Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଦାନା ବାନ୍ଧୁଛି ପୋସ୍କୋ ବିରୋଧୀ ଆନ୍ଦୋଳନ, ଜିନ୍ଦଲକୁ ଜମି ଦେବା ବିରୋଧରେ ସଂଗ୍ରାମ ପାଇଁ ସଜବାଜ ହେଉଛନ୍ତି ଢିଙ୍କିଆ ଓ ଗୋବିନ୍ଦପୁରର ଜନ ସାଧାରଣ
ବିଶେଷ ଖବର

ପୁଣି ଦାନା ବାନ୍ଧୁଛି ପୋସ୍କୋ ବିରୋଧୀ ଆନ୍ଦୋଳନ, ଜିନ୍ଦଲକୁ ଜମି ଦେବା ବିରୋଧରେ ସଂଗ୍ରାମ ପାଇଁ ସଜବାଜ ହେଉଛନ୍ତି ଢିଙ୍କିଆ ଓ ଗୋବିନ୍ଦପୁରର ଜନ ସାଧାରଣ

November 4, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କିଛି ବର୍ଷ ତଳେ ତଥାକଥିତ ସର୍ବ ବୃହତ ଇସ୍ପାତ କାରଖାନାର ସ୍ଵପ୍ନ ଦେଖାଇ ଦକ୍ଷିଣ କୋରିଆର କମ୍ପାନୀ ପୋସ୍କୋ ପାଇଁ  ଜଗତସିଂହପୁର ଜିଲ୍ଲାର ଆଞ୍ଚଳିକ ପାନଚାଷୀ ଓ ମତ୍ସ୍ୟଜୀବିଙ୍କ ଅଧିକୃତ ଜମିକୁ ଓଡିଶା ସରକାର ଗୁପ୍ତ ଓ ବେଆଇନ୍ ଭାବେ ଜିନ୍ଦଲ ଷ୍ଟିଲ ୱାର୍କ(JSW)କୁ ଦେବା ପାଇଁ ଯାଉଛନ୍ତି ବୋଲି ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ପ୍ରତିରୋଧ ଦାନା ବାନ୍ଧିବା ଆରମ୍ଭ କଲାଣି। ଲୋକଙ୍କ ପ୍ରତିରୋଧକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ ବୁଦ୍ଧିଜୀବୀ, କୃଷକ ନେତା ଓ ପରିବେଶବିତମାନେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ-  ଶିଳ୍ପ ପାଇଁ କୃଷକଙ୍କ ଠାରୁ ସେମାନଙ୍କର ପାରମ୍ପରିକ ଆୟ ଓ ଜୀବିକାର ଉତ୍ସ, ଉର୍ବର ଜମିକୁ ଛଡାଇ ନିଆ ଯାଉଛି । ପୋସ୍କୋ ବିରୁଦ୍ଧରେ ଜନଗଣଙ୍କର ଦୀର୍ଘ ୧୨ବର୍ଷର ଲମ୍ବା ଲଢେଇର ଲାଭକୁ ପଣ୍ଡ କରି ସରକାର ଅନ୍ୟ ଏକ ଷ୍ଟିଲ ବେପାରୀକୁ ଜମି ଦେବା ପାଇଁ ବାଟ କରୁଛନ୍ତି । ଲୋକମାନେ ସେମାନଙ୍କର ଜମିର ସୁରକ୍ଷା ପାଇଁ ଲଢେଇ କରିବାରୁ ଏବେ ବି ଅନେକ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ରହିଛନ୍ତି, ସେତେବେଳେ ସରକାର ସେହି ଜମିର ଲ୍ୟାଣ୍ଡ ବ୍ୟାଙ୍କକୁ ନେଇ ଅନ୍ୟ ଏକ ଷ୍ଟିଲ ବେପାରୀକୁ ଦେବାକୁ ଯାଉଛନ୍ତି ।”

ପୋସ୍କୋ ୨୦୧୭ରେ ଅଧିକୃତ ଜମିରୁ  ବିଦା ହୋଇଥିଲା । ଜମି ଅଧିଗ୍ରହଣ, ଥଇଥାନ ଓ ପୁନଃସ୍ଥାପନ ଆଇନ୍, ୨୦୧୩ରେ ଥିବା ଉପଯୁକ୍ତ କ୍ଷତିପୂରଣ ଓ ସ୍ୱଚ୍ଛତାର ଅଧିକାର ଅନୁଯାୟୀ ଅଧିକୃତ ଜମି ୫ବର୍ଷ ମଧ୍ୟରେ ବ୍ୟବହାର କରା ନ ଗଲେ ତାହାକୁ ଲୋକଙ୍କୁ ଫେରାଇ ଦିଆଯିବା କଥା । ସେହି ଅନୁଯାୟୀ ଇଡକୋ ଦ୍ୱାରା ଜୋର-ଜବରଦସ୍ତ ଅଧିଗ୍ରହଣ କରାଯାଇଥିବା ୨୭୦୦ ଏକର ଜମିକୁ ସରକାର ଆଇନଗତ ଭାବେ ସ୍ଥାନୀୟ ଲୋକଙ୍କୁ ଫେରାଇବାର ବିଧାନ ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୨୦୧୫ରେ ସିଙ୍ଗୁରରେ ଟାଟା ନାନୋ କାରଖାନା ପାଇଁ ଅଧିଗ୍ରହଣ କରାଯାଇଥିବା ଜମିକୁ ଫେରାଇବା ପାଇଁ ପଶ୍ଚିମ-ବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଓଡିଶା ସରକାର ୨୦୧୫ରେ ଏଭଳି ଜମିକୁ ଲ୍ୟାଣ୍ଡ ବ୍ୟାଙ୍କରେ ରଖିଵା ପାଇଁ ଏକ ସଂଶୋଧିତ ନୀତି କରିଥିଲେ । ଜାତୀୟ ଗ୍ରୀନ୍ ଟ୍ରିବୁନାଲ ଜିନ୍ଦଲ ପାଇଁ ଇଡକଲ ଦ୍ୱାରା କରାଯାଉଥିବା ପ୍ରାଚୀର ନିର୍ମାଣକୁ ବନ୍ଦ କରିବାକୁ ଆଦେଶ ଦେଇଥିବା ସତ୍ତ୍ୱେ ଏହାର କାମ ଏବେ ଚାଲୁ ରହିଛି।

ପ୍ରଶାସନ ଓ ସରକାର ଜିନ୍ଦଲକୁ ଜମି ଅଧିଗ୍ରହଣ ଲାଗି ମଞ୍ଜୁରୀ ପ୍ରଦାନ କରି ଚଞ୍ଚକତାପୂର୍ଣ୍ଣ ଭାବେ ଲୋକଙ୍କୁ ଜମି ନ୍ୟାଯ୍ୟ ଜମି ଅଧିକାରରୁ  ବଞ୍ଚିତ କରୁଛନ୍ତି । ୨୦୧୧ ମସିହାରେ ଜଙ୍ଗଲ ଅଧିକାର ଆଇନ୍ ଅଧିନରେ ଗୋବିନ୍ଦପୁର, ଢିଙ୍କିଆ ଓ ନୂଆଗାଁର ଗ୍ରାମ ପଞ୍ଚାୟତମାନେ ସର୍ବସମ୍ମତ୍ତି କ୍ରମେ ପୋସ୍କୋକୁ ଜମି ହସ୍ତାନ୍ତର ବିରୁଦ୍ଧରେ ପ୍ରସ୍ତାବ ଗ୍ରହଣ କରିଥିଲେ । କିନ୍ତୁ ଅଗଷ୍ଟ ୧୬ ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ମଞ୍ଜୁରୀ ସହ ଲ୍ୟାଣ୍ଡ ବ୍ୟାଙ୍କରେ ଥିବା ଜମିକୁ ଜିନ୍ଦଲକୁ ହସ୍ତାନ୍ତର କରି ସମାନ ବାଟରେ କମ୍ପାନୀ ପାଇଁ ବାଟ ସଫା କରି ଦେଇଛନ୍ତି । ଏହି ଅଞ୍ଚଳରେ କେବଳ ଷ୍ଟିଲ ଉତ୍ପାଦନର ଇଚ୍ଛା ରଖି ସରକାର କମ୍ପାନୀ ସ୍ୱାର୍ଥରେ କାମ କରୁଛନ୍ତି ।

ପରିବେଶ ମଞ୍ଜୁରୀରେ ମଧ୍ୟ ଚଞ୍ଚକତା କରାଯାଇଛି । କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣ ପାଇଁ କିଛି ବିଧିଗତ କାଗଜ-ପତ୍ରର ଆବଶ୍ୟକତା ଥିବାରୁ ରାଜ୍ୟ ପ୍ରଷଣ ନିୟନ୍ତ୍ରଣ ବୋର୍ଡ ୧୯/୧୦/୨୦୧୯ ସମ୍ବାଦପତ୍ରମାନଙ୍କରେ ପରିବେଶ ମଞ୍ଜୁରୀ ଉଦ୍ଦେଶ୍ୟରେ ନଭେମ୍ବର ୨୨, ୨୦୧୯ର ଅପରାହ୍ନ ୨.୩୦ରେ ଏକ ଜନଶୁଣାଣୀ ଘୋଷଣା କରିଛନ୍ତି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଜଗତସିଂହପୁର ଜିଲ୍ଲାର ଏରସମା ତହସିଲର ଜଟାଧାରୀ ନଦୀ ମୁହାଣରେ ବାର୍ଷିକ ୫୨୦ଲକ୍ଷ ଟନ୍ କ୍ଷମତା ଥିବା ସବୁ ଦିନିଆ ଜେଟିର ବିକାଶ ପାଇଁ ‘ଜିନ୍ଦଲ ଷ୍ଟିଲ ୱର୍କ ଉତ୍କଳ ଲିଃ’ ପ୍ରସ୍ତାବ ଦେଇଛି । ଯଦିଓ ଜେଟିର ପରିବେଶ ମଞ୍ଜୁରୀ ପରି ଏହା ଜଣା ଯାଉଛି, କିନ୍ତୁ ସରକାର ତଥ୍ୟର ଏକ ଅଂଶକୁ ଜାଣିଶୁଣି ଲୁଚାଇଛନ୍ତି । ଅନ୍ୟାନ୍ୟ ଜନଶୁଣାଣୀରେ କରାଯାଉଥିବା ଚଞ୍ଚକତା ଭଳି ଏଠାରେ ମଧ୍ୟ ସମ୍ବାଦପତ୍ର ବିଜ୍ଞପ୍ତିରେ ପ୍ରଭାବିତ ଲୋକଙ୍କୁ ସଂପୂର୍ଣ୍ଣ ତଥ୍ୟ ଦିଆଯାଇ ନାହିଁ । ମନ୍ତ୍ରାଳୟର ଓ୍ୱେବସାଇଟ୍ ଅନୁଯାୟୀ, ସେହି ସମାନ ସ୍ଥାନ ଓ ସମାନ ଦିନର ପୂର୍ବାହ୍ନ ୯.୩୦ ସମୟରେ ବାର୍ଷିକ ୧୩୨ ଲକ୍ଷ ଟନ୍ ଇସ୍ପାତ, ୯୦୦ ମେଗା ୱାଟର ବିଦ୍ୟୁତ ଓ ୧୦୦ଲକ୍ଷ ଟନ୍ ସିମେଣ୍ଟ କାରଖାନା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣୀ ସ୍ଥିର ହୋଇଛି । କିନ୍ତୁ ଏହି ତଥ୍ୟ ନା ଗ୍ରାମ ପଞ୍ଚାୟତକୁ ଜଣାଇ ଦିଆଯାଇଛି କିମ୍ବା ଆଞ୍ଚଳିକ ଲୋକଙ୍କୁ ଜଣାଇବାକୁ କୌଣସି ସମ୍ବାଦପତ୍ରରେ ପ୍ରକାଶ କରାଯାଇଛି ।

ନିକଟରେ ନିୟୁ ଜର୍ସିର କ୍ଲାଇମେଟ ସେଣ୍ଟ୍ରାଲ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ସତର୍କ କରାଇ ଦେଇଛି, ଆସନ୍ତା ୩୦ ବର୍ଷ ମଧ୍ୟରେ ସମୁଦ୍ର ପତନ ବୃଦ୍ଧି ଯୋଗୁଁ କିପରି ଓଡିଶାର ଉପକୂଳ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି । ଏହା ଚିନ୍ତାର ବିଷୟ ଯେ ଉପକୂଳ ଅଞ୍ଚଳରେ ବଢୁଥିବା ପରିବେଶ ବିପଦ ପ୍ରତି କୌଣସି ଧ୍ୟାନ ଦିଆଯିବା ବଦଳରେ ଇସ୍ପାତ ଓ ସିମେଣ୍ଟ କାରଖାନାର ନୂଆ ପ୍ରସ୍ତାବ ଆଣି ଏଭଳି ଏକ ସମ୍ବେଦନଶୀଳ ପରିବେଶକୁ ଅଧିକ ଧଂସ ମୁହଁକୁ ଠେଲି ଦିଆଯାଉଛି ।

ବେଆଇନ ଭାବରେ ଜିନ୍ଦଲକୁ ଯଦି ପୋସ୍କୋ ପାଇଁ ଅଧିଗୃହିତ ଜମି ଦିଆଯାଏ ତାହେଲେ ଏହା ବିରୋଧରେ ପ୍ରବଳ ଜଣ ଆନ୍ଦୋଳନ ତେଜିବ ବୋଲି ଏକ ପ୍ରେସ ବିବୃତିରେ କୁହାଯାଇଛି। ଏହି ବିବୃତିରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବାମପନ୍ଥୀ ନେତା ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଭାଲଚନ୍ଦ୍ର ଷଡଙ୍ଗୀ, ଶିବରାମ, ପ୍ରଶାନ୍ତ ପାଇକରାୟ, କୃଷକ ନେତା ସରୋଜ ପ୍ରମୁଖ ଏହି ଜମିକୁ ତୁରନ୍ତ ଲୋକଙ୍କୁ ଫେରାଇଦେବାକୁ ଦାବି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026
Latest News

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.