ କହୁଛନ୍ତି ଯେ, ନବୀନ ପଟ୍ଟନାୟକ ବିଜେପି ଓ କଂଗ୍ରେସର ନେତୃତ୍ବକୁ ପ୍ରଭାବିତ କରି ରଖିଛନ୍ତି। ଏହା ଅନେକାଂଶରେ ସତ୍ୟ ମଧ୍ୟ। ଉଭୟ ବିଜେପି ଓ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ନବୀନ ବାବୁଙ୍କୁ ନାରାଜ କରିବାକୁ ଚାହାନ୍ତି ନାଇଁ।

ତେବେ ଓଡିଶାରେ ନବୀନଙ୍କ ନେତୃତ୍ୱ ବିରୋଧରେ ବୈଜୟନ୍ତଙ୍କୁ ଲୋକେ ବିକଳ୍ପ ବୋଲି ଭାବୁଛନ୍ତି କି? ଆପଣ ଯେ କୌଣସି ସାଧାରଣ ଓଡିଆ ଲୋକଙ୍କୁ ଏ ପ୍ରଶ୍ନ ପଚାରିଲେ, ସେ ଆପଣଙ୍କୁ ଯୋକର ବୋଲି ଭାବିବ। ଓଡିଶା ରାଜନୀତିରେ ଆଜି ମଧ୍ୟ ବୈଜୟନ୍ତ କେବଳ ଏକ ନାମ ମାତ୍ର। କୌଣସି ଦଳ କୁ ଛାଡି ରାଜନୀତି ରେ ତିଷ୍ଠି ପାରିବାର ସାହସ ବା ସାମର୍ଥ୍ୟ ତାଙ୍କର ନାହିଁ। ତାଙ୍କ ରାଜନୀତିର ସବୁଠୁ ଦୁର୍ବଳ ଦିଗ ହେଲା, ତାଙ୍କର ଅତ୍ୟଧିକ ଦିଲ୍ଲୀ ପ୍ରେମ। ସେ ଦିଲ୍ଲୀର ଗଣ ମାଧ୍ୟମକୁ ସାକ୍ଷାତକାର ଦିଅନ୍ତି କିନ୍ତୁ ଓଡିଆ ସାମ୍ବାଦିକଙ୍କ ସହ ତାଙ୍କର ସମ୍ପର୍କ ନଥାଏ। ସେ ଯେ ଖରାପ ଓଡିଆ କହନ୍ତି ତା ନୁହେଁ, ସେ ଓଡିଆ ଗଣମାଧ୍ୟମକୁ ନିଜର ଯୋଗ୍ୟ ବୋଲି ବିଚାର କରନ୍ତି ନାଇଁ। ଏ ଯାବତ ତାଙ୍କ ନିଜ ଟେଲିଭିଜନରେ ପ୍ରସାରିତ ହୋଇଥିବା ତାଙ୍କର ଏକମାତ୍ର ଓଡିଆ ସାକ୍ଷାତ୍କାର ସେ ଜଣେ ଇଂରାଜୀ କାଗଜର ସାମ୍ବାଦିକଙ୍କୁ ଦେଇଥିଲେ। ଏଥିରୁ ଓଡିଶା ଓ ଓଡିଆଙ୍କ ପ୍ରତି ତାଙ୍କ ମନୋଭାବ ବୁଝି ହୋଇଯିବ।

ଏବେ ସେ ହୁଏତ ଏକ ନୂଆ ଦଳ ଗଠନ କରିବେ ବା ନୂଆ ମେଣ୍ଟ ର ଯୋଜନା କରିବେ। ସେଥିଲାଗି ଦିଲ୍ଲୀ ମିଡିଆରେ ତାଙ୍କର ଧାରାବାହିକ ସାକ୍ଷାତ୍କାର ସବୁ ବାହାରୁଛି। ତେବେ ସେ ସବୁ ପଢୁଛି କିଏ? ଇଂରାଜୀ କାଗଜ ଓ ଇଂରାଜୀ ଚାନେଲର ଗ୍ରାହକ ଓଡିଶାରେ 2% ବି ହେବେ ନାହିଁ। ସେଥିରେ ବୈଜୟନ୍ତଙ୍କର କି ଲାଭ ହେବ? ହଁ, ସେ ନିଜକୁ ସେଇ ଦିଲ୍ଲୀ ଦରବାରରେ ପ୍ରାସଙ୍ଗିକ କରି ରଖିବେ। ଓଡିଶାରେ ରାଜନୀତି କରିବାକୁ ହେଲେ ଓଡିଶାରେ ସମୟ କାଟିବାକୁ ପଡିବ ଓ ଓଡିଆଙ୍କ ପାଖରେ ଚାଲିବାକୁ ପଡିବ। ଖାଲି ଆକାଶରୁ ଓହ୍ଲାଇ ଫୋଟୋ ଉଠାଇ ଚାଲି ଆସିବାର ସେ ରାଜନୀତି ପୁରୁଣା ହୋଇଗଲାଣି ବୋଲି ବୈଜୟନ୍ତ ବାବୁ ବୋଧେ ବୁଝୁ ନାହାନ୍ତି।

ବୈଜୟନ୍ତ ବାବୁଙ୍କର ଆଉ ଏକ ସୀମା ହେଉଛି, ତାଙ୍କର ସଂକୀର୍ଣ୍ଣ ପରିସର। ସେ ରାଜନୀତିରେ ବି କେବଳ ଶିଲ୍ପପତି ହୋଇ ରହିବାକୁ ଚାହାନ୍ତି। ଗୋଟେ ସମୟରେ ଶିଳ୍ପାୟନ ନାମରେ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ଯେଉଁ ଦମନ ଲୀଳା ଚଳାଇଥିଲେ ତାକୁ ସେତେବେଳେ ବୈଜୟନ୍ତ ଓ ତାଙ୍କର ଟିଭି ଚାନେଲ ଆଖିବୁଜା ସମର୍ଥନ ଦେଇଥିଲେ। ଆଜି ମଧ୍ୟ ସେ କର୍ପୋରେଟ ରାଜନୀତିର ସବୁଠୁ ବଡ ସମର୍ଥକ। ସେଥିରେ ତାଙ୍କୁ ଜନ ଆନ୍ଦୋଳନ ବା ଲୋକଙ୍କ କଥା କହୁଥିବା ରାଜନେତାମାନେ ସମର୍ଥନ ଦେଇ ପାରିବେ ନାଇଁ।

ବୈଜୟନ୍ତ ବାବୁଙ୍କ ରାଜନୀତି ସେ ଦିଲ୍ଲୀ ମିଡିଆର ସାକ୍ଷାତ୍କାର ଓ ଟୁଇଟର ଇଂରାଜୀରେ ସୀମିତ ହୋଇ ରହିବାକୁ ବାଧ୍ୟ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.