Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଶ୍ମୀରବାସୀ ଭାରତର ଅଂଶବିଶେଷ ବୋଲି ୟୁରୋପର ପ୍ରମାଣପତ୍ର ଆବଶ୍ୟକ କି?
ବିଶେଷ ଖବର

କାଶ୍ମୀରବାସୀ ଭାରତର ଅଂଶବିଶେଷ ବୋଲି ୟୁରୋପର ପ୍ରମାଣପତ୍ର ଆବଶ୍ୟକ କି?

October 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ 

ତଥାକଥିତ ୟୁରୋପୀୟ ସାଂସଦ ଦଳ ତାଙ୍କର କାଶ୍ମୀର ଗସ୍ତ ସାରିବା ପରେ ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ, ସେଥିରେ ସେମାନେ ଦୁଇଟି କଥା କହିଲେ- ୧. କାଶ୍ମୀରର ଲୋକେ ନିଜକୁ ଭାରତୀୟ ବୋଲି ଭାବନ୍ତି ଓ ୨. ଏଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଚାଲିଛି। ଏତକ ଜାଣିବା ଲାଗି ଆମକୁ ୟୁରୋପରୁ ଲୋକ ଆଣିବାକୁ ପଡୁଛି କି? ଆମେ ତ ବାରମ୍ବାର କହି ଆସିଛୁ, ଜାମୁ କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ ଓ ପ୍ରତ୍ୟେକ କାଶ୍ମୀରବାସୀ ଆମ ନିଜଲୋକ। ଆମେ ଭାରତୀୟ ମାନେ ଯେଉଁ ଗଣତାନ୍ତ୍ରିକ ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଛୁ, ସମାନ ଅଧିକାର ଓ ସୁରକ୍ଷା କାଶ୍ମୀରବାସୀଙ୍କୁ ମଧ୍ୟ ମିଳୁ- ଏହାହିଁ ଆଜିର ମୂଳ ବିତର୍କ। ସେଥିରେ ଅନଧିକାର ଭାବରେ ଆସିଥିବା ୟୁରୋପୀୟ ସାଂସଦଙ୍କର ପ୍ରମାଣପତ୍ର କାହାକୁ ଦରକାର ପଡୁଛି? କାଶ୍ମୀରରେ ସରକାରୀ ଆତିଥ୍ୟ ପାଇ ଫେରିଥିବା ଓ ସରକାରଙ୍କ ଘେରାବନ୍ଦୀ ଭିତରେ ଗଣତନ୍ତ୍ରର ଅନୁଭବ ପାଇଥିବା ଏହି ସାଂସଦମାନଙ୍କୁ ଭାରତ ସରକାର ନିମନ୍ତ୍ରଣ କରି ନଥିଲେ। ଏମାନେ ୟୁରୋପୀୟ ୟୁନିଅନର ପ୍ରତିନିଧି ମଧ୍ୟ ନଥିଲେ। ଘରୋଇ ଭାବରେ ଏମାନଙ୍କୁ କେହି ଜଣେ ମାଦି ଶର୍ମା ନିମନ୍ତ୍ରଣ କରିଥିଲେ ବୋଲି ଜଣା ପଡିଛି।

ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି କିଏ ଏହି ମାଦି ଶର୍ମା? ଭାରତ ସରକାରଙ୍କ ସହ ୟାଙ୍କର ସମ୍ପର୍କ କଣ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ୟୁରୋପର ସାଂସଦମାନଙ୍କୁ କାଶ୍ମୀର ଭ୍ରମଣ ପାଇଁ ଆମନ୍ତ୍ରଣ ଜଣାଇବାକୁ ଏହାଙ୍କୁ ଅଧିକାର ଦେଲା କିଏ? ସବୁଠୁ ବଡ ପ୍ରଶ୍ନ ହେଉଛି ନିଜକୁ ଜଣେ ଆନ୍ତର୍ଜାତିକ ବ୍ୟବସାୟୀ ଦଲାଲ ବୋଲି ପରିଚୟ ଦେଉଥିବା ମାଦି ଶର୍ମାଙ୍କ ପ୍ରଧାନମନ୍ତ୍ରୀ କାର୍ୟାଳୟରେ ଏତେ ପ୍ରବେଶ କାହିଁପାଇଁ। ମାଦି ଶର୍ମାଙ୍କ କାମ କରିବାର ଶୈଳୀ ଓ ମୋଦୀ ସରକାରର ଅନ୍ଦର ମହଲରେ ତାଙ୍କର ଯାତାୟାତ ଦେଖି ୟୁପିଏ ଅମଳରେ ନୀରା ରାଡିଆଙ୍କ କଥା ମନେ ପଡୁଛି।ସେତେବେଳେ ନୀରା ରାଡିଆ ମନମୋହନ ସରକାରକୁ ନିଜର ଦୋକାନ ବୋଲି କହୁଥିଲେ। ଏବେ ମାଦି ଶର୍ମାଙ୍କ ଲାଗି ମୋଦୀ ସରକାର ହେଉଛି ତାଙ୍କର ଦୋକାନ।

କାଶ୍ମୀରକୁ କୌଣସି ଭାରତୀୟ ରାଜନେତା ଓ ମାନବାଧିକାର କର୍ମୀଙ୍କୁ ପ୍ରବେଶ ଅଧିକାର ମିଳୁନାହିଁ।କାଶ୍ମୀର ର ଜନ ସାଧାରଣ କାଶ୍ମୀର ବାହାରକୁ ବା ବିଦେଶ ଯିବାଲାଗି ଅନୁମତି ପାଉନାହାନ୍ତି। ପ୍ରବଳ ସେନାବାହିନୀର ଉପସ୍ଥିତି ସତ୍ତ୍ୱେ ନିରୀହ ଲୋକଙ୍କର ହତ୍ୟା ବନ୍ଦ ହେଉନାହିଁ। କାଲି ୟୁରୋପୀୟ ପ୍ରତିନିଧିମାନେ ଶ୍ରୀନଗରର ଖାଲି ରାସ୍ତାରେ “ସ୍ଵାଭାବିକତା” ପରଖୁଥିବା ବେଳେ ଆତଙ୍କବାଦୀଙ୍କ ଗୁଳିରେ ପାଞ୍ଚଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଇତି ମଧ୍ୟରେ ତିନିମାସ ହେଲାଣି କାଶ୍ମୀର ଏକ ଜେଲଖାନା ପାଲଟିଥିବା ବେଳେ, ବିଭିନ୍ନ ଦଲାଲଙ୍କୁ ନେଇ କାଶ୍ମୀରରେ ଜମି ଦଲାଲି ଲାଗି ପଥ ପରିଷ୍କାର କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.