Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭୪ ବର୍ଷରେ ନବୀନ ପଟ୍ଟନାୟକ, ବ୍ୟକ୍ତିତ୍ବ ଓ ରାଜନୀତି
ବିଶେଷ ଖବର

୭୪ ବର୍ଷରେ ନବୀନ ପଟ୍ଟନାୟକ, ବ୍ୟକ୍ତିତ୍ବ ଓ ରାଜନୀତି

October 16, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରିନଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା ରାଜନୀତିରେ କଂଗ୍ରେସ ସଂଗଠନର ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଆଉ କୌଣସି ବିକଳ୍ପ ଯେ ଓଡିଶାରେ ଉଧେଇ ପାରିବ ସେ ବିଶ୍ଵାସ କାହାର ନଥିଲା। ବିଜୁ ବାବୁଙ୍କ ଅବର୍ତ୍ତମାନରେ ଅନେକ କିଛି ହଠାତ ବଦଳି ଗଲା ଓ ସେଇ ୧୯୯୭ ରେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟିଲା। ଆଜି ନବୀନ ବାବୁ ୭୪ତମ ଜନ୍ମଦିନ ନୀରବରେ ପାଳନ କରୁଥିବା ବେଳେ, ତାଙ୍କ ପଛରେ ୨୨ ବର୍ଷର ଘଟନା ବହୁଳ ଇତିହାସ ଗଢା ହୋଇସାରିଛି। ସେ ୨୨ ବର୍ଷର ରାଜନୀତିରେ ପ୍ରଥମେ ଆସ୍କାର ଲୋକସଭା ସଦସ୍ୟ, କେନ୍ଦ୍ରମନ୍ତ୍ରୀ ଓ ଗତ ୨୦ ବର୍ଷଧରି ନିରବଚ୍ଛିନ୍ନ ଭାବରେ ଓଡିଶା ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ନେତା ହେବାର ବିରଳ ସୁଯୋଗ ପାଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାର

ଅନେକ ସମୟରେ କୁହାଯାଏ, ନବୀନ ବାବୁ ଓଡିଶାର ସବୁଠୁ ଲୋକପ୍ରିୟ ନେତା କାରଣ ସେ ବିଜୁ ପଟ୍ଟନାୟକଙ୍କ ପୁଅ। ଏହା ଆଂଶିକ ଭାବରେ ସତ। ୧୯୯୭ ପରେ ଓଡିଶାର ଜନମାନସରେ ହଠାତ ବିଜୁ ବାବୁଙ୍କୁ ନେଇ ଲୋକଙ୍କ ମନରେ ଏକପ୍ରକାର ସମବେଦନା ଥିଲା। ଏହାର ଲାଭ ବିଜୁ ଜନତା ଦଳ ଓ ନବୀନଙ୍କୁ ମିଳିଛି। ୨୦୦୦ ରୁ ୨୦୦୯ ପର୍ୟନ୍ତ ବିଜେପି ସହିତ ମିଶି ସରକାର ଗଢିବା ବେଳେ ବିଜୁ ବାବୁଙ୍କ ଉତ୍ତରାଧିକାର ପ୍ରସଙ୍ଗକୁ ବିଜେଡି ଓ ନବୀନ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ଏହି ସମୟରେ “ବିଜୁବାବୁଙ୍କ ସ୍ଵପ୍ନ” କଥା ମଧ୍ୟ ବାରମ୍ବାର ଉଠୁଥିଲା। ଓଡିଶାର ରାଜନୀତିରେ କର୍ପୋରେଟ ପୁଞ୍ଜି ବିନିଯୋଗ ଏବଂ ବଡ ବଡ ଶିଳ୍ପ ସଂସ୍ଥାର ସ୍ଵପ୍ନ ମାଧ୍ୟମରେ ବିକାଶର ଚିନ୍ତା ଏହି ସମୟରେ ଆସିଥିଲା। ଏ ପ୍ରକାର ବିକାଶ ମଡେଲକୁ ନେଇ ଲୋକଙ୍କ ଭିତରେ କ୍ଷୋଭ ବି ରହିଥିଲା। ସେହି ସମୟଖଣ୍ଡରେ ରାଇଘର  ଓ  କଳିଙ୍ଗ ନଗର ଗୁଳିକାଣ୍ଡ ଏ ପ୍ରକାର ବିକାଶ ମଡେଲକୁ ରକ୍ତାକ୍ତ ମଧ୍ୟ କରିଥିଲା।

ଏଠି ଆଉ ଗୋଟେ କଥା ମଧ୍ୟ କୁହା ଯାଇପାରେ। ଓଡିଶା ରାଜନୀତିକୁ ଆସିବା ବେଳେ ନବୀନ ରାଜନୈତିକ ଦୃଷ୍ଟିରୁ ଅପରିପକ୍ଵ ଥିଲେ ବୋଲି ଏକ ସାଧାରଣ ଧାରଣା ଲୋକଙ୍କ ମନରେ ରହିଛି। ହେଲେ ଏହା ଆଦୌ ସତ ନୁହେଁ। ହୁଏତ ନିର୍ବାଚନୀ ରାଜନୀତିରେ ନବୀନଙ୍କର ପ୍ରବେଶ ନଥିଲା। ବିଶିଷ୍ଟ ସାମ୍ବାଦିକ ତଭଲିନ ସିଂଙ୍କ  “ଦରବାର” ରେ ନବୀନ ଯେ ଦିଲ୍ଲୀ ରାଜନୀତିର କେନ୍ଦ୍ର ଓ ପରିଧି ସହ ବେଶ ସହଜ ଥିଲେ, ସେ କଥା ବର୍ଣ୍ଣିତ ହୋଇଛି। ଦିଲ୍ଲୀର କ୍ଷମତା କେନ୍ଦ୍ର, କର୍ପୋରେଟ ଜଗତ ଓ ଗଣମାଧ୍ୟମ ସହିତ ତାଙ୍କର ନିବିଡ ସମ୍ପର୍କ ରହିଥିଲା। ଓଡିଶା ରାଜନୀତିରେ ପ୍ରବେଶ କଲା ବେଳେ ଏଇ ସମ୍ପର୍କ ଓ ଅନୁଭବ ତାଙ୍କୁ ବେଶ ସହାୟକ ହୋଇଛି।

ବ୍ରାଣ୍ଡ ନବୀନ

୨୦୦୯ ପରେ “ବିଜୁବାବୁଙ୍କ ପୁଅ’ ଅପେକ୍ଷା “ଅପରାଜେୟ ନବୀନ” ଙ୍କ କଥା ଆମକୁ ବେଶୀ ଭାବିବାକୁ ବାଧ୍ୟ କରେ। ପ୍ରଥମ ୯ ବର୍ଷରେ ନିଜ ଦଳ ଭିତରେ କଠୋର ନିଷ୍ପତ୍ତି ନେବାରେ ସେ ପଛଘୁଞ୍ଚା ଦେଇ ନାହାନ୍ତି। କନ୍ଧମାଳ ଦଙ୍ଗା ପରେ ତାଙ୍କ ରାଜନୀତିର ପ୍ରଥମ ସହଯୋଗୀ ବିଜେପି ସହିତ ସେ ସମ୍ପର୍କ କାଟିଛନ୍ତି। ବିଜେପି ସହ ସମ୍ପର୍କ କଟିଲା ପରେ ତାଙ୍କର ରାଜନୀତି ଓ ବ୍ୟକ୍ତିତ୍ବରେ ବ୍ୟାପକ ପରିବର୍ତ୍ତନ ମଧ୍ୟ ଘଟିଛି। କର୍ପୋରେଟ ପୁଞ୍ଜି ବଳରେ ବିକାଶର ସ୍ଵପ୍ନ କୁ ବାଦ ଦେଇ ଲୋକଙ୍କ ଜୀବନ ଧାରଣର ମାନ ବଦଳାଇବାକୁ ଅଧିକରୁ ଅଧିକ ସହାୟତା ରାଶି ଗରିବ ଲୋକଙ୍କୁ ଦିଆ ଯାଇଛି। ପଚାଶରୁ ଅଧିକ ଗରିବ ସପକ୍ଷବାଦୀ ଯୋଜନା ରାଜ୍ୟରେ କାର୍ୟକାରୀ ହୋଇଛି। ୨୦୦୯ ରୁ ୨୦୧୯, ୧୦ ବର୍ଷରେ ତିନୋଟି ନିର୍ବାଚନ ଲଢି ନବୀନ ନିଜକୁ ଅପରାଜେୟ ଓ ଓଡିଶାର ନିର୍ବିକଳ୍ପ ନେତା ଭାବରେ ପ୍ରତିଷ୍ଠିତ କରିଛନ୍ତି।

ମଧ୍ୟବିତ୍ତଙ୍କ ନାକଟେକା ବନାମ ଗରିବଙ୍କ ଭଲ ପାଇବା

ନବୀନ ବାବୁଙ୍କ ନେତୃତ୍ବକୁ ନେଇ ଓଡିଶାର ସାଧାରଣ ଜୀବନରେ ଦୁଇ ପ୍ରକାର ଧାରଣା ରହି ଆସିଛି। ସହରୀ-ମଧ୍ୟବିତ୍ତ ଓ ବୁଦ୍ଧିଜୀବୀଙ୍କ ଗହଣରେ ନବୀନଙ୍କର ବ୍ୟକ୍ତିତ୍ବ ଅନେକ ସମୟରେ ସମାଲୋଚିତ ହୋଇଛି। ସେ ଓଡିଆ କହି ପାରନ୍ତି ନାଇଁ, ସେ ଓଡିଆଙ୍କୁ ମାଗଣାଖିଆ କରିଦେଲେ, ସେ କରିଛନ୍ତି କଣ ଇତ୍ୟାଦି ପ୍ରସଙ୍ଗକୁ ନେଇ ମଧ୍ୟବିତ୍ତ ଓଡିଆ ଆଜୀବ୍ୟ ବିତର୍କ କରନ୍ତି। ହେଲେ ଏମାନଙ୍କ ସଂଖ୍ୟା ଓଡିଶାରେ ଯଥେଷ୍ଟ କମ। ଓଡିଶାର ସଂଖ୍ୟାଧିକ ସାଧାରଣ ଲୋକଙ୍କ ଲାଗି ନବୀନ ହେଉଛନ୍ତି ଅନ୍ନଦାତା। ନବେ ଦଶକର ଭୋକିଲା ମୂଳକ ଭାବରେ ପରିଚିତ ଓଡିଶାରେ ଖାଦ୍ୟ ସୁରକ୍ଷାର ସଫଳତା ଯେ ଏକ ବଡ ଉପଲବ୍ଧି ଏକଥା ଆମର ମଧ୍ୟବିତ୍ତମାନେ ଏଯାଏ ବୁଝି ନାହାନ୍ତି। ସେହିପରି ପ୍ରାକୃତିକ ବିପର୍ୟୟ ପ୍ରବଣ ଓଡିଶାରେ ବନ୍ୟା ଓ ବାତ୍ୟାର ମୁକାବିଲା ଲାଗି ଏକ ପ୍ରଭାବଶାଳୀ ବ୍ୟବସ୍ଥା ନିର୍ମାଣରେ ନବୀନଙ୍କ ସଫଳତା, ତାଙ୍କୁ ଅପରାଜେୟ କରିବାରେ ସହାୟକ ହୋଇ ଆସୁଛି।

ସଭ୍ୟ ରାଜନୀତିର ଶେଷ ଚେହେରା

ନବୀନଙ୍କ ରାଜନୀତି ଓ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ରାଜନୀତିରେ ବିରୋଧ ଓ ଅସହିଷ୍ଣୁତାର ଭାଷା ବ୍ୟବହାର କରିନାହାନ୍ତି। ପ୍ରତିପକ୍ଷ ବା ଶତ୍ରୁକୁ ରାଜନୈତିକ ଗୋଟି ଚାଳନାରେ ସେ ବାରମ୍ବାର ହରାଇଛନ୍ତି, ତେବେ ଶତ୍ରୁତା ବା ବିରୋଧରେ ସେ ମର୍ୟାଦା ଭୁଲିନାହାନ୍ତି। ଗତ ଦଶ ବର୍ଷର ରାଜନୀତିରେ ଅସହିଷ୍ଣୁତା, ଅସଭ୍ୟତା ଓ କ୍ରୁରତା ଚରମ ଅବସ୍ଥାରେ ପହଞ୍ଚିଥିବା ବେଳେ ଭାରତର ରାଜନୀତିରେ ଆଜି ମଧ୍ୟ ଶାଳୀନତା ଓ ରାଜନୈତିକ ମର୍ୟାଦାବୋଧର ପ୍ରତୀକ ଭାବରେ ନବୀନଙ୍କର ଏକ ଭିନ୍ନ ଭାବମୂର୍ତ୍ତି ରହିଛି। ତାଙ୍କର ସମସାମୟିକ ରାଜନେତାମାନେ “ଷ୍ଟ୍ରୀଟ ଫାଇଟର” ଭାବେ ବେଶୀ ସଫଳତା ପାଉଥିବା ବେଳେ ନବୀନ ଆଜି ମଧ୍ୟ ନିଜର “ନୋ ନନସେନ୍ସ” ରାଜନୀତି ପାଇଁ ପ୍ରସିଦ୍ଧ। ଏହା ସହିତ ନବୀନଙ୍କ ବ୍ୟକ୍ତିତ୍ବର ଆଉ ଗୋଟେ ବଡ ଦିଗ ହେଉଛି- ଦୀର୍ଘ ସମତା ରାଜନୀତିରେ ରହିଲା ପରେ ମଧ୍ୟ ତାଙ୍କ ଦେହରେ କଳଙ୍କ ଲାଗିନାହିଁ। ନିଜ ଦଳ ଓ ମନ୍ତ୍ରୀମଣ୍ଡଳରୁ ସେ ପଚାଶ ପାଖାପାଖି ନେତାଙ୍କୁ ସେ ବିଦା କରିବାର ସାହସ ଦେଖାଇଛନ୍ତି ଓ ନିଜେ ନିଷ୍କଳଙ୍କ ହୋଇ ରହିବାରେ ସଫଳ ହୋଇଛନ୍ତି।

ରାଜନୀତିରେ ସ୍ଵୟଂ ସଂପୂର୍ଣ୍ଣ ବୋଲି କିଛି ନାହିଁ। ନବୀନ ଓଡିଶା ରାଜନୀତିରେ ହୁଏତ ଆହୁରି ଅନେକ କଥା କରିପାରିଥାନ୍ତେ, ଯାହା ସେ କରି ନାହାନ୍ତି। ହେଲେ ଗତ ୨୦ ବର୍ଷ ଧରି ଏକ ସ୍ଥିର ସରକାର ସେ ଦେଇଛନ୍ତି ଓ ତାଙ୍କ ସରକାର ଲୋକଙ୍କର ବ୍ୟାପକ ସମର୍ଥନ ପାଇଚାଲିଛି, ଏହା କମ ସଫଳତା ନୁହେଁ। ୭୪ ବର୍ଷରେ ପଦାର୍ପଣ କରିଥିବା ନବୀନ ବାବୁ ଆଜି ଭାରତର ସେଇ ଅଳ୍ପ କେଇଜଣ ରାଜନୈତିକ ନେତାଙ୍କ ଭିତରୁ ଜଣେ, ଯାହାଙ୍କ ସଫେଦ ପୋଷାକରେ ଆଜି ବି ଦାଗ ଲାଗି ପାରିନାହିଁ । “ଦାଗ ଅଛେ ହୈ” ର ରାଜନୀତିରେ ଏହା ଏକ ବିରଳ ସଫଳତା ନିଶ୍ଚୟ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Latest News

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026

ବିଶାଖାପାଟଣା–ରାୟଗଡା ମଧ୍ୟରେ ସମ୍ପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଟ୍ରେନ୍‌ର ଶୁଭାରମ୍ଭ

March 9, 2026

ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଶାନ କିଶାନଙ୍କୁ କେତେ ପୁରସ୍କାର ରାଶି ମିଳିଥିଲା?: ଜାଣନ୍ତୁ….

March 9, 2026

ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରିବ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ

March 9, 2026

ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କଲା ତୁର୍କୀ: ମୁତୟନ କଲା ଯୁଦ୍ଧଜାହାଜ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.