Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡ୍ରାଗନର ଛଦ୍ମବେଶ, ଭାରତ – ଚୀନ ସମ୍ପର୍କ ଓ ଚେନ୍ନାଇ କନେକ୍ଟ
ବିଶେଷ ଖବର

ଡ୍ରାଗନର ଛଦ୍ମବେଶ, ଭାରତ – ଚୀନ ସମ୍ପର୍କ ଓ ଚେନ୍ନାଇ କନେକ୍ଟ

October 13, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

କେଦାର ମିଶ୍ର 

ଗତ ଦୁଇ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଜି ଜିଂପିଙ୍ଗଙ୍କ ମଧ୍ୟରେ ଦୀର୍ଘ ସମୟର ଆଲୋଚନା ହୋଇଛି। ଭାରତର ବୈଦେଶିକ ବ୍ୟାପାର ବିଭାଗ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ଉଭୟ ନେତା କେବଳ ରାତ୍ରି ଭୋଜନ ବେଳେ ଅଢେଇ ଘଣ୍ଟା ପରଷ୍ପର ସହିତ କଥା ହୋଇଛନ୍ତି। ପ୍ରାୟ ଦଶ ଘଣ୍ଟାରୁ ଅଧିକ ସମୟ ଦୁଇ ରାଷ୍ଟ୍ର ମୁଖ୍ୟ ନିବିଡ ଭାବରେ ବୁଲାବୁଲି କରିଛନ୍ତି।  ଭାରତର ବୈଦେଶିକ ବ୍ୟାପାର ବିଭାଗ ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଓ ଦ୍ଵିପାକ୍ଷିକ ସମ୍ପର୍କର ଦୃଢତା କଥା କୁହା ଯାଇଛି। ମୋଦୀ ଓ ଜି ଙ୍କ ଭିତରେ ହୋଇଥିବା ଆଲୋଚନାରେ ୧୩୦୦ ବର୍ଷ ତଳର ପଲ୍ଲବ ରାଜାମାନଙ୍କର ଇତିହାସ ବିଷୟରେ ବହୁତ କଥା ହୋଇଥିବାର କୁହାଯାଇଛି। ଅର୍ଜୁନଙ୍କ ତପସ୍ୟା ଓ ତାମିଲନାଡ଼ୁର ଐତିହ୍ୟ କଥା ବି ଆସିଛି।  ଉଭୟ ନେତାଙ୍କ ଭିତରେ ବ୍ୟକ୍ତିଗତ ସମ୍ପର୍କ ଅତ୍ୟନ୍ତ ନିବିଡ ଓ ଗତ ୨୦୧୪ ରୁ ପ୍ରାୟ ୧୪ ଥର ଉଭୟ ନେତାଙ୍କ ଭିତରେ କଥାବାର୍ତ୍ତା ହେଲାଣି। ୱୂହାନ ଓ ଚେନ୍ନାଇ ପରେ ପୁଣି ଏକ ଅଣ ଆନୁଷ୍ଠାନିକ ଶିଖର ସମ୍ମିଳନୀରେ ଉଭୟ ନେତା ପରଷ୍ପରକୁ ଭେଟିବେ ବୋଲି ମଧ୍ୟ କୁହାଯାଇଛି। ଏତେ ସବୁ ସତ୍ତ୍ୱେ କୂଟନୈତିକ ଭାଷାରେ ମୋଦୀ ଓ ଜି ଜିଂପିଙ୍ଗଙ୍କ ବୈଠକକୁ କେବଳ ବ୍ୟାବସାୟିକ ବୋଲି କୁହାଯାଇପାରିବ।

ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ମାତ୍ର ୪୮ ଘଣ୍ଟା ଆଗରୁ ଚୀନ ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଧ୍ୟ ଭେଟିଥିଲେ। ଗତ ଅକ୍ଟୋବର ୯ ତାରିଖରେ ଚୀନ ଓ ପାକିସ୍ତାନ ଯେଉଁ ମିଳିତ ବିବୃତି ଜାରି କରିଥିଲେ, ସେଥିରେ କୁହାଯାଇଥିଲା ଯେ- ଚୀନ ଜାମୁ କାଶ୍ମୀରର ସ୍ଥିତି ଉପରେ ନଜର ରଖିଛି। କାଶ୍ମୀର କୁ ଏକ ଐତିହାସିକ ବିବଦମାନ ଅଞ୍ଚଳ ବୋଲି ଚୀନ ସ୍ଵୀକାର କରେ। ଜାତିସଂଘର ପ୍ରସ୍ତାବ ଅନୁସାରେ ଏହାର ସମାଧାନ କରାଯିବା ଦରକାର। କାଶ୍ମୀରରେ କୌଣସି ଏକପାଖିଆ ନିଷ୍ପତ୍ତିକୁ ଚୀନ ବିରୋଧ କରେ। (The Pakistan side briefed the Chinese side on the situation in Jammu and Kashmir, including its concerns, position, and current urgent issues. The Chinese side responded that it was paying close attention to the current situation in Jammu & Kashmir and reiterated that the Kashmir issue is a dispute left from history, and should be properly and peacefully resolved based on the UN Charter, relevant UN Security Council resolutions and bilateral agreements. China opposes any unilateral actions that complicate the situation.)

ପାକିସ୍ତାନ ସମ୍ପର୍କରେ ପଦେ କଥା ଚୀନ ତରଫରୁ ଭାରତରେ ଉଠିଲା ନାହିଁ। ଜାତିସଂଘ ସମେତ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ଚୀନ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଛି ଓ ଗତ କିଛି ବର୍ଷ ଭିତରେ ପାକିସ୍ତାନ ସର୍ବାଧିକ ସାମରିକ ସହାୟତା ଚୀନ ପାଖରୁ ପାଉଛି। ପୂର୍ବରୁ ଆମେରିକା ପାକିସ୍ତାନର ସବୁଠୁ ବଡ ସାମରିକ ସହଯୋଗୀ ଥିବା ବେଳେ ଗତ ଦଶକରେ ଚୀନ ସହିତ ପାକିସ୍ତାନର ସାମରିକ ସମ୍ପର୍କ ଦୃଢତର ହୋଇଛି। ପାକିସ୍ତାନ ତିଆରି କରୁଥିବା କ୍ଷେପଣାସ୍ତ୍ର ଓ ଯୁଦ୍ଧ ବିମାନ ଗୁଡିକରୁ ଅଧିକାଂଶ ଚୀନରୁ ଆସୁଛି। ଏ ସମ୍ପର୍କରେ ଭାରତ ନିଜର ଅଭିମତ କାହିଁକି ରଖିଲା ନାହିଁ? ୯ ତାରିଖରେ ଚୀନ ଓ ପାକିସ୍ତାନ ଯେଉଁ ଯୁଗ୍ମ ପ୍ରେସ ଇସ୍ତାହାର ଜାରି କରିଥିଲେ, ତାକୁ ଭାରତ ବିରୋଧ କରିଥିବା ବେଳେ ରାଷ୍ଟ୍ରପତି ଜି ଜିଂପିଙ୍ଗଙ୍କ ଆଗରେ ସେ ପ୍ରସଙ୍ଗ ଉଠାଗଲା ନାହିଁ କାହିଁକି?

୧୯୯୮ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଉଥିବା ଜର୍ଜ ଫର୍ଣ୍ଣାଣ୍ଡେଜ ଅତି ସ୍ପଷ୍ଟ ଭାବରେ କହିଥିଲେ ଯେ ପାକିସ୍ତାନ ତୁଳନାରେ ଚୀନ ଭାରତ ପାଇଁ ବଡ ବିପଦ। ବାସ୍ତବତାକୁ ଆକଳନ କରି ଦେଖିଲେ, ପାକିସ୍ତାନର ଶକ୍ତି ହେଉଛି ଚୀନ। ଭାରତ ବିରୋଧରେ ପାକିସ୍ତାନର ସବୁ ପ୍ରକାର ଷଡଯନ୍ତ୍ର ଓ କୂଟନୈତିକ ଉଦ୍ୟମରେ ଚୀନ ତାଙ୍କୁ ସହାୟତା କରି ଆସୁଛି। ଗୋଟେ ପକ୍ଷରେ ଭାରତରେ ଚୀନ ନିଜର ବିଶାଳ ବଜାର ଖୋଲି ବସିଥିବା ବେଳେ ଭାରତ ବିରୋଧୀ ଅଭିଯାନରେ ପାକିସ୍ତାନକୁ ସହାୟତା ଦେବାରେ ଏହା ପଛଘୁଞ୍ଚା ଦେଉନାହିଁ। କାଶ୍ମୀର ପ୍ରସଙ୍ଗରେ ଚୀନର ଜିଦ କାରଣରୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଵତନ୍ତ୍ର ବୈଠକରେ ଏହାର ଆଲୋଚନା କରାହେଲା। ସେହିପରି ପରମାଣୂ ଶକ୍ତି ମାନଙ୍କର ରାଷ୍ଟ୍ର ସଙ୍ଘରେ ଭାରତର ପ୍ରବେଶକୁ ଚୀନ ବାରମ୍ବାର ଅଟକ ରଖୁଛି। ମାସୁଦ ଆଝାର ଭଳି ସନ୍ତ୍ରାସବାଦୀକୁ ଦୀର୍ଘ ବର୍ଷ ଧରି ଜାତିସଙ୍ଘରେ ଚୀନ ସୁରକ୍ଷା ଯୋଗାଇ ଆସୁଥିବା କଥା କାହାକୁ ଅଛପା ନାହିଁ। ଏତେ ସବୁ ଭାରତ ବିରୋଧୀ ପଦକ୍ଷେପ ସତ୍ତ୍ୱେ ଚୀନକୁ ଭାରତର ବଜାରରେ ଏତେ ପ୍ରାଧାନ୍ୟ ଦେବାର କାରଣ କଣ?

ପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଚୀନ ସହ ଭାରତର ସଂପର୍କକୁ ବାଣିଜ୍ୟିକ ଆବଶ୍ୟକତା ବୋଲି ଅବିହିତ କରିଥିଲେ। ତେବେ ଏହାକୁ ସେତେବେଳେ ବିଜେପି ବିରୋଧ କରିବା ସହିତ ଖୋଦ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଚୀନକୁ ନାଲି ଆଖି ଦେଖାଇବା ଜରୁରୀ ବୋଲି କହିଥିଲେ। ଆଜି ସେ ନାଲି ଆଖି କୁଆଡେ ଗଲା? ଚୀନ ରାଷ୍ଟ୍ରପତି ସି ଜିଂପିଙ୍ଗ ଆମ ପ୍ରଧାନମନ୍ତ୍ରୀଙ୍କ ନାଲି ଆଖି ଦେଖିଲେ ନା କେବଳ ପୁରାଣ ବିଷୟରେ ଭାଷଣ ଶୁଣି ନେପାଳକୁ ବାହୁଡି ଗଲେ, ତାହା କାହାକୁ ସଠିକ ମାଲୁମ ନାହିଁ।

ଚୀନ ଭାରତ ଶିଖର ସମ୍ମିଳନୀରେ କଣ ଆଲୋଚନା ହେଲା, ସେକଥାର କିଛି ସ୍ପଷ୍ଟତା ନଥିବା ବେଳେ, ଏହାକୁ ନେଇ ଆମର କୀର୍ତ୍ତନିଆ ଗଣମାଧ୍ୟମରେ ମୋଦୀଙ୍କ ବେଶ ପୋଷାକକୁ, ପ୍ରୀତି ଉପହାର ଓ ବେଳାଭୂମି ସଫେଇକୁ  ନେଇ ବେଶ ଚର୍ଚ୍ଚା ଚାଲିଛି। “ମହାବଳୀପୁରମରେ ମହାବଳୀ” ଭଳି ବଲିଉଡ କିମ୍ବା ଯାତ୍ରା ମାର୍କା ଖବର ଲେଖି ଆମର ଗଣମାଧ୍ୟମ, ନିଜର ଅମେରୁଦଣ୍ଡୀ ଓ ଅର୍ଦ୍ଧ ପାଠୁଆ ଚରିତ୍ରକୁ ପୁଣିଥରେ ସାବ୍ୟସ୍ତ କରିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.