Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କମାଲ୍‌ ବ୍ୟକ୍ତିତ୍ବର ଅଧିକାରୀ ଡ. ଏପିଜେ ଅବଦୁଲ୍‌ କଲାମ୍‌ : ମିଶାଇଲ୍‌ ମ୍ୟାନ୍‌ ତଥା ଲୋକଙ୍କ ରାଷ୍ଟ୍ରପତି କଲାମ୍‌ଙ୍କ ଆଜି ୮୭ତମ ଜନ୍ମଜୟନ୍ତୀ
ବିଶେଷ ଖବର

କମାଲ୍‌ ବ୍ୟକ୍ତିତ୍ବର ଅଧିକାରୀ ଡ. ଏପିଜେ ଅବଦୁଲ୍‌ କଲାମ୍‌ : ମିଶାଇଲ୍‌ ମ୍ୟାନ୍‌ ତଥା ଲୋକଙ୍କ ରାଷ୍ଟ୍ରପତି କଲାମ୍‌ଙ୍କ ଆଜି ୮୭ତମ ଜନ୍ମଜୟନ୍ତୀ

October 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭାରତ ଇତିହାସରେ ଅକ୍ଟୋବର ୧୫ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଆଜିର ଦିନରେ ଭାରତର ମିସାଇଲ୍‌ ମ୍ୟାନ୍‌ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ ଜନ୍ମ ହୋଇଥିଲେ । ମିଶାଇଲ ମ୍ୟାନ୍ ନାଁରେ ପ୍ରସିଦ୍ଧ ଡା. କଲାମଙ୍କୁ ପିପୁଲ୍ସ ପ୍ରେସିଡେଣ୍ଟ୍ ମଧ୍ୟ କୁହାଯାଏ। କଲାମ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଧନୁଷକୋଡି ନାମକ ଗାଁର ଏକ ମଧ୍ୟବିତ୍ତ ମୁସଲମାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା।  ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ।

ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ୧୯୬୩ ମସିହାରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋରେ ଜଡ଼ିତ ହୋଇ ଭାରତକୁ ଶକ୍ତଶାଳୀ ରାଷ୍ଟ୍ର ବନାଇବାରେ ଯୋଗଦାନ ଦେଇଥିଲେ । କଲାମ ହିଁ ଅଗ୍ନି ଓ ପୃଥ୍ବୀ ଭଳି ମିସାଇଲ ତିଆରି କରି ସାରା ବିଶ୍ୱରେ ଭାରତର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ବାଲାଷ୍ଟିକ୍ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିସାଇଲ୍ ମ୍ୟାନ୍‌ ବୋଲି କୁହାଯାଏ ।  ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ ।

କଲାମ୍‌ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାର୍ହ କରିଥିଲେ । ଲୋକଙ୍କ  ପ୍ରିୟ ରାଷ୍ଟ୍ରପତି ଭାବେ ତାଙ୍କର ଏଭ ଭିନ୍ନ ପରିଚୟ ରହିଥିଲା  ।

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର “ଭାରତ ରତ୍ନ”ରେ ସମ୍ମାନିତ କରା ଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି ।

ଶିଲଂ ସ୍ଥିତ ଆଇଆଇଏମରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ ଡ. ଅବଦୁଲ୍‌ କଲାମ୍‌ । କଲାମ୍‌ଙ୍କ ବିଚାରରେ  – ‘ସ୍ୱପ୍ନ ତାହା ନୁହେଁ, ଯାହା ଶୋଇବା ସମୟରେ ଆସେ। ସ୍ୱପ୍ନ ତାହା, ଯାହା ଆମକୁ ଶୋଇବାକୁ ଦିଏନାହିଁ।’  ଆଜି ଏହି ସ୍ବପ୍ନର ସୌଦାଗରଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତି ଆମର ଶ୍ରଦ୍ଧା ସୁମନ ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.