Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯଦି ବାସ୍ତବ ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଦୟାକରି ଟେଲିଭିଜନ ଦେଖିବା ବନ୍ଦ କରି ଦିଅନ୍ତୁ! 
ବିଶେଷ ଖବର

ଯଦି ବାସ୍ତବ ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଦୟାକରି ଟେଲିଭିଜନ ଦେଖିବା ବନ୍ଦ କରି ଦିଅନ୍ତୁ! 

November 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ୱ ଟେଲିଭିଜନ ଦିବସ ୨୦୨୫: ଦେଶବ୍ୟାପୀ ୬.୫ କୋଟି ଡିଡି ମାଗଣା ଡିସ୍ ଘର
ବିଶ୍ୱ ଟେଲିଭିଜନ ଦିବସ ୨୦୨୫: ଦେଶବ୍ୟାପୀ ୬.୫ କୋଟି ଡିଡି ମାଗଣା ଡିସ୍ ଘର

କେଦାର ମିଶ୍ର 

କିଛି ମାସ ଆଗରୁ ଯେତେବେଳେ ବିଶିଷ୍ଟ ସାମ୍ବାଦିକ ରବିଶ କୁମାର କହିଥିଲେ – ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଯଦି ଟେଲିଭିଜନରେ ଖବର ଦେଖିବା ବନ୍ଦ କରିଦିଅନ୍ତୁ, ସେତେବେଳେ ମୁଁ ଭାବିଥିଲି ଏହା ଟିକେ ମାତ୍ରାଧିକ ପ୍ରତିକ୍ରିୟା। ଟେଲିଭିଜନ ସାମ୍ବାଦିକତା ସମୂଳେ ଖରାପ ବା ବିଭ୍ରାନ୍ତିକର ବୋଲି କହିବା ହୁଏତ ଠିକ ନୁହେଁ। ତେବେ ସମୟ କ୍ରମେ ମୋତେ ଲାଗୁଛି, ଅନ୍ତତଃ ଜାତୀୟ ବା ଆନ୍ତର୍ଜାତିକ ଖବର ଜାଣିବା ଲାଗି ଏବେ ମଧ୍ୟ କିଛି ବିଶ୍ୱାସଯୋଗ୍ୟ ଗଣମାଧ୍ୟମ ସଂସ୍ଥା ବଞ୍ଚି ରହିଛନ୍ତି। ହେଲେ ଓଡିଶାରେ ଆପଣ ଯଦି ଟେଲିଭିଜନ ଦେଖି ଖବର ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଗୁଡାଏ ଅଖବର ଓ ଗାଲୁଗପ ହିଁ ଶୁଣିବାକୁ ମିଳିବ। ଟେଲିଭିଜନ ସାମ୍ବାଦିକତା ଏତେ ମାତ୍ରାରେ ରାଜନୈତିକ ନିରକ୍ଷରତାର ଶିକାର ଯେ ସେଠି ଯେ କୌଣସି ଆବର୍ଜନା ବି ମୁଖ୍ୟ ଖବର ପାଲଟି ଯାଇପାରେ। ଏକଥା କହିଲେ, ଆମର କିଛି ବନ୍ଧୁ କ୍ଷୁବ୍ଧ ହେବେ, ମୁଁ ଜାଣିଛି। ହେଲେ ଏ କଥା ନ କହି ଆଉ ବାଟ ନାହିଁ। ଗତ ସପ୍ତାହେ ଭିତରେ କେବଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରବର୍ତ୍ତୀ ରାଜନୀତିକୁ ନେଇ ମୁଁ ମୋର କଥାଟିକୁ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି।

ମହାରାଷ୍ଟ୍ରର ରାଜନୀତି ସବୁବେଳେ ଏକ ଜଟିଳ ଅଙ୍କର ସମାହାର ହୋଇ ରହି ଆସିଛି। ମେଣ୍ଟ ହେଉ ବା ନହେଉ, ସବୁବେଳେ ମହାରାଷ୍ଟ୍ର ରାଜନୀତିରେ ପଞ୍ଚମୁଖୀ ଲଢେଇ ହୋଇଥାଏ। ସମସ୍ତେ ବିଜେପି, ଶିବସେନା, ଏନସିପି ଓ କଂଗ୍ରେସର ଚତୁର୍ମୁଖୀ ଲଢେଇ କଥା କହିଥାନ୍ତି। ହେଲେ ମହାରାଷ୍ଟ୍ରରେ ଛୋଟ ଛୋଟ ସ୍ଥାନୀୟ ଦଳମାନଙ୍କର ପ୍ରବଳ ପ୍ରଭାବ ରହିଛି। ରାଜ ଥାକରେ, ରାମଦାସ ଅଠାବଲେ, ପ୍ରକାଶ ଆମ୍ବେଦକର, ଆବୁ ଆଜମିଙ୍କ ଭଳି ନେତାଙ୍କର ସେଠି ଭିନ୍ନ ପତିଆରା ରହିଛି। କମ୍ୟୁନିଷ୍ଟ ଓ ଦଳିତ ସଙ୍ଗଠନଗୁଡ଼ିକର ପ୍ରଭାବ ମଧ୍ୟ ସେଠି କମ ନୁହେଁ। ତେଣୁ ସେଠି ସବୁ ନିର୍ବାଚନରେ ଲଢେଇ ପଞ୍ଚମୁଖୀ, ତେଣୁ ଏହାର ଗଣିତ ମଧ୍ୟ ଜଟିଳ। ଏତେ ଜଟିଳ ଗଣିତକୁ ବୁଝିବା ଓ ତାକୁ ସରଲା ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମ ନ୍ୟୁଜ ଡେସ୍କ ପାଖରେ ସମୟ ନାହିଁ। ଅନେକାଂଶରେ ନ୍ୟୁଜ ଡେସ୍କ ଗୁଡିକରେ ଏସବୁକୁ ନେଇ ବିଚାର ମନ୍ଥନ କରିବାଲାଗି ଯେଉଁ ପ୍ରକାର “ଇନ ପୁଟ” ର ଆବଶ୍ୟକତା ରହିଛି, ତାହା ମଧ୍ୟ ନାହିଁ। ଆମ ଜାଣିବାରେ କୌଣସି ଟେଲିଭିଜନ ଚ୍ୟାନେଲ ନିଜସ୍ଵ ଗବେଷଣା ବିଭାଗ ରଖିନାହାନ୍ତି। ଏହାର ପରିଣତି ହେଉଛି, ଯାହା ଯେଉଁଠି ଦେଖୁଛନ୍ତି, ତାକୁ ତୁରନ୍ତ ବିନା ବିଚାରରେ ଖବର ବୋଲି ପ୍ରସାରିତ କରି ଦିଆଯାଉଛି।

ନିର୍ବାଚନ ପରେ ଶିବସେନା ଓ ବିଜେପି ଭିତରେ ଯେଉଁ ଜଟିଳତା ଦେଖା ଦେଇଥିଲା ତାହା ଏଯାଏ ଅଛିଣ୍ଡା ରହିଛି। ଅଥଚ ଓଡିଶାର ପ୍ରାୟ ଟିଭି ଚାନେଲ କହିଲେ, ଏ ବିବାଦର ଅବସାନ ଘଟିଲା।କେହି କେହି ତ ଅତି ଉତ୍ସାହୀ ହୋଇ କହି ପକାଇଲେ-ନରମିଲା ଶିବସେନା, କାମ କଲା ଅମିତ ଶାହଙ୍କ ଚାଣକ୍ୟ ଫର୍ମୁଲା ଇତ୍ୟାଦି। ଅନେକ ସମୟରେ ଅମିତ ଶାହଙ୍କ ଚାଣକ୍ୟ ଅବତାରକୁ ନେଇ ଆମ ଟେଲିଭିଜନ ଚ୍ୟାନେଲ ଗୁଡିକ ବିଜେପି ଆଇଟି ବିଭାଗଠୁ ଅଧିକ ଉତ୍ସାହୀ ଲାଗୁଛନ୍ତି। ଅମିତ ଶାହ ଯେ ସୁପର ମ୍ୟାନ, ଏକଥା ଆମକୁ ବୁଝାଇବାରେ ଗଣମାଧ୍ୟମର ସବୁ ସମୟ ଚାଲି ଯାଉଛି। ଜଣେ ରାଜନେତାଙ୍କୁ ସୁପର ଚାଣକ୍ୟ ସାବ୍ୟସ୍ତ କରିବା ବ୍ୟତୀତ ଅନ୍ୟ ରାଜନୈତିକ ବାସ୍ତବତା ପ୍ରତି ଆମର କୌଣସି ଆଗ୍ରହ ନାହିଁ। ତେବେ ଏଥିଲାଗି ବିଜେପି ବା ଅମିତ ଶାହଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ବିଜେପି ଅନ୍ତତଃ ଓଡିଶାର ଗଣମାଧ୍ୟମରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚାପ ପକାଇ ନଥିବ। ଏହା ପଛରେ ନ୍ୟୁଜରୁମ ଗୁଡିକର ସ୍ଵାଭାବିକ ଚାଟୁକାରିତା ଓ ରାଜନୈତିକ ନିରକ୍ଷରତା ବାରି ହୋଇ ପଡୁଛି।

ଏହା ସହିତ ଆଉ ଗୋଟେ ମଜା କଥା କହିବାକୁ ଚାହୁଁଛି। ଅକ୍ଟୋବର ୩୧ ତାରିଖ ଦିନ କାଶ୍ମୀର ପୁନର୍ଗଠନ ବିଲ କାର୍ୟକାରୀ ହେଲା। ଏହାକୁ ନେଇ ଆମ ଟିଭି ଚ୍ୟାନେଲ ସବୁ କହିଲେ- ବଦଳିଲା କାଶ୍ମୀରର ଭୂଗୋଳ। ୱାଃ,କଣ କାଶ୍ମୀର କନ୍ୟାକୁମାରୀକୁ ଖସି ଆସିଲା। ରାଜନୈତିକ ପରିଚୟ ସହିତ ପ୍ରାକୃତିକ ଭୂଗୋଳ ବଦଳି ଯାଏ କି? ରାଜ୍ୟ ହେଉ ବା କେନ୍ଦ୍ର ଶାସିତ ଅଞ୍ଚଳ, କାଶ୍ମୀରର ଭୂଗୋଳ ଯେମିତି ଥିଲା ସେମିତି ଅଛି। ବାସ୍ତବରେ ଆମ ଗଣମାଧ୍ୟମର ମାନସିକ ଭୂଗୋଳ ବଦଳି ଯାଇଛି। ରାଜା ରାମମୋହନ ରାୟ, ମହାତ୍ମା ଗାନ୍ଧୀ, ଗଣେଶ ଶଙ୍କର ବିଦ୍ୟାର୍ଥୀ ଓ ଗୋପବନ୍ଧୁ ଦାସଙ୍କ ପରି ମହାନ ସାମ୍ବାଦିକମାନେ ଯେଉଁ ପରମ୍ପରା ତିଆରି କରିଥିଲେ ସେ ପରମ୍ପରା ଏବେ ଗୋବର ସାମ୍ବାଦିକତାର ସ୍ତରକୁ ଖସି ଆସିଛି।

ତେଣୁ ଖବର ଜାଣିବାକୁ ଟେଲିଭିଜନ ଦେଖିବା, ଆଜି ଆଉ ଆବଶ୍ୟକତା ହୋଇ ରହିନାହିଁ।

 

କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ଭାରତ ସହିତ ସ୍ଥଳ ସୀମା ଲାଗିଥିବା ଦେଶଗୁଡ଼ିକରୁ ନିବେଶ ଉପରେ ମାର୍ଗଦର୍ଶିକାରେ ପରିବର୍ତ୍ତନକୁ ଅନୁମୋଦନ

March 10, 2026

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.