Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 
ବିଶେଷ ଖବର

ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 

November 6, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପିଆଜ କିଲୋ ସତୁରୀ, ପୋଟଳ କିଲୋ ଶହେ ଟଙ୍କା, ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!! 

କେଦାର ମିଶ୍ର 

ପିଆଜ କିଲୋ ସତୁରୀ ଟଙ୍କା, ପୋଟଳ କିଲୋ ଶହେ ଟଙ୍କା, ମଣିଷ ଚଳିବ କେମିତି- ବଜାରରୁ ଫେରି ଜଣେ ବନ୍ଧୁ ହତାଶ ହୋଇ ଏତକ କହିଲେ। ତାଙ୍କ କଥା ଶୁଣି ଆମର ମନେ ପଡିଗଲା, ଗତ ଦୁଇମାସ ତଳେ ପିଆଜ ଦର ଉପରେ ଗୋଟେ ଲେଖା ଲେଖି ଆମେ କେମିତି ସରକାରୀ ଭକ୍ତ ଓ ନରେନ୍ଦ୍ର ମୋଦୀଙ୍କ ବିଶାଳ ଟ୍ରୋଲ ବାହିନୀ ପାଖରୁ ଗାଳି ଖାଇଥିଲୁ। ଆମକୁ କୁହା ହୋଇଥିଲା- କଣ, କଂଗ୍ରେସ ବେଳେ ପିଆଜ ଦର ବଢୁ ନଥିଲା କି? କଂଗ୍ରେସ ବେଳେ ତମେ ସବୁ କେଉଁଠି ଶୋଇଥିଲ? ଆମର ସୈନିକ ସୀମାନ୍ତରେ ଗୁଳି ଖାଇ ମରୁଛନ୍ତି ଆଉ ତମେ ପିଆଜ କିଲୋ ସତୁରୀ ଟଙ୍କା ଦେଇ କିଣିପାରୁନ! ଭକ୍ତ ଓ ଟ୍ରୋଲ ମାନଙ୍କର ଏସବୁ ପ୍ରଶ୍ନ ବହୁ ପୁରୁଣା। ସେମାନେ ଜାଣନ୍ତି ନାହିଁ ଯେ ଦରଦାମ ବଢିଲେ, ଲୋକଙ୍କର ହା ହୁତାଶ କେମିତି ଆସେ। ଜଣେ ସାଧାରଣ ଶ୍ରମିକ ବା କୃଷକର  ଅଧା ଦିନର ମଜୁରି ଯଦି କିଲେ ପିଆଜରେ ସରିଯାଏ, ତାହେଲେ ସେ ବଞ୍ଚିବ କେମିତି- ଏ ପ୍ରକାର ସମ୍ବେଦନା ଆମ ସମୟରେ ଆଉ ଦେଖିବାକୁ ମିଳୁନାହିଁ।

କଂଗ୍ରେସ ସମୟରେ ଯେତେବେଳେ ବି ଦରଦାମ ବଢିଛି, ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି। ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ଆମର ସବୁଠୁ ଡରୁଆ ମୁମ୍ବାଇ ସିନେମାରେ ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଗୀତ ବି ଲେଖା ହୋଇଛି। ୧୯୭୪ ମସିହାରେ ମନୋଜ କୁମାରଙ୍କ ପ୍ରସିଦ୍ଧ ସିନେମା “ରୋଟି, କପଡା ଔର ମକାନ” ରେ ଦରଦାମ ବୃଦ୍ଧିକୁ ନେଇ ସେ ଲୋକପ୍ରିୟ ଗୀତଟି ଆଜି ବୋଧେ ଆଉ କେହି ଶୁଣୁନାହାନ୍ତି। ସେ ଗୀତରେ ବର୍ମା ମଲିକ ଲେଖିଥିଲେ- ଆଗରୁ ମୁଠାଏ ପଇସା ଦେଲେ ବ୍ୟାଗ ଭର୍ତ୍ତି ଚିନି ମିଳୁଥିଲା, ଏବେ ବ୍ୟାଗ ଭର୍ତ୍ତି ପଇସାରେ ମୁଠାଏ ଚିନି। ତୋତେ କାଇଁ ମରଣ ହେଉନି ଲୋ ମହଙ୍ଗା ମାଡ! ଚିନିରେ ଅଟାର ମିଶ୍ରଣ ଆମକୁ ମାରିଦେଉଛି। ପାଉଡର କ୍ଷୀରରୁ ଲହୁଣୀ ଆମକୁ ମାରିଦେଉଛି। ରାସନ ଦୋକାନର ଲାମ୍ବା ଧାଡି ଆମକୁ ମାରିଦେଉଛି। ଜନତାର ଚିତ୍କାର ଆମକୁ ମାରିଦେଉଛି। ବାକି କୁଛ ବଛା ତୋ ମେହେଙ୍ଗାଇ ମାର ଗଇ……… ଏଭଳି ଗୀତ ଆଜି ବଲିଉଡ ଲେଖିବାକୁ ଡରୁଛି କାହିଁକି?

ଖାଲି ୧୯୭୪ ନୁହେଁ, ୨୦୧୦ରେ ଅମିର ଖାଁଙ୍କ “ପିପିଲି ଲାଇଭ” ସିନେମା କଥା ମନେ ପକାନ୍ତୁ। ସେଥିରେ ରଘୁବୀର ଯାଦବ ଗାଉଥିବା ସେ ଲୋକଗୀତ- ସଖୀ,ସଇୟାଁ ତୋ ଖୁବ ହି କମାତ ହୈ, ମହଙ୍ଗାଇ ଡାୟନ ଖାୟେ ଜାତ ହୈ। ତେଣୁ ଯେଉଁମାନେ କଂଗ୍ରେସ ସମୟରେ ଦରଦାମ ବୃଦ୍ଧି କୁ ନେଇ ଲୋକ କେଉଁଠି ଶୋଇଥିଲେ ବୋଲି ପଚାରନ୍ତି, ସେମାନେ ଏ ସବୁ ଗୀତ ଆଜି ଆଉଥରେ ଶୁଣନ୍ତୁ। ଆମର ମନେ ଅଛି, ଅଶି ଦଶକରେ ଘରେ ଘରେ ଗୋଟେ ଓଡିଆ ଢଗ ଶୁଭୁଥିଲା- ଇନ୍ଦିରା ଗାନ୍ଧିର ବବୁରି ବାଳ- ମହଙ୍ଗା ହେଲା ନଡିଆ ତେଲ। ଦରବୃଦ୍ଧିକୁ ନେଇ ସାଧାରଣ ଜନତାର କ୍ଷୋଭ ଓ କ୍ରୋଧର ଏମିତି ବହୁ ଉଦାହରଣ ଆଗରୁ ରହିଛି। ହେଲେ ଆଜି ଦରବୃଦ୍ଧି ବିରୋଧରେ ପଦେ କହିବାକୁ ସାଧାରଣ ଜନତାର ଏତେ ଭୟ କାହିଁକି? ଲୋକଙ୍କ ଭିତରେ ପ୍ରତିବାଦ ମରିଯାଇଛି କାହିଁକି? ଦେଶର ସବୁ ପ୍ରସଙ୍ଗ ଓ ସଙ୍କଟକୁ ଆଜି କଂଗ୍ରେସ ବନାମ ବିଜେପି କରି ଭାଗ କରିଦିଆଯାଇଛି। ସରକାର ବିରୋଧରେ ଯେ କହିଲା ସେ କଂଗ୍ରେସର ଚାମଚା, ନଚେତ ଦେଶଦ୍ରୋହୀ। ତେଣୁ ଆଜି ଦରଦାମ ବଢିଲେ କାହାର କିଛି କହିବାର ନାହିଁ।

ଗତ ତିନିମାସ ଧରି ଅନିୟନ୍ତ୍ରିତ ଭାବରେ ପିଆଜ, ଡାଲି, ଖାଇବା ତେଲ ଇତ୍ୟାଦିର ଦର ବଢିଛି। ଏପଟେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହୁଛନ୍ତି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି। ଅର୍ଥନୀତିର ସାଧାରଣ ନିୟମ ହେଉଛି, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି ମାନେ, ଦର ଦାମ ବଢିବା କଥା ନୁହଁ। ତାହେଲ ବଢୁଛି କେମିତି? ଏହାର ଉତ୍ତର ହେବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ଯାଇ ଚାଷୀକୁ ସରକାର ଉଚିତ ମୂଲ୍ୟ ଦେଉ ନାହାନ୍ତି। ଅପରପକ୍ଷେ ପିଆଜର ଦଲାଲି ଓ କଳାବଜାରକୁ ନିୟନ୍ତ୍ରଣ କରାଯାଉନି। ପିଆଜର ଆବଶ୍ୟକତା ତୁଳନାରେ ବଜାରରେ କମ ଉତ୍ପାଦନ ଥିବାରୁ ଏହାର ଲାଭ ବ୍ୟବସାୟୀ ଉଠାଉଛି। ଚାଷୀ ବେଚାରା ଯେଉଁ କ୍ଷତିରେ ଥିଲା, ସେଇ କ୍ଷତିରେ ଆଜି ମଧ୍ୟ ରହିଛି। ସରକାର ମାସମାସ ଧରି କଳାବଜାରୀଙ୍କ ପେଟ ପୋଷି ଚାଲିଛନ୍ତି। ଏକଥା କହିଲେ, ଭକ୍ତଙ୍କ ମୁଣ୍ଡରେ ପିତ୍ତ ଚଢିଯିବ। ଦେଶର ଅର୍ଥନୀତି ଏମିତି ଗୋଟେ ଭୟଙ୍କର ସ୍ଥିତିରେ ପହଞ୍ଚିଛି, ଯେଉଁଠି କେତେବେଳେ କିଛି ବି ଘଟିପାରେ।

ଆମ ସରକାର ଅର୍ଥନୀତିକୁ ମଧ୍ୟ ନିଜର ଟ୍ରୋଲ ଜରିଆରେ ଚଳାଇବାକୁ ଚାହୁଁଛନ୍ତି। ଯାହାର ପରିଣତି ସ୍ଵରୂପ ଆମର ସାମାଜିକ ଓ ଅର୍ଥନୈତିକ ଜୀବନ ଘୋର ସଙ୍କଟ ଆଡକୁ ଗତି କରୁଛି। ଆଗରୁ ପିଆଜ ଦର ଅତି ବେଶୀରେ ମାସେ ବଢୁଥିଲା ଓ ନୂଆ ପିଆଜ ବଜାରକୁ ଆସିବା ପରେ ଦର ନିୟନ୍ତ୍ରଣକୁ ଚାଲି ଆସୁଥିଲା। ପ୍ରାୟ ତିନିମାସ ଧରି ଚଢା ଦରରେ ପିଆଜ ବିକ୍ରି ହେବା ଓ ଏହାର ଲାଭ, ଚାଷୀଙ୍କୁ ନ ମିଳିବା, ମୋଦୀ ସରକାରର ଅପାରଗତାକୁ ସୂଚେଇ ଦେଉଛି। ହେଲେ ଏକଥା ଯିଏ କହିବ, ସେ ଦେଶଦ୍ରୋହୀ ବୋଲାଇବ କିମ୍ବା ପାକିସ୍ତାନ ପଳା ବୋଲି ନୋଟିସ ପାଇବ!!

ତେଣୁ ଆମେ କହୁଛୁ- ପିଆଜ  କିଲୋ ସତୁରୀ ଟଙ୍କା ହେଉ କି ପୋଟଳ କିଲୋ ଶହେ ଟଙ୍କା,  ତ କଣ ହୋଇଗଲା ସେଇଠୁ, ଦେଶ ଠିକ ଚାଲିଛି!!

Onion କେଦାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ନାମ, ସେମାନେ ହେଲେ..

April 6, 2026

ବିଜେପି ପ୍ରତିଷ୍ଠା ଦିବସରେ ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ..

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026
Latest News

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.