Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଟେଲିଭିଜନ ଜଗତର ଦେବାଳିଆ ଚିନ୍ତା- ଗୋଟେ ପାଗଳ ଓ ମିଛୁଆ ବାବାଜୀ ପାଇଁ ଏତେ ଉତ୍ସାହ କାହିଁକି?
ବିଶେଷ ଖବର

ଓଡିଶା ଟେଲିଭିଜନ ଜଗତର ଦେବାଳିଆ ଚିନ୍ତା- ଗୋଟେ ପାଗଳ ଓ ମିଛୁଆ ବାବାଜୀ ପାଇଁ ଏତେ ଉତ୍ସାହ କାହିଁକି?

October 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Few Odia channel are highlighting Omm Baba for TRP

କେଦାର ମିଶ୍ର

ଓଡିଶା ଗଣମାଧ୍ୟମରେ  ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ ରହୁଥିଲେ। ତେବେ ଗତ ଦୁଇଦିନ ହେଲା ହଠାତ ଓଡିଶାର କିଛି ପ୍ରମୁଖ  ଟେଲିଭିଜନ ଚାନେଲ ଗୁଡିକ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ନିଜର ପାଖଣ୍ଡି ଚରିତ୍ର ଓ ଦୁର୍ବ୍ୟବହାର ପାଇଁ ପ୍ରସିଦ୍ଧ କେହି ଜଣେ ଓମ ବାବା ବିଷୟରେ ନିରନ୍ତର ଖବର ଓ ସ୍ଵତନ୍ତ୍ର ଆଲୋଚନା ଚାଲିଛି।  ଏହାର କାରଣ କଣ? ଏକଥା ଠିକ ଯେ, ଏହି ତଥାକଥିତ ବାବାଜିକୁ ଆମର ସାମ୍ବାଦିକମାନେ କଠିନ ପ୍ରଶ୍ନ ସବୁ ପଚାରୁଛନ୍ତି।

ହେଲେ ଏ ଲୋକ ତ ପ୍ରଶ୍ନର ଉତ୍ତର ଦେବାକୁ ଆସିନାହିଁ। ଗୁଡାଏ ମିଛ ଓ ବାଜେ କଥା ଗପି ସେ ଲୋକଙ୍କୁ ଭୁତାଇବାକୁ ଚାହୁଁଛି। ସେ ଲୋକ ଇତିହାସ ବା ଧର୍ମ ବିଷୟରେ କିଛି ଜାଣେନାହିଁ, ଏକଥା ଅତ୍ୟନ୍ତ ସ୍ପଷ୍ଟ। ବ୍ୟକ୍ତି ଭାବରେ ସେ ଅତ୍ୟନ୍ତ ଅଭଦ୍ର ଓ ସାମାନ୍ୟ ଶାଳୀନତା ସେ ଲୋକର ଆଚରଣରେ ନାହିଁ, ଏକଥା ମଧ୍ୟ ସ୍ପଷ୍ଟ। ତଥାପି ସେ ଲୋକର ଏତେ ଚର୍ଚ୍ଚା ଓ ଆଲୋଚନା କାହିଁକି? ତାକୁ ଟିଭି ଷ୍ଟୂଡିଓକୁ ଡାକି ସ୍ଵତନ୍ତ୍ର ଆଲୋଚନା କରିବାର ମାନେ କଣ? ସେ ନିଜର ଭାଣ୍ଡାମି ବିକିବାକୁ ଆସିଛି ଓ ତାର ବ୍ୟବସାୟରେ ଓଡିଶାର ପ୍ରମୁଖ ଟେଲିଭିଜନ ଚାନେଲଗୁଡିକ ସହାୟତା କରୁଛନ୍ତି କି?

ସେ ଯେଉଁ ସ୍ତରର କଥା କହୁଛି, ତାହା କୌଣସି ପାଗଳ ଠାରୁ କମ ନୁହେଁ। ଦେଶର ବଡ ବଡ ରାଜନେତାଙ୍କୁ ସେ ଭେଟୁଛି। ଖୋଦ ଓଡିଶାର ରାଜ୍ୟପାଳ ମହୋଦୟ  ମଧ୍ୟ ଏ ଲୋକକୁ ଭେଟିଛନ୍ତି ବୋଲି ଶୁଣାଯାଉଛି। ଯେ କୌଣସି ପାଗଳ, ଭାଣ୍ଡ ବା ଅଭଦ୍ର ଲୋକ ଆମର ରାଜଭବନ ବା ଟିଭି ଷ୍ଟୂଡିଓରେ ପହଞ୍ଚି ଯାଇପାରିବ, ଏକଥା ଓମ ବାବାଜୀ ପ୍ରମାଣିତ କରି ଦେଇଛି।

ଏ ବାବାଜୀ ଓଡିଶା ଆସିଛି, କୁଆଡେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢିବ। ଏକ ଓ ଅଦ୍ଵିତୀୟ କୋଣାର୍କ ଗଢିବା ଲାଗି ଚିନ୍ତା କରିବା ଆଗରୁ, ନା ସେ ଏହାର ଇତିହାସ ଜାଣିଛି, ନା ଏ ସମ୍ପର୍କରେ ତାର ସାଧାରଣ ଧାରଣା ଅଛି। ପଣ୍ଡିତ ନେହେରୁଙ୍କୁ ଗାଳି କରିବା, ଗାନ୍ଧୀ ପରିବାର ବିରୋଧରେ ବିଷ ଓଗାଳିବା କାରଣରୁ କିଛି ଲୋକଙ୍କୁ ୟା କଥା ଭାରି ଭଲ ଲାଗୁଛି। କୋଣାର୍କ ସହିତ ପଣ୍ଡିତ ନେହେରୁଙ୍କ ନାମକୁ ଅକାରଣରେ ଯୋଡି ଗାଳି କଲାବେଳେ ଏ ଲୋକ ମୁହଁରେ କଳା ବୋଳା ହେବା ଉଚିତ। ତାହା ନକରି ଆମେ ଏ ଲୋକର ମିଛକୁ ବହୁ ଲୋକଙ୍କ ପାଖରେ ପହଞ୍ଚାଇ ଚାଲିଛୁ। ଗଣମାଧ୍ୟମରେ ଏହା ଆମେ ଜାଣି ଜାଣି କରୁଛୁ ନା ଏହା ପଛରେ ଆମର ଅଜ୍ଞାନତା ଅଛି, ନା ଆମର ଚରିତ୍ର ମଧ୍ୟ ସେଇ ଢାଞ୍ଚାରେ ପଡିଗଲାଣି, ତାହା ଚିନ୍ତାର ବିଷୟ?

ଜଣେ କେହି ଆସି କେଉଁଠି ବି ପଣ୍ଡିତ ନେହେରୁଙ୍କୁ ବା ତାଙ୍କ ପରିବାରକୁ ଗାଳି କରି ପାରିବ ଓ ତାକୁ ଆମେ ବିନା ଦ୍ଵିଧାରେ ଦେଖାଇ ଚାଲିବୁ- ଏହା କଣ ଆମର ନୈତିକତା? ଏ ଯେଉଁ ବାବାଜୀ, ୟାଙ୍କର ପରିଚୟ କଣ? ନିଜକୁ ଖୋଲାଖୋଲି ହିଂସାବାଦୀ ବୋଲି କହୁଥିବା ଏ ଲୋକ ଜେଲରେ ରହିବା ଉଚିତ। ଏହା ପୂର୍ବରୁ କୌଣସି ଏକ ହିନ୍ଦୀ ଚାନେଲରେ ଇଏ ଜଣେ ଭଦ୍ର ମହିଳାଙ୍କୁ କ୍ୟାମେରା ଆଗରେ ମାଡ ମାରିଥିବାର ଦୃଶ୍ୟ ମଧ୍ୟ ଆମେ ଦେଖିଛୁ। ସେହି ଘଟଣା ପରେ ମଧ୍ୟ ଏହି ଲୋକର ପ୍ରଚାର କରିବା ପାଇଁ ଆମ ବିବେକ ଆମକୁ ବାଧା ଦେଉନି କାହିଁକି? ଜଣେ ଲୋକ କହୁଛି ସେ ସଲମାନ ଖାନଙ୍କୁ ବାଡେଇଛି, ସେ ଶାକାହାରୀ ଅଣ୍ଡା ଓ କୁକୁଡା ମାଂସ ଖାଇଛି, ସେ ସୋନିଆ ଓ ରାଜୀବ ଗାନ୍ଧୀଙ୍କ ବାହାଘର କରାଇଛି, ସେ ଐଶ୍ବର୍ୟା ରାୟଙ୍କ ଧରମ ବୋପା…ଏମିତି ଅଜସ୍ର ଗାଲୁ ମାରୁଥିବା ଏ ପାଗଳର ପ୍ରଳାପକୁ ଆମକୁ ଶୁଣିବାକୁ ବାଧ୍ୟ କରାଯାଉଛି। ହିନ୍ଦୁ ରାଷ୍ଟ୍ର କରିବା ଲାଗି ହିଂସା ଓ ହତ୍ୟା କରିବାର ଧମକ ମଧ୍ୟ ଏ ଲୋକ ଦେଉଛି।

ସମସ୍ୟା ହେଉଛି, ସେ ଯାହା କହୁଛି ତାକୁ ଲକ୍ଷାଧିକ ଲୋକ ଦେଖୁଛନ୍ତି। ଆଉ ଗଣମାଧ୍ୟମର ଯୁକ୍ତି ହେଲା, ଲୋକ ଦେଖୁଛନ୍ତି ବୋଲି ସେମାନେ ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଇଣ୍ଟେରନେଟରେ ସର୍ବାଧିକ ହିଟ ପର୍ଣ୍ଣୋଗ୍ରାଫିରେ ଆସିଥାଏ। ଗଣମାଧ୍ୟମ ନିଜର ଟିଆରପି ବଢାଇବାକୁ ପର୍ଣ୍ଣୋଗ୍ରାଫି ଦେଖାଇବ କି? ଓମ ବାବା ଭଳି ଲୋକଙ୍କ ପ୍ରଚାର ପର୍ଣ୍ଣୋଗ୍ରାଫି ଠାରୁ ମଧ୍ୟ ନିକୃଷ୍ଟ ଓ ଅନୈତିକ। ସେ ଲୋକ ଏ ପ୍ରକାର ପ୍ରଚାର ଚାହୁଁଛି ଓ ଆମେ ବିନା କାରଣରେ ତାକୁ ସେ ପ୍ରଚାରର ସୁଯୋଗ ଦେଇ ଚାଲିଛୁ। ମୁଁ ତ ବୁଝି ପାରୁନି ଜଣେ ହିଂସ୍ର ପାଗଳର ସାକ୍ଷାତ୍କାର ନେବାକୁ ଆମ ଓଡିଆ ଗଣମାଧ୍ୟମର ଉତ୍ସୁକତା ପଛରେ କି ବ୍ୟାପାର ରହିଛି?

 

kedarmishra କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.