Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବର ଖୋଜି ନ ପାରି ଦଣ୍ଡିତ ହେଲେ ମାଟ୍ରିମୋନିଆଲ୍‌ ସଂସ୍ଥା, ଗଣିବେ ୬୨୦୦୦ଟଙ୍କା
ବିଶେଷ ଖବର

ବର ଖୋଜି ନ ପାରି ଦଣ୍ଡିତ ହେଲେ ମାଟ୍ରିମୋନିଆଲ୍‌ ସଂସ୍ଥା, ଗଣିବେ ୬୨୦୦୦ଟଙ୍କା

October 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍‌ ସର୍ଭିସ୍‌ ପ୍ରୋଭାଇଡ ୬୨ ହଜାର ଟଙ୍କାର  କ୍ଷତିପୂରଣ ରାଶି ପ୍ରଦାନ କରିବେ । ଚଣ୍ଡୀଗଡ଼ର ଏକ ମାଟ୍ରିମୋନିଆଲ୍‌ ସର୍ଭସ୍‌ ପ୍ରୋଭାଇଡରଙ୍କୁ ଉପଯୁକ୍ତ ବର ନ ଖୋଜିବା ପାଇଁ ଦଣ୍ଡିତ ହେବାକୁ ପଡିଛି ।  ଚଣ୍ଡୀଗଡ଼ର ଉପଭୋକ୍ତା ଫୋରାମ୍‌ ‘ଓ୍ବେଡିଂ ଓ୍ବିଶ୍‌’ ନାମ ଏକ ମାଟ୍ରିମୋନିଆଲ୍‌  ସାଇଟ୍‌କୁ  ଅଭିଯୋଗକାରୀ ଗ୍ରାହକଙ୍କୁ ୬୨,୦୦ଟଙ୍କାର କ୍ଷତିପୂରଣ ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପୂରା ଘଟଣାଟି ହେଉଛି ଏହିପରି:

ସୁରେନ୍ଦ୍ର ପାଲ୍‌ ସିଂହ ଚହଲ୍‌ ଓ ତାଙ୍କ ପତ୍ନୀ ନରେନ୍ଦ୍ର କୌର ଚହଲ୍‌ ଚଣ୍ଡୀଗଡ ଉପଭୋକ୍ତା ଫୋରମ୍‌ରେ ୨୦୧୮ ଡିସେମ୍ବର ୬ ତାରିଖରେ ଏହି ସମ୍ପର୍କିତ ଏକ ମାମଲା ଦାଏର କରିଥିଲେ।  ଏହି ମାମଲରେ ସେ କହିଥିଲେ ଯେ, ୨୦୧୭ରେ ନିଜ ଝିଅ (ପେଶାରେ ଜଣେ ଡାକ୍ତର)ଙ୍କ ପାଇଁ ଯୋଗ୍ୟ ବର ପାଇଁ ଓ୍ବେଡିଂ ଓ୍ବିଶ୍‌ ପ୍ରାଇଭେଟ୍‌ ଲିମିଟେଡ ସହ ସେବା ପାଇଁ ସମ୍ପର୍କ କରିଥିଲେ।

ଚହଲ ପରିବାରଙ୍କ କହିବାନୁସାରେ ଝିଅଟିର ମାଙ୍ଗଳିକ ଦୋଷ ଥିବା କାରଣରୁ ମେଟ୍ରିମୋନିଆଲ୍‌ ସେବାଦାତାଙ୍କୁ ଚଣ୍ଡୀଗଡ଼ ତଥା ନିକଟ ରେ ଜାଟ୍‌ ସମୁଦାୟର  ମାଙ୍ଗଳିକ ଦୋଷ ଭୋଗ କରୁଥିବା ଡାକ୍ତର ଜ୍ବାଇଁ ଖୋଜିବା ପାଇଁ କୁହାଯାଇଥିଲା।

ଚହଲ ପରିବାରଙ୍କ ତରଫରୁ ମାଟ୍ରିମୋନିଆଲ୍‌ ସର୍ଭିସ୍‌ ଏଗ୍ରିମେଣ୍ଟ କରିବାର ୯ ମାସ ମଧ୍ୟରେ ଅତି କମ୍‌ରେ ୧୮ଟି ଉପଯୁକ୍ତ ପ୍ରାର୍ଥୀ ଉପଲବ୍ଧ କରିବେ ବୋଲି ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ଏଜେନ୍ସି କହିଥିଲେ ।  ଚହଲ ପରିବାର ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ଏଜେନ୍ସିଙ୍କ ସହ ୨୦୧୭ ଡିସେମ୍ବର ୨୬ ତାରିଖରେ ଏଗ୍ରିମେଣ୍ଟ କରିବା ସହିତ ରୟାଲ୍‌ ପ୍ୟାକେଜ୍‌ରେ ସଦସ୍ୟତା ଗ୍ରହଣ ପୂର୍ବକ ୫୦,୦୦୦ଟଙ୍କା ଦେଇଥିଲେ।  କିନ୍ତୁ ଚହଲ ପରିବାରଙ୍କ କହିବାନୁସାରେ ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ସାଇଟ୍‌ ପ୍ରତିଶ୍ରୁତି ମୁତାବକ ତଥା ଆବଶ୍ୟକୀୟ ପ୍ରାର୍ଥୀ ଦେବାରେ ବିଫଳ ରହିଥିଲେ।

ବହୁତ ସମୟ ନଷ୍ଟ ହେବା ପରେ ଚହଲ ପରିବାର ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ସାଇଟ୍‌ ‘ଓ୍ବେଡିଂ ଓ୍ବିଶ୍‌’ କୁ ସୁଧ ସହିତ ସେବା ଚାର୍ଜ ଫେରସ୍ତ କରିବା ପାଇଁ ଅକ୍ଟୋବର ୨୨, ୨୦୧୮ରେ ଏକ ଆଇନଗତ ନୋଟିସ୍‌ ପଠାଇଥିଲେ।  କିନ୍ତୁ ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ସାଇଟ୍‌ ଏହି ନୋଟିସ୍‌ର କୌଣସି ଜବାବ ରଖିନଥିଲେ। ପରବର୍ତ୍ତୀ ସମୟରେ ଚହଲ୍‌ ପରିବାର ନ୍ୟାୟ ପାଇଁ ଉପଭୋକ୍ତା ଫୋରମ୍‌ର ଆଶ୍ରୟ ନେଇଥିଲେ ।  ଉପଭୋକ୍ତା ଫୋରମ୍‌ ଦୁଇ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ ମ୍ୟାଟ୍ରିମୋନିଆଲ୍‌ ଏଜେନ୍ସିଙ୍କୁ ଗ୍ରାହକଙ୍କ ସମୟ ବରବାଦ କରିବା ପାଇଁ ଦାୟୀ କରିଛନ୍ତି। କାରଣ ନିୟମ ଅନୁସାରେ ଉକ୍ତ ମ୍ୟାଟ୍ରିମୋନିଆଲ୍‌ ଏଜେନ୍ସି ଗ୍ରାହକଙ୍କୁ କୌଣସି ପ୍ରସ୍ତାବିତ ବର ସହିତ ମିଟିଂ ଅଥବା ସାକ୍ଷାତ କରାଇନାହିଁ।

ଉପଭୋକ୍ତା ଫେରାମ୍‌ ‘ଓ୍ବେଡିଂ ଓ୍ବିଶ୍‌’କୁ ସମ୍ପୃକ୍ତ ଗ୍ରାହକଙ୍କୁ ୫୦,୦୦୦ ଟଙ୍କା ସହିତ ସେବା କର ୯ ପ୍ରତିଶତ ସହ ସୁଧ ସହିତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୋଟ୍‌ ଉପରେ ସମ୍ପୃକ୍ତ ମାଟ୍ରିମୋନିଆଲ୍‌ ସଂସ୍ଥାକୁ ୬୨ ହଜାର ଟଙ୍କା ଦେବା ପାଇଁ ଆଦେଶ ଦେଇଛନ୍ତି ଉପଭୋକ୍ତା ଫୋରମ୍‌।

Share. Facebook Twitter LinkedIn Email WhatsApp Copy Link

Related Posts

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ପଶ୍ଚିମ ଏସିଆ ସ୍ଥିତିକୁ ନେଇ ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀଙ୍କ ସ୍ୱତଃପ୍ରବୃତ୍ତ ବିବୃତ୍ତି

March 9, 2026

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି କରିବ କି?: ନିର୍ମଳା ସୀତାରମଣ କହିଲେ…..

March 9, 2026

ତୃତୀୟ ବିଶ୍ୱଯୁଦ୍ଧ ହେଲେ ବଞ୍ଚି ରହିବେ ଦୁଇଟି ଦେଶ!: କ’ଣ ଭାରତ ଏହି ତାଲିକାରେ ସାମିଲ?

March 9, 2026
Latest News

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026

ଆଜି ମାର୍ଚ୍ଚ ୧୦ ତାରିଖ ମଙ୍ଗଳବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

March 10, 2026

ରିଲାଏନ୍ସ ରିଟେଲ୍ ଦ୍ୱାରା ହିମାଳୟର ପ୍ରାକୃତିକ ଉତ୍ପାଦ ଉପରେ ଆଧାରିତ ସ୍କିନକେୟାର ବ୍ରାଣ୍ଡ ଅଧିଗ୍ରହଣ

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.