Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ସିବିଆଇ ଘଟଣାରେ ନିଜର ସ୍ପଷ୍ଟ ମତ ରଖିଲା ପରେ……..
ବିଶେଷ ଖବର

ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ସିବିଆଇ ଘଟଣାରେ ନିଜର ସ୍ପଷ୍ଟ ମତ ରଖିଲା ପରେ……..

January 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

“ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଭ୍ରଷ୍ଟାଚାରର କୌଣସି ପ୍ରମାଣ ନଥିଲା। ଏ ସଙ୍କ୍ରାନ୍ତରେ ପୂରା ଅନୁସନ୍ଧାନ ସିବିଆଇର ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଭିଯୋଗ ଉପରେ ହିଁ ହୋଇଥିଲା। ଏ ବିଷୟରେ କେନ୍ଦ୍ରୀୟ ସତର୍କତା ଆୟୋଗ (CVC) ଦେଇଥିବା ଦେଇଥିବା ରିପୋର୍ଟ ମୋ ଦ୍ଵାରା ସମର୍ଥିତ ନୁହେଁ। “ ଦି ଇଣ୍ଡିଆନ ଏକ୍ସପ୍ରେସ କୁ ଏକଥା କହିଛନ୍ତି, ସୁପ୍ରିମ କୋର୍ଟର ମାନ୍ୟବର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ। ଗତ ଅକ୍ଟୋବର ୨୩ ତାରିଖ ମଧ୍ୟ ରାତ୍ରିରେ ସଶସ୍ତ୍ର ପୋଲିସ ଲଗାଇ ମୋଦୀ ସରକାର ସିବିଆଇ କୁ ନିଜ ଦଖଲକୁ ନେଇଥିଲେ। ସେଦିନ ମଧ୍ୟ ରାତ୍ରରେ ସିବିଆଇ ନିର୍ଦ୍ଦେଶକ ଥିବା ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦିଆ ଯାଇଥିଲା ଓ ତାଙ୍କ ସ୍ଥାନରେ ନାଗେଶ୍ଵର ରାଓଙ୍କୁ ଅବସ୍ଥାପିତ କରାଯାଇଥିଲ୍କା। ତା ପରଠୁ ଜାନୁଆରୀ ୮ ତାରିଖ ପର୍ୟନ୍ତ ସୁପ୍ରିମ କୋର୍ଟରେ ଏ ମାମଲା ଚାଲିଥିଲା। ତେବେ ଆଲୋକ ବର୍ମାଙ୍କ ନାଁରେ ତାଙ୍କର ଅଧସ୍ତନ ରାକେଶ ଆସ୍ଥାନା ଆଣିଥିବା ଅଭିଯୋଗ ର ବିଚାର ସିଭିସି କରୁଥିବାରୁ ଏହାର ତଦାରଖ କରିବାକୁ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ସୁପ୍ରିମ କୋର୍ଟ ଦାୟିତ୍ଵ ଦେଇଥିଲେ। ଜଷ୍ଟିସ ପଟ୍ଟନାୟକ ତାଙ୍କର ୫୦ ପୃଷ୍ଠାର ରିପୋର୍ଟ ଓ ୧୦୦୦ ପୃଷ୍ଠାର ସଂଲଗ୍ନ ନଥିପତ୍ର ସୁପ୍ରିମ କୋର୍ଟଙ୍କୁ ଦେଇଥିଲେ।

ପରବର୍ତ୍ତୀ ଘଟନାକ୍ରମରେ ଜାନୁଆରୀ ୮ ତାରିଖ ଦିନ ସୁପ୍ରିମ କୋର୍ଟ ଆଲୋକ ବର୍ମାଙ୍କୁ ପୁଣିଥରେ ସିବିଆଇ ନିର୍ଦ୍ଦେଶକ ପଦରେ ବାହାଲ କଲେ।  ତେବେ ଏହା ପରେ ପରେ ବିଜୁଳି ବେଗରେ ପ୍ରଧାନମନ୍ତ୍ରୀ ଦପ୍ତର ଉଚ୍ଚ ସ୍ତରୀୟ ବୈଠକ ଡାକି ତୁରନ୍ତ ଆଲୋକ ବର୍ମାଙ୍କୁ ତାଙ୍କ ପଦବୀରୁ ଅପସାରିତ କଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ରାଜନୈତିକ ବ୍ୟକ୍ତି ବିଶେଷ ହୋଇଥିବାରୁ, ସ୍ଵାଭାବିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ କମିଟିର ସଭ୍ୟ ଥିବା ସୁପ୍ରିମ କୋର୍ଟର ପ୍ରତିନିଧି ଜଷ୍ଟିସ ସିକ୍ରିଙ୍କ ଉପରେ ଭରସା କରାଯାଇପାରେ ବୋଲି କୁହା ଯାଉଥିଲା। ଦୁର୍ଭାଗ୍ୟକ୍ରମେ ଜଷ୍ଟିସ ସିକ୍ରି ପ୍ରଧାନମନ୍ତ୍ରୀଙ୍କ ସହ ସହମତି ପ୍ରକାଶ କରି ଆଲୋକ ବର୍ମାଙ୍କୁ ପଦଚ୍ୟୁତ କରାଇଲେ।

ଏଠି ପ୍ରଶ୍ନ ଉଠୁଛି, ଆଲୋକ ବର୍ମାଙ୍କୁ ପଦ ହରାଇବାକୁ ପଡିଲା କାହିଁକି? ଦେଶର ପ୍ରଧାନମନ୍ତ୍ରୀ ଓ ଜଣେ ଅତ୍ୟନ୍ତ ବରିଷ୍ଠ ବିଚାରପତି ଆଲୋକ ବର୍ମାଙ୍କୁ କେଉଁ କାରଣରୁ ପଦଚ୍ୟୁତ କଲେ? କେବଳ ଜଣେ ଅସହିଷ୍ଣୁ ଅଧସ୍ତନର ଅଭିଯୋଗ ଆଧାରରେ ତାଙ୍କୁ ପଦବୀରୁ ବିଦା କରାଯାଇ ପାରିବ କି? ପୁନଶ୍ଚ ରାକେଶ ଆସ୍ଥାନାଙ୍କ ନାଁରେ ଲାଞ୍ଚ ନେବାର ଅଭିଯୋଗ ଅଛି ଓ ଏ ସଙ୍କ୍ରାନ୍ତରେ ତାଙ୍କୁ ଗିରଫ କରିବାର ନିର୍ଦ୍ଦେଶ ମଧ୍ୟ ରହିଛି? ସେ ପ୍ରକାର ଜଣେ ଅଧିକାରୀଙ୍କ ଉପରେ ପ୍ରଧାନମନ୍ତ୍ରୀ,ସିଭିସି ଓ ଜଷ୍ଟିସ ସିକ୍ରି ବିଶ୍ଵାସ ରଖିଲେ କେମିତି? ଏସବୁ ଜଟିଳ ପ୍ରଶ୍ନର ସରଳ ଉତ୍ତର ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ରିପୋର୍ଟରେ ରହିଛି। ଜଷ୍ଟିସ ପଟ୍ଟନାୟକ ସିଭିସି ରିପୋର୍ଟକୁ ବିଶ୍ବାସକୁ ନେଇ ନାହାନ୍ତି। ସେ ଅତି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଲୋକ ବର୍ମା ତଦନ୍ତରେ ସହଯୋଗ କରି ସବୁ ନଥିପତ୍ର ଦାଖଲ କରିଥିବାବେଳେ ରାକେଶ ଆସ୍ଥାନା କୌଣସି ସହଯୋଗ କରିନଥିଲେ।

ଜଷ୍ଟିସ ପଟ୍ଟନାୟକ ମୁହଁ ଖୋଲିବା ଫଳରେ ଏ ମାମଲାରେ ଅନେକ ସତ୍ୟ ଓ ତଥ୍ୟ ପଦାକୁ ଆସିଛି। ତାଙ୍କରି ବୟାନ ଯୋଗୁଁ ଆଲୋକ ବର୍ମାଙ୍କୁ ହଟାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ବ୍ୟାକୁଳତା ପଛରେ ରହିଥିବା କାରଣ ସବୁ ସ୍ପଷ୍ଟ ଦିଶୁଛି। ସତ୍ୟ ଓ ନ୍ୟାୟ ସପକ୍ଷରେ ନିଜର ସ୍ପଷ୍ଟ ମତ ରଖି ଜଷ୍ଟିସ ପଟ୍ଟନାୟକ ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି। ଇତି ମଧ୍ୟରେ ଉଚ୍ଚ ପଦ ପଦବୀକୁ ଯାଇଥିବା ଓଡିଆମାନେ ଏକ ପ୍ରକାର ଅମେରୁଦଣ୍ଡୀ ବୋଲି ତିଆରି ହୋଇଥିବା ଧାରଣା ଏହି ଗୋଟିଏ ଘଟଣାରେ ଭାଙ୍ଗିଛି। କ୍ଷମତାକୁ ସତ୍ୟର ଦର୍ପଣ ଦେଖାଇବା ନ୍ୟାୟାଳୟର ଦାୟିତ୍ଵ। ଜଷ୍ଟିସ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଅନୁଷ୍ଠାନକୁ ଓ ସୁପ୍ରିମ କୋର୍ଟଙ୍କୁ ସେ ଦର୍ପଣ ଦେଖାଇବାରେ ସଫଳ ହୋଇଛନ୍ତି। ସେ ମୁହଁ ଖୋଲି ନଥିଲେ, ଏହି ପ୍ରସଙ୍ଗରେ ଅନେକ ତଥ୍ୟ ଗାଲିଚା ତଳେ ଲୁଚି ରହି ଯାଇଥାନ୍ତା।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.