Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନାଥ ସିଂଙ୍କ ରଫାଲର ଲେମ୍ବୁ ପୂଜାକୁ ପାକିସ୍ତାନ ସେନାବାହିନୀର ସମର୍ଥନ
ବିଶେଷ ଖବର

ରାଜନାଥ ସିଂଙ୍କ ରଫାଲର ଲେମ୍ବୁ ପୂଜାକୁ ପାକିସ୍ତାନ ସେନାବାହିନୀର ସମର୍ଥନ

October 11, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜନାଥ ସିଂଙ୍କ ରଫାଲର ଲେମ୍ବୁ ପୂଜାକୁ ପାକିସ୍ତାନ ସେନାବାହିନୀର ସମର୍ଥନ

କେଦାର ମିଶ୍ର

ରଫାଲର ଲେମ୍ବୁ ପୂଜା ବିଷୟରେ ଲେଖିବା ବେଳେ ଦୁଇ ଦିନ ତଳେ ଆମେ ଲେଖିଥିଲୁ- “ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। ରଫାଲ ତିଆରି କରିଥିବା “ଦାସଲ୍ଟ” କମ୍ପାନୀରୁ ପାକିସ୍ତାନ ମଧ୍ୟ ମିରାଜ-୩ ଓ ମିରାଜ-୫ ବିମାନ କିଣିଛି। ଏବେ ଚୀନ ପାଖରୁ ପାକିସ୍ତାନ କିଛି ଲଢୁଆ ବିମାନ କିଣିବାର ଯୋଜନା କରୁଛି। ସେଠିକି ସେମାନେ ମଧ୍ୟ ମୌଲବୀ ନେଇ ତାବିଜ ବାନ୍ଧିବାକୁ ଯିବେ”।

ତେବେ ଏ ଲେଖା ପଢି ମୁଣ୍ଡ ନଥିବା ଭକ୍ତମାନେ ହଠାତ ଆମ ପାଖକୁ “ପାକିସ୍ତାନ ଚାଲି ଯାଅ’ ବୋଲି ତାଙ୍କର ଚିରାଚରିତ ପ୍ରଳାପ ଆରମ୍ଭ କରିଥିଲେ। ତେବେ ସେହି ଭକ୍ତଙ୍କ ପାଇଁ ପାକିସ୍ତାନ ସେନାବାହିନୀର ଗୋଟେ ଭଲ ବାର୍ତ୍ତା ଆସିଛି। ରାଜନାଥ ସିଂ ରଫାଲ ପୂଜା କରିବାକୁ ପାକିସ୍ତାନ ସେନା ବାହିନୀ ଉଚ୍ଛ୍ଵସିତ ପ୍ରଶଂସା କରିଛି। ପ୍ରଶଂସା କରିଥିବା ଲୋକ ଖୋଦ ପାକିସ୍ତାନ ସେନାବାହିନୀର ମୁଖପାତ୍ର ଆସିଫ ଗଫୂର। ଗତ ୧୧ ଅକ୍ଟୋବର ଠିକ ରାତି ୧୨ ଟାରେ ଆସିଫ ଗଫୁର ଏକ ଟୁଇଟ କରି ଲେଖିଛନ୍ତି ଯେ “ରଫାଲ ପୂଜାରେ କୌଣସି ଅସୁବିଧା ନାହିଁ। ଏହା ଏକ ଧାର୍ମିକ ପ୍ରଥା ଓ ଏହାକୁ ସମ୍ମାନ କରିବା ଉଚିତ।” ପାକିସ୍ତାନ ସେନାବାହିନୀ ସହିତ ମୁଲ୍ଲା ଓ ୱାହାବି ଭାବନାର ପୁରୁଣା ସମ୍ପର୍କ ରହିଛି। ତେଣୁ ଧର୍ମ ଆଧାରରେ ସାମରିକ ଶାସନ ଚଳାଇବାକୁ ପାକିସ୍ତାନ ସେନା ବାହିନୀ ସବୁବେଳେ ସୁଯୋଗ ଖୋଜିଥାଏ।

ଆମ ପାଇଁ ଚିନ୍ତାର ବିଷୟ ହେଉଛି, ଗଣାତାନ୍ତ୍ରିକ ପରମ୍ପରାରେ ବିଶ୍ଵାସ କରୁଥିବା ଓ ସବୁ ଧର୍ମକୁ ସମାନ ବୋଲି ବିଚାର କରି ରାଷ୍ଟ୍ରକୁ ଧର୍ମରୁ ଦୂରେଇ ରଖୁଥିବା ଆମର ସେନାବାହିନୀକୁ ପାକିସ୍ତାନ ସେନା ଭଳି କରି ଦିଆଯାଉଛି। ଆମେ ଭୁଲିଯିବା ଉଚିତ ନୁହଁ ଯେ ଆମର ସେନାବାହିନୀ କୌଣସି ଧାର୍ମିକ ଅନୁଷ୍ଠାନ ନୁହେଁ ଓ ସେନାର ପରମ୍ପରାରେ ଭାରତର ଏକତା ସବୁବେଳେ ପ୍ରତିଫଳିତ ହୋଇ ଆସିଛି।

ସେ ଯାହା ବି ହେଉ, ପାକିସ୍ତାନ ଆଉ କାହାକୁ ପ୍ରଶଂସା କଲେ, ଭକ୍ତ ମାନେ ସେମାନେ ପାକିସ୍ତାନ ଚାଲି ଯାଆନ୍ତୁ, ପାକିସ୍ତାନୀ ଦଲାଲ ଇତ୍ୟାଦି ଅଳଙ୍କାର ଯୋଡିଥାନ୍ତି। ଆଜି ପାକିସ୍ତାନ ସେନାବାହିନୀ ଖୋଦ ଭାରତର ରଫାଲ ପୂଜାକୁ ସମର୍ଥନ କରି ଟୁଇଟ କଲାପରେ- ଏବେ କୁହନ୍ତୁ, ପାକିସ୍ତାନ ଯିବ କିଏ???

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Latest News

ଏସିଆ କପ୍ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ: ଓମାନକୁ ୬ ୱିକେଟ୍‌ରେ ପରାସ୍ତ କଲା ଟିମ ଇଣ୍ଡିଆ

November 19, 2025

ନଭେମ୍ବର ୧୯ ତାରିଖ ବୁଧବାର: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.