Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏତେ ନୀରବ କାହିଁକି ଭାଇ – ତଥାକଥିତ ମହା ଜନାଦେଶ ଅନୁସାରେ ମହାରାଷ୍ଟ୍ରରେ ସରକାର ଗଠନ କେବେ ?
ବିଶେଷ ଖବର

ଏତେ ନୀରବ କାହିଁକି ଭାଇ – ତଥାକଥିତ ମହା ଜନାଦେଶ ଅନୁସାରେ ମହାରାଷ୍ଟ୍ରରେ ସରକାର ଗଠନ କେବେ ?

October 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା ।  ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି  ଓ ଶିବସେନା ମିଳିତ ଭାବରେ ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଉଭୟ ୧୬୧ଟି ଆସନରେ ଜିତିଛନ୍ତି।  ବିଜେପି ୧୦୫ଟି ଆସନ ଓ ଶିବସେନା ୫୬ଟି ଆସନ ପାଇଛି । ସେହିପରି ସେଠାରେ ଏନ୍‌ସିପି ଓ କଂଗ୍ରେସ ମେଣ୍ଟର ୯୮ଟି ଆସନ ମଧ୍ୟରୁ କଂଗ୍ରେସକୁ ୪୪ଟି ଆସନ ମିଳିଥିବା ଏନ୍‌ସିପିକୁ ୫୪ଟି ଆସନ ମିଳିଛି, ସ୍ବାଧୀନ ପ୍ରାର୍ଥୀ ୧୨ଟି, ସମାଜବାଦୀ ୨ଟି, ଓ୍ବୈଓ୍ବସି ଦଳ ୨, ମହାରାଷ୍ଟ୍ର ନବନିର୍ମାଣଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଛି ।  ସ୍ଵାଭାବିକ ଭାବରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଠନ ହେବା କଥା । ତେବେ ନିର୍ବାଚନ ପରିଣାମ ଘୋଷଣା ହେବାର ୪ ଦିନ ପରେ ବି ସରକାର ଗଠନ କରିବାର କିଛି ସୋର୍‌ ଶବ୍ଦ ଶୁଭୁନାହିଁ ।  ଚଳିତ ଥର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ବିଜେପିର ସହଯୋଗୀ ଦଳ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା କିନ୍ତୁ ଏବେ ନିର୍ବାଚନ ପରିଣାମ ପରେ ଶିବସେନା ୫୦- ୫୦ ଫର୍ମୁଲାକୁ ନେଇ ଅଡ଼ି ବସିଛି । ଲିଖିତ ପ୍ରତିଶ୍ରୁତି ବିନା ସେ ସରକାର ଗଠନ କରିବାରେ ସହଯୋଗ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି ।

ବିଜେପି ମହାରାଷ୍ଟ୍ରରେ ମ୍ୟାଜିକ୍‌ ନମ୍ବର ୧୪୫ ଠାରୁ ଯଥେଷ୍ଟ ଦୂରରେ ଥିବାବେଳେ ବିନା ମେଣ୍ଟରେ ସରକାର ଗଠନ କରିବା ଅସମ୍ଭବ । ଅପରପକ୍ଷରେ ଶିବସେନାକୁ ଅନ୍ୟ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ଏନ୍‌ସିପି ଓ କଂଗ୍ରେସର ବାହ୍ୟ ସମର୍ଥନ ମିଳିଗଲେ ବିଜେପି ପାଇଁ ଅଡୁଆ ବଢିଯିବ ।   ଏପରି ସ୍ଥିତିରେ ବିଜେପିକୁ ଶିବସେନା ସହ ଲିଖିତ ଚୁକ୍ତି ବିନା ସରକାର ଗଠନ କରିବା ଅସମ୍ଭବ ମନେ ହେଉଛି ।  ଏହି ନିର୍ବାଚନରେ  ପ୍ରଥମ ଥର ପାଇଁ ଠାକରେ ପରିବାରରୁ  ଆଦିତ୍ୟ ଠାକ୍‌ରେ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍‌ କରିଛନ୍ତି ।  କ୍ଷମତା ରାଜନୀତିରୁ ଦୂରରେ ରହି ଆସୁଥିବା ଠାକରେ ପରିବାର ଏଥର ନିଜର ପାରିବାରିକ ଉତ୍ତରାଧିକାର ଜାହିର କରିବାକୁ ଚାହୁଁଛି।

ମହାରାଷ୍ଟ୍ରରେ ମେଣ୍ଟର ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବ ଫର୍ମୁଲା ପାଇଁ ଅଡି ବସିଛି ଶିବସେନା ।  ଏତଦ୍‌ବ୍ୟତୀତ ଶିବସେନା କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ପଦବୀ  ପାଇଁ ଦାବି କରିଛି । ମହାରାଷ୍ଟ୍ରରେ ବିଜେପି ଆଉ ଏକଚାଟିଆ ସରକାର ଚଳାଇ ପାରିବ ନାହିଁ ବୋଲି ଜଣାପଡୁଛି ।  ଯଦି ସରକାର ଗଠନ କରିବ, ତେବେ ଶିବସେନା ହାତରେ ପ୍ରକୃତ ରିମୋଟ ରହିବ ।  କିଛି ବିଜେପି ନେତା ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦବୀରେ ଖୁସି ରହିବାକୁ କହୁଥିବାବେଳେ ମହାରାଷ୍ଟ୍ରର ରାଜନୀତି ପାଣିପାଗ କିଛି ଅଲଗା କହୁଛି । ସୋମବାର ଦିନ ଉଭୟ ରାଜନୈତିକ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଥିବା ବେଳେ ପୂର୍ବତନ ମହାରାଷ୍ଟ୍ର ସଡକ ଓ ପରିବହନ ମନ୍ତ୍ରୀ ଦିବାକର ରାଓଟେ ଶିବସେନା ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ଭେଟିଥିଲେ । ଉଭୟ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବା ପରେ ମେଣ୍ଟ ଭିତରେ ରହିଥିବା  ସଙ୍କଟ ଏବେ ସ୍ପଷ୍ଟ ହୋଇ ଯାଇଛି।

ସେହିପରି  ଶିବସେନାର ମୁଖପତ୍ର ‘ସାମ୍ନା’ରେ ମହାରାଷ୍ଟ୍ର ନିର୍ବାଚନକୁ ନେଇ ସମ୍ପାଦକୀୟରେ ଏହା ମହା ଜନାଦେଶ ନୁହେଁ, ବରଂ ବିଜେପିର କ୍ଷମତା ଅହଂକାର ଉପରେ ଲୋକମତର ପ୍ରଚଣ୍ଡ ପ୍ରହାର ବୋଲି କୁହାଯାଇଥିଲା । ଆଜି “ସାମ୍ନା” ର ସମ୍ପାଦକୀୟରେ ବିଜେପିକୁ କଟାକ୍ଷ କରି ପଚରା ଯାଇଛି- ଇତନା ସନ୍ନାଟା କ୍ୟୁ ହୈ ଭାଇ!  ଯଦିଓ ଦୁଇ ଦଳ ସହଯୋଗୀ ଦଳ ଭାବରେ ରହିଛନ୍ତି, କିନ୍ତୁ ଉଭୟଙ୍କ ମତରେ ମତପାର୍ଥକ୍ୟ ଜଳଜଳ ହୋଇଦେଖାଯାଉଛି । ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ ବୋଲି ଡିଣ୍ଡିମ ପିଟୁଥିବାବେଳେ ମେଣ୍ଟ ବିଜେପିର ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି ।

ଅବଶେଷରେ ମହାରାଷ୍ଟ୍ରରେ ରାଜନୀତିକୁ ନେଇ ଅଙ୍କକଷୁଥିବା ବିଜେପିର ବଡ ପଣ୍ଡିତମାନଙ୍କ ଅଙ୍କ ଏବେ ଭୁଲ୍‌ ହୋଇଯାଇଥିବା ପରି ମନେ ହେଉଛି । ସରକାର ଗଠନ କରିବାକୁ ନେଇ ବାହାସ୍ଫୋଟ ମାରୁଥିବା ବିଜେପି ନେତାମାନେ କେଉଁ ଦିନ ସରକାର ଗଠନ କରିବେ, ତା’ର ଉତ୍ତର ଦେବା ବଦଳରେ ମୌନ ରହିବାକୁ ଶ୍ରେୟସ୍କର ମଣିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.