Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଯୋଧ୍ୟା ରାୟ, ଏହାପରେ ରାମମନ୍ଦିର ବିବାଦର ଅନ୍ତ ଘଟିବ କି?
ବିଶେଷ ଖବର

ଅଯୋଧ୍ୟା ରାୟ, ଏହାପରେ ରାମମନ୍ଦିର ବିବାଦର ଅନ୍ତ ଘଟିବ କି?

November 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୦୪୫ ପୃଷ୍ଠାର ଏକ ପୃଥୁଳ ରାୟରେ ରାମ ଜନ୍ମଭୂମି ଭାବରେ ବିବେଚିତ ଜମିକୁ ରାମଲାଲାଙ୍କ ନାମରେ ଫଇସଲା କରିଛନ୍ତି। ଏହି ରାୟକୁ ଭାରତୀୟ ନ୍ୟାୟିକ ଇତିହାସରେ ସବୁଠୁ ଜଟିଳ ରାୟ ବୋଲି କୁହାଯାଇପାରିବ। ସମାଧାନର ଏକ ସୂତ୍ର ବାହାର କରିବାକୁ ଯାଇ ସୁପ୍ରିମ କୋର୍ଟ ଏହି ଜମିକୁ ରାମଲାଲାଙ୍କ ନାମରେ ଡିକ୍ରି ଦେଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଜମି ଜମି ଉପରେ ରହିଥିବା ମସଜିଦର ଅସ୍ତିତ୍ଵକୁ ଅସ୍ଵୀକାର କରିନାହାନ୍ତି। ଅନୈତିକ ଓ ବେଆଇନ ଉପାୟରେ ବାବ୍ରୀ ମସଜିଦ ଭିତରେ ଶ୍ରୀରାମ ମୂର୍ତ୍ତି ସ୍ଥାପନା କରି  ୨୨/୨୩ ଡିସେମ୍ବର, ୧୯୪୯ରେ ଏହାକୁ ଅପବିତ୍ର କରାଯାଇଥିଲା ଓ ୬ ଡିସେମ୍ବର ୧୯୯୨ ରେ ଏହାକୁ ବେଆଇନ ଭାବରେ ଭଙ୍ଗା ଯାଇଥିଲା ବୋଲି ଦେଶର ସର୍ବ ଶ୍ରେଷ୍ଠ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି। ଉଭୟ ଧାର୍ମିକ ଆସ୍ଥା ଭିତରେ ଏକ ସମନ୍ବୟର ବାତାବରଣ କରିବାକୁ ଏକ ମାଧ୍ୟମ ପନ୍ଥା ଅଦାଲତ ବାହାର କରିଛନ୍ତି।

ଜନ୍ମଭୂମିରେ ଶତାଧିକ ବର୍ଷ ଧରି ମୁସଲମାନଙ୍କ ଅଧିକାର ଓ ଏଠାରେ ନମାଜ ପଢାଯାଉଥିବାର ସତ୍ୟକୁ ସୁପ୍ରିମ କୋର୍ଟ ସ୍ଵୀକାର କରିଛନ୍ତି।୧୯୯୨ ରେ  ବାବ୍ରୀ ମସଜିଦ ଭାଙ୍ଗିବା ଓ ୧୯୪୯ ରେ ରାତାରାତି ମସଜିଦ ଭିତରେ ମୂର୍ତ୍ତି ସ୍ଥାପନା କରିବାକୁ ବେଆଇନ ବୋଲି କୁହାଯାଇଛି। ରାୟର ୮୦୦ ଏବଂ ୮୦୧ ପାରାରେ ଅତି ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମୁସଲମାନଙ୍କ ଧାର୍ମିକ ସ୍ଥଳକୁ ବେଆଇନ ଭାବରେ ଭଙ୍ଗା ଯାଇଥିବାରୁ ତାଙ୍କୁ ଅଯୋଧ୍ୟାରେ ୫ ଏକର ଜମି ମସଜିଦ ନିର୍ମାଣ ପାଇଁ ଦିଆଯିବ। ଆସନ୍ତା ତିନି ମାସ ମଧ୍ୟରେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଜରିଆରେ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କୁହାଯାଇଛି।

ସୁପ୍ରିମ କୋର୍ଟଙ୍କ ମତରେ ଏହି ବିବାଦ ସହିତ ଭାରତର ସମନ୍ଵୟୀ ବିଚାର ଜଡିତ ରହିଛି। ତେଣୁ ଉଭୟ ପକ୍ଷକୁ ସମାନ ଭାବରେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ତେବେ ଏହି ରାୟ ପରବର୍ତ୍ତୀ ପ୍ରଶ୍ନ ହେଉଛି, ଆଜିଠୁ ରାମଜନ୍ମଭୂମି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଲା କି? ଆଜି ମନ୍ଦିର ଓ ମସଜିଦ ବିବାଦର ସମାଧାନ ଲାଗି ଯେଉଁ ସୂତ୍ର ସୁପ୍ରିମ କୋର୍ଟ ଦେଇଛନ୍ତି, ତାହା ଏ ଦେଶର ଚୂଡାନ୍ତ ଫଇସଲା। ଏହାକୁ ଅମାନ୍ୟ କରିବା ବେଆଇନ ଓ ଅସାମ୍ବିଧାନିକ। ତେବେ ଏହି ମାମଲାରେ ଯେଉଁ ରାଜନୀତି ଚାଲିଥିଲା, ତାହା ଆଜିଠୁ ସରିଯିବ କି?

ଏହାର ଉତ୍ତରରେ ଏତିକି କୁହା ଯାଇପାରେ ଯେ, ସଂଘ ପରିବାର ଓ ବିଜେପି ଏହାକୁ ନିଜର ନୈତିକ ବିଜୟ ବୋଲି କହିବେ କିନ୍ତୁ ସୁପ୍ରିମ କୋର୍ଟ ବାବ୍ରୀ ମସଜିଦ ଭଙ୍ଗାକୁ ବେଆଇନ ବୋଲି କହିଥିବାରୁ, ଏହି ଅପରାଧରେ ସମ୍ପୃକ୍ତ ସଂଘ ଓ ବିଜେପି ନେତାଙ୍କ ବିରୋଧରେ ମାମଲାର ତୁରନ୍ତ ଶୁଣାଣି ଲାଗି ଏବେ ଚାପ ପଡିବ। ରାମ ମନ୍ଦିର ମାମଲାରେ ମୁସଲମାନ ପକ୍ଷ ବହୁ ଦିନରୁ ନିଜର ଦାବୀକୁ କୋହଳ କରି ସାରିଥିଲେ। ଏପରିକି ସୁନ୍ନୀ ୱାକଫ ବୋର୍ଡ ର ଓକିଲ ରାଜୀବ ଧାବନ ଏହା ରାମଙ୍କ ଜନ୍ମସ୍ଥାନ ବୋଲି ରହିଥିବା ଲୋକ ବିଶ୍ବାସକୁ ଗ୍ରହଣ କରିଥିଲେ। ତେଣୁ ମୁସଲମାନ ପକ୍ଷ ଏହାକୁ ନେଇ କୌଣସି ବିବାଦ କରିବାର ସମ୍ଭାବନା ରହିଛି।

ବିବାଦର ମୂଳ ମଞ୍ଜି ରହିଛି ସଂଘ ପରିବାର ଓ ବିଜେପିର ନେତାମାନଙ୍କ ପାଖରେ। ରାମ ଜନ୍ମଭୂମିର ଜାଗା କେବଳ ଏକ ସମାଧାନ ପାଇଁ ରାମଲାଲାଙ୍କୁ ଦିଆ ଯାଇଛି ଓ ଏହାର କ୍ଷତି ପୂରଣ ବାବଦକୁ ସୁନ୍ନୀ ୱାକଫ ବୋର୍ଡକୁ ଅନ୍ୟ ଏକ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକର ଜାଗା ଦିଆ ଯାଇଛି। କ୍ଷତି ପୂରଣ ଓ ଇତିହାସର ଭୁଲ ସୁଧାରିବା କଥା କହି ଏହି ଜମି ଉପରେ ମୁସଲମାନଙ୍କ ଧାର୍ମିକ ଅଧିକାରକୁ ସ୍ଵୀକୃତି ଦେଇଛନ୍ତି। ତେଣୁ ଏହି ସମସ୍ୟା ଏଇଠି ସରିଗଲା ବୋଲି କହିହେବ ନାହିଁ। ତେବେ ରାଜନୈତିକ ଭାବରେ ଏହାର ଉପଯୋଗିତା ଆଉ ବିଶେଷ ରହିବ ନାହିଁ।

ଅନ୍ତତଃ ଏହି ବିବାଦ ଏଇଠି ସରିଯାଉ ବୋଲି ପ୍ରତ୍ୟେକ  ଭାରତୀୟ ଚାହାନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର ତୈଳ ବିଶୋଧନାଗାରରେ ୨୫ ଲକ୍ଷ କୋଟି ନିବେଶ କରିବ ଭାରତ?: ଧନ୍ୟବାଦ ଦେଲେ ଟ୍ରମ୍ପ୍

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026
Latest News

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026

ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ମଞ୍ଜୁର କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ସଂପୂର୍ଣ୍ଣ ମାମଲା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.