Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଉ କେତେ ପାକିସ୍ତାନ, କେତେ ଆଉ ଚିତ୍କାର କରିବ ଟିଭିସ୍ତାନ!! 
ବିଶେଷ ଖବର

ଆଉ କେତେ ପାକିସ୍ତାନ, କେତେ ଆଉ ଚିତ୍କାର କରିବ ଟିଭିସ୍ତାନ!! 

November 5, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଉ କେତେ ପାକିସ୍ତାନ, କେତେ ଆଉ ଚିତ୍କାର କରିବ ଟିଭିସ୍ତାନ!! 

କେଦାର ମିଶ୍ର 

ୟା ଭିତରେ କିଛି ମଜାକଥା ଘଟିଛି। ଦେଶର ସବୁଠୁ ଅଧିକ ଲୋକ ଦେଖୁଥିବା ହିନ୍ଦୀ ଟେଲିଭିଜନ ଚ୍ୟାନେଲ “ଆଜତକ” ର ଏକ ଲାଇଭ ଶୋରେ ଭାଗ ନେଇ ବିଖ୍ୟାତ ବ୍ୟଙ୍ଗକାର ବରୁଣ ଗ୍ରୋଭର ସିଧା ସିଧା ଟେଲିଭିଜନ କାର୍ୟକ୍ରମର ଦେବାଳିଆପଣ ଉପରେ ପ୍ରଶ୍ନ ପଚାରିଛନ୍ତି। “ଅଫିସିଆଲ ପିଙ୍ଗ ହ୍ୟୁମାନ” ନାମକ ଏକ ୟୁଟ୍ୟୁବ ଚାନେଲ ପ୍ରକାଶ କରିଥିବା ଏକ ରିପୋର୍ଟରୁ କିଛି ଚମତ୍କାର ଉଦାହରଣ ଆମକୁ ମଧ୍ୟ ମିଳିଯିବ। ଆମର ଟେଲିଭିଜନ ଚାନେଲ ଗୁଡିକ କେମିତି ଅଧିକରୁ ଅଧିକ ପାକିସ୍ତାନ କୈନ୍ଦ୍ରିକ ହୋଇ ପଡ଼ୁଛନ୍ତି ଓ କ୍ରମଶଃ ପାକିସ୍ତାନ କେମିତି ଆମର ଗଣ ମାନସିକତାକୁ କବଳିତ କରୁଛି, ତାର ପ୍ରକୃଷ୍ଟ ଉଦାହରଣ ଏଥିରୁ ମିଳିଯିବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶର ପ୍ରମୁଖ ଚାରୋଟି ହିନ୍ଦୀ ଚାନେଲ କରିଥିବା ସ୍ଵତନ୍ତ୍ର ବିତର୍କ କାର୍ଯ୍ୟକ୍ରମର ତର୍ଜମା କରି କୁହାଯାଇଛି ଯେ, ୨୦୦ ବିତର୍କରୁ ୭୯ଟିରେ ପାକିସ୍ତାନ ବିରୋଧରେ ଆଲୋଚନା ହୋଇଛି।

ଅର୍ଥାତ ଆମ ଦେଶର ଗଣମାଧ୍ୟମ ଲାଗି ସବୁଠୁ ବଡ ଚର୍ଚ୍ଚାର ପ୍ରସଙ୍ଗ ହେଉଛି ପାକିସ୍ତାନ। ଭାରତରେ ପାକିସ୍ତାନକୁ ଚର୍ଚ୍ଚାର ପ୍ରସଙ୍ଗ କରିବା ପଛରେ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଗୋଟେ ପକ୍ଷରେ ସାଉଦି ଆରବ ଭଳି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସହିତ ମିତ୍ରତାର ମନ୍ତ୍ର ଜପୁଥିବା ବେଳେ ଅନ୍ୟ ପକ୍ଷରେ ପାକିସ୍ତାନ ବିରୋଧରେ ଚିତ୍କାର କରି ଆମେ ଆମ ନିଜର ସମୟ ଓ ସମ୍ବଳ ନଷ୍ଟ କରି ଚାଲିଛୁ। ପାକିସ୍ତାନ ପରେ ଗଣମାଧ୍ୟମର ସବୁଠୁ ଚର୍ଚ୍ଚାର ପ୍ରସଙ୍ଗ ହେଉଛି-ବିରୋଧୀ ଦଳ ପ୍ରତି ଆକ୍ରମଣ। ୨୦୦ ବିତର୍କରୁ ୬୬ ଟିରେ ବିରୋଧୀ ଦଳ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ନିନ୍ଦା କରି ବିତର୍କ ରଖାଯାଇଛି। ସରକାର ଓ ସରକାରୀ ଦଳର ପିତୃ ସଙ୍ଗଠନ  ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଙ୍ଘର ପ୍ରଶଂସାରେ ୩୬ ଓ ରାମ ମନ୍ଦିର ବିଷୟରେ ୧୪ ଟି ବିତର୍କ ରହିଛି।

ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ୨୦୦ ରୁ ଗୋଟିଏ ବିତର୍କ ମଧ୍ୟ ହୋଇନାହିଁ। କ୍ଷୁଧାର ସୂଚକାଙ୍କରେ ଭାରତର ସ୍ଥାନ ଅତି ଖରାପ ଥିବାବେଳେ, ଏହାକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଦେଶର ରାଜଧାନୀ ଦିଲ୍ଲୀ ଆଜି ବିଷ ବଳୟରେ ପରିଣତ ହୋଇ ସାରିଛି, ହେଲେ ଏହାକୁ ନେଇ କୌଣସି ବିତର୍କ ଟିଭିରେ ଶୁଣିବାକୁ ମିଳିନଥିଲା। ଦେଶରେ ବେକାରି ସମସ୍ୟା ସବୁଠୁ ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ, ଏହାର କୌଣସି ଆଲୋଚନା ଟିଭିରେ ହୋଇନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଗରିବୀ, ବେକାରୀ ଭଳି ପ୍ରସଙ୍ଗ ଟିଭି ବିତର୍କରେ ଜାଗା ପାଉନାହିଁ। ଏହି ତଥ୍ୟ ମୂଳତଃ ଦେଶର ଚାରୋଟି ପ୍ରମୁଖ ହିନ୍ଦୀ ଚାନେଲ ଆଜତକ, ଏବିପି, ଇଣ୍ଡିଆ ଟିଭି ଓ ନ୍ୟୁଜ-୧୮ ରୁ ନିଆଯାଇଛି। ଏମାନଙ୍କ ପାକିସ୍ତାନ ପ୍ରତି ଏତେ ଆକର୍ଷଣର କାରଣ ବୁଝି ହେଉଛି। ବର୍ତ୍ତମାନ ସମୟରେ ଦେଶର ମୌଳିକ ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବାକୁ ପାକିସ୍ତାନ ଏକ ସହଜିଆ ବାଟ।

ଜାତୀୟ ଟେଲିଭିଜନର ଦେଖାଦେଖି ଆମ ଓଡିଆ ଚାନେଲ ଗୁଡିକ ମଧ୍ୟ ସେଇ ପାକିସ୍ତାନ ପାକିସ୍ତାନ ଘୋଷି ହେଉଛନ୍ତି। ରାଜ୍ୟର ୮ ଟି ପ୍ରମୁଖ ଟିଭି ଚାନେଲ-ଓଟିଭି, ନ୍ୟୁଜ-୭, କନକ ଟିଭି, କଳିଙ୍ଗ ଟିଭି, ଜି-ଓଡିଶା, ନ୍ୟୁଜ-୧୮, ନକ୍ଷତ୍ର ଟିଭି ଓ ଏମବିସି ଟିଭିରେ ପାକିସ୍ତାନ ଛାଇ ହୋଇ ରହିଛି। ଭାରତର ବିରୋଧୀ ଦଳ ସରକାରୀ ଦଳ ବିରୋଧରେ କରୁଥିବା ଅଭିଯୋଗକୁ ନେଇ ଚୁପ ରହୁଥିବା ଆମ ଟିଭି ଚାନେଲ ଗୁଡିକ ପାକିସ୍ତାନ ବିରୋଧୀ ଦଳର ଆନ୍ଦୋଳନକୁ ନେଇ ବେଶ ଉତ୍ସାହିତ। ଓଡିଆରେ ଚିତ୍କାର କରି ଆମର ଆଙ୍କର ମାନେ ଏମିତି କହୁଛନ୍ତି, ଯେମିତି ଭୁବନେଶ୍ବରରୁ ସେମାନଙ୍କ ସ୍ଵର ଇସ୍ଲାମାବାଦରେ ପହଞ୍ଚିବ ଓ ସେମାନଙ୍କ ଧମକ ଶୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୂର୍ଚ୍ଛା ହୋଇ ପଡିବେ। ପ୍ରତିଦିନ ଓଡିଆ ଚାନେଲ ଗୁଡିକରେ ପାକିସ୍ତାନକୁ ନେଇ ଚର୍ଚ୍ଚା ହେଉଛି ବା ସ୍ଵତନ୍ତ୍ର କାର୍ୟକ୍ରମ ପ୍ରସ୍ତୁତ ହେଉଛି।ତେବେ ଏ ସବୁ କାର୍ୟକ୍ରମର ଉଦ୍ଦେଶ୍ୟ କଣ?

ରାଜ୍ୟ ବା ଦେଶର ମୌଳିକ ସମସ୍ୟା ତୁଳନାରେ ପଡୋଶୀ ସହିତ କଳହକୁ ଅଧିକ ଗୁରୁତ୍ଵ ଦେବା ହୁଏତ ଶାସକ ଦଳର ଏଜେଣ୍ଡା ହୋଇପାରେ। ସେଥିରେ ଗଣମାଧ୍ୟମ ଶାସକ ଦଳର ସବୁଠୁ ବଡ ସହାୟକ ହେବାର କାରଣ କଣ? କେଉଁଠି ନା କେଉଁଠି ଆମର ଗଣମାଧ୍ୟମ ନିଜ ଭିତରର ଆତ୍ମ ବିଶ୍ଵାସ ହରାଇ ବସିଛି। ନିଜର ମେରୁଦଣ୍ଡ ଅପେକ୍ଷା ଶାସକ ଦଳର ମେରୁଦଣ୍ଡ ଉପରେ ଭରା ଦେଇ ଏହା ଉପରକୁ ଉଠିବାକୁ ଚାହୁଁଛି। ତେଣୁ ଶାସକର ଆଦର୍ଶ ଓ ଶାସକର ଲକ୍ଷ୍ୟ ପୂରଣ, ଏ ଦୁଇଟି ଏବେ ଗଣମାଧ୍ୟମର ସଂକଳ୍ପ।

ସେ ହିନ୍ଦୀ ହେଉ ବା ଓଡିଆ, ସେ ଇଂରାଜୀ ହେଉ ବା କୋଙ୍କଣୀ, ସବୁ ଭାରତୀୟ ଭାଷାରେ ଗଣମାଧ୍ୟମ ଏବେ ଶାସକ ଦଳର “ଚୁଙ୍ଗା” ହେବାକୁ ଚାହୁଁଛନ୍ତି। ବର୍ତ୍ତମାନର ଶାସକ ଦଳ ଯେହେତୁ ସଂଘ ର ନିୟନ୍ତ୍ରଣରେ ରହିଛି, ତେଣୁ ଆପେ ଆପେ ପୁରା ଟିଭି ଜଗତ ସଂଘର ବିଚାରକୁ ନିଜର ବ୍ରତ ଭାବରେ ଗ୍ରହଣ କରି ନେଇଛି। ଏକଦା ଷାଠିଏ ଦଶକରେ ଆରଏସଏସର ପ୍ରେସ ବିଜ୍ଞପ୍ତି ଛାପିବାକୁ କୌଣସି ଗଣମାଧ୍ୟମ ଚାହୁଁ ନଥିଲେ। ଆଜି ଆରଏସଏସ ର ବିଚାର ଗଣମାଧ୍ୟମର ଜୀବନ ପାଲଟି ଯାଇଛି। ସେଇ ବିଚାରରେ ଦେଶ ଅପେକ୍ଷା, ଦେଶର ତଥାକଥିତ ଶତ୍ରୁକୁ ନେଇ ଅଧିକ ଚର୍ଚ୍ଚା କରିବାକୁ ଆମେ ବାଧ୍ୟ।

kedarmishra କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ଏଆଇ ଦାୟିତ୍ୱବୋଧ ସଂକଳ୍ପରେ ଭାରତର ବିଶ୍ୱରେକର୍ଡ: ୨୪ ଘଣ୍ଟାରେ ୨.୫ ଲକ୍ଷ ସଂକଳ୍ପ

February 18, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.