Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାରାଷ୍ଟ୍ରରେ ସରକାର ଗଠନର ଜଟିଳ ଗଣିତ, ଏକାଠି ହେବେ କି ବିରୋଧୀ?
ବିଶେଷ ଖବର

ମହାରାଷ୍ଟ୍ରରେ ସରକାର ଗଠନର ଜଟିଳ ଗଣିତ, ଏକାଠି ହେବେ କି ବିରୋଧୀ?

November 10, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ମହାରାଷ୍ଟ୍ର ମହାନାଟକରେ ଯବନିକା ପଡ଼ିବାର ନାଁ ଧରୁନାହିଁ। କୁହାଯାଏ ଶତ୍ରୁର ଶତ୍ରୁ ମିତ୍ର ହୋଇଥା’ନ୍ତି। ସେହିପରି ରାଜନୀତିରେ କେହି ଶତ୍ରୁ ନୁହଁନ୍ତି କି କେହି ମିତ୍ର ନୁହଁନ୍ତି। ଏକଥାକୁ ପ୍ରମାଣିତ କରିଛି ଶିବସେନା । ମହାରାଷ୍ଟ୍ରରେ ସରକାରକୁ ନେଇ ଚାଲିଥିବା ମହାନାଟକ ଭିତରେ ଶିବସେନା ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳକୁ ନେଇ ନିଜର ଅଭିମତ ବଦଳାଇଛି। କଂଗ୍ରେସ ଶତ୍ରୁ ନୁହେଁ ବୋଲି କହିଛି ଶିବସେନା।ଇତିମଧ୍ୟରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଯାଇଛି। ଶିବସେନା ଓ ବିଜେପି ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଝଗଡ଼ାର ଅବସାନ ଘଟିନଥିବାବେଳେ ଆଜି ଶିବସେନା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଶିବସେନାର ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ଶିବସେନା ସରକାର ଗଢିବାର ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛି। ଏତଦ୍‌ବ୍ୟତୀତ ଶିବସେନା କଂଗ୍ରେସ ପ୍ରତି ନିଜର ବିଚାରଧାରାକୁ ମଧ୍ୟ ସ୍ପଷ୍ଟ କରି କହିଛି ଯେ, କଂଗ୍ରେସ ସହିତ ରାଜନୈତିକ ମତଭେଦ ରହିଛି, କିନ୍ତୁ କଂଗ୍ରେସ ଶତ୍ରୁ ନୁହେଁ । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସମୀକରଣ ବେଶ୍‌ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଶିବସେନା ବିଜେପି ସହିତ ମେଣ୍ଟ ତୁଟାଇନଥିବାବେଳେ ଅନ୍ୟ ପଟେ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରିବାକୁ ନେଇ ନିଜର ଆଭିମୁଖ୍ୟ ରଖୁଛି, ଅପରପକ୍ଷରେ ଏନ୍‌ସିପି ନିଜକୁ ବିରୋଧୀ କହୁଥିବାବେଳେ ତୃତୀୟ ବିକଳ୍ପ ପାଇଁ ରାଜି ଅଛି ବୋଲି କହିଛି। ଏପରିସ୍ଥିତିରେ ମହାରାଷ୍ଟ୍ରରେ ବିଜେପି କିପରି ସରକାର ଗଠନ କରିବ, ତାହା ଚର୍ଚ୍ଚାର ବିଷୟ। ଯଦିଓ ଏବେ ରାଜ୍ୟରେ ବିଜେପି  ଏକକ ସଂଖ୍ୟା ଗରିଷ୍ଠ ଦଳ, ସରକାର ଗଠନ ଲାଗି ସଂଖ୍ୟା ଏହା ପାଖରେ ନାହିଁ ।

ଗତକାଲି  ମହାରାଷ୍ଟ୍ର ରାଜ୍ୟପାଳ ବିଜେପି ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଯେହେତୁ ବିଜେପି ବର୍ତ୍ତମାନ ଏକକ ସଂଖ୍ୟା ଗରିଷ୍ଠ ଦଳ ସେଥିପାଇଁ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଛି । ଗତ ଅକ୍ଟୋବର ୨୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ବିଜେପି ଓ ଶିବସେନା ମେଣ୍ଟ ମଧ୍ୟରେ ଫାଟ ଯୋଗୁଁ ସରକାର ଗଠନ ହୋଇପାରୁ ନାହିଁ। ଯଦି ଶିବସେନା କଂଗ୍ରେସ ସହିତ ମେଣ୍ଟ କରିବ, ତେବେ ରାଜନୀତିର ଇତିହାସରେ ଦୁଇ ପରସ୍ପର ବିଚାରକୁ ବିରୋଧ କରୁଥିବା ଦଳକୁ ଏକାଠି ଦେଖିବାକୁ ମିଳିବ। ଦୁହେଁ ପୂର୍ବ ପଶ୍ଚିମ ପରି । ରାଜନୈତିକ ଦୃଷ୍ଟିକୋଣରୁ ଦୁହିଁଙ୍କ ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ। ତେବେ ବିରୋଧଭାବ ନେଇ ଏକାଠି ମେଣ୍ଟ ସରକାର ଗଢିବାରେ ଦୁହେଁ କେତେଦୂର ସଫଳ ହୋଇପାରିବେ, ତାହା ଚିନ୍ତାର ବିଷୟ।

ମହାରାଷ୍ଟ୍ର ରାଜନୀତିର ଜଟିଳ ସମୀକରଣର ପରିଣତି  କ’ଣ ହେବ, ଏଥିରେ ଦୁଇ ବିରୋଧୀ ଏକାଠି ହେବେ, ନା ବିଜେପି ପୁଣି ଥରେ ନୂଆ ଚାଲ୍‌ ଚଲାଇ କ୍ଷମତା ଦଖଲ କରିବ, ତାହା ଦେଖିବା ଏବେ ରୋମାଞ୍ଚକର ହେବ। ଜନାଦେଶ ପାଇ ସରକାର ଗଠନ କରି ନ ପାରିବାର ଅସନ୍ତୋଷ ଭିତରେ ମହାରାଷ୍ଟ୍ର ରାଜନୀତିରେ କ’ଣ ପ୍ରଭାବ ପଡ଼ିବ, ତାହା ଆଗାମୀ ସମୟ କହିବ। ତେବେ ଏତିକି କୁହାଯାଇପାରେ ଭାରତୀୟ ରାଜନୀତିର କ୍ଷମତା ଯୁଦ୍ଧରେ କେବଳ କୂଟନୀତିର ବିଜୟ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ କିଏ ଗଠନ କରିବ ସରକାର, କାହାର ପଲ୍ଲା ଭାରି?: ଦେଖନ୍ତୁ ତାଜା ସର୍ଭେ

September 25, 2025

ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ 4ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 25, 2025

ନବରାତ୍ରୀ ଉତ୍ସବରେ “ଗରବା” ନୃତ୍ୟର ପରଂପରା ଏବଂ ନୃତ୍ୟ ଶୈଳୀର ଆକର୍ଷଣ

September 25, 2025

ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶାର କଳାକୃତୀ

September 25, 2025
Latest News

ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

September 25, 2025

ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 25, 2025

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.