Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିର ବିଜେପି: ବିକାକିଣାରେ ଯେତିକି ଧୁରନ୍ଧର, ବୁଝାମଣାରେ ସେତିକି ଅପାରଗ 
ବିଶେଷ ଖବର

ଆଜିର ବିଜେପି: ବିକାକିଣାରେ ଯେତିକି ଧୁରନ୍ଧର, ବୁଝାମଣାରେ ସେତିକି ଅପାରଗ 

October 29, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜିର ବିଜେପି: ବିକାକିଣାରେ ଯେତିକି ଧୁରନ୍ଧର, ବୁଝାମଣାରେ ସେତିକି ଅପାରଗ 
କେଦାର ମିଶ୍ର 

ଆମର ପ୍ରଭାବ ଏତେ ବେଶୀ ଯେ ଆମେ ନିର୍ବାଚନ ଜିତୁ ବା ଜିତୁ ସରକାର ଗଢିବାରେ ଆମକୁ କେହି ଅଟକେଇ ପାରିବେ ନାହିଁ- ଏମିତି ଏକ ବକ୍ତବ୍ୟ କିଛିଦିନ ତଳେ ଆମେ ବିଜେପିର ପ୍ରଭାବଶାଳୀ ସାଧାରଣ ସମ୍ପାଦକ ରାମ ମାଧବଙ୍କ ଠାରୁ ଶୁଣିବାକୁ ପାଇଥିଲୁ। ଇଏ ହେଉଛନ୍ତି ସେହି ରାମ ମାଧବ ଯିଏ ଦୁଇ ବର୍ଷ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ, ସଂଖ୍ୟା ତ ନାହିଁ, ସରକାର କେମିତି ଗଢିବେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ- ହମାରେ ପାଶ ଅମିତ ଶାହା ହୈ ନା। ବିଜେପି ରାଜନୀତିର ଏହା ହେଉଛି ଅସଲ ସତ୍ୟ। ଅମିତ ଶାହା ଅଛନ୍ତି ମାନେ ସବୁକିଛି ସମ୍ଭବ। କ୍ଷମତା ଦଖଲ କରିବା ଲାଗି କିଛି ବି କରା ଯାଇପାରେ, କୌଣସି ବି ସ୍ତର ପର୍ୟନ୍ତ ଖସା ଯାଇପାରେ ଓ କାହା ସହିତ ମଧ୍ୟ “ଡିଲ” କରା ଯାଇପାରେ ଏକଥା ଆଜିର ବିଜେପିରେ ଅନାୟାସରେ ସମ୍ଭବ ହେଉଛି। ତେବେ ଏହା ମୂଳତଃ କଂଗ୍ରେସ ସଂସ୍କୃତି। ଅଶି ଦଶକରେ କଂଗ୍ରେସ ପାଇଁ ଏହା ଥିଲା ସାଧାରଣ ରାଜନୀତି। କଂଗ୍ରେସକୁ ବିରୋଧ କରି କ୍ଷମତାକୁ ଆସିଥିବା ବିଜେପିରେ ଏହି ସଂସ୍କୃତି ଆଜି ପ୍ରବେଶ କଲା ପରେ, ଆମେ କହି ପାରିବା ଯେ ସତରେ ପୃଥିବୀର ଆକାର ଗୋଲ। ଯାହା ଦିନେ ବିଜେପି ଲାଗି ଅପରାଧ ଥିଲା ଆଜି ତାହା ତାଙ୍କର ନୀତି ହୋଇ ଯାଇଛି।

ନିକଟରେ ମହାରାଷ୍ଟ୍ର ଓ ହରିଆଣା ନିର୍ବାଚନ ସରିଛି। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ଭାବରେ ନିର୍ବାଚନ ଲଢିଥିଲେ ଓ ସରକାର ଗଢିବା ଲାଗି ମେଣ୍ଟକୁ ସହଜ ସମର୍ଥନ ମିଳିଛି। ହେଲେ ହରିଆଣାରେ ବିଜେପିକୁ ବହୁମତ ମିଳି ନଥିଲା। ସରକାର ଗଢିବା ଲାଗି ୪୬ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପିକୁ ମାତ୍ର ୪୦ ଆସନ ମିଳିଥିଲା। ଜନନାୟକ ଜନତା ପାର୍ଟି ହରିଆଣାରେ ୧୦ ଟି ଆସନ ପାଇ କ୍ଷମତାର ଚାବିକାଠି ନିଜ ହାତରେ ରଖିଥିଲା। ବିଜେପି ଏ ପ୍ରକାର ଚରିତ୍ରଙ୍କୁ ସମ୍ଭାଳିବାର କଳା କୌଶଳ ବଢିଆ ଜାଣିଛି। ନିର୍ବାଚନ ପୂର୍ବରୁ ପୂରା ଚୌତାଲା ପରିବାର ବିରୋଧରେ ଇଡି, ସିବିଆଇ ଓ ଆୟକର ବିଭାଗକୁ ଲଗା ଯାଇଥିଲା। ଚୌତାଲା ପରିବାରର ଦୁର୍ନୀତି ସମ୍ପର୍କରେ ବହୁ ବଡ ବଡ ଭାଷଣ ଦିଆ ଯାଉଥିଲା। ତେବେ ନିର୍ବାଚନ ପରେ ତୁରନ୍ତ ଚୌତାଲା ପରିବାର ସହିତ “ଡିଲ” କରି ସରକାର ଗଠନ କରାଗଲା। “ଡିଲ” ର ପ୍ରଥମ ଚିତ୍ର ଭାବେ ଆମେ ଦେଖିଲୁ ହରିଆଣା ଉପ ମୁଖ୍ୟମନ୍ତ୍ରୀ ଭାବେ ଦୂଷ୍ୟନ୍ତ ଚୌତାଲା ଶପଥ ନେଉଥିବା ଜେଲରେ ସଜା କାଟୁଥିବା ତାଙ୍କ ବାପା ଜେଲରୁ ଛୁଟି ପାଇଗଲେ। ଏ ପ୍ରକାର ବିକାକିଣାରେ ବିଜେପିର ଆଜିର ନେତୃତ୍ଵ ଅଶି ଦଶକର କଂଗ୍ରେସ ନେତୃତ୍ବକୁ ବଳି ଯିବା ଭଳି ମାନେ ହେଉଛି।

ତେବେ ନବେ ଦଶକରେ ବିଜେପି ଭାରତର ରାଜନୀତିରେ ବୁଝାମଣା ଓ ସମନ୍ବୟର ଯେଉଁ ରାଜନୀତି ଆରମ୍ଭ କରିଥିଲା, ସେଥିରେ ବର୍ତ୍ତମାନର ନେତୃତ୍ଵ ଆଉ ବିଶ୍ଵାସ କରୁନାହାନ୍ତି। ତେଣୁ ମହାରାଷ୍ଟ୍ରରେ ବିଜେପି-ଶିବସେନାର ବିଜୟ ସତ୍ତ୍ୱେ ମଧ୍ୟ ସରକାର ଗଠନ ସହଜ ହେଉନାହିଁ। ଶିବସେନା ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଲାଗି ଅଡି ବସିବା ପଛରେ ବିଜେପି ର ନିଜ କୃତକର୍ମ ହିଁ ଦାୟୀ। ମହାରାଷ୍ଟ୍ରରେ ଏକାକୀ ସରକାର ଗଠନ କରିବାର ଗୋପନ ଅଭିଳାଷ ପୋଷଣ କରି ବିଜେପି ଶିବସେନାକୁ ଦୁର୍ବଳ କରିବା ଆରମ୍ଭ କରିଥିଲା। ଯେତେବେଳେ ଭାରତର ରାଜନୀତିରେ ବିଜେପି ସମ୍ପୂର୍ଣ୍ଣ ଅସ୍ପୃଶ୍ୟ ଥିଲା ସେତେବେଳେ ଶିବସେନା ଥିଲା ବିଜେପିର ପ୍ରଥମ ସହଯୋଗୀ। ତେଣୁ ଉଭୟ ଦଳ ଭିତରେ ଦୀର୍ଘ ବର୍ଷର ସମ୍ପର୍କ ରହିଆସିଛି।

ତେବେ ୨୦୧୪ ସାଧାରଣ ନିର୍ବାଚନ ପରେ ମହାରାଷ୍ଟ୍ରରେ ବିଜେପି ଏକୁଟିଆ ସରକାର ଗଢିବାର ସ୍ଵପ୍ନ ଦେଖିବା ଆରମ୍ଭ କଲା।ଏଥିପାଇଁ ବିଭିନ୍ନ ଉପାୟରେ ଶିବସେନାକୁ ଦୁର୍ବଳ କରିବାର ଯୋଜନା ଆରମ୍ଭ ହେଲା। ୨୦୧୪ ବିଧାନସଭା ନିର୍ବାଚନ ଦୁଇ ଦଳ ମିଳିତ ଭାବରେ ଲଢିବାରେ ବିଫଳ ହେବା ପରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଭାବୁଥିଲା। ତେବେ ସଂଖ୍ୟା ଗରିଷ୍ଠତାରୁ  ୨୪ ଆସନ କମ ପାଇବା ପରେ ଏହା ସେତେବେଳେ ଶରଦ ପାୱାରଙ୍କ ଏନସିପି ସହ ମୂଲଚାଲ କରିବା ଆରମ୍ଭ କରି ଦେଇଥିଲା।ଅଗତ୍ୟା ଆଉ କୌଣସି ବାଟ ନ ପାଇ ଶିବସେନା ସେତେବେଳେ ବିଜେପିକୁ ସମର୍ଥନ କରିବାକୁ ବାଧ୍ୟ ହୋଇଥିଲା। ତେବେ ଗତ ପାଞ୍ଚ ବର୍ଷ ଯାକ ଶିବସେନା ବିଜେପି ସରକାରର ସହଯୋଗୀ ଥିଲେ ମଧ୍ୟ ଉଭୟ ଦଳ ଭିତରେ ସବୁବେଳେ ଟଣାଓଟରା ଲାଗି ରହୁଥିଲା।

ଚଳିତ ନିର୍ବାଚନ ଫଳ ବାହାରିବା ପରେ ବିଜେପି ଅଧିକ ଦୁର୍ବଳ ହେବା ଓ କଂଗ୍ରେସ-ଏନସିପି ମେଣ୍ଟ ପାଖରେ ଶହେ ପାଖାପାଖି ଆସନ ରହିବା କାରଣରୁ ଶିବସେନାକୁ ଗୋଟେ ଭଲ ସୁଯୋଗ ମିଳିଛି। ଶିବସେନାକୁ ଇଡି, ସିବିଆଇ କି ଆୟକର ବିଭାଗର ଛାପା ଜରିଆରେ ଧମକାଇବାର କୌଶଳ କାମ କରିବାର ସମ୍ଭାବନା କମ। “ଡିଲ” ଓ ବିକାକିଣା ପାଇଁ ବିଜେପିର ଫର୍ମୁଲା ଶିବସେନା ପାଖରେ କାମ କରିବ ନାହିଁ। ତେଣୁ ବିଜେପି ଏବେ ତାର ପୁରୁଣା ଚାଲ ଖେଳିବା ଆରମ୍ଭ କରିଛି। ଯଦି ଶିବସେନା ଅଡି ବସେ ତାହେଲେ ଏନସିପି ସହ “ଡିଲ” କରିବାର ସଙ୍କେତ ଏବେ ମିଳୁଛି। ତେବେ ଏନସିପି ଯେ ଶିବସେନାଠୁ ବେଶୀ ମୂଲଚାଲ କରିବ ଏକଥା ବିଜେପି ନେତୃତ୍ଵ ଜାଣନ୍ତି। ରାଜନୀତିରେ ସବୁବେଳେ ବିକାକିଣା କମ କରେନାହିଁ, ଏଥିଲାଗି ବାଜପାୟୀ ଜମାନାର ବୁଝାମଣା କଥା ବି ରହିବା ଦରକାର- ସେକଥା ଆଉ ବିଜେପି ନେତୃତ୍ବର ମଗଜରେ ପଶୁନାହିଁ।

BJP
Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଓଡିଶା ମାଟି ତଳୁ ମିଳିଲା ହୀରା ଓ ମାଣିକ ପଥର ସନ୍ଧାନ, ଜାଣନ୍ତୁ କେଉଁ ଜିଲ୍ଲାର କେଉଁ ସ୍ଥାନ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.