Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାର୍ତ୍ତିକରେ ମାନସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ
ବିଶେଷ ଖବର

କାର୍ତ୍ତିକରେ ମାନସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାର୍ତ୍ତିକ
କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

ସମୀକ୍ଷା ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଚଳିତ ଥର ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଳନ ହେବ। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା।

ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ ମାସରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ତଥା ପୂଜାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ।

ହଜାଇ ଥିବା ମାନସମ୍ମାନକୁ କିପରି ପାଇବେ ?

– ହଜାଇଥିବା ମାନସମ୍ମାନ ପ୍ରାପ୍ତି ପାଇଁ ଭଗବାନ ସୂର୍ଯ୍ୟନାରାୟଣଙ୍କ ବିଶେଷ ଉପାସନା କରନ୍ତୁ। ଏହା ନିଶ୍ଚିତ ଫଳଦାୟକ ହେବ।

– ଏହି ମାସରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥିବା ହେତୁ ସୂର୍ଯ୍ୟୋଦୟ ସମୟରେ ପୂଜା କରିବା କାରଣରୁ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ।

– ଏକ ନୂଆ ତମ୍ବା ଢାଳରେ ଲାଲ୍‌ ସୂତା ଗୁଡାଇ ରଖନ୍ତୁ। ଏବଂ ଏହି ଢାଳରେ ଜଳ ରଖନ୍ତୁ। ଜଳରେ କିଛି ଚିନି, କିଛି ଫଗୁ, ଫୁଲ ଓ କେଶର ପକାଇ ଭାଗବାନ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମ୍ମାନ ଫେରିଆସିବ।

ଏହି ମାସରେ ସ୍ନାନ କରିବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ।

ରୋଗରୁ ମୁକ୍ତି ପାଇବା କିପରି ?

– ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରିବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ଘଟିଥାଏ।

-ସ୍ନାନ କରିବା ଜଳରେ ଏକ ଚାମଚ ଗଙ୍ଗାଜଳ ପକାଇ ତିନି ଥର ଓଁ ମନ୍ତ୍ର ଜପ କରି ସ୍ନାନ କରିବା ଉଚିତ୍‌।

-ସ୍ନାନ କରିବା ପରେ ସ୍ବଚ୍ଛ ବସ୍ତ୍ର ଧାରଣ କରି ଦେଶି ଘିଅର ଏକ ଦୀପ ମାତା ବୃନ୍ଦାବତୀଙ୍କ ପାଖରେ ଜଳାଇ ରଖନ୍ତୁ।

-ଭଗବାନ ବିଷ୍ଣୁଙ୍କ ପାଖରେ ୧୦୮ ନାମ ଜପ କରନ୍ତୁ।

-ଭଗବାନ ଶିବଙ୍କୁ ପାଞ୍ଚଟି ବେଲପତ୍ରର ଧଳା ଚନ୍ଦନରେ ଓମ୍‌ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ।

-ଏହା ଦ୍ବାରା ଆପଣ ରୋଗମୁକ୍ତ ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ।

ଆପଣ ଯଦି ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଏହି ମାସରେ କରନ୍ତୁ ଏହି ମହା ଉପାୟ

-ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରନ୍ତୁ

-ନିଜ ଘରର ପୂର୍ବ ଦିଗକୁ ଗଙ୍ଗାଜଳରେ ସଫା କରି ଏକ କାଠର ପିଢା ଉପରେ ଲାଲ ବସ୍ତ୍ର ପକାଇ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଫଟୋ ସ୍ଥାପିତ କରନ୍ତୁ।

-ତମ୍ବା ଦୀପରେ ଶୁଦ୍ଧ ଦେଶୀ ଘିଅ ଭରି ସଳିତାର ବତୀ ଲଗାଇ ଭଗବାନ ସୂର୍ଯ୍ୟନାରାୟଣଙ୍କ ସାମ୍ନାରେ ରଖନ୍ତୁ।

-ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ସୂର୍ଯ୍ୟାଷ୍ଟକ ୩ଥର ପାଠ କରନ୍ତୁ।

-ସୂର୍ଯ୍ୟାଷ୍ଟକ ପାଠ କରି ସାରିବା ପରେ ତମ୍ବା ଢାଳରେ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଦିଅନ୍ତୁ। କିଛି ନେତ୍ର ହୀନ ଲୋକଙ୍କୁ ମିଠା ବାଣ୍ଟନ୍ତୁ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

‘ମିଶନ ପାୱାର’ ଅଧିନରେ ୨୦୨୭ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସବୁ ଦିନିଆ ରାସ୍ତା, ବିଦ୍ୟୁତ ଓ ପାନୀୟ ଜଳ

November 18, 2025

ଦିଲ୍ଲୀ ବିସ୍ଫୋରଣ ମାମଲାରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ଅଲ୍ ଫଲାହ ଟ୍ରଷ୍ଟ ସହିତ ଜଡିତ ୨୪ ଟି ସ୍ଥାନରେ ଚଢାଉ

November 18, 2025

Flight Fare Hike Case: ବିମାନ ଟିକେଟ ବୃଦ୍ଧି ନେଇ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

November 18, 2025
Latest News

ଏସିଆ କପ୍ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ: ଓମାନକୁ ୬ ୱିକେଟ୍‌ରେ ପରାସ୍ତ କଲା ଟିମ ଇଣ୍ଡିଆ

November 19, 2025

ନଭେମ୍ବର ୧୯ ତାରିଖ ବୁଧବାର: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 19, 2025

ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, କହିଲେ….

November 18, 2025

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.