Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଶ୍ଚିମ ଓଡିଶାରେ ବିଜେଡି ସଂଗଠନ, ନବ ଦାସ ପରବର୍ତ୍ତୀ ରାଜନୈତିକ ସମୀକରଣ
ବିଶେଷ ଖବର

ପଶ୍ଚିମ ଓଡିଶାରେ ବିଜେଡି ସଂଗଠନ, ନବ ଦାସ ପରବର୍ତ୍ତୀ ରାଜନୈତିକ ସମୀକରଣ

January 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଗତ ତିନୋଟି ଯାକ ବିଧାନସଭା ନିର୍ବାଚନ ଜିଣିଥିବା ନବ ଦାସ ଆସନ୍ତା ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ଶାସକ ବିଜେଡି ରେ ଯୋଗଦାନ କରିବା ଓଡିଶାର ରାଜନୈତିକ ସମୀକରଣକୁ ଓଲଟ ପାଲଟ କରିଦେଇଛି। ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ସୁନ୍ଦରଗଡ, ଝାରସଉଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡି ଓ ବୌଦ ତଥା ଅନୁଗୁଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନ ଏହା ଦ୍ଵାରା ନୂଆ ଶକ୍ତି ପାଇବ ବୋଲି ଆମେ କହିପାରିବା କି? ଏହି ଦଶଟି ଜିଲାରେ ବିଧାନସଭା ଆସନ ସଂଖ୍ୟା ମାତ୍ର ୩୬। ତେଣୁ ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡିଶାରୁ ଆମେ ୭୦ ଟି ଆସନ ଜିତିବୁ ବୋଲି ଯେତେବେଳେ ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ ଦାବି କରନ୍ତି, ସେତେବେଳେ ଆମକୁ ପୁଣିଥରେ ଗଣିତ ବହିର ମିଶାଣ ଫେଡାଣ ପାଠ ପଢିବାକୁ ବାଧ୍ୟ ହେଉ। ୩୬ ଟି ଆସନ ଭିତରୁ ୨୧ ଟି ଆସନରେ ବିଜେଡି, ୭ ଟି ଆସନରେ ବିଜେପି ଓ ୮ ଟି ଆସନରେ ରେ କଂଗ୍ରେସ ଜିତିଛନ୍ତି।

୨୦୦୯ ଓ ୨୦୧୪ ନିର୍ବାଚନ ଆଧାରରେ ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ ବୋଲି କୁହାଯାଇ ପାରିବ ନାହିଁ। ତେବେ ଦକ୍ଷିଣ ଓ ଉପକୂଳ ଓଡିଶା ତୁଳନାରେ ପଶ୍ଚିମାଞ୍ଚଳରେ ବିଜେଡ଼ିର ସ୍ଥିତି ସାମାନ୍ୟ କମ। ତେବେ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବରଗଡ, ଦେବଗଡ ଇତ୍ୟାଦି ଜିଲା ପରିଷଦ ଗଢିବାରେ ଭାରତୀୟ ଜନତା ପାର୍ଟିକୁ ସଫଳତା ମିଳିଥିଲା। ହୁଏତ ସେଇ ଆଧାରରେ ପଶ୍ଚିମ ଓଡ଼ିଶାକୁ ବିଜେପିର ଦୁର୍ଗ ବୋଲି କେହି କେହି କହୁଥାଇ ପାରନ୍ତି। କିନ୍ତୁ ବିଜେପୁର ବିଧାନସଭା ଉପନିର୍ବାଚନ ପରେ ଏ ସ୍ଥିତି ପୂରାପୂରି ବଦଳି ଯାଇଛି। ପଶ୍ଚିମ ଓଡିଶା ଉପରେ ଏବେ ଉଭୟ ବିଜେପି ଓ ବିଜେଡି ନିଜର ଶକ୍ତି କେନ୍ଦ୍ରୀଭୂତ କରିଥିବା ବେଳେ ଏକଦା କଂଗ୍ରେସର ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ଓଡିଶାରେ ଏହି ଦଳର ଅସ୍ତିତ୍ଵ ଏବେ ପ୍ରଶ୍ନବାଚୀ ହୋଇପଡିଛି।

ପଶ୍ଚିମ ଓଡିଶାର ୩୬ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଝାରସୁଗୁଡା ଜିଲ୍ଲା ର ପ୍ରଭାବ ପଡିବ କି? ନବ ଦାସ ବିଜେଡି ରେ ମିଶିଲା ପରେ ପଶ୍ଚିମ ଓଡିଶା ପାଇଁ ବିଜେଡ଼ିର ପଥ ନିଷ୍କଣ୍ଟକ ହୋଇ ଗଲା କି? ନବ ଦାସ ପୂରା ପଶ୍ଚିମ ଓଡିଶାରେ ପ୍ରଭାବ ବିସ୍ତାର କରି ପାରିଲା ଭଳି ନେତା କି? ଏ ସବୁ ପ୍ରଶ୍ନର ଏକ ମାତ୍ର ଉତ୍ତର ହେବ, ନା। ନବ ଦାସଙ୍କ ପ୍ରଭାବ ଓ ପତିଆରା କେବଳ ଝାରସୁଗୁଡା ଜିଲ୍ଲା ରେ ସୀମିତ। ଅତି ବେଶୀ ରେ ସେ ଅବିଭକ୍ତ ସମ୍ବଲପୁର ଜିଲାର କିଛି ଅଂଶକୁ ପ୍ରଭାବିତ କରି ପାରିବେ। ୨୦୧୪ ନିର୍ବାଚନ ସମୟରେ ବ୍ରଜରାଜନଗରରୁ କଂଗ୍ରେସ ଟିକଟରେ ଅନୁପ ସାଏ ବିଜେଡି ରେ ଯୋଗ ଦେଇ ସେ ବର୍ଷ ବିଜେପିର ରାଧାରଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନେକ ସମୟରେ ଦଳ ବଦଳକାରୀଙ୍କୁ ଭୋଟର ମାନେ ସନ୍ଦେହ କରିଥାନ୍ତି। ତେଣୁ ବିଜେଡିରେ ନବାଙ୍କ ଯାତ୍ରା ଯେ ସୁଗମ ହେବ ସେ କଥା କୁହାଯାଇପାରିବ ନାହିଁ।  ତେବେ ଝାରସୁଗୁଡା ଜିଲାର ଦୁଇଟି ଯାକ ଆସନ ବିଜେଡି ହାତରେ ନଥିଲା। ସେଥିଲାଗି ବୋଧେ ବିଜେଡି ଜିଲ୍ଲାରେ ନିଜର ଶକ୍ତି ବୃଦ୍ଧି ପାଇଁ ନବଙ୍କୁ ନିଜ ଆଡକୁ ଆଣିଛି। ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡି ବିଜେପିକୁ ଆସିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଠିକ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜେପୁରର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ବିଜେଡିରେ ଯୋଗଦାନ। ବରଗଡ ଜିଲ୍ଲାରେ ପ୍ରଣୟ ସାହୁଙ୍କର ଭଲ ସଂଗଠନ ରହିଛି।

ଅନ୍ୟ ଏକ ଉଡା ଖବର ଅନୁସାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପରିବାର ବିଜେଡି ପ୍ରତି ଅଧିକ ଶ୍ରଦ୍ଧାଶୀଳ ହେଉଛନ୍ତି। ତାହା ଯଦି ସତ୍ୟ ପ୍ରମାଣିତ ହୁଏ ତା ହେଲେ କଂଗ୍ରେସ ପଶ୍ଚିମ ଓଡିଶାରେ ନିଜର ସତ୍ତା ହରାଇବ ଓ ସେଠି ତ୍ରିମୂଖୀ ପ୍ରତିଯୋଗିତା ଦ୍ଵିମୁଖୀ ରେ ରୂପାନ୍ତରିତ ହେବ। ଆସ୍ତେ ଆସ୍ତେ କଂଗ୍ରେସ ନିଜର ସତ୍ତା ହରାଇବା ଭଳି ସ୍ଥିତି ସୃଷ୍ଟି ହେଉଥିବାରୁ ଆସନ୍ତା ନିର୍ବାଚନରେ ବିଜେପି ବନାମ ବିଜେପି ଭିତରେ ସିଧାସଳଖ ଯୁଦ୍ଧର ଆଶା କରାଯାଇପାରେ। ପଶ୍ଚିମ ଓଡିଶାରେ ବିଜେପିର ସ୍ଥିତି ଆଜି ୨୦୧୭ ଭଳି ଆଉ ନାହିଁ। ନରେନ୍ଦ୍ର ମୋଦୀଙ୍କୁ ନେଇ ୨୦୧୪-୧୭ ଭିତରେ ଯେଉଁ ଉତ୍ସାହ ଏହି ସବୁ ଅଞ୍ଚଳରେ ଥିଲା, ତାହା ଏବେ ମଉଳି ଗଲାଣି। ତେଣୁ ପଶ୍ଚିମ ଓଡିଶା ବାଟ ଦେଇ ଓଡିଶାର କ୍ଷମତା ଦାଖଲ କରିବା ପାଇଁ ବିଜେପିର ଯୋଜନା ଏତେ ସହଜ ନୁହେଁ।

ମୋଟାମୋଟି ପଶ୍ଚିମ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ  କଡା ମୁକାବିଲା ରହିବ। କଂଗ୍ରେସ ଗତଥର ତୁଳନାରେ ଏଥର ଯଦି ବହୁତ କମ ସଫଳତା ପାଏ ତାହେଲେ ସେଥିରେ ଆଶ୍ଚର୍ୟ ହେବାର କିଛି ନାହିଁ।

 

kedarmishra nabadas thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ବାଲେଶ୍ବର ରାଜନୀତିରେ ହଲଚଲ, ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି, ଜୀବନ ପ୍ରଦୀପ ଦାସ

March 25, 2026

ବିଶ୍ୱ ସଙ୍କଟ ସମୟରେ କୃଷି କ୍ଷେତ୍ରରେ ସ୍ଥିରତା ପାଇଁ ଶିବରାଜ ସିଂହ ଚୌହାନଙ୍କ ଉଚ୍ଚସ୍ତରୀୟ ବୈଠକ

March 25, 2026

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.